ଆପଣ ପ୍ରାୟତଃ ଲୋକମାନଙ୍କୁ କହୁଥିବାର ଶୁଣିଥିବେ ଯେ ଡାକ୍ତରର ପୁଅ ଡାକ୍ତର ଏବଂ ଇଞ୍ଜିନିୟରର ପୁଅ ଇଞ୍ଜିନିୟର ହୋଇଥାଏ ଏବଂ ଜଣେ କଳାକାରର ପୁଅ ମଧ୍ୟ କଳାକାର ହୋଇଥାଏ । ଏଭଳି ବାସ୍ତବରେ ହୋଇଛି ମଧ୍ୟ, କିନ୍ତୁ ଏଭଳି ଅନେକ ଷ୍ଟାରକିଡ ଅଛନ୍ତି ଯେଉଁମାନଙ୍କ ପିତାମାତା ବଲିଉଡର ସୁପରଷ୍ଟାର ରହିଛନ୍ତି କିନ୍ତୁ ସେମାନେ ବଲିଉଡ ପ୍ରତି ଆଗ୍ରହକୁ ଦେଖାଇନାହାଁନ୍ତି । ସର୍ବଦା ବଲିଉଡ ନାମ ଠାରୁ ଏମାନେ ଦୂରକୁ ଚାଲିଯାଉଥିବାର ଦେଖା ଯାଇଛନ୍ତି । ତେବେ ଆସନ୍ତୁ ଏଭଳି କିଛି ଷ୍ଟାରକିଡ ମାନଙ୍କ ବିଷୟରେ ଜାଣିବା, ଯେଉଁମାନେ ଅଭିନୟ ଛାଡି ଅନ୍ୟ ବୃତ୍ତିକୁ ନିଜ କ୍ୟାରିଅର କରିଛନ୍ତି, ଏବଂ ଅନ୍ୟ ଇଣ୍ଡଷ୍ଟ୍ରିରେ ନାମ କମାଇଛନ୍ତି ।
ରିଦ୍ଧିମା କପୁର:-
ବଲିଉଡ କଳାକାର ଋଷି କପୁର ଏବଂ ନୀତୁ କପୁରଙ୍କର ବଡ଼ ଝିଅ ରିଦ୍ଧିମା କପୁର ଅତ୍ୟନ୍ତ ସୁନ୍ଦର ଅଟନ୍ତି । ପିଲାଟି ଦିନରୁ ରିଦ୍ଧିମାଙ୍କର ଅଭିନୟ ପ୍ରତି କୌଣସି ଆଗ୍ରହ ନଥିଲା । ସେ ଗୀତ, ଫ୍ୟାଶନ ଏବଂ ଡିଜାଇନିଂରେ ନିଜ କ୍ୟାରିଅର କରିବାକୁ ଚାହୁଁଥିଲେ । ବର୍ତ୍ତମାନ ସମୟରେ ଫ୍ୟାଶନ ଇଣ୍ଡଷ୍ଟ୍ରିରେ ରିଦ୍ଧିମାଙ୍କର ଅତ୍ୟନ୍ତ ନାମ ରହିଛି । ରିଦ୍ଧିମା ଫ୍ୟାଶନ ଡିଜାଇନର ସହ ପ୍ରସିଦ୍ଧ ଅଳଙ୍କାର ଡିଜାଇନର ମଧ୍ୟ ଅଟନ୍ତି । “R” ନାମରେ ତାଙ୍କର ଏକ ସଫଳ ଜ୍ଵେଲରୀ ବ୍ରାଣ୍ଡ ରହିଛି ଏବଂ ଏହା ଲୋକମାନଙ୍କ ମଧ୍ୟରେ ଅତ୍ୟନ୍ତ ପ୍ରସିଦ୍ଧ ଅଟେ । ସୋସିଆଲ ମିଡିଆରେ ପ୍ରାୟତଃ ରିଦ୍ଧିମା ନିଜ ଦ୍ୱାରା ଡିଜାଇନ କରାଯାଇଥିବା ଅଳଙ୍କାରର ଫୋଟ ସେୟାର କରିଥାନ୍ତି ।
ଶ୍ଵେତା ବଚ୍ଚନ ନନ୍ଦା:-
ପ୍ରସିଦ୍ଧ ସୁପରଷ୍ଟାର ଅମିତାଭ ବଚ୍ଚନ ଏବଂ ଅଭିନେତ୍ରୀ ଜୟା ବଚ୍ଚନଙ୍କ ବଡ଼ ଝିଅ ଶ୍ଵେତା ବଚ୍ଚନ ନନ୍ଦା ମଧ୍ୟ ଅଭିନୟ ପ୍ରତି କେବେ ଆଗ୍ରହ ଦେଖାଇ ନାହାଁନ୍ତି । ଏଥିସହିତ ଅମିତାଭଙ୍କ ଝିଅ ଶ୍ଵେତା ମଧ୍ୟ କାହାଠାରୁ କମ୍ ନୁହଁନ୍ତି । ଏକ କଳାକାର ପରିବାରରେ ଜନ୍ମ ହୋଇଥିଲେ ମଧ୍ୟ ଶ୍ଵେତା କେବେ ଚଳଚ୍ଚିତ୍ରକୁ ଆସିବାପାଇଁ ଚିନ୍ତା କରିନାହାଁନ୍ତି । ଶ୍ଵେତା ସିଏନଏନ ଆଇବିଏନର ସିଟିଜେନ ସାମ୍ବାଦିକା ଅଟନ୍ତି । ୨୦୦୭ ମସିହାରେ ଶ୍ଵେତାଙ୍କୁ ଏକ ବଡ଼ ଚ୍ୟାନେଲରେ ନୂତନ ଶୋକୁ ହୋଷ୍ଟ କରିବାପାଇଁ ଅଫର ଆସିଥିଲା । ସେ ବର୍ତ୍ତମାନ ଆର୍ଥିକ ଭାବରେ ମଧ୍ୟ ନିଜ ପରିବାରକୁ ସହଯୋଗ କରିଥାନ୍ତି ।
ଅହାନା ଦେଓଲ:-
ଧର୍ମେନ୍ଦ୍ର ଏବଂ ହେମାମାଳିନୀଙ୍କ ଝିଅ ଅହାନା ଦେଓଲ ଈଶା ଦେଓଲଙ୍କ ସାନ ଭଉଣୀ ଅଟନ୍ତି । ତେବେ ଅହାନା ନୃତ୍ୟଶିଳ୍ପୀ ହେବାକୁ ନିଷ୍ପତ୍ତି ନେଇଥିଲେ ଏବଂ ଓଡ଼ିଶୀରେ ପ୍ରଶିକ୍ଷଣ ମଧ୍ୟ ନେଇଥିଲେ, ଯାହା ଭାରତୀୟ ଶାସ୍ତ୍ରୀୟ ନୃତ୍ୟର ଏକ ରୂପ ଅଟେ । ଅହାନା ଅଭିନେତ୍ରୀ ଭାବରେ କେବେ ମଧ୍ୟ କାମ କରିନାହାଁନ୍ତି । ତେବେ ଚଳଚ୍ଚିତ୍ର “ଗୁଜାରିଶ”ରେ ସଂଜୟ ଲୀଳା ଭଂସାଲିଙ୍କ ସହ ଆସିଷ୍ଟାଣ୍ଟ ଭାବରେ କାମ କରିଥିଲେ । କହିରଖୁଛୁ ଯେ, ଅହାନା ଏବଂ ବୈଭବ ବୋହରାଙ୍କ ବିବାହ ୨ ଫେବୃଆରୀ ୨୦୧୪ ମସିହାରେ ହୋଇଥିଲା ।
କୃଷ୍ନା ଶ୍ରଫ:-
ଜ୍ୟାକି ଶ୍ରଫଙ୍କ ଝିଅ ତଥା ଟାଇଗର ଶ୍ରଫଙ୍କ ଭଉଣୀ କୃଷ୍ନା ଶ୍ରଫ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିକୁ ଆସିବା ପରିବର୍ତ୍ତେ ଭିନ୍ନ କ୍ୟାରିଅର ଚୟନ କରିଛନ୍ତି । ସେ ଚଳଚ୍ଚିତ୍ର ମୁନ୍ନା ମାଇକେଲରେ ଆସିଷ୍ଟାଣ୍ଟ ନିର୍ଦ୍ଦେଶକ ଭାବରେ କାମ କରିଥିଲେ । ତେବେ କୃଷ୍ନାଙ୍କୁ ଅଭିନୟ ପ୍ରତି କୌଣସି ଆଗ୍ରହ ନାହିଁ । ସେ ୨୦୧୮ ମସିହାରେ ମୁମ୍ବାଇରେ ମିକ୍ସ ମାର୍ଶଲ ଆର୍ଟର ଏକ ଜିମ ଖୋଲିଥିଲେ ।
ରିୟା କପୁର:-
ପ୍ରସିଦ୍ଧ ଅଭିନେତା ଅନୀଲ କପୁରଙ୍କ ବଡ଼ ଝିଅ ସୋନମ କପୁର ବଲିଉଡରେ ସର୍ବଦା ଛାଉଣୀ ହୋଇ ରହିଥାନ୍ତି କିନ୍ତୁ ଛୋଟ ଝିଅ ରିୟା କପୁର ସେତିକି ଦୂରେଇ ରହିଥାନ୍ତି । ରିୟା ବର୍ତ୍ତମାନ ସମୟରେ ବଲିଉଡର ନିଜର ଏକ ଭିନ୍ନ ପରିଚୟ ସୃଷ୍ଟି କରିଛନ୍ତି । ଅଭିନେତ୍ରୀ ନ ହୋଇ ସେ ଜଣେ ଫିଲ୍ମ ପ୍ରଡ୍ୟୁସର, ନିର୍ଦ୍ଦେଶକ ଏବଂ ଫ୍ୟାଶନ ଷ୍ଟାଇଲିଶ ଭାବରେ ଜଣାଯାଆନ୍ତି । ରିୟା ବଡ଼ ଭଉଣୀ ସୋନମଙ୍କ ସହ ମିଶି ଏକ ବଡ଼ ବ୍ରାଣ୍ଡ ମଧ୍ୟ ପରିଚାଳିତ କରୁଛନ୍ତି ।
ମସାବା ଗୁପ୍ତା:-
ବଲିଉଡର ପ୍ରସିଦ୍ଧ ଅଭିନେତ୍ରୀ ନିନା ଗୁପ୍ତାଙ୍କର ଝିଅ ମସାବା ଗୁପ୍ତା ମାଙ୍କ ଭଳି ଅତ୍ୟନ୍ତ ସୁନ୍ଦର ଅଟନ୍ତି । ମସାବା ଚଳଚ୍ଚିତ୍ର ଦୁନିଆଁ ଠାରୁ ଅତ୍ୟନ୍ତ ଦୂରରେ ଅଛନ୍ତି । ମସାବା ବଲିଉଡର ପ୍ରସିଦ୍ଧ ଡିଜାଇନର ଅଟନ୍ତି । ମସାବା ଆଜି କେବଳ ଭାରତରେ ନୁହେଁ ବରଂ ସମଗ୍ର ବିଶ୍ୱରେ ନିଜ କାମ ପାଇଁ ଅତ୍ୟନ୍ତ ପ୍ରସିଦ୍ଧ ଅଟନ୍ତି ।
ଅଂଶୁଲା କପୁର:-
ଅଂଶୁଲା ବୋନୀ କପୁର ଏବଂ ତାଙ୍କର ପ୍ରଥମ ପତ୍ନୀ ମୋନି କପୁରଙ୍କର ଝିଅ ଅଟନ୍ତି । ଅର୍ଜୁନ କପୁରଙ୍କର ଭଉଣୀ ଫିଲ୍ମ ପରଦା ଠାରୁ ଦୂରେଇ ହୋଇ ରହିଛନ୍ତି କିନ୍ତୁ ସେ ବଲିଉଡର ଜଣାଶୁଣା ନାମ ଅଟନ୍ତି । ନିକଟରେ ଅଂଶୁଲା “ଫ୍ୟାନକାଇଣ୍ଡ” ନାମକ ଏକ ଅନଲାଇନ ପୋର୍ଟାଲ ଆରମ୍ଭ କରିଛନ୍ତି । ଅଂଶୁଲା ଗୁଗଲରେ ଚାକିରୀ କରିସାରିଛନ୍ତି । ସେ ସର୍ବଦା ଅଭିନୟ ଠାରୁ ଦୂରେଇ ରହୁଥିବାର ଦେଖା ଯାଇଛନ୍ତି ।
ସବା ଅଲ୍ଲୀ ଖାନ:-
ସୈଫ ଅଲ୍ଲୀ ଖାନଙ୍କ ବଡ଼ ଝିଅ ତଥା ଶର୍ମିଲା ଟାଗୋରଙ୍କର ବଡ଼ ଝିଅ ସବା ଅଲ୍ଲୀ ଖାନ ଫିଲ୍ମ ଏବଂ ଲାଇମଲାଇଟ ଠାରୁ ଦୂରେଇ ରହିବାକୁ ପସନ୍ଦ କରିଥାନ୍ତି । ବୃତ୍ତିରେ ସବା ଜଣେ ଅଳଙ୍କାର ଡିଜାଇନର ଅଟନ୍ତି ଏବଂ ନିଜର ଏକ ବ୍ୟବସାୟ ପରିଚାଳନା କରୁଛନ୍ତି । ନିକଟରେ ସେ ଏକ ହୀରା ଚେନ ମଧ୍ୟ ଆରମ୍ଭ କରିଛନ୍ତି ।