ଦିବ୍ୟାଙ୍କା ତ୍ରିପାଠୀଙ୍କ ଭଉଣୀ ସୁନ୍ଦରତାରେ ତାଙ୍କୁ ମଧ୍ୟ ଦିଅନ୍ତି ଟକ୍କର ! ହୃତିକଙ୍କ ସହିତ କରି ସାରିଛନ୍ତି ଚଳଚିତ୍ରରେ କାମ…

ଦିବ୍ୟାଙ୍କା ତ୍ରିପାଠୀଙ୍କ ଭଉଣୀ ସୁନ୍ଦରତାରେ ତାଙ୍କୁ ମଧ୍ୟ ଦିଅନ୍ତି ଟକ୍କର ! ହୃତିକଙ୍କ ସହିତ କରି ସାରିଛନ୍ତି ଚଳଚିତ୍ରରେ କାମ…

ଟିଭି ଜଗତ ବିଷୟରେ ଆଲୋଚନା କରିବା ତେବେ ଅଭିନେତ୍ରୀ ଦିବ୍ୟାଙ୍କା ତ୍ରିପାଠୀଙ୍କ ନାମ ଟପ ଅଭିନେତ୍ରୀଙ୍କ ସୂଚୀରେ ସାମିଲ ଅଛି । ଦିବ୍ୟାଙ୍କାଙ୍କ ଧାରାବାହିକ “ୟେ ହେ ମୋହବତେ”ରୁ ଘରେ ଘରେ ନିଜ ପରିଚୟ ସୃଷ୍ଟି କରିଛନ୍ତି । ଆଜି ତାଙ୍କ ଅଭିନୟ ଯୋଗୁଁ ତାଙ୍କୁ ବଡ଼ ବଡ଼ ଧାରାବାହିକରେ ଦମଦାର ରୋଲରେ ଅଭିନୟ କରୁଥିବାର ନଜର ଆସୁଛନ୍ତି । ତାଙ୍କ ସୁନ୍ଦରତା ଓ ଚୁଲବୁଲି ଶୈଳୀର ମଧ୍ୟ ଲକ୍ଷଲକ୍ଷ ଫ୍ୟାନ୍ସ ଅଛନ୍ତି ।

କିନ୍ତୁ କଣ ଆପଣ ଜାଣନ୍ତି ଯେ ଦିବ୍ୟାଙ୍କାଙ୍କ ଏକ ଭଉଣୀ ଅଛନ୍ତି ଯିଏକି ସୁନ୍ଦରତାରେ ତାଙ୍କୁ ଟକ୍କର ଦିଅନ୍ତି ଓ ଜଣେ ଅଭିନେତ୍ରୀ ମଧ୍ୟ ଅଟନ୍ତି । ତାଙ୍କ ଭଉଣୀ ହୃତିକ ରୋଶନ ଭଳି ସୁପରଷ୍ଟାରଙ୍କ ସହିତ କାମ କରିଛନ୍ତି । ଜଣାଇଦେଉଛୁ ଯେ ଦିବ୍ୟାଙ୍କାଙ୍କ ଏହି ଭଉଣୀ ହେଉଛନ୍ତି କନିକା ତିୱାରୀ ଯିଏକି ତାଙ୍କ ସମ୍ପର୍କୀୟ ଭଉଣୀ ଅଟନ୍ତି । କନିକା ଚଳଚ୍ଚିତ୍ର ଅଗ୍ନିପଥରେ ହୃତିକଙ୍କ ସହିତ ଡେବ୍ୟୁ କରିଥିଲେ ସେତେବେଳେ ସେ ବହୁତ ଛୋଟଥିଲେ । ଯଦିଓ ବର୍ତ୍ତମାନ ଏହି ଛୋଟ ଝିଅ ୨୩ ବର୍ଷ ବୟସ୍କା ହୋଇଯାଇଛନ୍ତି ଏବଂ ସେ ବହୁତ ସୁନ୍ଦର, ହଟ ଓ ଗ୍ଲେମର୍ସ ହୋଇଯାଇଛନ୍ତି ତାଙ୍କୁ ଦେଖି ଲାଗେନାହିଁ ଯେ ସେ କୌଣସି ମାମଲାରେ ନିଜ କଜିନ ଠାରୁ କମ୍ ଅଟନ୍ତି ।

ଚଳଚ୍ଚିତ୍ର “ଅଗ୍ନିପଥ”ରେ କନିକା ଏକ ସ୍କୁଲ ଛାତ୍ରୀର ଚରିତ୍ରରେ ଅଭିନୟ କରିଥିଲେ । ଯିଏକି ହୃତିକ ରୋଶନଙ୍କ ଭଉଣୀ ଥିଲେ ଏହା ପରେ କିଛି ସମୟ ପର୍ଯ୍ୟନ୍ତ କନିକା ଚର୍ଚ୍ଚାରେ ରହିଲେ । ଚଳଚ୍ଚିତ୍ରରେ କନିକାଙ୍କ ଚରିତ୍ରକୁ ବହୁତ ପ୍ରଶଂସା କରାଗଲା ଯାହାକୁ ଦର୍ଶକ ମାନେ ବହୁତ ପସନ୍ଦ କରିଥିଲେ ।

ଏହି ଚଳଚ୍ଚିତ୍ରରେ କନିକାଙ୍କ ଉପରେ ଏକ ଗୀତ ମଧ୍ୟ ତିଆରି କରାଯାଇଥିଲା ଯାହାକି ବହୁତ ଲୋକପ୍ରିୟ ମଧ୍ୟ ହୋଇଥିଲା । “ଅଭି ମୁଝମେ କହି ବାକି ଥୋଡ଼ି ସି ହେ ଜିନ୍ଦଗୀ”, ଏହି ଗୀତ ଜରିଆରେ ଭାଇ ଭଉଣୀଙ୍କ ଭାବୁକ ମିଳନ ଦୃଶ୍ୟ ଦେଖାଯାଇଥିଲା, ଯାହା ଲୋକଙ୍କ ହୃଦୟକୁ ଛୁଇଁଗଲା ।

ସୁଚାଇଦେଉଛୁ ଯେ ଦିବ୍ୟାଙ୍କା ଭଳି କନିକା ମଧ୍ୟ ଭୋପାଳରେ ଜନ୍ମଗ୍ରହଣ କରିଛନ୍ତି । କନିକା ସେଠାରେ ହିଁ ଶିକ୍ଷା ସମାପ୍ତ କରିଛନ୍ତି । କନିକାଙ୍କୁ ଛୋଟ ବେଳରୁ ଅଭିନୟ କରିବାରେ ରୁଚି ଥିଲା ଏବଂ ତେଣୁ ସେ ମୁମ୍ବାଇ ଚାଲିଗଲେ ।

କନିକାଙ୍କ ପ୍ରତିଭାଙ୍କୁ ଏଥିରୁ ଜାଣି ପାରିବା ଯେ ସେ ଚଳଚ୍ଚିତ୍ର ଅଗ୍ନିପଥ ପାଇଁ ମୋଟ ୬ ହଜାର ପ୍ରତିଯୋଗୀଙ୍କୁ ପଛରେ ପକାଇ ନିଜ ସ୍ଥାନ ସୃଷ୍ଟି କରିଥିଲେ । ସେହି ସମୟରେ କନିକା ନିଜ ବୋର୍ଡ଼ ପରୀକ୍ଷା ପ୍ରସ୍ତୁତି କରୁଥିଲେ ଏବଂ ତାଙ୍କ ପ୍ରଧାନ ଆଚାର୍ଯ୍ୟା ତାଙ୍କୁ ଚଳଚ୍ଚିତ୍ରରେ ଅଭିନୟ କରିବା ପାଇଁ ଅନୁମତି ଦେଇଥିଲେ ନହେଲେ ସେ ଏହି ଚଳଚ୍ଚିତ୍ରରେ ଅଭିନୟ କରିପାରି ନଥାନ୍ତେ ।

ଏତିକିନୁହେଁ ଚଳଚ୍ଚିତ୍ର ଅଗ୍ନିପଥରୁ ନିଜର ବିଶେଷ ପରିଚୟ ସୃଷ୍ଟି କରିବା ପରେ କନିକା ୨୦୧୪ରେ ଆଉ କିଛି ଚଳଚ୍ଚିତ୍ର ମଧ୍ୟ କଲେ । ଯେଉଁଥିରେ “ବଏ ମିଟସ ଗାର୍ଲ, ନାମକ ଏକ ତେଲୁଗୁ ଓ କନ୍ନଡ଼ ଚଳଚ୍ଚିତ୍ରର ନାମ ମଧ୍ୟ ସାମିଲ ଅଛି ।

ଏହି ଚଳଚ୍ଚିତ୍ରରେ ସହ କଳାକାର ଭାବେ ଅଭିନୟ କରିବା ପରେ ଶେଷରେ ୨୦୧୫ ମସିହାରେ ତାଙ୍କୁ ଅଭିନେତା “ଅବି” କୁମାରଙ୍କ ସହିତ ତାମିଲ ଚଳଚ୍ଚିତ୍ରରେ ମୁଖ୍ୟ ଚରିତ୍ରରେ ଅଭିନୟ କରିବା ପାଇଁ ସୁଯୋଗ ମିଳିଥିଲା ।

ସେପଟେ ଚଳଚ୍ଚିତ୍ର “ଅଗ୍ନିପଥ” ବିଷୟରେ ଆଲୋଚନା କରିବା ତେବେ ଏଥିରେ କନିକା ଏକ ନିରୀହ ଝିଅର ଭୂମିକାରେ ନଜର ଆସିଥିଲେ । ଚଳଚ୍ଚିତ୍ରରେ ସେ ଏକ ଛୋଟ ଝିଅ ଭୂମିକାରେ ନଜର ଆସିଥିଲେ, କିନ୍ତୁ ବର୍ତ୍ତମାନ କନିକା ୨୩ ବର୍ଷ ବୟସ୍କ ହୋଇ ଯାଇଛନ୍ତି ଏବଂ ସେ ବହୁତ ବଦଳି ଯାଇଛନ୍ତି । ଏବେ ସେ ଆଗରୁ ବହୁତ ଆକର୍ଷକ ଓ ସୁନ୍ଦର ହୋଇଗଲେଣି । କିନ୍ତୁ ବର୍ତ୍ତମାନ କନିକା ପରଦାରେ ମଧ୍ୟ ନଜର ଆସନ୍ତି ନାହିଁ ।

ଯଦିଓ କନିକା ପରଦାରେ ନଜର ଆସନ୍ତି ନାହିଁ । ତାଙ୍କ ଫ୍ୟାନ୍ସମାନଙ୍କୁ ଓ ତାଙ୍କୁ ଏଥିରୁ କୌଣସି ପ୍ରଭାବ ପଡ଼େ ନାହିଁ କାରଣ କନିକା ସୋସିଆଲ ମିଡ଼ିଆରେ ମଧ୍ୟ ବହୁତ ସକ୍ରିୟ ରୁହନ୍ତି ଓ ଅଧିକାଂଶ ସମୟରେ ନିଜ ସୁନ୍ଦର ଫଟୋ ସେୟାର କରି ଫ୍ୟାନ୍ସ ମାନଙ୍କ ସହ ଜଡ଼ିତ ରୁହନ୍ତି ।

Leave a Reply

Your email address will not be published. Required fields are marked *