ଦୁବାଇରେ ହନୀମୁନ ପାଇଁ ଯାଇଥିବା ୟୁଜବେନ୍ଦ୍ର ଓ ଧନାଶ୍ରୀଙ୍କୁ ମହେନ୍ଦ୍ର ସିଂହ ଧୋନି ରାତ୍ରି ଭୋଜନରେ ନିମନ୍ତ୍ରଣ (invited) କରିଥିଲେ ! ଫଟୋ ହେଲା ଭାଇରଲ …

ଦୁବାଇରେ ହନୀମୁନ ପାଇଁ ଯାଇଥିବା ୟୁଜବେନ୍ଦ୍ର ଓ ଧନାଶ୍ରୀଙ୍କୁ ମହେନ୍ଦ୍ର ସିଂହ ଧୋନି ରାତ୍ରି ଭୋଜନରେ ନିମନ୍ତ୍ରଣ (invited) କରିଥିଲେ ! ଫଟୋ ହେଲା ଭାଇରଲ …

ଭାରତୀୟ କ୍ରିକେଟର ୟୁଜବେନ୍ଦ୍ର ଚହଲ ନିକଟରେ ନିଜ ଭାବି ସ୍ତ୍ରୀ ଧନାଶ୍ରୀ ବର୍ମିଙ୍କ ସହିତ ବିବାହ କରିଛନ୍ତି । ବର୍ତ୍ତମାନ ଏହି ଦମ୍ପତି ହନୀମୁନ ପାଇଁ ଦୁବାଇକୁ ପହଞ୍ଚିଥିଲେ, ଯେଉଁଠାରେ ଏମାନଙ୍କ ସାକ୍ଷାତ ଟିମ ଇଣ୍ଡିଆର ପୂର୍ବ କ୍ୟାପଟନ୍ ଏମ.ଏସ ଧୋନିଙ୍କ ସହିତ ହୋଇଥିଲା ।

ବାସ୍ତବରେ, ଏମ.ଏସ ଧୋନି ନିଜ ସ୍ତ୍ରୀ ସାକ୍ଷୀ ଓ ଛୁଆଙ୍କ ସହିତ ନବବର୍ଷର ଛୁଟି କାଟିବାକୁ ଯାଇଛନ୍ତି । ଏମିତିରେ ନବ ବିବାହିତ ଦମ୍ପତି ଅର୍ଥାତ ୟୁଜବେନ୍ଦ୍ର ଓ ଧନାଶ୍ରୀ ସାକକ୍ଷୀ ଓ ମାହିଙ୍କ ସହିତ ରାତ୍ରି ଭୋଜନ କଲେ ।

ଏହି ସୁଯୋଗର କିଛି ଫଟୋ ଚହଲ ଓ ଧନାଶ୍ରୀ ସୋସିଆଲ ମିଡ଼ିଆରେ ସେୟାର କରିଛନ୍ତି । ଚହଲ କ୍ୟାପଟନ୍ କୁଲ ଧୋନୀଙ୍କ ସହିତ ଫଟୋ ସେୟାର କରି ଲେଖିଛନ୍ତି ଯେ, ‘ମୁଁ ବହୁତ ଖୁସି ଓ ନିଜକୁ ଧନ୍ୟ ମନେ କରୁଛୁ ।’

ସେପଟେ ଧନାଶ୍ରୀ ମଧ୍ୟ ଧୋନି ଓ ତାଙ୍କ ସ୍ତ୍ରୀ ସହିତ ରାତ୍ରି ଭୋଜନର ଫଟୋ ସେୟାର କରି ଲେଖିଛନ୍ତି ଯେ, ‘ମୁଁ କେବଳ ଏହା କହିପାରିବି ଯେ ମୁଁ ବହୁତ ଧନ୍ୟ । ଏହା ବ୍ୟତୀତ ଏହି ଫଟୋରେ ଓ କ୍ୟାପଟନରେ ଏହା ସ୍ପଷ୍ଟ କରିଛି ଯେ ସାକ୍ଷୀ ଓ ମାହି ଏହି ଦମ୍ପତି ପାଇଁ ଏକ ସୁନ୍ଦର ରାତ୍ରି ଭୋଜନର ଆୟୋଜନ କରିଥିଲେ ।

ଏ ସମସ୍ତେ ଏକାଠି ଖୁବ ମଜା କଲେ ଓ ସମସ୍ତେ ମିଶି କିଛି ଫଟୋ ଉଠାଇଲେ ଓ ସୋସିଆଲ ମିଡ଼ିଆରେ ସେୟାର କଲେ । ଦେଖୁଦେଖୁ ତାଙ୍କ ଫଟୋ ସୋସିଆଲ ମିଡ଼ିଆରେ ଭାଇରଲ ହୋଇଗଲା ।

ସୁଚାଇଦେଉଛୁ ଯେ ୟୁଜବେନ୍ଦ୍ର ଚହଲ କିଛି ଦିନ ମଧ୍ୟରେ ଅର୍ଥାତ ୨୨ ଡିସେମ୍ବରକୁ ହିଁ କୋରିଓଗ୍ରାଫର ଧନାଶ୍ରୀଙ୍କୁ ବିବାହ କରିଥିଲେ । ୟୁଜବେନ୍ଦ୍ର ନିଜେ ବାହାଘରର ଫଟୋଗୁଡିକ ସୋସିଆଲ ମିଡ଼ିଆରେ ଫ୍ୟାନ୍ସ ମାନଙ୍କ ସହ ସେୟାର କରିଥିଲେ ।

ବାହାଘର ପରଠାରୁ ୟୁଜବେନ୍ଦ୍ର ନିଜର ନବବଧୂ ସହିତ ଦୁବାଇକୁ କିଛି ଏକୁଟିଆ ସମୟ ଅତିବାହିତ କରୁଛନ୍ତି । ସେପଟେ, ଆଇପିଏଲ ପରେ ମଧ୍ୟ ଧୋନି ନିଜ ସ୍ତ୍ରୀ ଓ ଝିଅ ଜୀବାଙ୍କ ସହ ଦୁବାଇରେ ରହୁଛନ୍ତି ।

Leave a Reply

Your email address will not be published. Required fields are marked *