ବୋଲିଉଡ଼ର ସୁପରଷ୍ଟାର ଅଭିନେତା ମିଥୁନ ଚକ୍ରବର୍ତ୍ତୀ ନିଜର ଅଭିନୟ ଦ୍ୱାରା ଦର୍ଶକଙ୍କ ମନରେ ନିଜର ଏକ ଅଲଗା ପରିଚୟ ସୃଷ୍ଟି କରିଛନ୍ତି । ମିଥୁନ ସେହି ଲୋକପ୍ରିୟ ଅଭିନେତାଙ୍କ ମଧ୍ୟରେ ସାମିଲ ଅଛନ୍ତି ଯାହାଙ୍କୁ ନିଜର ପ୍ରଥମ ଫିଲ୍ମ ପାଇଁ ସର୍ବଶ୍ରେଷ୍ଠ ଅଭିନେତାର ରାଷ୍ଟ୍ରୀୟ ପୁରସ୍କାର ଦିଆଯାଇଥିଲା । ଖୁବ କମ ଲୋକ ଜାଣନ୍ତି ଯେ ମିଥୁନ ଚକ୍ରବର୍ତ୍ତୀଙ୍କ ପ୍ରକୃତ ନାମ ଗୌରାଙ୍ଗ ଚକ୍ରବର୍ତ୍ତୀ ଅଟେ ।
ମିଥୁନ ଚକ୍ରବର୍ତ୍ତୀ ୧୯୭୬ରେ ବୋଲିଉଡ଼ରେ ଫିଲ୍ମ ମୃଗୟାରୁ ଡେବ୍ୟୁ କରିଥିଲେ । ପ୍ରଥମ ଫିଲ୍ମ ପାଇଁ ତାଙ୍କୁ ବେଷ୍ଟ ଏକ୍ଟରର ଜାତୀୟ ଆୱାର୍ଡ ମଧ୍ୟ ମିଳିଥିଲା ।
ମିଥୁନଙ୍କୁ ଅଭିନୟ, ଆକ୍ସନ ଏବଂ ଡ୍ୟାନ୍ସ ତିନୋଟିରେ ମହାରତ ହାସଲ ହୋଇଛି । ସେ ଅଲଗା ଅଲଗା ଭାଷାରେ ଯଥା – ବଙ୍ଗଳା, ହିନ୍ଦୀ, ଓଡ଼ିଆ, ଭୋଜପୁରୀ, ତାମିଲ, ତେଲୁଗୁ, କନ୍ନଡ଼ ଏବଂ ପଞ୍ଜାବୀରେ ୩୫୦ରୁ ଅଧିକ ଫିଲ୍ମରେ କାମ କରିଛନ୍ତି ।
ଫିଲ୍ମରେ ନାମ ଅର୍ଜନ କରିବା ସହିତ ଅଭିନେତା ଜଣକ ସମ୍ପତ୍ତିରେ ମଧ୍ୟ ଖୁବ ନାମ କମେଇଛନ୍ତି । ମିଥୁନ ଦାଙ୍କ ମୋଟ ସମ୍ପତ୍ତି ବିଷୟରେ କହିଲେ ଆଜିବି ସେ ୨୫୮ କୋଟି ଟଙ୍କାର ମାଲିକ ଅଟନ୍ତି । ମିଥୁନ ଦା ମୁମ୍ବାଇରେ ନିଜର ପରିବାର ସହିତ ଆଲିଶାନ ବଙ୍ଗଳାରେ ରହନ୍ତି ।
ମୁମ୍ବାଇରେ ତାଙ୍କର ଆଲିଶାନ ବଙ୍ଗଳା ରହିଛି । ମିଥୁନ ଦା ଅଭିନେତା ହେବା ସହିତ ‘ମୋନାର୍କ ଗ୍ରୁପ ଅଫ ହୋଟେଲସ’ର ମାଲିକ ଅଟନ୍ତି । ତାମିଲନାଡୁର ଉଟି, ମାସିନାଗୁଡ଼ି ଏବଂ କର୍ଣ୍ଣାଟକର ମୈସୁରରେ ତାଙ୍କର ଲଗଜରି ହୋଟେଲ ରହିଛି ।
ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ମିଥୁନ ଦାଙ୍କ ଉଟିରେ ଥିବା ହୋଟେଲରେ ୫୯ଟି ରୁମ, ୪ଟି ଲଗଜରି ସୁଇଟ୍ସ, ହେଲଥ ଫିଟନେସ ସେଣ୍ଟର, ଇନଡୋର ସ୍ୱିମିଙ୍ଗ ପୁଲ, ଲେଜର ଡିସ୍କ ଥିଏଟର, ମିଡ ନାଇଟ କାଉ ବୟ ବାର ଏଣ୍ଡ ଡିସ୍କୋ ଏବଂ କିଡସ ଫର୍ନିଚର ସହିତ ସବୁ ପ୍ରକାରର ସୁବିଧା ସାମିଲ ହୋଇଛି । କେବଳ ଏତିକି ନୁହେଁ ।
ପୁଣି ଯଦି ଆମେ ମସିନାଗୁଡ଼ି ବିଷୟରେ କହିବା ତେବେ ସେଠାରେ ୧୬ଟି ରୁମ, ୧୪ଟି ଟ୍ଵିନ୍ସ ମଞ୍ଚାସ, ୪ଟି ଷ୍ଟାଣ୍ଡର୍ଡ ରୁମ, ମଲ୍ଟିକୁଶୀନ ରେଷ୍ଟୁରାଣ୍ଟ ଏବଂ ଚିଲଡ୍ରେନ ପ୍ଲେ ଗ୍ରାଉଣ୍ଡ ସହିତ ହର୍ଷ ରାଇଡିଂ ଏବଂ ଜୀପ ଦ୍ୱାରା ଜଙ୍ଗଲ ରାଇଡିଂ ଭଳି ସୁବିଧା ମଧ୍ୟ ଉପଲବ୍ଧ ଅଛି ।
ମୈସୁର ସ୍ଥିତ ହୋଟେଲରେ ୧୮ ୱେଲ ଫର୍ନିସ ଏସି କୋଟେଜ, ୨ଟି ଏସି ସୁଇଟ୍ସ, ଓପନ ଏୟର ମଲ୍ଟିକୁଶୀନ ରେଷ୍ଟୁରାଣ୍ଟ ସହିତ ସ୍ୱିମିଙ୍ଗ ପୁଲ, ପୁଲ ଟେବୁଲ ଏବଂ ଟ୍ରେବଲ ସମ୍ବନ୍ଧୀୟ ସୁବିଧା ମଧ୍ୟ ଉପଲବ୍ଧ ଅଛି । ମିଥୁନ ଜଣେ କଳାକାର ହେବା ସହିତ ଜଣେ ସଫଳ ବିଜେନସମ୍ୟାନ ମଧ୍ୟ ଅଟନ୍ତି । ଏହି ହୋଟେଲ ଗୁଡ଼ିକରୁ ମିଥୁନ କୋଟିକୋଟି ଟଙ୍କା ରୋଜଗାର କରନ୍ତି ।
ତାଙ୍କ ପରିବାର ବିଷୟରେ କହିବାକୁ ଗଲେ ତାଙ୍କର ତିନିଜଣ ପୁଅ ଏବଂ ଜଣେ ଝିଅ ଅଛନ୍ତି । ଏକ ବର୍ଷ ପୂର୍ବେ ମିଥୁନ ତାଙ୍କ ପୁଅ ଅକ୍ଷୟଙ୍କର ବିହାର କରାଇଥିଲେ । ତାଙ୍କ ବୋହୂ ମଦାଲସା ଶର୍ମା ମଧ୍ୟ ଜଣେ ଅଭିନେତ୍ରୀ ଅଟନ୍ତି ।
ସେ ଦିଶାନୀଙ୍କୁ ପାଳି ଥିଲେ । ମିଥୁନ ଦିଶାନୀଙ୍କୁ ଆବର୍ଜନାରୁ ପାଇଥିଲେ । ଯେତେବେଳେ ସେ ପିଲାଟିକୁ ଦେଖିଥିଲେ ସେତେବେଳେ ତାକୁ ପାଖରେ ରଖିବାକୁ ମନ କରିଥିଲେ ଏବଂ ତାଙ୍କ ସ୍ତ୍ରୀ ଯୋଗୀତା ମଧ୍ୟ ତାଙ୍କୁ ସପୋର୍ଟ କରିଥିଲେ ଏବଂ ପିଲାଟିକୁ ଘରକୁ ନେଇ ଆସିଥିଲେ ।
ତାଙ୍କ ଲାଳନପାଳନରେ କୌଣସି ଅଭାବ ରଖିନଥିଲେ । ଆଜି ଦିଶାନୀ ବଡ଼ ହୋଇ ଯାଇଛନ୍ତି, ବିଦେଶରେ ପଢ଼ୁଛନ୍ତି ଏବଂ ଖୁବଶୀଘ୍ର ବୋଲିଉଡ଼ରେ ମଧ୍ୟ ପାଦ ଦେବେ ।