୨୦୨୧ମସିହା ଜାନୁଆରୀରେ ୧୬ ଦିନ ବନ୍ଦ ରହିବ ବ୍ୟାଙ୍କ ! ନିମ୍ନରେ ପ୍ରଦତ୍ତ ତାଲିକାରେ ଦେଖନ୍ତୁ କେଉଁ କେଉଁ ଦିନ ରହିବ ଛୁଟି …

୨୦୨୧ମସିହା ଜାନୁଆରୀରେ ୧୬ ଦିନ ବନ୍ଦ ରହିବ ବ୍ୟାଙ୍କ ! ନିମ୍ନରେ ପ୍ରଦତ୍ତ ତାଲିକାରେ ଦେଖନ୍ତୁ କେଉଁ କେଉଁ ଦିନ ରହିବ ଛୁଟି …

୨୦୨୧ ମସିହା ନୂତନ ବର୍ଷରେ ସମସ୍ତଙ୍କୁ ହର୍ଦ୍ଧିକ ଅଭିନନ୍ଦନ । ଚଳିତ ୨୦୨୧ ମସିହାଟି ସମସ୍ତଙ୍କ ପାଇଁ ମଙ୍ଗଳଦୟାକ ରହୁ, ଏହା ହିଁ ଭଗବାନଙ୍କ ନିକଟରେ ପ୍ରାର୍ଥନା । ନୂତନ ବର୍ଷଟିକୁ ଅତ୍ୟନ୍ତ ରୋମାଞ୍ଚକର କରିବା ପାଇଁ ଏଭିଳି କିଛି ଲୋକ ଅଛନ୍ତି, ଯେଉଁମାନେ ପରିବାର ସହ ଅନ୍ୟତ୍ର ସ୍ଥାନକୁ ଯାତ୍ରା କରିଛନ୍ତି । ଏଭଳି ପରିସ୍ଥିତିରେ ସେମାନେ କ୍ୟାଲେଣ୍ଡରରେ ଛୁଟି ଦିନକୁ ଦେଖିଛନ୍ତି । ତେବେ ଛୁଟି କଥା କହିବାକୁ ଗଲେ, ଏହିବର୍ଷ ଜାନୁଆରୀ ମାସରେ ସମ୍ପୂର୍ଣ୍ଣ ୧୬ ଦିନ ପାଇଁ ବ୍ୟାଙ୍କ ବନ୍ଦ ରହିବ । ଯଦି ଏହି ମାସରେ ଆପଣଙ୍କର ବ୍ୟାଙ୍କ ସହ ଜଡିତ କୌଣସି ଗୁରୁତ୍ତ୍ୱପୂର୍ଣ୍ଣ କାମ ଅଛି, ତେବେ ଏହି ଖବରକୁ ଧ୍ୟାନର ସହ ପଢିଦିଅନ୍ତୁ । ଏହା ଆପଣଙ୍କ କାମର ଖବର ଅଟେ ।

ଏକ ଇଂଲିଶ ୱେବସାଇଟ ଅନୁଯାୟୀ, ଜାନୁଆରୀ ୨୦୨୧ରେ ଏଭଳି କିଛି ଛୁଟି ପଡୁଛି, ଯେଉଁଥିପାଇଁ ଏହି ମାସରେ ବ୍ୟାଙ୍କ ୧୬ ଦିନ ପାଇଁ ବନ୍ଦ ରହିବ । ଆପଣଙ୍କ ସୂଚନା ପାଇଁ କହିରଖୁଛୁ ଯେ, ଏହି ଛୁଟିଗୁଡିକ ମଧ୍ୟରେ ଦ୍ୱିତୀୟ ଏବଂ ଚତୁର୍ଥ ଶନିବାରର ଅତିରିକ୍ତ ଚାରୋଟି ରବିବାର ମଧ୍ୟ ଅନ୍ତର୍ଭୁକ୍ତ ରହିଛି । ଏଥିସହିତ ଜାତୀୟ ଛୁଟିଦିନ ବିଷୟରେ କହିବାକୁ ଗଲେ, ଗଣତନ୍ତ୍ର ଦିବସ ଅର୍ଥାତ ଜାନୁଆରୀ ୨୬ ତାରିଖ ଦିନ ବ୍ୟାଙ୍କ ବନ୍ଦ ରହିବ । ଏହି ଜାନୁଆରୀ ମାସରେ ଗୋଟିଏ ମାତ୍ର ଜାତୀୟ ଛୁଟିଦିନ ରହିଛି ।

ବାସ୍ତବରେ, ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ନୂତନ ବର୍ଷକୁ ପାଳନ କରିବାପାଇଁ ଚେନ୍ନାଇ, ଆଇଜଲ, ଗ୍ୟାଙ୍ଗଟକ, ଇଂଫାଲ ଏବଂ ଶୀଲଙ୍ଗରେ ବ୍ୟାଙ୍କ ଗୁଡିକ ଛୁଟି ରହିଛି । ଏଥିପାଇଁ ଏହିସବୁ ସ୍ଥାନକୁ ଛାଡି ଭାରତର ଅନ୍ୟ ସମସ୍ତ ପ୍ରମୁଖ ସହରରେ ୧ ଜାନୁଆରୀ ୨୦୨୧ ଦିନ ବ୍ୟାଙ୍କ ଖୋଲା ରହିବ । ଏଭଳି ପରିସ୍ଥିତିରେ ନୂତନ ବର୍ଷ ପାଳନ କରିବାପାଇଁ ଆଇଜଲକୁ ଗୋଟିଏ ଦିନ ଅଧିକ ଛୁଟି ମିଳିଛି । ଅର୍ଥାତ ସେଠାରେ ଜାନୁଆରୀ ୨ ତାରିଖରେ ମଧ୍ୟ ବ୍ୟାଙ୍କ ରହିବ । ଏଥିସହିତ ଜାନୁଆରୀ ୧୨ ତାରିଖ ଦିନ ସ୍ୱାମୀ ବିବେକାନନ୍ଦ ଜୟନ୍ତୀ ଯୋଗୁଁ ବ୍ୟାଙ୍କ ଛୁଟି ରହିବ ।

ଏହାପରେ ଜାନୁଆରୀ ୧୪ ତାରିଖ ଦିନ ମକର ସଂକ୍ରାନ୍ତି ଯୋଗୁଁ ଅହମଦାବାଦ, ଗ୍ୟାଙ୍ଗଟକ ଏବଂ ହାଇଦ୍ରାବାଦର ବ୍ୟାଙ୍କ ବନ୍ଦ ରହିବ । ଚେନ୍ନାଇରେ ଭିନ୍ନ ଭିନ୍ନ ଛୁଟି ଯୋଗୁଁ ବ୍ୟାଙ୍କ ୧୫ ରୁ ୧୭ ଜାନୁଆରୀ ଅର୍ଥାତ ତିନିଦିନ ବନ୍ଦ ରହିବ । ହାଇଦ୍ରାବାଦର ବ୍ୟାଙ୍କରେ ତିରୁଭଲାପୁର ଦିବସ, ମାଘ ବିହୁ ଏବଂ ଟୁସୁ ପୂଜା ଯୋଗୁଁ ଜାନୁଆରୀ ୧୫ ତାରିଖ ଦିନ ଛୁଟି ରହିବ । ଚଣ୍ଡୀଗଡ଼ରେ ୨୦ ଜାନୁଆରୀ ଦିନ ଗୁରୁ ଗୋବିନ୍ଦ ସିଂହଙ୍କର ଜନ୍ମଦିନ ହେବା ଯୋଗୁଁ ବ୍ୟାଙ୍କ ଛୁଟି ରହିବ । ଏଥିସହିତ ଇମ୍ପାଲୁ ଇରତପା କାରଣରୁ ଇମ୍ଫାଲ ବ୍ୟାଙ୍କରେ ୨୫ ଜାନୁଆରୀ ୨୦୨୧ ଦିନ ବ୍ୟାଙ୍କ ଛୁଟି ରହିବ ।

ଜାତୀୟ ବ୍ୟାଙ୍କ ଛୁଟିର ତାଲିକା ଏହି ପ୍ରକାରର ଅଟେ:-

୧ ଜାନୁଆରୀ ୨୦୨୧ ଦିନ ନୂତନ ବର୍ଷ

୨ ଜାନୁଆରୀ ୨୦୨୧ ଦିନ ନୂତନ ବର୍ଷ

୩ ଜାନୁଆରୀ ୨୦୨୧ ଦିନ ରବିବାର

୯ ଜାନୁଆରୀ ୨୦୨୧ ଦିନ ଦ୍ୱିତୀୟ ଶନିବାର

୧୦ ଜାନୁଆରୀ ୨୦୨୧ ଦିନ ସାପ୍ତାହିକ ଛୁଟି (ରବିବାର)

୧୨ ଜାନୁଆରୀ ୨୦୨୧ ଦିନ ସ୍ୱାମୀ ବିବେକାନନ୍ଦ ଜନ୍ମଦିନ

୧୪ ଜାନୁଆରୀ ୨୦୨୧ ଦିନ ମକର ସଂକ୍ରାନ୍ତି / ପଙ୍ଗୋଲ / ମାଘ ସଂକ୍ରାନ୍ତି

୧୫ ଜାନୁଆରୀ ୨୦୨୧ ଦିନ ତିରୁଭଲପୁର ଦିବସ / ମାଘ ବିହୁ ଏବଂ ଟୁସୁ ପୂଜା

୧୬ ଜାନୁଆରୀ ୨୦୨୧ ଦିନ ଉଝାବର ଥିରୁନଲ

୧୭ ଜାନୁଆରୀ ୨୦୨୧ ଦିନ ରବିବାର

୨୦ ଜାନୁଆରୀ ୨୦୨୧ ଦିନ ଗୁରୁ ଗୋବିନ୍ଦ ସିଂହ ଜନ୍ମଦିବସ

୨୩ ଜାନୁଆରୀ ୨୦୨୧ ଦିନ ଚତୁର୍ଥ ଶନିବାର , ନେତାଜୀ ସୁଭାଷ ଚନ୍ଦ୍ରଙ୍କର ଜନ୍ମଦିନ

୨୪ ଜାନୁଆରୀ ୨୦୨୧ ଦିନ ରବିବାର

୨୫ ଜାନୁଆରୀ ୨୦୨୧ ଦିନ ଇମୋଇନୁ ଇରପା

୨୬ ଜାନୁଆରୀ ୨୦୨୧ ଦିନ ଗଣତନ୍ତ୍ର ଦିବସ

୩୧ ଜାନୁଆରୀ ୨୦୨୧ ଦିନ ରବିବାର

Leave a Reply

Your email address will not be published. Required fields are marked *