ଜାରି ହେଲା ନୂଆ ଗଇଡ଼ଲାଇନ୍ ! କଣ୍ଟେନମେଣ୍ଟ ଜୋନରେ ଲକ୍ଡ଼ାଉନ୍ ଜାନୁଆରୀ ୩୧ ପର୍ଯ୍ୟନ୍ତ ରହିବା ବଳବତ୍ତର !

ଜାରି ହେଲା ନୂଆ ଗଇଡ଼ଲାଇନ୍ ! କଣ୍ଟେନମେଣ୍ଟ ଜୋନରେ ଲକ୍ଡ଼ାଉନ୍ ଜାନୁଆରୀ ୩୧ ପର୍ଯ୍ୟନ୍ତ ରହିବା ବଳବତ୍ତର !

ଜାନୁୟାରୀ ମାସ ଲାଗି କୋଭିଡ୍ କଟକଣା କିଭଳି ରହିବ ସେ ନେଇ ନୂତନ ଗାଇଡଲାଇନ୍ ଜାରି କରିଛନ୍ତି ରାଜ୍ୟ ସରକାର । ସ୍ଵତନ୍ତ୍ର ରିଲିଫ୍ କମିସନରଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି ଏହି ଗାଇଡଲାଇନରେ କଣ୍ଟେନମେଣ୍ଟ ଜୋନରେ ଲକ୍ଡ଼ାଉନ୍ ଜାରି ରହିବ ବୋଲି କୁହାଯାଇଛି । କଣ୍ଟେନମେଣ୍ଟ ଜୋନରେ ଏହି ନିଷେଧାଦେଶ ଆସନ୍ତା ଜାନୁୟାରୀ ୩୧ ତାରିଖ ପର୍ଯ୍ୟନ୍ତ ବଳବତ୍ତର ରହିବ । କୋଭିଡ୍‌-୧୯ ସଂକ୍ରମଣର ସ୍ଥିତିକୁ ଦେଖି ରାଜ୍ୟ ସରକାର ଓ ସ୍ଥାନୀୟ ପ୍ରଶାସନ କଣ୍ଟେନମେଣ୍ଟ ଜୋନ୍‌ ଗୁଡ଼ିକୁ ଚିହ୍ନଟ କରିବେ ଏବଂ ଏହି କଣ୍ଟେନମେଣ୍ଟ ଜୋନ୍‌ ଗୁଡିକର ସୂଚନା ସମ୍ପୃକ୍ତ ଜିଲ୍ଲାର ଜିଲ୍ଲାପାଳଙ୍କ ୱେବସାଇଟ୍ ଏବଂ ରାଜ୍ୟ ସରକାରଙ୍କ ୱେବସାଇଟରେ ପ୍ରଦାନ କରିବେ ।

ନୂଆ ଲକ୍ଡ଼ାଉନ୍ :

– କଣ୍ଟେନମେଣ୍ଟ ଜୋନରେ କେବଳ ଜରୁରୀ କାର୍ଯ୍ୟକଳାପକୁ ଅନୁମତି ଦିଆଯିବ ।

– ଜରୁରୀକାଳୀନ ଚିକିତ୍ସାର ସୁବିଧା, ଅତ୍ୟାବଶ୍ୟକ ସାମଗ୍ରୀ ଏବଂ ସେବା ଯୋଗାଣକୁ ବଜାୟ ରଖିବା ପାଇଁ ଏହି ଜୋନ୍ ଗୁଡିକରେ କିମ୍ବା ବାହାରେ ଲୋକମାନଙ୍କର ଚଳପ୍ରଚଳକୁ ଅନୁମତି ମିଳିବ ।

– ଅନ୍ୟସବୁ କ୍ଷେତ୍ରରେ ଯିବାଆସିବା ଉପରେ କଡା ନିୟନ୍ତ୍ରଣ ରହିବ ।

– ଏହି ଜୋନରେ ସର୍ଭିଲାନ୍ସ ଟିମ୍ ଘରକୁ ଘର ବୁଲି ଲୋକମାନଙ୍କର ସ୍ଵାସ୍ଥ୍ୟ ପରୀକ୍ଷା କରିବେ ।

– ନିର୍ଦ୍ଦିଷ୍ଟ ପ୍ରୋଟୋକଲ୍ ଅନୁଯାୟୀ ସମସ୍ତଙ୍କର କୋଭିଡ୍ ପରୀକ୍ଷା ମଧ୍ୟ କରାଯିବ ।

– କୋଭିଡ୍ ପଜିଟିଭ୍ ଚିହ୍ନଟ ସବୁ ବ୍ୟକ୍ତିଙ୍କର ୭୨ ଘଣ୍ଟା ମଧ୍ୟରେ କଣ୍ଟାକ୍ଟ ଟ୍ରେସିଂ କରାଯିବ । ଯେଉଁମାନେ ସେମାନଙ୍କ ସଂସ୍ପର୍ଶରେ ଆସିଛନ୍ତି ସେମାନଙ୍କୁ ୧୪ ଦିନ ସଙ୍ଗରୋଧରେ ରଖାଯିବ ।

– କରୋନା ରୋଗୀଙ୍କର ଅତିକମରେ ୮୦ ଭାଗ କଣ୍ଟାକ୍ଟ ଟ୍ରେସିଂ କରାଯିବ ବୋଲି ନିର୍ଦ୍ଦେଶାବଳୀରେ କୁହାଯାଇଛି ।

– ଯଦି କରୋନା ସଂକ୍ରମିତ ରୋଗୀ ନିଜେ ଘରେ ହିଁ ଆଇସୋଲେସନରେ ରହିବାକୁ ଚାହାଁନ୍ତି; ତେବେ ସେ ଘରେ ରହିପାରିବେ, ରୋଗୀକୁ ଡାକ୍ତରୀ ସୁବିଧା ମଧ୍ୟ ଦିଆଯିବ । କିନ୍ତୁ ସ୍ଵସ୍ଥ୍ୟାବସ୍ଥା ଗୁରୁତ୍ଵାରୋ ହେଲେ ସଙ୍ଗେସଙ୍ଗେ ଡାକ୍ତରଖାନାକୁ ପଠାଇବାର ବ୍ୟବସ୍ଥା କରାଯିବ ।

– କଣ୍ଟେନମେଣ୍ଟ ଜୋନରେ ନିୟମକୁ ଯେପରି କଡାକଡି ଭାବରେ ପାଳନ କରାଯିବ, ଏହାର ସ୍ଥାନୀୟ ପ୍ରଶାସନ, ଜିଲ୍ଲା ପୁଲିସ ପ୍ରଶାସନ ଏବଂ ମୁନିସପାଲ୍ କର୍ତ୍ତୃପକ୍ଷ ନିଶ୍ଚିତ କରିବେ ।

Leave a Reply

Your email address will not be published. Required fields are marked *