ଜୀବନରେ ହେବାକୁ ଥିବା କିଛି ଘଟଣାର ସଂକେତ ଦେଇଥାଏ ପେଚା ! ଜାଣନ୍ତୁ ପେଚା ଦେଖିବାର ଅର୍ଥ…

ଜୀବନରେ ହେବାକୁ ଥିବା କିଛି ଘଟଣାର ସଂକେତ ଦେଇଥାଏ ପେଚା ! ଜାଣନ୍ତୁ ପେଚା ଦେଖିବାର ଅର୍ଥ…

ଶାସ୍ତ୍ରରେ ପେଚାକୁ ମାଁ ଲକ୍ଷ୍ମୀଙ୍କ ବାହନ ବୋଲି କୁହାଯାଏ । ଶାସ୍ତ୍ର ଅନୁସାରେ ଯଦି କୌଣସି ବ୍ୟକ୍ତି ହଠାତ ପେଚା ଦେଖେ ତେବେ ଏହାର ଅର୍ଥ କାହାକୁ ଧନ ଲାଭ ହେବାକୁ ଯାଉଛି । ଏଥିପାଇଁ ଯେବେମଧ୍ୟ ଆପଣଙ୍କୁ ପେଚା ନଜର ଆସେ ତେବେ ଆଦୌ ଭୟ କରିବେ ନାହିଁ । ସେପଟେ ପେଚା ଦେଖିବା ଫଳରେ ଆଉ କେଉଁ କେଉଁ ସଂକେତ ଜଡ଼ିତ, ଏହା ବିଷୟରେ ବିସ୍ତାର ପୂର୍ବକ ନିମ୍ନରେ ଦିଆଯାଇଛି ।

ପେଚା ଦେଖିବା ଅର୍ଥ

ଯଦି କୌଣସି ବ୍ୟକ୍ତିକୁ ପେଚା ନଜର ଆସେ ଓ ପେଚା ବ୍ୟକ୍ତିର ଆଖିରେ ଦେଖେ ତେବେ ଏହାର ଅର୍ଥ ଏହିକିଯେ ଆପଣଙ୍କ ଆର୍ଥିକ ସ୍ଥିତିରେ ବୃଦ୍ଧି ହେବାକୁ ଯାଉଛି ଓ ଧନ ସହ ଜଡ଼ିତ ସମସ୍ତ ସମସ୍ୟା ଶେଷ ହେବାକୁ ଯାଉଛି । ଏଥିପାଇଁ କେବେମଧ୍ୟ ଆପଣଙ୍କ ନଜର ପେଚା ଉପରେ ପଡ଼ିଯାଏ ତେବେ ଆପଣ ଭୟ କରନ୍ତୁ ନାହିଁ । ଏହା ଏକ ଶୁଭ ସଂକେତ ଅଟେ ।

କୌଣସି ରୋଗୀ ବ୍ୟକ୍ତିକୁ ଯଦି ପେଚା ଛୁଇଁ ଦିଏ କିମ୍ବା ତା ମୁଣ୍ଡ ଉପରୁ ଉଡି ଚାଲିଯାଏ ତେବେ ଏହା ଏକ ଶୁଭ ସଂକେତ ଅଟେ । ଏହାର ଅର୍ଥ ଏହିକିଯେ ରୋଗୀ ବ୍ୟକ୍ତିର ରୋଗ ଭଲ ହେବାକୁ ଯାଉଛି ଓ ତାହାର ସମସ୍ତ କଷ୍ଟ ଶେଷ ହୋଇଯିବ ।

ଯଦି ଆପଣଙ୍କୁ ସବୁବେଳେ ନିଜ ଆଖପାଖରେ ପେଚା ନଜର ଆସେ ତେବେ ଏହାର ଅର୍ଥ ଏହିକିଯେ ଆପଣଙ୍କୁ କେଉଁଠାରୁ ଧନଲାଭ ହେବାକୁ ଯାଉଛି ଓ ମାଁ ଲକ୍ଷ୍ମୀଙ୍କ କୃପା ଆପଣଙ୍କ ଉପରେ ରହିବ ।

ସ୍ୱପ୍ନରେ ପେଚା ନଜର ଆସିବା ଶୁଭ ହୋଇଥାଏ । ଯେଉଁ ଲୋକଙ୍କ ସ୍ୱପ୍ନରେ ପେଚା ଆସେ ତାଙ୍କୁ ଜୀବନରେ ଉନ୍ନତି ମିଳେ ଓ ଧନ ଆଗମନର ସମସ୍ତ ମାର୍ଗ ଖୋଲିଯାଏ ।

ସକାଳ ସମୟରେ ପୂର୍ବ ଦିଗ ଆଡକୁ ପେଚା ଦେଖାଗଲେ କିମ୍ବା ଏହି ଦିଗରୁ ପେଚାର ଶବ୍ଦ ଶୁଭିଲେ ଏହା ଆକସ୍ମିକ ଧନପ୍ରାପ୍ତିର ସଂକେତ ହୋଇଥାଏ ।

ପେଚା ବାମ ଆଡ଼କୁ ଦେଖିବାକୁ ଶୁଭ ବୋଲି କୁହାଯାଏ ଓ ଏହି ଦିଗରେ ପେଚା ନଜର ଆସିବା ଋଣରେ ଦିଆଯାଇଥିବା ଟଙ୍କା ପୁଣିଥରେ ଫେରି ପାଇବା ସଂକେତ ହୋଇଥାଏ ।

ପେଚା ସହ ଜଡ଼ିତ ଅଶୁଭ ସଂକେତ

ପେଚା ସହିତ କିଛି ଅଶୁଭ ସଂକେତ ମଧ୍ୟ ଜଡ଼ିତ

ପେଚା ଡ଼ାହାଣ ଆଡ଼କୁ ଦେଖିବା କିମ୍ବା କହିବା ଅଶୁଭ ବୋଲି ଧରାଯାଏ । ଯଦି ଏହି ଦିଗ ଆଡ଼କୁ ପେଚାଦେଖାଯାଏ କିମ୍ବା ତାର ଶବ୍ଦ ଶୁଭେ ତେବେ ଏହାର ଅର୍ଥ ଆପଣଙ୍କ ସହିତ କିଛି ଅଶୁଭ ହେବାକୁ ଯାଉଛି ଏବଂ ଆପଣଙ୍କ ଜୀବନରେ କୌଣସି ଅସୁବିଧା ଆସିବାକୁ ଯାଉଛି ।
ପେଚା ଘରର ଛାତରେ ଆସିବସେ ଓ ଛାତରେ ବସି ଶବ୍ଦକରେ, ତେବେ ଏହା ମଧ୍ୟ ଅଶୁଭ ହୋଇଥାଏ । ଏହାର ଅର୍ଥ ଏହିକିଯେ ପରିବାରର କୌଣସି ସଦସ୍ୟଙ୍କ ସ୍ୱାସ୍ଥ୍ୟ ଖରାପ ହେବାକୁ ଯାଉଛି ।

ସୌଜନ୍ୟ : newstrend

Leave a Reply

Your email address will not be published. Required fields are marked *