IAS ସାକ୍ଷାତକାରରେ ପଚରାଯାଇଥିବା ପ୍ରଶ୍ନ : “ମିଛ କହିବା ସମୟରେ ଶରୀରର କେଉଁ ଅଙ୍ଗ ଗରମ ହୋଇଯାଏ ?” ଏହିପରି ଆହୁରି ଅନେକ ପ୍ରଶ୍ନ ରହିଛି, ଜାଣନ୍ତୁ !

IAS ସାକ୍ଷାତକାରରେ ପଚରାଯାଇଥିବା ପ୍ରଶ୍ନ : “ମିଛ କହିବା ସମୟରେ ଶରୀରର କେଉଁ ଅଙ୍ଗ ଗରମ ହୋଇଯାଏ ?” ଏହିପରି ଆହୁରି ଅନେକ ପ୍ରଶ୍ନ ରହିଛି, ଜାଣନ୍ତୁ !

ବର୍ତ୍ତମାନ ସମୟରେ ପ୍ରତ୍ୟେକ ଯୁବକମାନେ ଚାହିଁଥାନ୍ତି, ଭଲ ପାଠପଢି ନିଜ ଜୀବନରେ ଜଣେ ଉଚ୍ଚପଦସ୍ଥ ଅଧିକାରୀ ହେବା ନିମନ୍ତେ । IAS ଅଧିକାରୀ ହେବାର ସ୍ୱପ୍ନ ସମସ୍ତେ ଦେଖିଥାନ୍ତି । ଆପଣଙ୍କୁ କହିରଖୁଛୁ ଯେ, UPSC ପରୀକ୍ଷା ଦେଶର ସବୁଠାରୁ କଠିନ ପରୀକ୍ଷା ମଧ୍ୟରୁ ଅନ୍ୟତମ ଅଟେ । ବହୁତ ଲୋକମାନେ ଏହି ପରୀକ୍ଷାରେ ସଫଳତା ହାସଲ କରିବା ପାଇଁ କଠିନ ପରିଶ୍ରମ କରିଥାନ୍ତି କିନ୍ତୁ ସଫଳତା ସମସ୍ତଙ୍କୁ ମିଳିନଥାଏ । ଏହି ପରୀକ୍ଷାରେ ଇଣ୍ଟରଭ୍ୟୁ ସବୁଠାରୁ କଷ୍ଟଦାୟକ ହୋଇଥାଏ । ପ୍ରତିବର୍ଷ ଲକ୍ଷ ଲକ୍ଷ ପିଲା UPSC ସିଭିଲ୍ ସର୍ଭିସ୍ ପରୀକ୍ଷା ପାଇଁ ଆବେଦନ କରିଥାନ୍ତି । ଏହି ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ IAS ଅଧିକାରୀ ହେବା ନିମନ୍ତେ ସମସ୍ତେ ଆଶା ସଞ୍ଚାର କରିଥାନ୍ତି, କିନ୍ତୁ ଏହା ଏତେ ସହଜ ହୋଇନଥାଏ । ସର୍ବପ୍ରଥମେ ପରୀକ୍ଷାରେ ଉତ୍ତୀର୍ଣ୍ଣ କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଟେ ଏବଂ ପରବର୍ତ୍ତୀ ସମୟରେ ସାକ୍ଷାତକାର (ଇଣ୍ଟରଭ୍ୟୁ)ରେ ଉତ୍ତୀର୍ଣ୍ଣ କରିବା ଆହୁରି ମଧ୍ୟ କଷ୍ଟକର ହୋଇଥାଏ ।

ସିଭିଲ୍ ସର୍ଭିସ୍ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ପରେ ଏକ ସାକ୍ଷାତକାର ହୋଇଥାଏ, ଯାହା ବହୁତ କଷ୍ଟସାଧ୍ୟ ବୋଲି ବିବେଚନା କରାଯାଇଥାଏ । ଅଧିକାଂଶ ପ୍ରାର୍ଥୀମାନେ ସାକ୍ଷାତକାରରେ ବିଫଳ ହୋଇଯାଇଥାନ୍ତି । ବାସ୍ତବରେ, ସାକ୍ଷାତକାରରେ, ପ୍ରାର୍ଥୀଙ୍କୁ ଏପରି ପ୍ରଶ୍ନ ପଚରାଯାଏ, ଯାହା ମନକୁ ଭ୍ରମରେ ପକାଇଦେଇଥାଏ । ଏହି ପ୍ରଶ୍ନ ପ୍ରାର୍ଥୀଙ୍କ ମସ୍ତିଷ୍କର ଦକ୍ଷତାକୁ ପରୀକ୍ଷା କରିଥାଏ । ସାକ୍ଷାତକାରରେ ଉତ୍ତୀର୍ଣ୍ଣ କରିବା ସମସ୍ତଙ୍କ ପକ୍ଷେ ସମ୍ଭବପର ହୋଇନଥାଏ । ଆଜି ଆମେ ଆପଣଙ୍କୁ ଏହି ଅନୁଛେଦ ମାଧ୍ୟମରେ IAS ଇଣ୍ଟରଭ୍ୟୁରେ ପଚରାଯାଇଥିବା କିଛି ପ୍ରଶ୍ନ ବିଷୟରେ କହିବାକୁ ଯାଉଛୁ । ବୋଧ ହୁଏ ଆପଣଙ୍କୁ ମଧ୍ୟ ଜ୍ଞାତ ଥିବ, ସାକ୍ଷାତକାରରେ ଏହିପରି କିଛି କଠିନ ଏବଂ ମଜାଳିଆ ପ୍ରଶ୍ନ ପଚରାଯାଇଥାଏ; ଯାହାର ଉତ୍ତର ବହୁତ ସହଜ ହୋଇଥାଏ କିନ୍ତୁ ପ୍ରାର୍ଥୀମାନେ ଭାବନାଗ୍ରସ୍ତ ହୋଇପଡ଼ନ୍ତି । ତେବେ ଆସନ୍ତୁ ଜାଣିବା IAS ସାକ୍ଷାତକାରରେ ପଚରାଯାଇଥିବା କିଛି ପ୍ରଶ୍ନ ଏବଂ ସେମାନଙ୍କର ଉତ୍ତର-

ପ୍ରଶ୍ନ- ରାସ୍ତାରେ ଚାଲିବା ଅପେକ୍ଷା ବରଫ ଉପରେ ଚାଲିବା କାହିଁକି କଷ୍ଟକର ଅଟେ ?

ଉତ୍ତର: ବରଫରେ ଘର୍ଷଣ କମ ହୋଇଥାଏ ଏବଂ ରାସ୍ତାରେ ଘର୍ଷଣ ଅଧିକ ହୋଇଥାଏ । ଏହି କାରଣ ହେତୁ ରାସ୍ତାରେ ଚାଲିବା ଅପେକ୍ଷା ବରଫ ଉପରେ ଚାଲିବା କଷ୍ଟକର ହୋଇଥାଏ ।

ପ୍ରଶ୍ନ- ଜଣେ ଝିଅକୁ ଦେଖି ପୁରୁଷ ଜଣକ କହିଲେ, ତାଙ୍କ ମାଁଙ୍କ ବାପା ମୋର ଶ୍ୱଶୁର ଅଟନ୍ତି, ତେବେ ସେହି ଝିଅ ଏବଂ ପୁରୁଷ ମଧ୍ୟରେ ସମ୍ପର୍କ କଣ ରହିଥିବ ?

ଉତ୍ତର – ଏହି ପ୍ରଶ୍ନର ସଠିକ ଉତ୍ତର ହେଉଛି “ବାପ ଓ ଝିଅ” ସମ୍ପର୍କ ।

google

ପ୍ରଶ୍ନ- ଦୁନିଆର ସବୁଠାରୁ କନିଷ୍ଠ ପ୍ରଧାନମନ୍ତ୍ରୀ କିଏ ହୋଇଥିଲେ ?

ଉତ୍ତର – ଏହି ପ୍ରଶ୍ନର ସଠିକ ଉତ୍ତର ହେଉଛି : ଫିନଲ୍ୟାଣ୍ଡ ପ୍ରଧାନମନ୍ତ୍ରୀ ସନା ମରିନ୍ । ଯିଏ କି ଦୁନିଆର ସର୍ବକନିଷ୍ଠ ପ୍ରଧାନମନ୍ତ୍ରୀ ହୋଇଥିଲେ।

ପ୍ରଶ୍ନ- ଏମିତି ଏକ ଦେଶର ନାମ କୁହନ୍ତୁ, ଯେଉଁଠାରେ ଝିଅମାନେ କୁମାରୀ ଅଟନ୍ତି କାରଣ ବିବାହ କରିବାକୁ ପୁଅମାନଙ୍କର ଅଭାବ ରହିଛି ?

ଉତ୍ତର- ଆପଣଙ୍କୁ କହିରଖୁଛୁ କି ବ୍ରାଜିଲର ପାହାଡ଼ିଆ ଅଞ୍ଚଳରେ ସ୍ଥିତ ନୋଏବା ଦୋ କାର୍ଡେରିୟୋ ଠାରେ ପ୍ରାୟତଃ ଝିଅମାନେ କୁମାରୀ ଅଟନ୍ତି, କାରଣ ସେଠାରେ ପୁଅମାନଙ୍କ ସଂଖ୍ୟା ବହୁତ କମ ଅଟେ ।

ପ୍ରଶ୍ନ- ଯଦି ତୁମର ମାମୁଁଙ୍କ ଭଉଣୀ ତୁମର ମାଉସୀ ନୁହଁନ୍ତି, ତେବେ କଣ ହୋଇଥିବେ ?

ଉତ୍ତର- ଏହି ପ୍ରଶ୍ନର ସଠିକ୍ ଉତ୍ତର ହେଉଛି “ମାଁ” ।

google

ପ୍ରଶ୍ନ- ମିଛ କହିବା ସମୟରେ ଶରୀରର କେଉଁ ଅଙ୍ଗ ଗରମ ହୋଇଯାଏ ?

ଉତ୍ତର- ମିଛ କହିବା ସମୟରେ “କାନ” ଗରମ ହୋଇଯାଏ ।

ପ୍ରଶ୍ନ- ଏମିତି ଏକ ଫଳର ନାମ କୁହଁନ୍ତୁ, ଯାହାକୁ ଲୋକମାନେ ନ ଧୋଇ ମଧ୍ୟ ସହଜରେ ଖାଇପାରିବେ ?

ଉତ୍ତର- “କଦଳୀ” ହେଉଛି ଏହିପରି ଏକ ଫଳ ଯାହାକୁ ନ ଧୋଇ ମଧ୍ୟ ସହଜରେ ଖାଇହେବ ।

ପ୍ରଶ୍ନ- ଯଦି ଆମର ଦୁଇଟି ଆଖି ଅଛି, ତେବେ ଆମେ ଗୋଟିଏ ସମୟରେ କେବଳ ଗୋଟିଏ ହିଁ ଜିନିଷ ଦେଖିବାରେ କାହିଁକି ସକ୍ଷମ ହୋଇପାରୁଛୁ ?

ଉତ୍ତର- ଆପଣଙ୍କୁ କହିରଖୁଛୁ ଯେ, ଆମେ ଆଖିରେ ନୁହେଁ ବରଂ ମସ୍ତିଷ୍କରୁ ଜିନିଷ ଦେଖିଥାଉ । ମସ୍ତିଷ୍କ ଅନୁସାରେ ହିଁ ଆମର ଆଖି କାମ କରିଥାଏ ଏବଂ ଆମର ଉଭୟ ଆଖି ଗୋଟିଏ ସମୟରେ ସମାନ ଜିନିଷ ଉପରେ ଧ୍ୟାନ ଦେଇଥାନ୍ତି । ଦୁଇ ଆଖି ସେହି ବସ୍ତୁର ଅଲଗା ଏକ ଚିତ୍ର ସୃଷ୍ଟି କରିଥାଏ ଏବଂ ମସ୍ତିଷ୍କ ଏହାକୁ ଗୋଟିଏ ରୂପାୟନ ଦେଇ ଠିକ ଭାବରେ ଦର୍ଶାଇଥାଏ ।

Leave a Reply

Your email address will not be published. Required fields are marked *