ବଲିଉଡର ସୁଲତାନ ସଲମାନ ଖାନଙ୍କର ଆଜି ଜନ୍ମଦିନ ଅଟେ । ସଲମାନ ଖାନ ଆଜି ୫୫ ବର୍ଷର ହୋଇଯାଇଛନ୍ତି । ମଧ୍ୟରାତ୍ରିରେ ସଲମାନ ତାଙ୍କର ପନୱେଲ ଫାର୍ମ ହାଉସରେ ଜନ୍ମଦିନ ପାଳନ କରିଛନ୍ତି । ଏଥିସହିତ ସୋସିଆଲ ମିଡିଆରେ ସଲମାନ ଖାନଙ୍କୁ ବହୁମାତ୍ରାରେ ଜନ୍ମଦିନର ଶୁଭେଚ୍ଛା ଏବଂ ଅଭିନନ୍ଦନ ମିଳୁଅଛି । ପ୍ରଶଂସକ ମାନଙ୍କ ଠାରୁ ଆରମ୍ଭ କରି ବଲିଉଡର ତାରକାମାନେ ମଧ୍ୟ ସଲମାନ ଖାନଙ୍କୁ ଜନ୍ମଦିନର ଶୁଭକାମନା ପଠାଉଛନ୍ତି । ଏଭଳି ପରିସ୍ଥିତିରେ ସଲମାନଙ୍କର ହିରୋଇନମାନେ ମଧ୍ୟ ତାଙ୍କୁ ଶୁଭେଚ୍ଛା ଜଣାଉଛନ୍ତି । ଆସନ୍ତୁ ଦେଖିବା ସଲମାନ ଖାନଙ୍କ ସହ କାମ କରିଥିବା ତାଙ୍କ ହିରୋଇନମାନେ କେଉଁଭଳି ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି ।
୧) କ୍ୟାଟ୍ରିନା କୈଫ :-
ସଲମାନ ଖାନଙ୍କ ବିଷୟରେ ଆଲୋଚନା କରିବା ସମୟରେ କ୍ୟାଟ୍ରିନା କୈଫଙ୍କର ନାମ ନିଶ୍ଚିତ ଭାବରେ ଆସିବ । ତେବେ ବର୍ତ୍ତମାନ ସମୟରେ ଦୁହେଁ ଭଲ ବନ୍ଧୁ ଅଟନ୍ତି କିନ୍ତୁ ଏଭଳି ଏକ ସମୟ ଥିଲା, ଯେତେବେଳେ ସଲମାନ କ୍ୟାଟ୍ରିନାଙ୍କ ପ୍ରେମରେ ପାଗଳ ଥିଲେ । କ୍ୟାଟ୍ରିନା, ସଲମାନ ଖାନଙ୍କ ପାଇଁ ନିଜ ଇନଷ୍ଟାଗ୍ରାମ ଷ୍ଟୋରୀରେ ଫୋଟ ସେୟାର କରି ତାଙ୍କୁ ଜଣେ ପ୍ରକୃତ ମଣିଷ ବୋଲି କହିଛନ୍ତି ଏବଂ ତାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି ।
୨) ଜ୍ୟାକଲିନ ଫର୍ଣ୍ଣାଣ୍ଡିଜ :-
🤪 Happy Birthday @BeingSalmanKhan 💋💋💋 pic.twitter.com/pznhEUihg0
— Jacqueline Fernandez (@Asli_Jacqueline) December 27, 2020
ସଲମାନ ଖାନଙ୍କ ସହ ଜ୍ୟାକଲିନ “କିକ୍” ଚଳଚ୍ଚିତ୍ରରେ କାମ କରିଥିଲେ । ସଲମାନଙ୍କ ହିରୋଇନ ଜ୍ୟାକଲିନ ତାଙ୍କୁ ଜନ୍ମଦିନ ଅବସରରେ ପୁଣିଥରେ ଯୁବକ କରିଦେଇଛନ୍ତି । ବାସ୍ତବରେ ଜ୍ୟାକଲିନ ନିଜ ସହ-କଳାକାର ସଲମାନଙ୍କ ସହ ଇନଷ୍ଟାଗ୍ରାମରେ ଫୋଟ ସେୟାର କରି ସେଥିରେ ବେବି ଫେସ୍ ଫିଲଟର ଲଗାଇ ପିଲାମାନଙ୍କ ମୁହଁ କରିଦେଇଛନ୍ତି । ସଲମାନଙ୍କ ଜନ୍ମଦିନରେ ଜ୍ୟାକଲିନଙ୍କର ଏହି ସ୍ୱତନ୍ତ୍ର ଶୁଭେଚ୍ଛା ଅତ୍ୟନ୍ତ ଚର୍ଚ୍ଚାରେ ରହିଛି ।
୩) କରିସ୍ମା କପୁର :-
ଅନ୍ୟପକ୍ଷରେ କରିସ୍ମା କପୁର ଲେଖିଛନ୍ତି, ପୂର୍ବ ସ୍ମୃତି । ଜନ୍ମଦିନର ହାର୍ଦ୍ଦିକ ଶୁଭେଚ୍ଛା ସଲମାନ ଖାନ ।
୪) ରବିନା ଟଣ୍ଡନ :-
ରବିନା ଟଣ୍ଡନ ଶୁଭେଚ୍ଛା ଜଣାଇ ତାଙ୍କ ସହ ପୁରୁଣା ଫୋଟ ସେୟାର କରି ଜନ୍ମଦିନର ଅଭିନନ୍ଦନ ଜଣାଇଛନ୍ତି ।
୫) ସୋନାକ୍ଷୀ ସିହ୍ନା :-
ଚଳଚ୍ଚିତ୍ର “ଦବଙ୍ଗ”ରୁ ବଲିଉଡ ଦୁନିଆକୁ ଡେବ୍ୟୁ କରିଥିବା ଅଭିନେତ୍ରୀ ସୋନାକ୍ଷୀ ମଧ୍ୟ ସଲମାନ ଖାନଙ୍କ ସହ ଇନଷ୍ଟାଗ୍ରାମ ଷ୍ଟୋରୀରେ ଫୋଟ ସେୟାର କରି ଜନ୍ମଦିନର ଶୁଭକାମନା ଜଣାଇଛନ୍ତି ।
୬) ସୋନମ କପୁର :-
“ପ୍ରେମ ରତନ ଧନ ପାୟୋ” ଚଳଚ୍ଚିତ୍ରରେ ସଲମାନଙ୍କ ସହ କାମ କରିଥିବା ଅଭିନେତ୍ରୀ ସୋନମ କପୁର ସଲମାନ ଖାନଙ୍କ ସହ ଇନଷ୍ଟାଗ୍ରାମ ଷ୍ଟୋରୀରେ ଫୋଟ ସେୟାର କରି ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି ।
୭) ମାଧୁରୀ ଦୀକ୍ଷିତ ନେନେ :-
Happy Birthday @BeingSalmanKhan Hope you have a Wonderful, Happy and Healthy Day 🎂🤗 pic.twitter.com/5OFBrCKbg6
— Madhuri Dixit Nene (@MadhuriDixit) December 27, 2020
ସଲମାନ ଖାନଙ୍କର ଘନିଷ୍ଠ ବନ୍ଧୁ ଏବଂ “ହମ୍ ଆପକେ ହେ କୌନ୍”ର ଅଭିନେତ୍ରୀ ମାଧୁରୀ ଦୀକ୍ଷିତ ନିଜ ସହ-କଳାକାରଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି ଏବଂ ଲେଖିଛନ୍ତି ଜନ୍ମଦିନର ହାର୍ଦ୍ଦିକ ଶୁଭେଚ୍ଛା ସଲମାନ ଖାନ, ଆଶା କରୁଛି ତୁମେ ଏକ ଭଲ ଏବଂ ସୁସ୍ଥମୟ ଦିନ ଅତିବାହିତ କର ।
୮) କରିନା କପୁର ଖାନ :-
କରିନା କପୁର ଖାନ ନିଜ ଇନଷ୍ଟାଗ୍ରାମ ଷ୍ଟୋରୀରେ ସଲମାନ ଖାନଙ୍କର ଏକ ପୁରୁଣା ଫୋଟ ସେୟାର କରି ଲେଖିଛନ୍ତି ଯେ, ଜନ୍ମଦିନର ହାର୍ଦ୍ଦିକ ଶୁଭେଚ୍ଛା ବଜରଙ୍ଗୀ ଭାଇଜାନ, ସଦାସର୍ବଦା ପାଇଁ ସୁପରଷ୍ଟାର ରୁହ ।
୯) ଭାଗ୍ୟଶ୍ରୀ :-
“ମେନେ ପ୍ୟାର୍ କିୟା” ଚଳଚ୍ଚିତ୍ରରେ ଦେଖାଯାଇଥିବା ଅଭିନେତ୍ରୀ ଭାଗ୍ୟଶ୍ରୀ ସଲମାନ ଖାନଙ୍କ ସହ ପୁରୁଣା ଫୋଟ ସେୟାର କରି ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି ।
୧୦) ଡେଜି ଶାହା :-
ସଲମାନ ଖାନଙ୍କ ସହ “ଜୟ ହୋ” ଚଳଚ୍ଚିତ୍ରରେ କାମ କରିଥିବା ଅଭିନେତ୍ରୀ ଡେଜି ଶାହା ସଲମାନଙ୍କ ସହ ଇନଷ୍ଟାଗ୍ରାମ ଷ୍ଟୋରୀରେ ଏକ ଫୋଟ ସେୟାର କରି ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି ।