ଫିଲ୍ମ ଇଣ୍ଡଷ୍ଟ୍ରି ଓ ଲାଇମଲାଇଟ୍ ଠାରୁ ଦୂରରେ ରୁହନ୍ତି ଏହି Star Kids ! ଜାଣନ୍ତୁ କେଉଁ ନାମଗୁଡିକ ଏଥିରେ ଅନ୍ତର୍ଭୂକ୍ତ…

ଫିଲ୍ମ ଇଣ୍ଡଷ୍ଟ୍ରି ଓ ଲାଇମଲାଇଟ୍ ଠାରୁ ଦୂରରେ ରୁହନ୍ତି ଏହି Star Kids ! ଜାଣନ୍ତୁ କେଉଁ ନାମଗୁଡିକ ଏଥିରେ ଅନ୍ତର୍ଭୂକ୍ତ…

ବଲିଉଡ ଇଣ୍ଡଷ୍ଟ୍ରିରେ ଷ୍ଟାର କିଡ୍ (Star Kids)ମାନେ ପ୍ରାୟତଃ ଚର୍ଚ୍ଚାରେ ରହିଥା’ନ୍ତି ଏବଂ ଯେତେବେଳେ ବି କୌଣସି ଷ୍ଟାର୍ କିଡଙ୍କ ବିଷୟରେ ଆଲୋଚନା ହୁଏ, ଲୋକମାନେ ଭାବନ୍ତି ଯେ ଅଭିନେତା ଅବା ଅଭିନେତ୍ରୀଙ୍କ ପୁଅଝିଅମାନେ ମଧ୍ୟ ତାଙ୍କ ପିତାମାତାଙ୍କ ପରି ଅଭିନୟକୁ ନିଜ କ୍ୟାରିୟର ରୂପେ ବାଛିନେଇଛନ୍ତି । ଆଜିର ସମୟରେ ବଲିଉଡରେ ଏପରି ଅନେକ ଷ୍ଟାର କିଡ ଅଛନ୍ତି, ଯେଉଁମାନେ ସେମାନଙ୍କ ପିତାମାତାଙ୍କ ପରି ଅଭିନୟ ଜଗତରେ କ୍ୟାରିୟର କରି ଏବଂ ସଫଳତା ମଧ୍ୟ ପାଇଛନ୍ତି ।

କିନ୍ତୁ ବଲିଉଡ ଇଣ୍ଡଷ୍ଟ୍ରିରେ ଏପରି ମଧ୍ୟ କିଛି ଷ୍ଟାର କିଡ ଅଛନ୍ତି, ଯେଉଁମାନେ ବଡ ସୁପରଷ୍ଟାରଙ୍କ ସନ୍ତାନ ହେଇ ମଧ୍ୟ ଚଳଚ୍ଚିତ୍ର ଜଗତରେ କ୍ୟାରିୟର କରିନାହାଁନ୍ତି ଏବଂ ଯେଉଁକ୍ଷେତ୍ରରେ ସେମାନଙ୍କର ରୁଚି ରହିଥିଲା, ସେଥିରେ ସେମାନେ ନିଜ କ୍ୟାରିଅର୍ ତିଆରି କରିଛନ୍ତି । ଆଜି ଆମେ ଆପଣଙ୍କୁ ଏପରି କିଛି ଷ୍ଟାର କିଡଙ୍କ ସହିତ ପରିଚିତ କରିବାକୁ ଯାଉଛୁ, ଯେଉଁମାନେ ଅଭିନୟକୁ ନିଜ କ୍ୟାରିଅର କରି ନାହାଁନ୍ତି, ତେବେ ଆସନ୍ତୁ ଜାଣିବା ଏହି ତାଲିକାରେ କେଉଁ ଷ୍ଟାର କିଡ (Star Kids)ଙ୍କ ନାମ ଅନ୍ତର୍ଭୂକ୍ତ ରହିଛି ।

ଶ୍ୱେତା ବଚ୍ଚନ ନନ୍ଦା :

ବଲିଉଡର ସୁପରଷ୍ଟାର୍ କୁହାଯାଉଥିବା ଅମିତାଭ ବଚ୍ଚନଙ୍କ ପରିବାରର ପ୍ରତ୍ୟେକ ସଦସ୍ୟ ଫିଲ୍ମ ଇଣ୍ଡଷ୍ଟ୍ରି ସହିତ ଜଡିତ କିନ୍ତୁ ତାଙ୍କର ପ୍ରିୟ ଝିଅ ଶ୍ୱେତା ନନ୍ଦା ଅଭିନୟ ଜଗତରୁ ନିଜକୁ ଦୂରେଇ ରଖିଥିଲେ ଓ ବ୍ୟବସାୟରେ ନିଜର କ୍ୟାରିୟର କରିଥିଲେ ଏବଂ ଆଜି ସେ ଜଣେ ସଫଳ ମହିଳା ବ୍ୟବସାୟୀ ହେଇପାରିଛନ୍ତି ।

ରିଦ୍ଧିମା କପୁର ସାହନି :

ବଲିଉଡ ସୁପରଷ୍ଟାର ୠଷି କପୁରଙ୍କ ପରିବାର ଫିଲ୍ମ ଇଣ୍ଡଷ୍ଟ୍ରିରେ ନିଜ ନିଜର କ୍ୟାରିୟର କରିଛନ୍ତି କିନ୍ତୁ ଝିଅ ରିଦ୍ଧିମା କପୁର ଅଭିନୟରେ ନିଜ କ୍ୟାରିୟର କରିନାହାଁନ୍ତି । ସେ ଜଣେ ସଫଳ ଅଳଙ୍କାର ଡିଜାଇନର୍ ଏବଂ ସେ ମଧ୍ୟ ଏହି କ୍ଷେତ୍ରରେ ଅନେକ ଖ୍ୟାତି ଅର୍ଜନ କରିଛନ୍ତି ।

ରିୟା କପୁର :

ବଲିଉଡ ଅଭିନେତା ଅନିଲ କପୁରଙ୍କ ଝିଅ ସୋନମ କପୁର ବଲିଉଡରେ ଅନେକ ସୁନାମ ଅର୍ଜନ କରିଥିବା ବେଳେ ସାନ ଝିଅ ରିୟା କପୁର ନିଜକୁ ଲାଇମଲାଇଟରୁ ଦୂରେଇ ରଖିଛନ୍ତି ଏବଂ ରିୟା ଫିଲ୍ମ ଇଣ୍ଡଷ୍ଟ୍ରିରେ ପ୍ରଡ୍ୟୁସର୍ ଭାବରେ ନିଜର କ୍ୟାରିୟର କରିଛନ୍ତି ।

ଅଂଶୁଲା କପୁର :

ବଲିଉଡର ପ୍ରସିଦ୍ଧ ନିର୍ଦ୍ଦେଶକ ବୋନି କପୁରଙ୍କ ଝିଅ ଅଂଶୁଲା କପୁର, ଯିଏ ଅର୍ଜୁନ କପୁରଙ୍କ ଭଉଣୀ ଅଟନ୍ତି । ଯେଉଁଠାରେ ଅର୍ଜୁନ କପୁର ବଲିଉଡରେ ସଫଳ କ୍ୟାରିୟର କରିଛନ୍ତି କିନ୍ତୁ ତାଙ୍କ ଭଉଣୀ ନିଜକୁ ଅଭିନୟ ଜଗତରୁ ଦୂରେଇ ରଖିଛନ୍ତି ଏବଂ ଫିଲ୍ମ ଇଣ୍ଡଷ୍ଟ୍ରିରେ ନିଜ କ୍ୟାରିୟର କରିନାହାଁନ୍ତି । ବରଂ ସେ ବ୍ୟବସାୟ କ୍ଷେତ୍ରରେ ଜଣେ ସଫଳ ମହିଳା ବ୍ୟବସାୟୀ ହୋଇପାରିଛନ୍ତି ।

କୃଷ୍ନା ଶ୍ରଫ :

ବଲିଉଡର ପ୍ରସିଦ୍ଧ ଅଭିନେତା ଜ୍ୟାକି ଶ୍ରଫଙ୍କ ପୁଅ ଟାଇଗର ଶ୍ରଫ ତାଙ୍କ ପିତାଙ୍କ ଭଳି ଅଭିନୟରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି ଏବଂ ଜ୍ୟାକି ଶ୍ରଫଙ୍କ ଝିଅ କୃଷ୍ନା ଶ୍ରଫ ଫିଲ୍ମ ଇଣ୍ଡଷ୍ଟ୍ରି ଠାରୁ ନିଜକୁ ଦୂରେଇ ରଖିଛନ୍ତି କିନ୍ତୁ କୃଷ୍ନା ଶ୍ରଫ ନିର୍ଦ୍ଦେଶନା କ୍ଷେତ୍ରରେ ନିଜର କ୍ୟାରିୟର କରିଛନ୍ତି । ଏହା ସହିତ କୃଷ୍ନା ମୁମ୍ବାଇରେ ଏକ ମାର୍ଶଲ ଆର୍ଟ ଜିମ୍ ମଧ୍ୟ ଖୋଲିଛନ୍ତି ଏବଂ ଏହା ସହିତ ସେ ସାରା ଦେଶରେ Functional Trainingକୁ ପ୍ରୋତ୍ସାହିତ କରୁଛନ୍ତି । କୃଷ୍ନା ନିଜର ବୋଲ୍ଡ ଏବଂ ସୁନ୍ଦର ଫଟୋଗୁଡିକୁ ସୋସିଆଲ ମିଡିଆରେ ସେୟାର କରନ୍ତି, ଯାହାକି ପ୍ରାୟତଃ ଖୁବ୍ ଭାଇରାଲ ହେଇଥାଏ ।

Leave a Reply

Your email address will not be published. Required fields are marked *