ଶୋ’ରେ ଗୋରୀ ମେମଙ୍କ ସହିତ ଫ୍ଲର୍ଟ କରୁଥିବା ହପ୍ପୁ ସିଂହଙ୍କ ବାସ୍ତବ ଜୀବନରେ ସୌମ୍ୟା ଟଣ୍ଡନଙ୍କ ସହିତ ରହିଛି ଏହି ସମ୍ପର୍କ :-

ଶୋ’ରେ ଗୋରୀ ମେମଙ୍କ ସହିତ ଫ୍ଲର୍ଟ କରୁଥିବା ହପ୍ପୁ ସିଂହଙ୍କ ବାସ୍ତବ ଜୀବନରେ ସୌମ୍ୟା ଟଣ୍ଡନଙ୍କ ସହିତ ରହିଛି ଏହି ସମ୍ପର୍କ :-

ଆମ ଛୋଟ ପରଦାର କଳାକାର ମାନେ ତ ନିଜ ଅଭିନୟ କାରଣରୁ ଆମ ହୃଦୟରେ ଏକ ସ୍ଵତନ୍ତ୍ର ଜାଗା ବନାଇଥା’ନ୍ତି । ସେଥିମଧ୍ୟରୁ କିଛି ଏପରି ଅଛନ୍ତି ଯେଉଁମାନେ ନିଜର କମେଡି କାରଣରୁ ଆମ ହୃଦୟ ଜିତି ନେଇଛନ୍ତି । ଆଜିକାର ସମୟରେ ଲୋକଙ୍କୁ କମେଡି ଶୋ’ ଅଧିକ ପସନ୍ଦ ଆସିଥାଏ ଏବଂ ସେହି ଶୋ’ମାନଙ୍କ ମଧ୍ୟରୁ ଗୋଟିଏ ହେଉଛି ‘ଭାବି ଜି ଘର ପର୍ ହେ’ । ଏହି ଶୋ’ ଅନେକ ଲୋକଙ୍କର ଲୋକପ୍ରିୟ ଶୋ’ ଅଟେ ଏବଂ ସେହି ଶୋ’ର ପ୍ରତ୍ୟେକ ଚରିତ୍ର ଲୋକଙ୍କୁ ବହୁତ ପସନ୍ଦ ଆସିଥାଏ । ଶୋ’ରେ ହପ୍ପୁ ସିଂହଙ୍କ ଭୂମିକା ଲୋକଙ୍କୁ ଖୁବ୍ ପସନ୍ଦ ଆସିଥିଲା ଏବଂ ଏହି ଶୋ’ ଆଜି ମଧ୍ୟ ଦର୍ଶକଙ୍କର ପସନ୍ଦୀୟ ଅଟେ । ଏହି ଶୋ’କୁ ଦେଖିବା ପାଇଁ ଆଜି ବି ଲୋକଙ୍କ ମନରେ ଉତ୍କଣ୍ଠା ରହିଛି ।

ଆପଣଙ୍କୁ କହିରଖୁଛୁ ଯେ ଶୋ’ରେ ହପ୍ପୁ ସିଂହଙ୍କ ଚରିତ୍ର ଲୋକଙ୍କୁ ଏତେ ପସନ୍ଦ ଆସିଥିଲା ଯେ ନିର୍ମାତା ତାଙ୍କ ନାମରେ ଏକ ସ୍ଵତନ୍ତ୍ର ସିରିଏଲ ବନେଇ ଦେଇଥିଲେ । ପୁଣି ତାହାର ନାମ “ହପ୍ପୁ ସିଂହ କି ଉଲଟନ ପଲଟନ” ରଖିଥିଲେ ଏବଂ ଏହି ଶୋ’ ମଧ୍ୟ ଖୁବ ଭଲ ଚାଲିଛି, କିନ୍ତୁ ‘ଭାବି ଜି ଘର ପର୍ ହେ’ ଶୋ’ରେ ହପ୍ପୁ ସିଂହଙ୍କର ଗୋରୀ ମେମଙ୍କ ସହିତ ଫ୍ଲର୍ଟ କରିବା ଦର୍ଶକଙ୍କୁ ଅଧିକ ପସନ୍ଦ ଆସିଥିଲା ଏବଂ ଏହି ଶୋ’ରେ ହପ୍ପୁ ଏବଂ ଗୋରୀ ମେମଙ୍କ ମଧ୍ୟରେ ଯେଉଁ ସମ୍ପର୍କ ଦେଖିବାକୁ ମିଳିଛି ତାହା କଣ ସେମାନଙ୍କ ବାସ୍ତବ ଜୀବନରେ ମଧ୍ୟ ରହିଛି କି ? ସେହି ସମ୍ବନ୍ଧରେ ଆଜି ଆମେ ଏହି ଅନୁଛେଦ ମଧ୍ୟରେ ଆପଣଙ୍କୁ କହିବୁ ଯେ ବାସ୍ତବ ଜୀବନରେ ହପ୍ପୁ ସିଂହ ଏବଂ ସୌମ୍ୟା ଟଣ୍ଡନଙ୍କ ମଧ୍ୟରେ କେଉଁ ପ୍ରକାରର ସମ୍ପର୍କ ରହିଛି ।

ଆଜି ଆମେ ଆପଣଙ୍କୁ ଯେଉଁ ବିଷୟରେ କହିବାକୁ ଯାଉଛୁ ତାହା ଏହା ଯେ; ହପ୍ପୁ ସିଂହ ଯିଏ କି ସୌମ୍ୟା ଟଣ୍ଡନଙ୍କ ସହିତ ଦେଖା ଯାଇଥିଲେ ଏବଂ ଏଥିରେ ହପ୍ପୁ ସିଂହଙ୍କର ଗୌରୀ ମେମ ଅର୍ଥାତ ସୌମ୍ୟା ଟଣ୍ଡନଙ୍କ ସହିତ ଫ୍ଲର୍ଟ କରିବା ଦର୍ଶକଙ୍କୁ ଭଲ ଲାଗିଥାଏ । କିନ୍ତୁ କଣ ଆପଣ କେବେ ଏହା ଭାବିଛନ୍ତି କି ବାସ୍ତବ ଜୀବନରେ ହପ୍ପୁ ସିଂହ ଏବଂ ଗୋରୀ ମେମଙ୍କ ମଧ୍ୟରେ କେଉଁ ପ୍ରକାରର ସମ୍ପର୍କ ରହିଛି । ଚାଲନ୍ତୁ ଆଜିଆମେ ଆପଣଙ୍କୁ ସେହି ବିଷୟରେ କହିବୁ ।

ଆପଣ ଭଲଭାବରେ ବୁଝିପାରୁଥିବେ ଯେ ପ୍ରତ୍ୟେକ ଘରର ପସନ୍ଦୀୟ ଶୋ “ଭାବି ଜି ଘର ପର ହେ” ଓ ଟୀଆରପି ମାମଲାରେ ମଧ୍ୟ ଏହି ଶୋ’ ଆଗରେ ରହିଛି । ଏହି ଶୋ’ ଏଣ୍ଡଟିଭିର ଶୋ ଅଟେ । ଶୋ’ରେ ପୋଲିସ ହପ୍ପୁ ସିଂହଙ୍କ ମଜାଳିଆ କଥା ସମସ୍ତଙ୍କୁ ହସାଇଥାଏ ଏବଂ ଯେଉଁପରି ଭାବରେ ହପ୍ପୁ ସିଂହଙ୍କ ଚରିତ୍ର ତୁଲାଉଥିବା ଅଭିନେତା ଯୋଗେଶ ତ୍ରିପାଠୀ ପାରଦରେ ନଜର ଆସନ୍ତି, ସେହିପରି ବାସ୍ତବ ଜୀବନରେ ମଧ୍ୟ ସେ ଜଣେ ଖୁବ ଭଲ ମଣିଷ ଅଟନ୍ତି । ଯୋଗେଶ ବିବାହିତ ଅଟନ୍ତି ଏବଂ ନିଜ ସ୍ତ୍ରୀକୁ ଖୁବ୍ ଭଲ ପାଆନ୍ତି ।

ଯୋଗେଶ ନିଜ ଇଣ୍ଟରଭ୍ୟୁରେ କହିଥିଲେ ଯେ ଏହି ଶୋ’କୁ ଆସିବା ପରେ ତାଙ୍କ ଭାଗ୍ୟ ବଦଳି ଯାଇଛି ଏବଂ ଆଜି ଲୋକେ ତାଙ୍କୁ ଦରୋଗା ହପ୍ପୁ ସିଂହ କହି ଡାକନ୍ତି । ଏହି ଶୋ’ କାରଣରୁ ତାଙ୍କୁ ଅନେକ ବଡ଼ ପୁରସ୍କାର ମଧ୍ୟ ମିଳିଛି । ଯଦି ଆମେ ତାଙ୍କ ପରିବାର ସଦସ୍ୟଙ୍କ ବିଷୟରେ କହିବୁ, ତେବେ ତାଙ୍କ ପରିବାରର ସମସ୍ତ ସଦସ୍ୟ ଟିଚିଂଗ୍ ଲାଇନରେ ଅଛନ୍ତି ଏବଂ ସେ ହିଁ ଜଣେ କେବଳ ଅଭିନୟ ଦୁନିଆକୁ ଆପଣେଇଛନ୍ତି । ଏହି ଲାଇନରେ ସେ ଆଗକୁ ବଢ଼ି ଜଣେ ଭଲ କଳାକାର ମଧ୍ୟ ହୋଇଛନ୍ତି ।

ହପ୍ପୁ ସିଂହ ସୌମ୍ୟା ଟଣ୍ଡନଙ୍କ ସହିତ ନିଜର ସମ୍ପର୍କ ବିଷୟରେ କହିଥିଲେ ଯେ ସୌମ୍ୟାଙ୍କୁ ସେ ନିଜ ଭଉଣୀ ଭଳି ମାନ୍ୟତା ଦେଇଥାନ୍ତି ଏବଂ ତାଙ୍କୁ ବହୁତ ଭଲ ପାଆନ୍ତି । ସେ କହିଥିଲେ, ଆମେ ଶୋ’ରେ ଯାହା ବି କରୁ ସବୁ କିଛି ସ୍କ୍ରିପ୍ଟେଡ଼ ହୋଇଥାଏ । ମାତ୍ର ଶୋ’ରୁ ବାହାରେ ଆମେ ଖୁବ୍ ମସ୍ତି କରୁ ଏବଂ ସେ ଏହା ମଧ୍ୟ କହିଛନ୍ତି ଯେ ସେ ସୌମ୍ୟାଙ୍କୁ ଖୁବ୍ ପସନ୍ଦ ମଧ୍ୟ କରନ୍ତି ।

Leave a Reply

Your email address will not be published. Required fields are marked *