ବିବାହ ପରେ ଏହି ଛୋଟଛୋଟ କଥାକୁ ରଖନ୍ତୁ ଧ୍ୟାନ ! ଅନେକ ବର୍ଷପରେ ମଧ୍ୟ ସମ୍ପର୍କରେ ବଜାୟ ରହିବ ବିଶ୍ୱାସ ଓ ଭଲପାଇବା …

ବିବାହ ପରେ ଏହି ଛୋଟଛୋଟ କଥାକୁ ରଖନ୍ତୁ ଧ୍ୟାନ ! ଅନେକ ବର୍ଷପରେ ମଧ୍ୟ ସମ୍ପର୍କରେ ବଜାୟ ରହିବ ବିଶ୍ୱାସ ଓ ଭଲପାଇବା …

ବିବାହ ମନୁଷ୍ୟ ଜୀବନର ସବୁଠାରୁ ସୁନ୍ଦର ଓ ମହତ୍ୱପୂର୍ଣ୍ଣ ସମୟ ଅଟେ । ବିବାହ ପରେ ମନୁଷ୍ୟ ନିଜ ନୂତନ ଜୀବନ ଯାତ୍ରା ଆରମ୍ଭ କରେ । ବିବାହ ପରେ ନୂତନ ପରିବାର ଓ ନୂତନ ପରିବେଶ ସୃଷ୍ଟି ହୋଇଥାଏ । ଯଦି ସମ୍ପର୍କର ଭଲ ବୁଝାମଣା ଓ ଭଲପାଇବା ରହିବ ତେବେ ଏହି ପରିବେଶକୁ ଆହୁରି ସୁନ୍ଦର କରାଯାଇପାରିବ । ବିବାହ ପରେ ନିଜ ଠାରେ ମଧ୍ୟ କିଛି ପରିବର୍ତ୍ତନ ଆଣିବା ବହୁତ ଜରୁରୀ ଅଟେ ଏବଂ ଜୀବନସାଥୀକୁ ମଧ୍ୟ ବଦଳିବାକୁ ପଡ଼େ । ଏଥିରୁ ବୈବାହିକ ଜୀବନରେ ପ୍ରେମ ଓ ଦୃଢତା ରହେ । ଆଜିଆମେ ଆପଣଙ୍କୁ କିଛି ମହତ୍ୱପୂର୍ଣ୍ଣ କାମ ବିଷୟରେ ସୂଚନା ଦେବାକୁ ଯାଉଛୁ, ଯାହା ଉପରେ ଧ୍ୟାନ ଦେଲେ ଏଥିରୁ ବିବାହର କିଛି ବର୍ଷପରେ ମଧ୍ୟ ସମ୍ପର୍କରେ ବିଶ୍ୱାସ ଓ ଭଲପାଇବା ବଜାୟ ରହିବ । ତେବେ ଚାଲନ୍ତୁ ଜାଣିବା ଏହି କଥାଗୁଡିକ ବିଷୟରେ –

୧ . ଯଦି ନୂଆନୂଆ ବିବାହ ହୁଏ ତେବେ ଜୀବନସାଥୀ ପରସ୍ପରର ଯତ୍ନ ନିଅନ୍ତି ଓ ଏବଂ ଅଧିକରୁ ଅଧିକ ସମୟ ଅତିବାହିତ କରନ୍ତି । ଏତିକିନୁହେଁ ବରଂ ନୂଆନୂଆ ବିବାହରେ ସାଥିରେ ଜୀବନସାଥୀ ସହିତ ବୁଲିବାକୁ ମଧ୍ୟ ଅଧିକ ଭଲଲାଗେ କିନ୍ତୁ ଯେପରି
ସମୟ ଗଡିଚାଲେ ସେପରି ଦାୟିତ୍ୱ ଓ କାର୍ଯ୍ୟର ଚାପ ବୃଦ୍ଧି ହୁଏ, ଯାହା ଫଳରେ ଏହି ସମସ୍ତ ଜିନିଷ ଧୀରେଧୀରେ କମିବାକୁ ଲାଗେ ଓ ସମ୍ପର୍କରେ ଦୂରତା ଆସିଯାଏ । ଆପଣଙ୍କୁ ନିଜବିବାହ ଆରମ୍ଭରେ ହିଁ ଏହା ଧ୍ୟାନ ରଖିବାକୁ ପଡ଼ିବ ଯେ ବିବାହର ଯେତେ ବର୍ଷ ବିତିଯାଉ ନା କାହିଁକି ଆପଣ ପରସ୍ପର ସହିତ ନିଶ୍ଚିତ ଭାବେ ସମୟ ଅତିବାହିତ କରନ୍ତୁ । ନିଜବ୍ୟସ୍ତ ଜୀବନରେ ନିଜ ଜୀବନସାଥୀ ପାଇଁ ସମୟ ବାହାର କରି ତାଙ୍କ ସହିତ ସମୟ ବିତାନ୍ତୁ । ଯଦି ଘରେ କୌଣସି ମାମଲାକୁ ନେଇ କଥାବାର୍ତ୍ତା ହେଉଛି ତେବେ ଆପଣ ନିଜ ଜୀବନସାଥୀ ଠାରୁ ପରାମର୍ଶ ଗ୍ରହଣ କରନ୍ତୁ । ପରସ୍ପରର କଥାକୁ ସେୟାର କରନ୍ତୁ । ଏଥିରୁ ମଧ୍ୟ ସମ୍ପର୍କରେ ବିଶ୍ୱାସ ଓ ଭଲପାଇବା ବଜାୟ ରହେ ।

୨. ବିବାହ ପରେ ଦୁଇଟି ପରିବାର ଏକ ହୋଇଯାନ୍ତି ଏଥିପାଇଁ ବିବାହ ପରେ ପରସ୍ପରର ପରିବାରକୁ ସମ୍ମାନ ଦେବା ବହୁତ ଜରୁରୀ ଅଟେ ଓ ତାଙ୍କ ପରମ୍ପରାକୁ ବୁଝିବା ମଧ୍ୟ ଆବଶ୍ୟକ ଅଟେ । ଆପଣ ପରସ୍ପରର ବନ୍ଧୁଙ୍କ ସହିତ ସାକ୍ଷାତ କରନ୍ତୁ । ନିଜ ଜୀବନସାଥୀକୁ ତାହାର ରୀତିନୀତି ଓ ମାନ୍ୟତାକୁ ମଧ୍ୟ ପାଳନ କରିବାକୁ ଦିଅନ୍ତୁ ଓ ଆପଣ ସମସ୍ତେ ମଧ୍ୟ ସେଥିରେ ଅଂଶଗ୍ରହଣ କରନ୍ତୁ । ଯଦି ଆପଣ ଏପରି କରନ୍ତି ତେବେ ଆପଣଙ୍କ ଜୀବନସାଥୀକୁ ଭଲଲାଗିବ ଓ ଆପଣଙ୍କ ସମ୍ପର୍କ ଦୃଢ଼ ରହିବ । ଆପଣଙ୍କ ସମ୍ପର୍କରେ ଭଲପାଇବା ବୃଦ୍ଧିହେବ ।

୩. ସମ୍ପର୍କରେ ଭଲପାଇବା ଦେଖାଇବା ମଧ୍ୟ ବହୁତ ଜରୁରୀ ଅଟେ । କିଛି ଲୋକଙ୍କ ଅଭ୍ୟାସ ଥାଏ ଯେ ସେମାନେ ନିଜ ଜୀବନସାଥୀକୁ ଧ୍ୟାନରଖନ୍ତି ନାହିଁ କିନ୍ତୁ ପ୍ରେମ ଓ ଯତ୍ନକୁ ମଧ୍ୟ ଦେଖାନ୍ତି ନାହିଁ । କିନ୍ତୁ ଏହା ଭଲନୁହେଁ, ପ୍ରେମ ଦେଖାଇବା ଜରୁରୀ ଅଟେ । ଏଥିରୁ ଆପଣଙ୍କ ଜୀବନସାଥୀ ଖୁସିହେବେ, କିଛିସମୟ ବସିବା ପରେ ଆପଣ ହସମଜା କରନ୍ତୁ ପ୍ରେମରେ ଆଲିଙ୍ଗନ କରନ୍ତୁ, କୌଣସି ବିଶେଷ ସୁଯୋଗ ନଥିଲେ ମଧ୍ୟ ନିଜ ଜୀବନସାଥୀକୁ ଉପହାର ପ୍ରଦାନ କରନ୍ତୁ, ଆପଣ ନିଜ ଜୀବନସାଥୀକୁ ପ୍ରଶଂସା କରନ୍ତୁ, ଏହିପରି ଛୋଟଛୋଟ ଖୁସି ସମ୍ପର୍କକୁ ସତେଜରଖେ ଓ ସମ୍ପର୍କ ସବୁଦିନ ପାଇଁ ଦୃଢ଼ରହେ ।

୪. ବୈବାହିକ ଜୀବନରେ ଅନେକଥର ଏପରି ହୁଏ ଯେ କୌଣସି କଥାକୁ ନେଇ ଜୀବନସାଥୀ ମାନେ ପରସ୍ପରକୁ ଭୁଲ କଥା ଗୁଡ଼ିକ କହିଦିଅନ୍ତି । କ୍ରୋଧରେ ପରସ୍ପରର ଭାବନା ବୁଝି ହୁଏନାହିଁ । ଯଦି ଏପରି କୌଣସି ସମୟ ଆସେ ତେବେ ଏପରି ସମୟରେ ନିଜ ଜୀବନସାଥୀ ସହିତ କ୍ରୋଧର କଥାବାର୍ତ୍ତା କରନ୍ତୁ ନାହିଁ । ଯଦି କ୍ରୋଧରେ ଆପଣ କିଛି କହିଦିଅନ୍ତି ତେବେ ଆପଣ ନିଜଭୁଲ ମାନି ପରସ୍ପରକୁ କ୍ଷମାମାଗି ନିଅନ୍ତୁ ଓ ଶାନ୍ତି ପୂର୍ବକ ବସି କଥାବାର୍ତ୍ତାରୁ ମାମଲାର ସମାଧାନ ବାହାର କରିବା ପାଇଁ ଚେଷ୍ଟା କରନ୍ତୁ ।

୫. ସମ୍ପର୍କରେ ପରସ୍ପରକୁ ଯତ୍ନ ନେବା, ଭଲପାଇବା ଜାହିର କରିବା ବହୁତ ଭଲ ହୋଇଥାଏ କିନ୍ତୁ ଯେକୌଣସି ସମ୍ପର୍କ ହେଉ ସେଥିରେ ବ୍ୟକ୍ତିଗତ ସ୍ଵାଧୀନତା ରହିବା ଜରୁରୀ ଅଟେ । ବେଳେବେଳେ ଆବଶ୍ୟକତା ଠାରୁ ଅଧିକ ଯତ୍ନନେବା ମଧ୍ୟ ଠିକ୍ ନୁହେଁ, ଏଥିରେ ଜୀବନସାଥୀ ମାନେ ନିଜବନ୍ଧୁ ମାନଙ୍କ ସମ୍ମୁଖରେ ଅସହଜ ଅନୁଭବ କରିବାକୁ ଲାଗନ୍ତି । ଏହି କାରଣରୁ ପରସ୍ପରର ବ୍ୟକ୍ତିଗତ ଜୀବନରେ ଅଧିକ ଦୃଷ୍ଟିକ୍ଷେପ କରନ୍ତୁ ନାହିଁ ।

Leave a Reply

Your email address will not be published. Required fields are marked *