ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ର ସୁପରଷ୍ଟାର ରଜନୀକାନ୍ତଙ୍କର ସ୍ୱାସ୍ଥ୍ୟବସ୍ଥା ଗତକାଲି ସକାଳେ ହଠାତ ଖରାପ ହୋଇଯାଇଛି ଏବଂ ତାଙ୍କୁ ହାଇଦ୍ରାବାଦର ଆପୋଲୋ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ମିଡ଼ିଆ ରିପୋର୍ଟରୁ ମିଳିଥିବା ସୂଚନା ଅନୁଯାୟୀ, ପ୍ରସିଦ୍ଧ ଓ ଲୋକପ୍ରିୟ ଅଭିନେତା ରଜନୀକାନ୍ତଙ୍କର ରକ୍ତଚାପର ସମସ୍ୟା ଥିଲା । ତାଙ୍କୁ ଗତକାଲି ସକାଳେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତାଙ୍କର ରକ୍ତଚାପ ସ୍ତର ବଢିଯାଇଥିଲା, ଯାହାଫଳରେ ସେ ଅସୁସ୍ଥ ଅନୁଭବ କରିଲେ । ଏହି କାରଣରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରଯାଇଥିଲା ।
ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ରର ମେଗାଷ୍ଟାର ରଜନୀକାନ୍ତଙ୍କର ସ୍ୱାସ୍ଥ୍ୟକୁ ନେଇ ହସ୍ପିଟାଲ ପକ୍ଷରୁ ମଧ୍ୟ ଏକ ବିବୃତ୍ତି ଏବଂ ବୁଲେଟିନ ଜାରି କରାଯାଇଛି । ହସ୍ପିଟାଲ ସୂଚନା ଦେଇ କହିଛି ଯେ, ଶୁକ୍ରବାର ଦିନ ସକାଳେ ଅଭିନେତା ରଜନୀକାନ୍ତଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଖରାପ ହୋଇ ଯାଇଥିଲା ଏବଂ ଏହାପରେ ତାଙ୍କୁ ହସ୍ପିଟାଲକୁ ଅଣାଯାଇଥିଲା । ତେବେ ରଜନୀକାନ୍ତଙ୍କର ଲକ୍ଷ ଲକ୍ଷ ପ୍ରଶଂସକ ତାଙ୍କ ସୁସ୍ଥ ହେବା ନେଇ ପ୍ରାର୍ଥନା କରୁଛନ୍ତି ।
ହସ୍ପିଟାଲ ବିବୃତ୍ତି ଦେଇକହିଛି ଯେ, ରଜନୀକାନ୍ତଙ୍କର ସ୍ୱାସ୍ଥ୍ୟକୁ ନେଇ ହାଇଦ୍ରାବାଦର ଆପୋଲା ହସ୍ପିଟାଲ ନିଜ ବିବୃତ୍ତିରେ କହିଛି ଯେ, ଶ୍ରୀ ରଜନୀକାନ୍ତଙ୍କୁ ୨୫ ଡିସେମ୍ବର ସକାଳେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସେ ଗତ ୧୦ ଦିନ ଧରି ହାଇଦ୍ରାବାଦରେ ଶୁଟିଂ କରୁଥିଲେ । ଶୁଟିଂ ସେଟରେ କିଛି ଲୋକ କରୋନା ପଜିଟିଭ ଥିବାର ଜଣାପଡିଥିଲା ।
ଡିସେମ୍ବର ୨୨ ତାରିଖ ଦିନ ରଜନୀକାନ୍ତଙ୍କର କରୋନା ଟେଷ୍ଟ କରାଯାଇଥିଲା, ଟେଷ୍ଟ ପରେ ରଜନୀକାନ୍ତଙ୍କ କରୋନା ରିପୋର୍ଟ ନେଗେଟିଭ ଆସିଥିଲା । ସେଦିନ ଠାରୁ ସେ ନିଜକୁ ଆଇଶୋଲେସନରେ ରଖିଥିଲେ । ତାଙ୍କ ଠାରେ କରୋନାର କୌଣସି ଲକ୍ଷଣ ନଥିଲା । ତାଙ୍କ ରକ୍ତଚାପରେ ଭାରି ଉତ୍ଥାନପତନ ଆସିଥିଲା, ଯେଉଁଥି କାରଣରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସେ ବର୍ତ୍ତମାନ ଡାକ୍ତରଙ୍କ ନଜରରେ ରହିବେ, ଯେପର୍ଯ୍ୟନ୍ତ ତାଙ୍କ ରକ୍ତଚାପ ସାମାନ୍ୟ ହୋଇନାହିଁ । ସ୍ୱାସ୍ଥ୍ୟ ଅବସ୍ଥାରେ ପରିବର୍ତ୍ତନ ପରେ ତାଙ୍କୁ ହସ୍ପିଟାଲରୁ ଡିସଚାର୍ଜ କରି ଦିଆଯିବ ।
କିଛି ଦିନ ପୂର୍ବରୁ ରଜନୀକାନ୍ତ ଚଳଚ୍ଚିତ୍ର ବିଷୟରେ ସାମ୍ବାଦିକ ମାନଙ୍କ ସହ କଥାବାର୍ତ୍ତା ହୋଇଥିଲେ । ରଜନୀକାନ୍ତଙ୍କ ଦ୍ଵାରା ଦିଆଯାଇଥିବା ସୂଚନା ଅନୁଯାୟୀ, ଏପର୍ଯ୍ୟନ୍ତ ଚଳଚ୍ଚିତ୍ରର ୪୦ ପ୍ରତିଶତ ଶୁଟିଂ କରାଯାଇସାରିଛି । ଚଳଚ୍ଚିତ୍ରରେ ରଜନୀକାନ୍ତ ଜଣେ ଯତ୍ନବାନ ଭାଇ ଭୂମିକାରେ ଅବତୀର୍ଣ୍ଣ କରିଛନ୍ତି । ଚଳଚ୍ଚିତ୍ରଟି ୨୦୨୧ ମସିହାରେ ରିଲିଜ ହେବାର ଆଶା କରାଯାଉଛି । ପ୍ରସିଦ୍ଧ ଅଭିନେତ୍ରୀ କୀର୍ତ୍ତି ସୁରେଶ ଚଳଚ୍ଚିତ୍ରରେ ରଜନୀକାନ୍ତଙ୍କର ଭଉଣୀ ଭୂମିକାରେ ଦେଖାଯିବେ ।
ରାଜନୀତିରେ କରୁଛନ୍ତି ପ୍ରବେଶ :-
ରଜନୀକାନ୍ତଙ୍କର ପରିଚୟ ଆଜି ସମଗ୍ର ବିଶ୍ୱରେ ରହିଛି । ଦକ୍ଷିଣ ଭାରତୀୟ ଇଣ୍ଡଷ୍ଟ୍ରି ସମେତ ହିନ୍ଦୀ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରି ତାଙ୍କ କାମକୁ ବହୁତ ପ୍ରଶଂସା ବହୁତ ପ୍ରଶଂସା କରାଯାଉଛି । ଆପଣଙ୍କ ସୂଚନା ପାଇଁ କହିରଖୁଛୁ ଯେ, କିଛିଦିନ ପୂର୍ବରୁ ରାଜନୀତିରେ ପ୍ରବେଶ କରିବାକୁ ଘୋଷଣା କରିଥିଲେ । ସେ ତାଙ୍କର ଏକ ରାଜନୈତିକ ଦଳ ପ୍ରସ୍ତୁତ କରିବାକୁ ଯାଉଛନ୍ତି ବୋଲି କହିଥିଲେ ।
ସୋସିଆଲ ମିଡ଼ିଆ ମାଧ୍ୟମରେ ଅଭିନେତା ରାଜନୈତିକ ସ୍ତରରେ ଆବିର୍ଭାବ କରିବାକୁ ଘୋଷଣା କରିଥିଲେ । ଏହାସହ ସେ କହିଥିଲେ ଯେ, ତାଙ୍କ ଦଳ ତାମିଲନାଡୁର ବିଧାନସଭା ନିର୍ବାଚନରେ ବିଜୟ ହାସଲ କରିବ ।