ମଧ୍ୟପ୍ରଦେଶର ଗ୍ୱାଲିୟର ରାଜ ପରିବାର ସହ ଜଡିତ ଜ୍ୟୋତିରାଦିତ୍ୟ ସିନ୍ଧିୟା କିଛି ସମୟ ପୂର୍ବରୁ କଂଗ୍ରେସ ଛାଡି ବିଜେପିରେ ଯୋଗ ଦେଇଥିଲେ ଏବଂ ଏଥିପାଇଁ ଜ୍ୟୋତିରାଦିତ୍ୟ ଅତ୍ୟନ୍ତ ଚର୍ଚ୍ଚାରେ ରହିଥାନ୍ତି । ତେବେ ଜ୍ୟୋତିରାଦିତ୍ୟଙ୍କର ଗଣନା ଜଣେ ଶକ୍ତିଶାଳୀ ନେତା ସହିତ ରାଜପରିବାରର ଏହି ପିଢ଼ିର ଉତ୍ତରାଧିକାରୀ ଭାବରେ ହୋଇଥାଏ । ଏଥିସହିତ ଆପଣଙ୍କୁ କହିରଖୁଛୁ ଯେ , ଜ୍ୟୋତିରାଦିତ୍ୟ ସିନ୍ଧିୟା ଯେଉଁ ମହଲରେ ରହନ୍ତି, ତାହା ୧୩ ଲକ୍ଷ ବର୍ଗ ଫୁଟରୁ ମଧ୍ୟ ଅଧିକ ବଡ଼ ଅଟେ ଏବଂ ସିନ୍ଧିୟା ଏହି ମହଲର ଏକୁଟିଆ ମାଲିକ ଅଟନ୍ତି । ତେବେ ଚାଲନ୍ତୁ ଜାଣିବା ଏହି ମହଲର ବିଶେଷତ୍ବ କଣ, ଯେଉଁଠାରେ ଜ୍ୟୋତିରାଦିତ୍ୟ ସିନ୍ଧିୟା ଏବଂ ତାଙ୍କ ପରିବାର ଲୋକେ ରହିଥାନ୍ତି ।
ଆପଣଙ୍କୁ କହିରଖୁଛୁ ଯେ, ଏହି ରାଜମହଲକୁ ମହାରାଜାଧିରାଜ ଜୟଜିରାବ ସିନ୍ଧିୟା ଅଲିଜାହ ବାହାଦୂର ୧୮୭୪ ମସିହାରେ ନିର୍ମାଣ କରିଥିଲେ । ସେତେବେଳେ ଏହାର ମୂଲ୍ୟ ପ୍ରାୟତଃ ୧ କୋଟି ଟଙ୍କା ଥିଲା । ଆଜିର ସମୟରେ ଏହି ସୁନ୍ଦର ରାଜକୀୟ ମହଲର ମୁଲ୍ୟ ବୃଦ୍ଧି ପାଇ ୪୦୦୦ କୋଟି ହୋଇଯାଇଛି । ଏହି ରାଜକୀୟ ମହଲକୁ ଆର୍କିଟେକ୍ଟ ସାର ମାଇକଲ ଫିଲୋସଙ୍କ ଦ୍ଵାରା ଡିଜାଇନ କରା ଯାଇଥିଲା, ଯିଏ ବାସ୍ତୁ କଳାର ଇଟାଲୀୟ, ଟସ୍କନ ଏବଂ କେରିଥିୟନ ଶୈଳୀରୁ ପ୍ରେରିତ ହୋଇ ଏହାକୁ ନିର୍ମାଣ କରିଥିଲେ । ଜୟାବିଳାସ ମହଲ , ଗ୍ୱାଲିୟରରେ ସିନ୍ଧିୟା ରାଜପରିବାରର କେବଳ ବର୍ତ୍ତମାନର ବାସ ସ୍ଥଳୀ ନୁହେଁ ବରଂ ଏକ ସୁନ୍ଦର ସଂଗ୍ରହାଳୟ ମଧ୍ୟ ରହିଛି ।
ଏହି ବିଳାସପୂର୍ଣ ମହଲରେ ୪୦୦ ରୁ ଅଧିକ କଠୋରି ରହିଛି, ଯାହାର ଏକ ଅଂଶ ଇତିହାସକୁ ସଂଗ୍ରହ କରିବାପାଇଁ ଏକ ସଂଗ୍ରହାଳୟ ଆକାରରେ ବ୍ୟବହାର କରାଯାଇଥାଏ । ମୋଟ ୧,୨୪୦,୭୭୧ ବର୍ଗ ଫୁଟରେ ବ୍ୟାପିଥିବା ଏହି ମହଲର ଏକ ମୁଖ୍ୟ ଅଂଶକୁ ସେହିଭଳି ଭାବରେ ସଂଗ୍ରହ କରାଯାଇଛି, ଯେଉଁଭଳି ଭାବରେ ଏହାକୁ ନିର୍ମାଣ କରାଯାଇଥିଲା । ଯାହାଫଳରେ ଏହାର ସେହି ରୂପ ସମସ୍ତେ ଦେଖିପାରିବେ । ବାସ୍ତବରେ, ଏହି ବିଳାସପୂର୍ଣ ମହଲର ନିର୍ମାଣ ୱେଲ୍ସର ରାଜକୁମାର ରାଜା ଏଡ଼ୱାର୍ଡ ଷଷ୍ଠମଙ୍କର ବିଳାସପୂର୍ଣ ସ୍ୱାଗତ ପାଇଁ କରାଯାଇଥିଲା ଯାହା ସିନ୍ଧିୟା ରାଜବଂଶର ବାସସ୍ଥାନ ମଧ୍ୟ ଥିଲା ଏବଂ ତା’ପରେ ୧୯୬୪ ମସିହାରେ ଏହାକୁ ସାଧାରଣ ଲୋକଙ୍କ ପାଇଁ ଖୋଲି ଦିଆଯାଇଥିଲା ।
ସୂଚନାଯୋଗ୍ୟ ଯେ ,ବିଜେପି ନେତା ଜ୍ୟୋତିରାଦିତ୍ୟ ସିନ୍ଧିୟା ଏହି ବିଳାସପୂର୍ଣ ମହଲର ଆଇନଗତ ମାଲିକ ଅଟନ୍ତି । ଏହି ମହଲର ମୁଲ୍ୟ ବିଷୟରେ କହିବାକୁ ଗଲେ, ଏହାକୁ ପ୍ରାୟତଃ ୨ ବିଲୀୟନ ଆମେରିକୀୟ ଡଲାର ବୋଲି କୁହାଯାଇଥାଏ । ମହଲର ବିଳାସପୂର୍ଣତାକୁ ଦେଖିବାପାଇଁ ଦୂର ଦୁରାନ୍ତରୁ ଲୋକମାନେ ଆସିଥାନ୍ତି । ଏହାର ଅଗଣାର ମଝିରେ ମଝିରେ ନିର୍ଝରଣ ରହିଛି । ଏଥିସହିତ ସିନ୍ଧିୟା ପରିବାରର ଡ୍ରଇଂ ରୁମର ଆସବାବପତ୍ର ଗୁଡିକୁ ବର୍ତ୍ତମାନ ପୁରାତନ ଭାବରେ ବିବେଚନା କରାଯାଏ । ମହଲରେ ପ୍ରାୟତଃ ୩୫ଟି କଠୋରୀକୁ ସଂଗ୍ରହାଳୟ ଭାବରେ ପ୍ରସ୍ତୁତ କରାଯାଇଛି, ଯାହାକୁ ଦେଖିବାପାଇଁ ଦୂର ଦୁରାନ୍ତରୁ ପର୍ଯ୍ୟଟକ ମାନେ ଆସିଥାନ୍ତି ।
ମହଲର ମୋଟ ୪୦୦ଟି କଠୋରୀ ମଧ୍ୟରୁ ଗୋଟିଏ ସ୍ୱତନ୍ତ୍ର କଠୋରୀକୁ ଜ୍ୟୋତିରାଦିତ୍ୟଙ୍କର ପିତା ମାଧବରାଓ ସିନ୍ଧିୟାଙ୍କର କଠୋରୀ ରଖାଯାଇଛି । ଆଜି ମଧ୍ୟ ଏହି କଠୋରୀକୁ ତାଙ୍କ ନାମରେ ସଂରକ୍ଷିତ କରାଯାଇଛି । ଏହି କଠୋରୀରେ ମାଧବରାଓ ନିଜ ପସନ୍ଦର ଆର୍କିଟେକ୍ଚ ଏବଂ ପୁରାତନ ଜିନିଷ ରଖାଇଥିଲେ । ତେବେ ମହଲର ଏହି ସଂଗ୍ରହାଳୟର ଆଉ ଏକ ବିଶେଷତ୍ବ ରହିଛି, ତାହା ହେଉଛି ଚାନ୍ଦିର ରେଳ , ଯାହାର ଟ୍ରାକ ଡାଇନିଂ ଟେବୁଲକୁ ଲାଗିଛି । ଅତି ବିଶିଷ୍ଟ ଆଡମ୍ବରପୂର୍ଣ୍ଣ ଭୋଜନରେ ଏହି ରେଳ ଖାଦ୍ୟ ପେୟ ପରଷିଥାଏ । ଏହି କଠୋରୀରେ ଇଟାଲୀ, ଫ୍ରାନ୍ସ, ଚୀନ୍ ଏବଂ ଅନ୍ୟକେତେକ ଦେଶର ଦୁର୍ଲଭ କଳାକୃତି ରହିଛି ।
ସୂଚନାଯୋଗ୍ୟ ଯେ, ମହଲର ପ୍ରସିଦ୍ଧ ଦରବାର କଠୋରୀ ଏହି ମହଲର ଇତିହାସର ପ୍ରମାଣ ଅଟେ । ଏଠାରେ ଲଗାଯାଇଥିବା ଦୁଇଟି ଫାନସୁର ଓଜନ ଦୁଇ ଦୁଇ ଟନ ଅଟେ । କୁହାଯାଏ ଯେ, ଏଗୁଡ଼ିକୁ ସେତେବେଳେ ଟଙ୍ଗା ଯାଇଥିଲା, ଯେତେବେଳେ ଦଶଟି ହାତୀକୁ ଛାତରେ ଚଢାଇ ଛାତର ଦୃଢତା ମପା ଯାଇଥିଲା ।