ମୁମ୍ବାଇର ନାଇଟ୍ କ୍ଲବରେ ରେଡ୍: : ସୁଜେନ ଖାନ୍ ସମେତ ତାଙ୍କ ଗୁରୁ ରାନ୍ଧୱା ହେଲେ ଗିରଫ ! ଫେରାର ହେଲେ ବାଦଶାହ କିନ୍ତୁ ଜାମିନରେ ହେଲେ ଖୋଲାସ !

ମୁମ୍ବାଇର ନାଇଟ୍ କ୍ଲବରେ ରେଡ୍: : ସୁଜେନ ଖାନ୍ ସମେତ ତାଙ୍କ ଗୁରୁ ରାନ୍ଧୱା ହେଲେ ଗିରଫ ! ଫେରାର ହେଲେ ବାଦଶାହ କିନ୍ତୁ ଜାମିନରେ ହେଲେ ଖୋଲାସ !

ମୁମ୍ବାଇ। : କୋଭିଡ-୧୯ ପ୍ରକୋପ ଯୋଗୁଁ ମହାରାଷ୍ଟ୍ର ସରକାର ମୁମ୍ବାଇରେ ନାଇଟ୍ କର୍ଫ୍ୟୁ ଲଗାଯାଇଛି । ଅନ୍ୟପକ୍ଷରେ କରୋନା ଭାଇରସ୍ ମହାମାରୀର ନିୟମକୁ ଧ୍ୟାନରେ ରଖି ବଲିଉଡ଼ କଳାକାରଙ୍କ ପାର୍ଟି କରୁଥିବା ମାମଲା ସାମ୍ନାକୁ ଆସିଅଛି ।

ରାତିର ପାଖାପାଖି ୩ଟା ବେଳକୁ ମୁମ୍ବାଇ ପୋଲିସ୍ ଅନ୍ଧେରୀର ଏକ ବଡ଼ କ୍ଲବ୍ ଡ୍ରେଗନ୍ ଫ୍ଲାଇରେ ଛାପା ମାରିଥିଲା । ହସ୍ତଗତ ହୋଇଥିବା ସୂତ୍ରରୁ ଜଣାପଡ଼ିଛି ଯେ କ୍ଲବରେ ପାର୍ଟି ଚାଲୁଥିଲା, ଯେଉଁଥିରେ କିଛି ବଲିଉଡ଼ କଳାକାର ମଧ୍ୟ ସାମିଲ ହୋଇଥିଲେ । ଖବର ଅନୁଯାୟୀ ଛାପା ପଡ଼ିବା ପରେ ଏହି କଳାକାରମାନେ କ୍ଲବର ପଛ କବାଟରୁ ବାହାରି ଚାଲିଯାଇଥିଲେ ।

ମୁମ୍ବାଇ ପୋଲିସ୍ ନାଇଟ୍ କ୍ଲବରେ ଛାପା ମାରି ୩୪ ଜଣ ଲୋକଙ୍କୁ ଗିରଫ କରିଥିଲେ । ଏହି ଗିରଫ ହୋଇଥିବା ଲୋକଙ୍କ ମଧ୍ୟରେ ବଲିଉଡ଼ ଅଭିନେତା ହ୍ରୀତିକ୍ ରୋଶନଙ୍କ ପୂର୍ବତନ ସ୍ତ୍ରୀ ସୁଜେନ ଖାନ୍ ଓ ଗାୟକ ଗୁରୁ ରାନ୍ଧୱା ମଧ୍ୟ ସାମିଲ ଅଛନ୍ତି । ଯଦିଓ ଜାମିନ୍ ମିଳିବା ପରେ ଏହି ଦୁହିଁଙ୍କୁ ଖୋଲାସ କରଯାଇଥିଲା । ରିପୋର୍ଟ ଅନୁଯାୟୀ, ରାପର୍ ବାଦଶାହ ମଧ୍ୟ ସେଠାରେ ଉପସ୍ଥିତ ଥିଲେ କିନ୍ତୁ ସେ ବାହାରକୁ ପଳାଇବାରେ ସକ୍ଷମ ହୋଇଥିଲେ ।

ପୋଲିସ୍ ଠାରୁ ମିଳିଥିବା ସୂଚନାନୁଯାୟୀ ଏହି ପାର୍ଟିରେ ୧୯ ଜଣ ଲୋକ ଦିଲ୍ଲୀ ଓ ପଞ୍ଜାବରୁ ଆସିଥିଲେ । ସମସ୍ତଙ୍କ ବିରୁଦ୍ଧରେ ଭାରତୀୟ ଦଣ୍ତ ସାମ୍ବିଧାନିକ ଧାରା ୧୮୮, ବମ୍ବେ ପୋଲିସ୍ ଆକ୍ଟ ଓ ଏପିଡେମୀକ ଡିଜିଜ ଆକ୍ଟର ବିଭିନ୍ନ ଧାରାରେ ମାମଲା ଦାଖଲ କରାଯାଇଥିଲା । ସମସ୍ତଙ୍କୁ ଛାଡ଼ି ଦିଆଗଲା, ଯେତେବେଳେ କି ବାହାରର ସମସ୍ତ ଲୋକଙ୍କୁ ସକାଳର ୭ଟା ବିମାନ ମାଧ୍ୟମରେ ପଠାଇ ଦିଆଗଲା ।

Leave a Reply

Your email address will not be published. Required fields are marked *