ୟୁଜବେନ୍ଦ୍ର ଚହଲ, ପ୍ରେମିକା ଧନାଶ୍ରୀଙ୍କୁ କଲେ ବିବାହ, ସାମ୍ନାକୁ ଆସିଲା ପ୍ରଥମ ଫୋଟ !

ୟୁଜବେନ୍ଦ୍ର ଚହଲ, ପ୍ରେମିକା ଧନାଶ୍ରୀଙ୍କୁ କଲେ ବିବାହ, ସାମ୍ନାକୁ ଆସିଲା ପ୍ରଥମ ଫୋଟ !

ଭାରତୀୟ ଦଳର ସ୍ପିନ ବୋଲର ଅର୍ଥାତ ୟୁଜବେନ୍ଦ୍ର ଚହଲ ନିଜ ଜୀବନସାଥୀଙ୍କୁ ଚୟନ କରିନେଇଛନ୍ତି । ଭାରତର ଷ୍ଟାର ବୋଲର ୟୁଜବେନ୍ଦ୍ର ଚହଲ ନିଜ ଦୀର୍ଘ ସମୟର ପ୍ରେମିକା ଧନାଶ୍ରୀ ବର୍ମାଙ୍କୁ ବିବାହ କରିଛନ୍ତି । ଚଳିତବର୍ଷ ଅଗଷ୍ଟ ମାସରେ ୟୁଜବେନ୍ଦ୍ର ଚହଲ ଧନାଶ୍ରୀଙ୍କ ସହ ନିଜର ନିର୍ବନ୍ଧ ବିଷୟରେ ଘୋଷଣା କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରି ଦେଇଥିଲେ । ଏଥିସହିତ ବର୍ତ୍ତମାନ ବିବାହର ଫୋଟ ସେୟାର କରି ଏହି ଦମ୍ପତ୍ତି ପୁଣିଥରେ ନିଜ ପ୍ରଶଂସକ ମାନଙ୍କୁ ଆଶ୍ଚର୍ଯ୍ୟଚକିତ କରି ଦେଇଛନ୍ତି ।

ୟୁଜବେନ୍ଦ୍ର ଏବଂ ଧନାଶ୍ରୀ ନିଜ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଫୋଟ ସେୟାର କରି ବିବାହର ସୂଚନା ଦେଇଛନ୍ତି । ଚହଲ ଫୋଟ ସେୟାର କରି ଲେଖିଛନ୍ତି ଯେ, ଆମେ ”Once upon a time”ରୁ ଆରମ୍ଭ କରିଥିଲୁ ଏବଂ ପାଇଲୁ ଯେ, ‘ଆମେ ବହୁତ ଖୁସି ଅଛୁ’ କାରଣ ଧନାଶ୍ରୀ ୟୁଜବେନ୍ଦ୍ରଙ୍କୁ ସର୍ବଦା ଏବଂ ତାଠାରୁ ମଧ୍ୟ ଆଗପାଇଁ ‘ହଁ’ କହିଦେଇଛନ୍ତି । କହିରଖୁଛୁ ଯେ, ଏହି ଦମ୍ପତି ଗୁରୁଗ୍ରାମରେ ସମ୍ପୂର୍ଣ୍ଣ ରୀତିନୀତି ଅନୁଯାୟୀ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି ।

ଏହି ଫୋଟରେ ଆପଣ ଦେଖିପାରିବେ ଯେ, ଏହି ଦମ୍ପତ୍ତି ନିଜ ଜୀବନର ନୂତନ ଆରମ୍ଭ କରି ଅତ୍ୟନ୍ତ ଖୁସି ଦେଖା ଯାଉଛନ୍ତି ।
ଏହି ସ୍ୱତନ୍ତ୍ର ଅବସରରେ ଧନାଶ୍ରୀ ଲାଲ ରଙ୍ଗର ଲେହେଙ୍ଗାରେ ଦେଖା ଯାଉଛନ୍ତି, ଯାହା ଉପରେ ସେ ଲାଲ ଏବଂ ସୁନେଲି ରଙ୍ଗର ଅଳଙ୍କାର ପରିଧାନ କରିଛନ୍ତି । ଏହି ଲୁକରେ ଧନାଶ୍ରୀ ଅତ୍ୟନ୍ତ ସୁନ୍ଦର ଦେଖାଯାଉଛନ୍ତି ଏବଂ ଏଥିସହିତ ଚହଲ କ୍ରିମ୍ ରଙ୍ଗର ଶେରୱାନୀରେ ଦେଖା ଯାଇଛନ୍ତି । ଉଭୟଙ୍କ ଗଳାରେ ବରଣମାଳା ଦେଖାଯାଉଛି ।

ସୂଚନାଯୋଗ୍ୟ ଯେ, ଆଇପିଏଲ ୨୦୨୦ ସମୟରେ ଧନାଶ୍ରୀ ମଧ୍ୟ ଚହଲଙ୍କ ସହ ୟୁଏଇରେ ଉପସ୍ଥିତ ଥିଲେ । ମ୍ୟାଚ୍ ସମୟରେ ପ୍ରାୟତଃ ଧନାଶ୍ରୀଙ୍କୁ ଚହଲଙ୍କ ଦଳ ରୋୟାଲ ଚ୍ୟାଲେଞ୍ଜର୍ସଙ୍କୁ ସମର୍ଥନ କରୁଥିବାର ଦେଖାଯାଏ । ଚହଲ ଏବଂ ଧନାଶ୍ରୀଙ୍କର ପ୍ରଶଂସକ ମାନେ ଉଭୟଙ୍କର ବିବାହ ପାଇଁ ଅତ୍ୟନ୍ତ ଖୁସି ଅଛନ୍ତି ଏବଂ ସେମାନଙ୍କ ଫୋଟରେ ଅତ୍ୟନ୍ତ କମେଣ୍ଟ ମଧ୍ୟ କରୁଛନ୍ତି ।

ଆପଣଙ୍କୁ କହିରଖୁଛୁ ଯେ, ଚହଲଙ୍କ ପତ୍ନୀ ଧନାଶ୍ରୀ ବର୍ମା ଜଣେ କୋରିଓଗ୍ରାଫର ଏବଂ ୟୁଟ୍ୟୁବର ହେବା ବ୍ୟତୀତ ଜଣେ ଡାକ୍ତର ମଧ୍ୟ ଅଟନ୍ତି । ଏହି ଦମ୍ପତ୍ତିଙ୍କର ପ୍ରେମ କାହାଣୀ ବିଷୟରେ କହିବାକୁ ଗଲେ ଡ୍ୟାନ୍ସ କ୍ଲାସ୍ ସମୟରେ ଏମାନଙ୍କ ବନ୍ଧୁତା ଏବଂ ପ୍ରେମ ଆଗକୁ ବଢିଥିଲା ।

ଏହାର ଖୋଲାସା ନିଜେ ୟୁଜବେନ୍ଦ୍ର ଚହଲ କରିଥିଲେ । ସେ କହିଛନ୍ତି ଯେ, ସେମାନେ ଦୁଇଜଣ ପରସ୍ପରକୁ ଜାଣିବାର ଦୁଇ ଅଢେଇ ମାସ ପରେ ସେ ତାଙ୍କ ପରିବାର ଲୋକଙ୍କୁ ତାଙ୍କ ସମ୍ପର୍କ ବିଷୟରେ କହିଥିଲେ । ଦୁଇମାସର ଡ୍ୟାନ୍ସ କ୍ଲାସ୍ ପରେ ସେ ତାଙ୍କ ପରିବାର ଲୋକଙ୍କୁ କହିଥିଲେ ଯେ, ସେ ଧନାଶ୍ରୀଙ୍କୁ ବିବାହ କରିବାକୁ ଚାହୁଁଛନ୍ତି ।

Leave a Reply

Your email address will not be published. Required fields are marked *