ତେଲେଙ୍ଗାନାର ଏକ ଗ୍ରାମରେ ଗ୍ରାମବାସୀ ସୋନୁ ସୁଦଙ୍କୁ ଭଗବାନର ମାନ୍ୟତା ଦେଇ ଏକ ମନ୍ଦିର ଏବଂ ପ୍ରତିମା ନିର୍ମାଣ କରିଲେ…

ତେଲେଙ୍ଗାନାର ଏକ ଗ୍ରାମରେ ଗ୍ରାମବାସୀ ସୋନୁ ସୁଦଙ୍କୁ ଭଗବାନର ମାନ୍ୟତା ଦେଇ ଏକ ମନ୍ଦିର ଏବଂ ପ୍ରତିମା ନିର୍ମାଣ କରିଲେ…

ବଲିଉଡ଼ ଅଭିନେତା ସୋନୁ ସୁଦଙ୍କ ଯେତେ ପ୍ରଶଂସା କରିଲେ ମଧ୍ୟ କମ୍ ହେବ । କରୋନା ମହାମାରୀ ବିପଦ ଓ ଲକ୍ଡ଼ାଉନ୍ ସମୟରେ ସୋନୁ ସୁଦ ଅସହାୟ ଲୋକଙ୍କୁ ସାହାଯ୍ୟ କରିବା ପାଇଁ ଆଗେଇ ଆସିଥିଲେ । ସୋନୁଙ୍କ ଏହି ମିଶନ୍ ହେଲ୍ପ ଆଜି ମଧ୍ୟ ଜାରି ରହିଛି । ଗରିବ ଓ ଅସହାୟ ଲୋକଙ୍କୁ ସାହାଯ୍ୟ କରି ସୋନୁ ‘ଗରିବ ଲୋକମାନଙ୍କ ଭଗବାନ’ ଓ ‘ବାସ୍ତବ ଜୀବନର ସୁପରହିରୋ’ ପାଲଟି ଯାଇଛନ୍ତି । ଅସୁବିଧାରେ ଫଶି ରହିଥିବା ଲୋକଙ୍କୁ ସୋନୁ ଓ ତାଙ୍କ ଟିମ୍ କିପରି ଭାବରେ ଲୋକଙ୍କୁ ସାହାଯ୍ୟ କରୁଛନ୍ତି, ତାହା ଆପଣ ଜାଣିପାରୁଥିବେ ଓ ପ୍ରତିବଦଳରେ ସୋନୁଙ୍କୁ ଲୋକଙ୍କ କେତେ ଭଲପାଇବା ଏବଂ ସମ୍ମାନ ମିଳିଛୁ ଏହା ଆପଣ ଶୁଣିଥିବେ ଓ ପଢ଼ିଥିବେ ମଧ୍ୟ । କିନ୍ତୁ ଏଥର ସୋନୁଙ୍କୁ ତାଙ୍କ ଭଲ କାର୍ଯ୍ୟ ପାଇଁ ଏପରି ଭାବରେ ସମ୍ମାନିତ କରାଯାଇଛି ଯେ, ତାଙ୍କର ଏହି ସମ୍ମାନ ଯେକେହି ମଧ୍ୟ ଦେଖି ଆଶ୍ଚର୍ଯ୍ୟ ଚକିତ ହୋଇ ଯାଇଛନ୍ତି ।

ବର୍ତ୍ତମାନ ସୋନୁଙ୍କୁ ମିଳିଯାଇଛି ‘ଈଶ୍ୱରଙ୍କ ସ୍ଥାନ’ । ହଁ ବନ୍ଧୁଗଣ, ତେଲେଙ୍ଗାନା ରାଜ୍ୟରେ ଏପରି ଏକ ଗ୍ରାମ ଅଛି ଯେଉଁଠି ସୋନୁ ସୁଦଙ୍କ ନାମରେ ଏକ ମନ୍ଦିର ତୋଳା ଯାଇଛି ଓ ସେଠାରେ ତାଙ୍କ ମୂର୍ତ୍ତି ସ୍ଥାପନ କରି ତାଙ୍କୁ ଭଗବାନ ରୂପେ ପୂଜା ମଧ୍ୟ କରାଯାଉଛି ।

ତେଲେଙ୍ଗାନାର ସେହି ଗ୍ରାମର ନାମ ହେଉଛି ‘ଡୁବ୍ବା ଟାଣ୍ଡା’ । ସୋନୁ ସୁଦଙ୍କ ଲୋକହିତକର କାର୍ଯ୍ୟ ଓ ଉପକାରିତାକୁ ଲକ୍ଷ୍ୟ କରି ‘ଡୁବ୍ବା ଟାଣ୍ଡା’ ଗ୍ରାମବାସୀମାନେ ଅଭିନେତାଙ୍କ ନାମରେ ଏକ ସୁନ୍ଦର ମନ୍ଦିର ନିର୍ମାଣ କରାଇଛନ୍ତି । ଏହି ମନ୍ଦିରରେ ସୋନୁ ସୁଦଙ୍କ ମୂର୍ତ୍ତିର ରବିବାର ୨୦ ଡିସେମ୍ବରରେ ସ୍ଥାପନ କରିଛନ୍ତି । ବର୍ତ୍ତମାନ ସମୟରେ ସେହି ମନ୍ଦିରରେ ସୋନୁ ସୂଦଙ୍କ ପୂଜାର୍ଚ୍ଚନା ଓ ଆଳତୀ ମଧ୍ୟ କରାଯାଉଛି । ପାରମ୍ପରିକ ପୋଷକରେ ପ୍ରସ୍ତୁତ ସ୍ଥାନୀୟ ସ୍ତ୍ରୀ ଲୋକମାନେ ଲୋକଗୀତ ମଧ୍ୟ ଗାନ କରୁଛନ୍ତି ।

ଆପଣଙ୍କୁ ସୁଚାଇ ଦେଉଛୁ ଯେ ସୋନୁ ସୁଦଙ୍କ ମନ୍ଦିର ନିର୍ମାଣ ଓ ମୂର୍ତ୍ତି ସ୍ଥାପନାର ଏହି କାର୍ଯ୍ୟ ସିଦ୍ଧିପେଟ ଜିଲ୍ଲା ଅଧିକାରୀଙ୍କ ସାହାଯ୍ୟରେ କରାଯାଇଛି ।

ମନ୍ଦିରର ଯୋଜନା ପ୍ରସ୍ତୁତ କରିଥିବା ସାଙ୍ଗଠନିକ ସଦସ୍ୟ ରମେଶ କୁମାର ମିଡ଼ିଆ ସହ କଥାବାର୍ତ୍ତାରେ କହିଛନ୍ତି ଯେ, ସମ୍ପୂର୍ଣ୍ଣ ଦେଶର ସାହାଯ୍ୟ ପାଇଁ ଆଗକୁ ଆସିଥିବା ସୋନୁ ସମସ୍ତଙ୍କ ସମ୍ମୁଖରେ ଈଶ୍ୱରଙ୍କ ସ୍ଥାନ ଅଧିକାର କରିଛନ୍ତି । ରମେଶ କୁମାର ଆହୁରି ମଧ୍ୟ କହିଛନ୍ତି ଯେ “ସୋନୁ ସୁଦ ଭଲକାମ ଯୋଗୁଁ ଭାଗବନର ସ୍ଥାନ ଅଧିକାର କରି ନେଇଛନ୍ତି । ଏଥିପାଇଁ ଆମେ ତାଙ୍କ ପାଇଁ ଏକ ମନ୍ଦିର ନିର୍ମାଣ କରାଇଛୁ । ସେ ଆମ ପାଇଁ ଭଗବାନ ଅଟନ୍ତି । ଏହି ମନ୍ଦିରରେ ଭଗବାନଙ୍କ ଭଳି ତାଙ୍କୁ ମଧ୍ୟ ଆଳତୀ କରାଯିବ ।”

ଯଦିଓ ବର୍ତ୍ତମାନ ପର୍ଯ୍ୟନ୍ତ ଏହି ମନ୍ଦିରକୁ ନେଇ ସୋନୁ ସୁଦଙ୍କ କୌଣସି ପ୍ରତିକ୍ରିୟା ଆସି ନାହିଁ ।

ସୂଚନାଥାଉକି, କରୋନା ବିପଦ କାଳରେ ସୋନୁ ସୁଦଙ୍କ ଛବି ସମ୍ପୂର୍ଣ୍ଣ ଭାବେ ବଦଳି ଯାଇଛି । ଚଳଚ୍ଚିତ୍ରର ଖଳନାୟକ ଭୂମିକରେ ଅଭିନୟ କରୁଥିବା ସୋନୁ ବାସ୍ତବ ଜୀବନର ସବୁଠାରୁ ବଡ଼ ନାୟକ ଅର୍ଥାତ ସୁପରହିରୋ ପାଲଟି ଯାଇଛନ୍ତି ।

ସୋନୁଙ୍କ ‘ଏହି ଛବି ଅଧିକାଂଶ ସମୟରେ ଇଣ୍ଡଷ୍ଟ୍ରିରେ ମଧ୍ୟ ଦେଖାଯାଏ । ସୋନୁ ସୁଦ ବର୍ତ୍ତମାନ ନକରାତ୍ମକ କିମ୍ବା ଖଳନାୟକ ଭଳି ଚରିତ୍ରକୁ ମନା କରି ଦେଉଛନ୍ତି । ନିକଟରେ ଖବର ଆସିଥିଲା ଯେ, ସୋନୁଙ୍କ ଏକ ତେଲୁଗୁ ଚଳଚ୍ଚିତ୍ର କାହାଣୀରେ ତାଙ୍କର ନୂତନ ଇମେଜ୍ ଯୋଗୁଁ କିଛି ପରିବର୍ତ୍ତନ କରାଯାଇଛି । ସୋନୁଙ୍କ ଚରିତ୍ର ଆଗରୁ ଆହୁରି ଅଧିକ ଦମଦାର ଓ ସକାରାତ୍ମକ ହେବାକୁ ଯାଉଛି ।

ଅନ୍ୟପଟେ, ନିଜର ଏକ ଇଣ୍ଟରଭ୍ୟୁରେ ସୋନୁ ନିଜେ ଏହା ଖୁଲାସା କରିଛନ୍ତି ଯେ କିପରି ଚଳଚ୍ଚିତ୍ର “ଆଚାର୍ଯ୍ୟ”ର ଏକ ଏକ୍ସନ ସିନର ଶୁଟିଂ ସମୟରେ ଅଭିନେତା ଚିରଞ୍ଜୀବି ତାଙ୍କୁ ମାଡ଼ ଦେବା ପାଇଁ ମନା କରିଦେଲେ । ଚିରଞ୍ଜୀବି ଅନୁଯାୟୀ ଯଦି ଚଳଚ୍ଚିତ୍ରରେ ସେ ସୋନୁଙ୍କୁ ମାରିବେ, ତେବେ ଥିଏଟରରେ ଦର୍ଶକମାନେ ତାଙ୍କୁ ଗାଳି ଦେବେ ।

ସେମିତିରେ ସୋନୁ ସୁଦ ଏପରି ଏକ ଅଭିନେତା ନୁହଁନ୍ତି; ଯାହାଙ୍କ ଫ୍ୟାନ୍ସମାନେ ମନ୍ଦିର ତୋଳାଇଛନ୍ତି । ସୋନୁଙ୍କ ଆଗରୁ ମେଗାଷ୍ଟାର ଅମିତାଭ ବଚ୍ଚନ ଓ ସାଉଥ ସୁପରଷ୍ଟାର ରଜନୀକାନ୍ତଙ୍କ ଫ୍ୟାନ୍ସମାନେ ମଧ୍ୟ ତାଙ୍କ ମନ୍ଦିର ସବୁ ତୋଳାଇଛନ୍ତି ।

Leave a Reply

Your email address will not be published. Required fields are marked *