ବିବାହକୁ ୨ବର୍ଷ ବିତିଯାଇଛି କିନ୍ତୁ ଏବେ ମଧ୍ୟ ସନ୍ତାନ ଚାହଁନ୍ତି ନାହିଁ ଦୀପିକା-ରଣବିର ! ଜାଣନ୍ତୁ କଣ ଅଟେ କାରଣ …

ବିବାହକୁ ୨ବର୍ଷ ବିତିଯାଇଛି କିନ୍ତୁ ଏବେ ମଧ୍ୟ ସନ୍ତାନ ଚାହଁନ୍ତି ନାହିଁ ଦୀପିକା-ରଣବିର ! ଜାଣନ୍ତୁ କଣ ଅଟେ କାରଣ …

ବଲିଉଡ଼ରେ ବର୍ତ୍ତମାନର ସମୟରେ ପରିବାର ନିୟୋଜନ ଚାଲୁଅଛି । ଅନୁଷ୍କା ଶର୍ମା – ବିରାଟ କୋହଲି, କରିନା କପୂର -ସୈଫ ଅଲି ଖାଁ, ନେହା କକ୍କର-ରୋହନପ୍ରୀତ ସିଂହ ଏହି ସମସ୍ତ କଳାକାର ନିଜ ଘରକୁ ନୂତନ ଅତିଥି ଆସିବାକୁ ଅପେକ୍ଷା କରିଛନ୍ତି । ଏଥି ମଧ୍ୟରେ ଦୀପିକା ପାଦୁକୋଣ ଓ ରଣବିର ସିଂହଙ୍କ ପରିବାର ନିୟୋଜନ ଖବର ମିଡ଼ିଆରେ ଉଠୁଛି । ଏପରି କୁହାଯାଉଛି ଯେ ଏ ଦୁହେଁ ଖୁବଶୀଘ୍ର ବେବି ପ୍ଲାନ କରିପାରନ୍ତି କିନ୍ତୁ ବର୍ତ୍ତମାନ ଏହାକୁ ନେଇ ଦୀପିକାଙ୍କ ଉତ୍ତର ଆସିଯାଇଛି ।

ଏକ ଇଣ୍ଟରଭିୟୁରେ ଦୀପିକା ପାଦୁକୋଣ ସ୍ପଷ୍ଟକରି ଦେଇଥିଲେ ଯେ ସେ ଓ ରଣବିର ବର୍ତ୍ତମାନ ଛୁଆକୁ ନେଇ କୌଣସି ଯୋଜନା କରିନାହାଁନ୍ତି । ଏହାର କାରଣ ସେ ନିଜର ଓ ରଣବିରଙ୍କ ବ୍ୟସ୍ତ ରହିବା କହିଲେ । ସେ କହିଲେ ଯେ ମୁଁ ଓ ରଣବିର ଦୁହେଁ ନିଜ କାମକୁ ନେଇ ବହୁତ ସିରିୟସ ଅଟୁ । ବର୍ତ୍ତମାନ ଆମ ପାଖରେ ଅନେକଗୁଡ଼ିଏ ପ୍ରୋଜେକ୍ଟ ରହିଛି ଏବଂ କାର୍ଯ୍ୟ ବ୍ୟସ୍ତତାକୁ ଲକ୍ଷ୍ୟ କରି ଆମେ ବେବି ପ୍ଲାନିଂ କରୁନାହୁଁ ।

ଦୀପିକା ଓ ରଣବିରଙ୍କ ବିବାହକୁ ଦୁଇ ବର୍ଷ ବିତିଯାଇଛି ଏମିତିରେ ଫ୍ୟାନ୍ସଙ୍କୁ ତାଙ୍କ ସନ୍ତାନର ଅପେକ୍ଷା ରହିଛି । ଦୀପିକା ଏହା ମଧ୍ୟ କହିଛନ୍ତି ଯେ ରଣବିର ଛୁଆ ମାନଙ୍କୁ ବହୁତ ପସନ୍ଦ କରନ୍ତି । ଏଥିପାଇଁ ଆଗାମୀ ସମୟରେ ସେ ମଧ୍ୟ ପରିବାର ନିୟୋଜନ ବିଷୟରେ ନିଶ୍ଚିତ ଭାବେ ଚିନ୍ତା କରିବେ କିନ୍ତୁ ବର୍ତ୍ତମାନ ସେ ନିଜ କ୍ୟାରିୟର ଉପରେ ଧ୍ୟାନ ଦେବା ପାଇଁ ଚାହଁନ୍ତି ।

ଦୀପିକା-ରଣବିରଙ୍କ ଭଳି ଆହୁରି ଦମ୍ପତି ଅଛନ୍ତି ଯେଉଁମାନେ ପରିବାର ନିୟୋଜନ ବିଷୟରେ ଚିନ୍ତା ନକରି କ୍ୟାରିୟର ଉପରେ ଧ୍ୟାନ ଦେଉଛନ୍ତି । ସେ ପ୍ରଥମେ ଭଲ ଭାବରେ ସେଟଲ ହେବା ପାଇଁ ଚାହଁନ୍ତି । ଯଦିଓ ସମାଜ ଓ ସମ୍ପର୍କୀୟ ମାନେ ବିବାହ ପରଠାରୁ ତାଙ୍କୁ ଛୁଆକୁ ନେଇ ଚାପ ପକାଇବା ଆରମ୍ଭ କରି ଦିଅନ୍ତି । ଏହି ଚାପକୁ ନେଇ ସେମାନେ ଏହି ଚିନ୍ତାରେ ପଡ଼ିଯାନ୍ତି ଯେ ଛୁଆ ଜନ୍ମ କରିବା ପାଇଁ ଏହା ଠିକ ସମୟ ନା ନାହିଁ । ଏମିତିରେ ଆଜି ଆମେ ଆପଣଙ୍କୁ ପରିବାର ନିୟୋଜନର ସଠିକ ସମୟ ବିଷୟରେ କହିବାକୁ ଯାଉଛୁ ।

ପରିବାର ନିୟୋଜନ ପୂର୍ବରୁ ଆପଣ ନିଜକୁ ମାନସିକ ରୂପେ ପ୍ରସ୍ତୁତ କରି ନିଅନ୍ତୁ । ସନ୍ତାନକୁ ଲାଳନପାଳନ କରିବା ଏକ ବହୁତ ବଡ଼ ଦାୟିତ୍ବ ଅଟେ । ଯଦି ଉଭୟ ସ୍ୱାମୀ ସ୍ତ୍ରୀ ଏହି କଥାକୁ ନେଇ ବଚନବଦ୍ଧ ଅଛନ୍ତି ତେବେ ହିଁ ଏହି ଦିଗରେ ଆଗକୁ ବଢ଼ନ୍ତୁ । ଛୁଆ ଜନ୍ମ ଗ୍ରହଣ କରିବା ପରେ ଖର୍ଚ୍ଚ ମଧ୍ୟ ବଢ଼ିଯାଏ । ଏମିତିରେ ନିଜ ଆର୍ଥିକ ସ୍ଥିତିକୁ ଉପରେ ମଧ୍ୟ ଦୃଷ୍ଟି ଫେରେଇ ନିଅନ୍ତୁ ।

ଏହା ଏକ ବଡ଼ ନିଷ୍ପତ୍ତି ଅଟେ ଯାହା ଆପଣ ଓ ଆପଣଙ୍କ ଜୀବନସାଥୀ ମିଳିମିଶି ନେବା ଉଚିତ । ଏଥିପାଇଁ ଘର ଲୋକେ ଓ ସମାଜ କଣ କୁହେ ସେଥି ପ୍ରତି ଧ୍ୟାନ ଦେବା ଉଚିତ ନୁହେଁ । ଏହା କୌଣସି ଚାପରେ ଆସି କରନ୍ତୁ ନାହିଁ । ନିଜ ପରିସ୍ଥିତିକୁ ବୁଝିସୁଝି ଏହାର ନିଷ୍ପତ୍ତି ନିଅନ୍ତୁ, ସେତେବେଳେ ଆପଣ ମାତାପିତା ହେବେ ଭଲ ଭାବରେ ଉପଭୋଗ କରିପାରିବେ ।

Leave a Reply

Your email address will not be published. Required fields are marked *