କରୋନାର ନୂତନ ରୂପ ବଢ଼ାଇଲା ସମସ୍ତଙ୍କର ଚିନ୍ତା ! ସଂକ୍ରମଣ ହାର ମଧ୍ୟ ପୂର୍ବ ଅପେକ୍ଷା ବହୁତ ଅଧିକ !

କରୋନାର ନୂତନ ରୂପ ବଢ଼ାଇଲା ସମସ୍ତଙ୍କର ଚିନ୍ତା ! ସଂକ୍ରମଣ ହାର ମଧ୍ୟ ପୂର୍ବ ଅପେକ୍ଷା ବହୁତ ଅଧିକ !

କରୋନା ଭୁତାଣୁର ନୂଆ ରୂପ ବ୍ରିଟେନରେ ତୀବ୍ର ଗତିରେ ବିସ୍ତାର କରୁଛି ଏବଂ ଅନେକ ଲୋକ ଏହି ନୂଆ ଭୁତାଣୁ ଦ୍ୱାରା ସଂକ୍ରମିତ ହେଉଛନ୍ତି । ଭୁତାଣୁ ବିସ୍ତାର ହେଉଥିବା ଯୋଗୁଁ ବ୍ରିଟେନ୍ ସରକାରଙ୍କ ଦ୍ୱାରା ପୁଣିଥରେ ଲକ୍ଡ଼ାଉନ୍ ଲାଗୁ କରାଯାଇଛି ଏବଂ ଭୁତାଣୁର ସଂକ୍ରମଣରୁ ରକ୍ଷା ପାଇବା ପାଇଁ ଜନ ସଚେତନ ଜାରି କରାଯାଇଛି । ବ୍ରିଟେନ୍ ଜଣେ ମନ୍ତ୍ରୀଙ୍କ କହିବାନୁଯାୟୀ, ଡେନମାର୍କ, ନେଦରଲାଣ୍ଡ ଏବଂ ଅଷ୍ଟ୍ରେଲିଆରେ ଚିହ୍ନଟ ହୋଇଥିବା କରୋନା ଭୁତାଣୁର ନୂତନ ରୂପ, ମୂଳରୂପ ତୁଳନାରେ ୭୦ ପ୍ରତିଶତ ଅଧିକ ସଂକ୍ରାମକ ଅଟେ । କିନ୍ତୁ ଏହି କଥାର ପ୍ରମାଣ ନାହିଁ ଯେ, ଏହା ଅଧିକ ମାରାତ୍ମକ ଏବଂ ଗମ୍ଭୀର ରୋଗର କାରଣ ଅଟେ କି ନୁହେଁ ।

ନିକଟରେ ବ୍ରିଟେନ ସରକାର କରୋନା ଭୁତାଣୁର ନୂତନ ଷ୍ଟ୍ରେନର ଆତଙ୍କ କଥା କହିଥିଲେ ଏବଂ ଏଥିପାଇଁ ସରକାର ବର୍ତ୍ତମାନ ଟିୟର-୪ର ପ୍ରତିବନ୍ଧକ ବିଷୟରେ ଘୋଷଣା କରିଛନ୍ତି । ଟିୟର-୪ ସବୁଠାରୁ କଠୋର ପ୍ରତିବନ୍ଧକ ହୋଇଥାଏ । ଏହାକୁ ବ୍ରିଟେନର କିଛି ଅଞ୍ଚଳରେ ଲାଗୁ କରାଯାଇଛି । ସରକାର କଡାକଡି ଭାବରେ ଚେତାବନୀ ଜାରି କରିଛନ୍ତି ଯେ, ଟିୟର-୪ ଅଞ୍ଚଳରେ ଜିମ୍, ସ୍ୱିମିଙ୍ଗ ପୁଲ୍ ଭଳି ସ୍ଥାନକୁ ବନ୍ଦ ରଖାଯିବ । ସ୍ୱାସ୍ଥ୍ୟ ସଚିବ ମ୍ୟାଟ୍ ହ୍ୟାନକକ କହିଛନ୍ତି ଯେ, ବ୍ରିଟେନରେ ଲାଗୁ କରାଯାଇଥିବା ଟିୟର-୪ ପ୍ରତିବନ୍ଧକକୁ ଶୀଘ୍ର ହଟାଯିବନାହିଁ । ନୂତନ ଷ୍ଟ୍ରେନକୁ ନିୟନ୍ତ୍ରଣ କରିବା କଷ୍ଟକର ହେବ ।

ଇଂଲଣ୍ଡରେ ନୂତନ ଟିୟର-୪ ପ୍ରତିବନ୍ଧକ କାରଣରୁ ହଜାରେ ଜିମ, ପୁଲ ଏବଂ ଅବକାଶ କେନ୍ଦ୍ର ପ୍ରଭାବିତ ହୋଇଛି । ନୂତନ ନିୟମ ଅନୁଯାୟୀ, ଆଉଟଡୋର ଖେଳ ସୁବିଧା ଯେଉଁଥିରେ ଗୋଲ୍ଫ ଫୋର୍ସ, ଟେନିସ୍ କୋର୍ଟ ଏବଂ ଆଉଟଡୋର ସ୍ୱିମିଙ୍ଗ ପୁଲକୁ ଖୋଲିବାରେ ଅନୁମତି ରହିଛି ।

ଭାରତର ମଧ୍ୟ ବଢ଼ିଲା ଚିନ୍ତା:-

ବ୍ରିଟେନରେ ମିଳିଥିବା କରୋନା ଭୁତାଣୁର ୭୦ ପ୍ରତିଶତ ଅଧିକ ମାରାତ୍ମକ ପ୍ରତିରୂପ ଦ୍ୱାରା ଭାରତର ଚିନ୍ତା ବଢିଯାଇଛି । କେନ୍ଦ୍ରୀୟ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଦେଶରେ କରୋନାର ଏହି ନୂଆ ଭୁତାଣୁର ସଂକ୍ରମଣକୁ ଲୋକଙ୍କ ଠାରୁ ରକ୍ଷା କରିବା ପାଇଁ ଉଚିତ ପଦକ୍ଷେପ ଗ୍ରହଣ ନିମନ୍ତେ ଗତକାଲି ଏକ ଜରୁରୀକାଳୀନ ବୈଠକ ଡକାଇଥିଲେ । ସୂଚନା ଅନୁଯାୟୀ, ବ୍ରିଟେନରେ ମିଳିଥିବା କରୋନା ଭୂତାଣୁର ନୂତନ ପ୍ରତିରୂପ ଉପରେ ଚର୍ଚ୍ଚା କରିବା ପାଇଁ ସ୍ୱାସ୍ଥ୍ୟ ସେବା ମହାନିର୍ଦ୍ଦେଶକ (ଡିଜିଏଚଏସ)ଙ୍କ ଅଧ୍ୟକ୍ଷତାରେ ସୋମବାର ଦିନ ସଂଯୁକ୍ତ ପର୍ଯ୍ୟାଲୋଚନା ଗୋଷ୍ଠୀର ବୈଠକ ଅନୁଷ୍ଠିତ ହୋଇଛି ।

ଆପଣଙ୍କୁ ଜଣାଇ ସୁଚିତା କରାଇଦେଉଛୁ ଯେ, ଅନେକ ୟୁରୋପୀୟ ଦେଶ ଭୁତାଣୁର ଏହି ମାରାତ୍ମକ ପ୍ରତିରୂପର ବିସ୍ତାରକୁ ରୋକିବା ପାଇଁ ବ୍ରିଟେନରୁ ଆସୁଥିବା ବିମାନ ଉପରେ ପ୍ରତିବନ୍ଧକ ଲଗାଇଦେଇଛନ୍ତି । ବ୍ରିଟେନ ପାଇଁ ଯାତ୍ରାରେ ପ୍ରତିବନ୍ଧକ ଘୋଷିତ କରୁଥିବା ଦେଶ ମଧ୍ୟରେ ଫ୍ରାନ୍ସ, ନେଦରଲ୍ୟାଣ୍ଡ, ଜର୍ମାନୀ, ବେଲଜିୟମ, ଅଷ୍ଟ୍ରେଲିଆ, ଇଟାଲୀ ଏବଂ ସ୍ଵିଡେନ ଅନ୍ତର୍ଭୂକ୍ତ ରହିଛି । ଯେତେବେଳେ କି ରିପବ୍ଲିକାନ ବ୍ରିଟେନରୁ ଆସୁଥିବା ଲୋକଙ୍କ ପାଇଁ କ୍ବାରେଣ୍ଟାଇନ ଘୋଷିତ କରିଛି ।

Leave a Reply

Your email address will not be published. Required fields are marked *