ନିଜକୁ ସ୍ଳିମ୍ କରିବା ପାଇଁ ସାରା ଅଲ୍ଲୀ ଖାନ୍ ଆପଣାଇ ଥିଲେ ଏକ ଭିନ୍ନ ଉପାୟ ! ଆପଣ ମଧ୍ୟ ଜାଣନ୍ତୁ….

ନିଜକୁ ସ୍ଳିମ୍ କରିବା ପାଇଁ ସାରା ଅଲ୍ଲୀ ଖାନ୍ ଆପଣାଇ ଥିଲେ ଏକ ଭିନ୍ନ ଉପାୟ ! ଆପଣ ମଧ୍ୟ ଜାଣନ୍ତୁ….

କୌଣସି ଏକ ସମୟ ଥିଲା ଯେତେବେଳେ ସାରା ଅଲୀ ଖାନ ନିଜ ବାପା ସୈଫ ଅଲୀ ଖାନ ଏବଂ ମା ଅମୃତା ଙ୍କ ଦ୍ୱାରା ପରିଚିତ ହେଉଥିଲେ । କିନ୍ତୁ ଯେଉଁ ଦିନ ଠାରୁ ସେ ଫିଲ୍ମ ଦୁନିଆରେ ପାଦ ରଖିଛନ୍ତି ସେବେଠାରୁ ସେ ସବୁଠି ଚର୍ଚ୍ଚାର ବିଷୟ ପାଲଟିଛନ୍ତି । ସୋସିଆଲ ମିଡିଆରେ ସେ ପ୍ରାୟତଃ ଚର୍ଚ୍ଚାରେ ରହନ୍ତି । ତାଙ୍କର ଅଭିନୟ ଏବଂ ଢଙ୍ଗ ବର୍ତ୍ତମାନ ଲକ୍ଷ ଲକ୍ଷ ଫ୍ୟାନ୍ ଅଛନ୍ତି ଏବଂ ବର୍ତ୍ତମାନ ତାଙ୍କୁ ବଲିଉଡ଼ର ଟୋପ ଅଭିନେତ୍ରୀ ଯେପରି ଶ୍ରଦ୍ଧା କପୂର, ଦିଶା ପଟାନୀ ଏବଂ କ୍ରୀତି ସେନନଙ୍କ ସହିତ ତୁଳନା ମଧ୍ୟ କରାଯାଇଥାଏ । ଏବେ ଯେଉଁପରି ଭାବରେ ସମୟ ବଢ଼ି ଚାଲିଛି ତାଙ୍କ ଲୋକପ୍ରିୟତା ମଧ୍ୟ ବଢ଼ିବାରେ ଲାଗିଛି ।

ସାରାଙ୍କ ବିଷୟରେ କହିବାକୁ ଗଲେ ସେ ଫିଲ୍ମ କେଦାରନାଥରୁ ବଲିଉଡ଼ରେ ଡେବ୍ୟୁ କରିଥିଲେ । ତାଙ୍କର ଏହି ଫିଲ୍ମରେ କରାଯାଇଥିବା ଅଭିନୟ ଖୁବ ପ୍ରଶଂସା କରାଯାଇଥିଲା ଏବଂ ଅନେକ ଦର୍ଶକ ମଧ୍ୟ ତାଙ୍କର ଫ୍ୟାନ୍ ହୋଇ ଯାଇଥିଲେ । ଆଜି ତାଙ୍କର ଷ୍ଟାରଡମ୍ ମଧ୍ୟ କୌଣସି ଲୋକପ୍ରିୟ ଅଭିନେତ୍ରୀଙ୍କ ଠାରୁ କମ୍ ନୁହେଁ । ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ଯେପରିକି ଟ୍ୱିଟର ଏବଂ ଇନସ୍ଟାଗ୍ରାମରେ ବର୍ତ୍ତମାନ ତାଙ୍କର ଲକ୍ଷ ଲକ୍ଷ ଫୋଲୋଅର୍ସ ଅଛନ୍ତି ।

ତାଙ୍କର ଏହି ଆକାଉଣ୍ଟ ପ୍ରସାର ଖୁବ ଆକ୍ଟିଭ ମଧ୍ୟ ରହିଥାଏ । ଏମିତିରେ ତାଙ୍କ ସହିତ ଜଡ଼ିତ ସବୁ ଖବର ତାଙ୍କ ଫ୍ୟାନ ମାନଙ୍କ ଠାରେ ପହଂଚି ଯାଇଥାଏ । ସେ ପ୍ରାୟତଃ ନିହର ସମସ୍ତ ଘଟଣା ନିଜ ଫ୍ୟାନ ମାନଙ୍କ ସହିତ ସେୟାର କରିଥାନ୍ତି । ଗତ କିଛିଦିନ ପୂର୍ବରୁ ସାରାଙ୍କର ଜନ୍ମଦିନ ଥିଲା ଯେତେବେଳେ ତାଙ୍କ ଫ୍ୟାନ୍ ମାନେ ତାଙ୍କୁ ମେସେଜେସ୍ ଏବଂ କମେଣ୍ଟ ଜରିଆରେ ଖୁବ୍ ଅଭିନନ୍ଦନ ଜଣାଇ ଥିଲେ । ସେ ତା ସହିତ କିଛି ଫୋଟ ମଧ୍ୟ ସେୟାର କରିଥିଲେ । ଯେଉଁଥିରେ ସାରା ଖୁବ୍ ଗ୍ଲେମର୍ସ ଏବଂ ଗର୍ଜିଅସ୍ ନଜର ଆସୁଥିଲେ କିନ୍ତୁ ଆଜିର ସମୟରେ ସାରା ଯେଉଁପରି ଭାବରେ ଦେଖା ଯାଉଛନ୍ତି ସେହିପରି ପୂର୍ବରୁ ଆଦୋୖ ନଥିଲେ ।

କ୍ୟାରିଅରର ପ୍ରାରମ୍ଭରେ ତାଙ୍କର ଓଜନ ଖୁବ ଅଧିକ ଥିଲା । ଯେଉଁ କାରଣରୁ ତାଙ୍କୁ ମୋଡେଲିଙ୍ଗ ରେ ଅନେକ ସମସ୍ୟାର ସାମ୍ନା କରିବାକୁ ପଡ଼ିଥିଲା । ସେହି ସମୟରେ ସାରାଙ୍କ ଓଜନ ପାଖାପାଖି ୯୬ କିଲୋଗ୍ରାମ ଥିଲା । କିନ୍ତୁ ବୋଲିଉଡ଼ ରେ ନିହର ଏକ ପରିଚୟ ସୃଷ୍ଟି କରିବା ତାଙ୍କର ଏକ ସ୍ୱପ୍ନ ଥିଲା ଏବଂ ତାଙ୍କ ମଧ୍ୟରେ ଏକ ଜୋସ୍ ଥିଲା ଯାହାକି ତାଙ୍କ ମଧ୍ୟରେ ଏପରି ପରିବର୍ତ୍ତନ ଆଣିଥିଲା ଯାହାକି ଲୋକଙ୍କୁ ବିଶ୍ୱାସ ହୁଏନାହିଁ । ଆଜି ଆମେ ସାରାଙ୍କର ଏହି ସ୍ଲିମ୍ ଏବଂ ଫିଟ୍ ବୋଡ଼ି ହେବା ବିଷୟରେ କହିବୁ ।

୨୦୧୮ ରେ ତାଙ୍କ ପିତା ସୈଫ ଅଲୀ ଖାନଙ୍କ ସହିତ ସାରାଙ୍କୁ କରନ୍ ଜୌହାରଙ୍କ ଲୋକପ୍ରିୟ ଶୋ କଫି ୱିଥ କରନରେ ଦେଖା ଯାଇଥିଲା । ସାରା କହିଛନ୍ତି ଯେ ସେତେବେଳେ ତାଙ୍କର ଓଜନ ପ୍ରାୟତଃ ୯୬ କିଲୋଗ୍ରାମ ଥିଲା । ସାରା କହିଥିଲେ ଯେ ତାଙ୍କର ଏହି ମୋଟାପଣ ନର୍ମାଲ ନଥିଲା । ବରଂ ଏହା PCOD ଥିଲା । PCOD ସମ୍ବନ୍ଧରେ କହିବାକୁ ଗଲେ ଏହା ହର୍ମୋନାଲ ସମସ୍ୟା ଅଟେ ଯାହାକି ମହିଳାଙ୍କ ଠାରେ ଦେଖା ଯାଇଥାଏ । ସାଧାରଣତଃ ଟିନଏଜ ଝିଅଙ୍କ ମଧ୍ୟରେ ହର୍ମୋନାଲ ଚେଞ୍ଜେସ୍ କାରଣରୁ ଏହା ଦେଖିବାକୁ ମିଳିଥାଏ ।

ଶୋ ରେ ଯେତେବେଳେ ସାରା ଏହିସବୁ ବିଷୟରେ କହୁଥିଲେ ସେତେବେଳେ ପିତା ପ୍ରତ୍ୟେକ କଥାରେ କହିଥିଲେ ଯେ , ‘ ତୁମେ ପିଜା ମଧ୍ୟ ଅଧିକ ଖାଉଥିଲ । ‘ ବାପାଙ୍କ କଥାରେ ସାରା ଉତ୍ତର ଦେଇ କହିଥିଲେ ଯେ, ‘ ହଁ ଖାଉଥିଲି କିନ୍ତୁ ପରେ ସେସବୁକୁ ନିୟନ୍ତ୍ରଣ କରି ଦେଇଥିଲି । ‘

Leave a Reply

Your email address will not be published. Required fields are marked *