କରିଷ୍ମା କପୂରଙ୍କ ଜୀବନରେ ପ୍ରେମ ହୋଇ ଆସିଲେ ଏହି ୫ ଜଣ ଅଭିନେତା କିନ୍ତୁ ବର୍ତ୍ତମାନ କରୁଛନ୍ତି ଏହି ଉଦ୍ୟୋଗପତିଙ୍କୁ ଡେଟ୍ !

କରିଷ୍ମା କପୂରଙ୍କ ଜୀବନରେ ପ୍ରେମ ହୋଇ ଆସିଲେ ଏହି ୫ ଜଣ ଅଭିନେତା କିନ୍ତୁ ବର୍ତ୍ତମାନ କରୁଛନ୍ତି ଏହି ଉଦ୍ୟୋଗପତିଙ୍କୁ ଡେଟ୍ !

ଆମ ବଲିଉଡ଼ ଇଣ୍ଡଷ୍ଟ୍ରିରେ ଭଲ ଭଲ ଅଭିନେତ୍ରୀ ଅଛନ୍ତି ଯିଏ ନିଜର ସୁନ୍ଦରତା ଓ ଶୈଳୀରୁ ଲୋକଙ୍କୁ ଦିୱାନା କରିଛନ୍ତି ଏବଂ ଏହି ଅଭିନେତ୍ରୀ ମଧ୍ୟରୁ ଜଣେ ହେଉଛନ୍ତି ଅଭିନେତ୍ରୀ କରିଷ୍ମା କପୂର ଓ କରିଷ୍ମା କପୂର ବଲିଉଡ଼କୁ ସୁପରହିଟ୍ ଚଳଚ୍ଚିତ୍ର ଗୁଡ଼ିକ ଭେଟି ଦେଇଛନ୍ତି ଯେଉଁଥିରୁ ତାଙ୍କ ଅଧିକାଂଶ ଚଳଚ୍ଚିତ୍ର ଗୋବିନ୍ଦାଙ୍କ ସହିତ ରହିଛି ଏବଂ ଯାହା ବକ୍ସ ଅଫିସରେ ସୁପରହିଟ ସାବ୍ୟସ୍ତ ହୋଇଛି । ସେପଟେ ଚଳଚ୍ଚିତ୍ର ପରଦାରେ କରିଷ୍ମା କପୂରଙ୍କ ଜୀବନ ଯେତିକି ହିଟ ହୋଇଛି ସେତିକି ତାଙ୍କ ବ୍ୟକ୍ତିଗତ ଜୀବନରେ ଉଚ୍ଚ ନୀଚ ସମୟ ଆସିଛି ଓ ଆଜି ଆମେ ଆପଣଙ୍କୁ କରିଷ୍ମା କପୂରଙ୍କ ଏପରି ୫ଟି ଅଫେୟାର ବିଷୟରେ ସୁଚାଇବୁ ଯାହା ବହୁ ଚର୍ଚ୍ଚିତ ହୋଇଥିଲା ।

କରିଷ୍ମା କପୂର ଅଜୟ ଦେବଗନ

ଚଳଚ୍ଚିତ୍ର କେଦି ଠାରୁ ବଲିଉଡ଼ରେ ଡେବ୍ୟୁ କରିଥିବା ଅଭିନେତ୍ରୀ କରିଷ୍ମା କପୂରଙ୍କ ସହିତ ଏହି ଚଳଚ୍ଚିତ୍ରରେ ତାଙ୍କ ସହିତ ଅଜୟ ଦେବଗନ ନଜର ଆସିଥିଲେ ଓ ଏହି ଚଳଚ୍ଚିତ୍ର ସମୟରେ ଦୁହିଁଙ୍କ ମଧ୍ୟରେ ନିକଟତା ବଢି ଯାଇଥିଲା ଏବଂ ଦୁହେଁ ପରସ୍ପରକୁ ଭଲ ପାଇବାକୁ ଲାଗିଲେ ଏବଂ ତାଙ୍କ ପ୍ରେମ କାହାଣୀ ସେହି ସମୟରେ ଖୁବ୍ ଚର୍ଚ୍ଚିତ ଥିଲା କିନ୍ତୁ ସେତେବେଳେ ତାଙ୍କ ମଝିରେ କାଜଲଙ୍କ ଆଗମନ ହେଲା ଓ ଏମାନଙ୍କ ସମ୍ପର୍କ ଭାଙ୍ଗି ଯାଇଥିଲା ଓ ଦୁହେଁ ପରସ୍ପର ଠାରୁ ଅଲଗା ହୋଇଗଲେ ।

କରିଷ୍ମା କପୂର ଓ ଗୋବିନ୍ଦା

ଯେପରିକି ଆମେ ସମସ୍ତେ ଜାଣୁ ବଲିଉଡ଼ ଚଳଚ୍ଚିତ୍ରରେ କରିଷମା ଓ ଗୋବିନ୍ଦାଙ୍କ ଯୋଡ଼ିକୁ ସବୁଠାରୁ ଅଧିକ ପସନ୍ଦ କରାଯାଉଥିଲା ଓ ଏ ଦୁହେଁ ଏକାଠି ଅନେକଗୁଡ଼ିଏ ସୁପରହିଟ୍ ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି ଏବଂ ଅଧିକାଂଶ ଚଳଚ୍ଚିତ୍ରର ଶୁଟିଂ ସମୟରେ କରିଷ୍ମା ଓ ଗୋବିନ୍ଦା ପରସ୍ପର ସହ ସମୟ ଅତିବାହିତ କରୁଥିଲେ ଏବଂ ଦୁହେଁ ଖୁବ୍ ନିକଟକୁ ଆସି ଯାଇଥିଲେ କିନ୍ତୁ ଗୋବିନ୍ଦା ସେହି ସମୟରେ ବିବାହିତ ଥିଲେ । ଏହି କାରଣରୁ ଏହି ସଂପର୍କକୁ ସେ ଆଗକୁ ବଢ଼ାଇଲେ ନାହିଁ ଓ ଦୁହେଁ ଅଲଗା ହୋଇଗଲେ ।

ସଲମାନ ଖାନ୍ ଓ କରିଷ୍ମା କପୂର

ସୂଚନାଥାଉକି କରିଷ୍ମା କପୂର ସଲମାନ ଖାନଙ୍କ ସହିତ ମଧ୍ୟ ଅନେକଗୁଡ଼ିଏ ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି ଏବଂ ଏକ ସମୟ ଥିଲା ସେତେବେଳେ ଏପରି କୁହାଯାଉଥିଲା ଯେ ସଲମାନ ଖାନ୍ ଓ କରିଷ୍ମା କପୂର ଦୁହେଁ ପରସ୍ପରକୁ ପସନ୍ଦ କରନ୍ତି କିନ୍ତୁ ଯେତେବେଳେ ଏହା ବିଷୟରେ ଦୁହିଁଙ୍କୁ ପଚରଗଲା ସେମାନେ ଖୋଲାଖୋଲି କିଛି କହିଲେ ନାହିଁ ।

ଅଭିଷେକ ବଚ୍ଚନ ଓ କରିଷ୍ମା କପୂର

ଅଭିଷେକ ବଚ୍ଚନ ଓ କରିଷ୍ମା କପୂରଙ୍କ ସମ୍ପର୍କ ଖୁବ୍ ଚର୍ଚ୍ଚିତ ହୋଇଥିଲା ଏବଂ କୁହାଯାଉଥିଲା ଯେ ଅଭିଷେକଙ୍କ ଭଉଣୀ ଶ୍ୱେତା ବଚ୍ଚନଙ୍କ ବିବାହ ସମୟରେ ହିଁ ଅଭିଷେକ ଓ କରିଷ୍ମା ଖୁବ୍ ନିକଟକୁ ଆସିଥିଲେ ଓ ଅମିତାଭ ଦୁହିଁଙ୍କ ନିର୍ବନ୍ଧ କରିବା ପାଇଁ ନିଷ୍ପତ୍ତି ନେଇଥିଲେ କିନ୍ତୁ ଜୟା ବଚ୍ଚନ ଏହି ସମ୍ପର୍କରୁ ରାଜି ନଥିଲେ ଏଥିପାଇଁ ଦୁହେଁ ଅଲଗା ହୋଇଗଲେ ।

କରିଷ୍ମା କପୂର ଓ ସଞ୍ଜୟ କପୂର

କରିଷମା କପୂରଙ୍କ ଅଭିଷେକଙ୍କ ସହିତ ସମ୍ପର୍କ ଭାଙ୍ଗିଯିବା ପରେ ତାଙ୍କ ଜୀବନରେ ଭଲପାଇବା ହୋଇ ଆସିଲେ ସଞ୍ଜୟ କପୂର ଓ ଏ ଦୁହେଁ ପରସ୍ପରକୁ କେବଳ ପ୍ରେମ କଲେ ନାହିଁ ବରଂ ବିବାହ ମଧ୍ୟ କଲେ ଓ ସଞ୍ଜୟ କପୂର ଓ କରିଷ୍ମାଙ୍କ ଦୁଇଟି ସନ୍ତାନ ମଧ୍ୟ ଜାତ ହେଲେ । ଏ ଦୁହିଁଙ୍କ ମଧ୍ୟରେ ବିବାହ ପରେ ସମ୍ପର୍କରେ ଫାଟ ସୃଷ୍ଟି ହେବାକୁ ଲାଗିଲା ଏବଂ ଦୁହେଁ ପରସ୍ପର ଠାରୁ ଅଲଗା ହେବା ପାଇଁ ସ୍ଥିର କଲେ ଏବଂ ଦୁହେଁ ଆପୋଷ ବୁଝାମଣା କରି ଛାଡ଼ପତ୍ର ନେଇଗଲେ ଏବଂ କରିଷ୍ମା ଏକ ଏକୁଟିଆ ମାଁ ହୋଇ ନିଜର ଦୁଇଟି ସନ୍ତାନକୁ ଲାଳନପାଳନ କରୁଛନ୍ତି ।

ସନ୍ଦୀପ ତୋଷନୀବାଲ ଓ କରିଷ୍ମା କପୂର

ସେପକ୍ଷରେ ସଞ୍ଜୟଙ୍କୁ ଛାଡ଼ପତ୍ର ନେବା ପରେ ପୁଣିଥରେ କରିଷ୍ମାଙ୍କ ଜୀବନକୁ ପ୍ରେମ ହୋଇ କେହି ଆସିଛନ୍ତି ଏବଂ ସେ ହେଉଛନ୍ତି ଉଦ୍ୟୋଗପତି ସନ୍ଦୀପ ତୋଷନୀ ବାଲ । ମିଡ଼ିଆରୁ ମିଳିଥିବା ସୂଚନାନୁଯାୟୀ ବର୍ତ୍ତମାନ କରିଷ୍ମା ବ୍ୟବସାୟୀ ସନ୍ଦୀପ ତୋଷନୀବାଲଙ୍କୁ ଡେଟ୍ କରୁଛନ୍ତି । ସନ୍ଦୀପ ମଧ୍ୟ ତାଙ୍କ ସ୍ତ୍ରୀ ଠାରୁ ଛାଡ଼ପତ୍ର ନେଇଛନ୍ତି ଏବଂ ଏହିପରିରେ ଏହି ଦୁହେଁ ପରସ୍ପର ପାଇଁ ଭଲ ଜୀବନସାଥୀ ହୋଇପାରିବେ ।

Leave a Reply

Your email address will not be published. Required fields are marked *