ଟିଭିର ଏହି କଳାକାର ଯୋଡିମାନଙ୍କ ମଧ୍ୟରେ ଛାଡ଼ପତ୍ର ହୋଇନାହିଁ କିନ୍ତୁ ସ୍ୱାମୀ ଓ ସ୍ତ୍ରୀ ପରସ୍ପର ମଧ୍ୟରେ ଅଲଗା ରହୁନ୍ତି…!

ଟିଭିର ଏହି କଳାକାର ଯୋଡିମାନଙ୍କ ମଧ୍ୟରେ ଛାଡ଼ପତ୍ର ହୋଇନାହିଁ କିନ୍ତୁ ସ୍ୱାମୀ ଓ ସ୍ତ୍ରୀ ପରସ୍ପର ମଧ୍ୟରେ ଅଲଗା ରହୁନ୍ତି…!

କଳାକାର ମାନଙ୍କ ମଧ୍ୟରେ ସମ୍ପର୍କ ସୃଷ୍ଟି ହେବା ଏବଂ ଭାଙ୍ଗିବା ସାଧାରଣ କଥା ଅଟେ । ଆପଣ ନିଶ୍ଚିତ ଭାବରେ ଶୁଣିଥିବେ ଯେ, ପ୍ରେମ କରିବା ସହଜ ଅଟେ କିନ୍ତୁ ଏହାକୁ ବଜାୟ ରଖିବା ଅତ୍ୟନ୍ତ କଷ୍ଟକର ଅଟେ । ଏଭଳି କିଛି ଏହି ଟିଭି କଳାକାର ମାନଙ୍କ ମଧ୍ୟରେ ହୋଇଛି । ଏମାନେ ପରସ୍ପରକୁ ଅତି ସହଜରେ ଭଲ ପାଇ ଯାଇଛନ୍ତି କିନ୍ତୁ ଏମାନଙ୍କ ପାଇଁ ଏହି ପ୍ରେମକୁ ବଜାୟ ରଖିବା ଅତ୍ୟନ୍ତ କଷ୍ଟକର ହୋଇଯାଇଛି । ସେଥିପାଇଁ ଆଜି ଆମେ ଆପଣଙ୍କୁ ଟିଭିର ସେହି ଦମ୍ପତ୍ତି ମାନଙ୍କ ବିଷୟରେ କହିବାକୁ ଯାଉଛୁ, ଯେଉଁମାନେ ପ୍ରେମ କରିଛନ୍ତି, ତାପରେ ବିବାହ ମଧ୍ୟ କରିଛନ୍ତି କିନ୍ତୁ ଶେଷରେ ଅଲଗା ମଧ୍ୟ ହୋଇ ଯାଇଛନ୍ତି । କିନ୍ତୁ ଆଜି ମଧ୍ୟ ସେମାନଙ୍କର ଛାଡ଼ପତ୍ର ହୋଇନାହିଁ । ଏହି କଳାକାର ମାନେ ବିନା ଛାଡ଼ପତ୍ରରେ ପରସ୍ପର ଠାରୁ ଅଲଗା ରହୁଛନ୍ତି ।

ଭିଭିୟନ ଡିସେନା ଏବଂ ବାହବିଜ ଦୋରାବଜି:-

ଭିଭିୟନ ଡିସେନା ଏବଂ ବାହବିଜ ଦୋରାବଜିଙ୍କର ପ୍ରେମ କାହାଣୀ କୌଣସି ଚଳଚ୍ଚିତ୍ର ଠାରୁ କମ ନଥିଲା । ‘ପ୍ୟାର କି ଏକ କହାନୀ’ ସିରିଏଲର ସେଟ ରେ ଉଭୟଙ୍କର ସାକ୍ଷାତ ହୋଇଥିଲା ଏବଂ ପ୍ରଥମ ଦେଖାରେ ହିଁ ଦୁହିଁଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା । ଦୁହିଁଙ୍କ ମଧ୍ୟରେ ଦୀର୍ଘ ସମୟ ପର୍ଯ୍ୟନ୍ତ ସମ୍ପର୍କ ରହିଥିଲା ଏବଂ ଶେଷରେ ୨୦୧୩ ମସିହାରେ ଦୁହେଁ ବିବାହ କରିଥିଲେ । କିନ୍ତୁ ବିବାହର ପ୍ରାୟତଃ ୩ବର୍ଷ ପରେ ଦୁହିଁଙ୍କ ମଧ୍ୟରେ ମତଭେଦ ସୃଷ୍ଟି ହୋଇଥିଲା, ଯାହାପରେ ଏହି ଦମ୍ପତି ଛାଡ଼ପତ୍ର ନଦେଇ ୨୦୧୭ ମସିହାରୁ ପରସ୍ପର ଠାରୁ ଅଲଗା ରହୁଛନ୍ତି ।

କିରଣ କରମାକର ଏବଂ ରୀଙ୍କୁ ଧୱନ:-

କିରଣ କରମାକର ଏବଂ ରୀଙ୍କୁ ଧୱନଙ୍କୁ ଛୋଟ ପରଦାର ସବୁଠାରୁ ଭଲ ଯୋଡ଼ି ଭାବରେ ବିବେଚନା କରାଯାଉଥିଲା । ଉଭୟେ ଏକତା କପୁରଙ୍କର ଶୋ ‘କହାନୀ ଘର ଘର କି’ ରେ ଭାଇ ଭଉଣୀ ଭୂମିକାରେ ଅଭିନୟ କରୁଥିବାର ଦେଖା ଯାଇଥିଲେ ଏବଂ ଉଭୟଙ୍କୁ ଶୁଟିଂ ମାଧ୍ୟମରେ ହିଁ ପ୍ରେମ ହୋଇ ଯାଇଥିଲା । ଶୋ ଆରମ୍ଭ ହେବାର ଗୋଟିଏ ବର୍ଷ ପରେ ଅର୍ଥାତ ୨୦୦୧ ମସିହାରେ କିରଣ ଏବଂ ରୀଙ୍କୁ ପରସ୍ପରକୁ ବିବାହ କରି ନେଇଥିଲେ । କିନ୍ତୁ ବିବାହର ୧୫ ବର୍ଷ ପରେ ଦୁଇ କଳାକାର ପରସ୍ପର ଠାରୁ ଅଲଗା ହେବାପାଇଁ ନିଷ୍ପତ୍ତି ନେଇଥିଲେ । କୁହାଯାଉଥିଲା ଯେ, ଦୁହିଁଙ୍କ ମଧ୍ୟରେ ଏଭଳି କିଛି ଅସୁବିଧା ଥିଲା, ଯାହା ସମାଧାନ ହୋଇ ପାରୁନଥିଲା, ଯେଉଁଥିପାଇଁ ଏମାନେ ବିନା ଛାଡ଼ପତ୍ରରେ ଅଲଗା ରହିବାପାଇଁ ନିଷ୍ପତ୍ତି ନେଇଥିଲେ ।

ସନ୍ଦୀପ ସୋପାରକର ଏବଂ ଜେସୀ ରନ୍ଧୱା:-

ନିର୍ଦ୍ଦେଶକ ସନ୍ଦୀପ ସୋପାରକର ଏବଂ ମଡେଲ ଜେସୀ ରନ୍ଧୱା ୨୦୦୯ ମସିହାରେ ବିବାହ କରିଥିଲେ । ଏମାନଙ୍କ ବିବାହ ସାତବର୍ଷ ପର୍ଯ୍ୟନ୍ତ ଚାଲି ପାରିଥିଲା । ଏହାପରେ ଉଭୟେ ପାରସ୍ପାରିକ ସହମତିରେ ଅଲଗା ହେବାପାଇଁ ନିଷ୍ପତ୍ତି ନେଇଥିଲେ । ଉଭୟେ ବିନା ଛାଡ଼ପତ୍ରରେ ପରସ୍ପର ଠାରୁଠାରୁ ଅଲଗା ରହୁଛନ୍ତି ।

ଅବିନାଶ ସଚ୍ଚଦେବ ଏବଂ ଶାଳମଲି ଦେଶାଇ:-

ଅବିନାଶ ସଚ୍ଚଦେବ ଏବଂ ଶାଳମଲି ଦେଶାଇଙ୍କର ସାକ୍ଷାତ ‘ଇସ ପ୍ୟାର କୋ କ୍ୟା ନାମ ଦୁ’ ସେଟ ରେ ହୋଇଥିଲା । ଏହି ସିରିଏଲରେ ସେମାନେ ଦିଅର ଭାଉଜର ଭୂମିକାରେ ଅଭିନୟ କରିଥିଲେ । ଶୁଟିଂ ସମୟରୁ ହିଁ ଦୁହିଁଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା । କିଛି ସମୟ ପରେ ଦୁହେଁ ବିବାହ ବନ୍ଧନରେ ବାନ୍ଧି ହେବାପାଇଁ ନିଷ୍ପତ୍ତି ନେଇଥିଲେ ଏବଂ ଶେଷରେ ୧୨ ଜାନୁଆରୀ ୨୦୧୫ ମସିହାରେ ବିବାହ କରିଥିଲେ । କିନ୍ତୁ ବିବାହର ଦୁଇବର୍ଷ ପରେ ଦୁହିଁଙ୍କ ମଧ୍ୟରେ ମତଭେଦ ସୃଷ୍ଟି ହୋଇଥିଲା, ଯାହାଦ୍ୱାରା ଏମାନଙ୍କ ସମ୍ପର୍କ ଖରାପ ହୋଇ ଯାଇଥିଲା । ଏହାପରେ ଏହି ଦମ୍ପତ୍ତି ବିନା ଛାଡ଼ପତ୍ରରେ ପରସ୍ପର ଠାରୁ ଅଲଗା ରହିବାପାଇଁ ନିଷ୍ପତ୍ତି ନେଇଥିଲେ ।

ପୀୟୂଷ ସହଦେବ ଏବଂ ଆକାଂକ୍ଷା ରାୱତ:-

ଟିଭି ଅଭିନେତା ପୀୟୂଷ ସହଦେବ ସିରିଏଲ ‘ବେହଦ’ରେ ନିଜ ଚରିତ୍ର ଦ୍ୱାରା ସମସ୍ତଙ୍କର ଦୃଷ୍ଟି ଆକର୍ଷଣ କରିଥିଲେ । ଯେଉଁଥିପାଇଁ ସେ ଅନେକ ପ୍ରଶଂସିତ ହୋଇଥିଲେ । ୨୦୧୨ ମସିହାରେ ପୀୟୂଷ ‘ସୋଲହ ସିଙ୍ଗାର’ ଅଭିନେତ୍ରୀ ଆକାଂକ୍ଷା ରାୱତଙ୍କୁ ବିବାହ କରିଥିଲେ । ତେବେ ଏହି ଦମ୍ପତ୍ତିଙ୍କର ବିବାହ ମଧ୍ୟ ବେଶୀ ଦିନ ପର୍ଯ୍ୟନ୍ତ ଚାଲି ପାରିନଥିଲା । ବିବାହର କିଛି ବର୍ଷ ପରେ ଏହି ଦମ୍ପତ୍ତି ପରସ୍ପର ଠାରୁ ଅଲଗା ହୋଇଯାଇଥିଲେ । ଏହି ଦୁଇ କଳାକାର ମଧ୍ୟ ବିନା ଛାଡ଼ପତ୍ରରେ ପରସ୍ପର ଠାରୁ ଅଲଗା ରହୁଛନ୍ତି ।

Leave a Reply

Your email address will not be published. Required fields are marked *