ପିଲାଦିନେ ଅତ୍ୟନ୍ତ ସୁନ୍ଦର ଲାଗୁଥିଲେ ଐଶ୍ୱର୍ଯ୍ୟା ରାୟ, ଭାଇରାଲ ହେଲା ବଚ୍ଚନ ବୋହୂଙ୍କର ଫୋଟ !

ପିଲାଦିନେ ଅତ୍ୟନ୍ତ ସୁନ୍ଦର ଲାଗୁଥିଲେ ଐଶ୍ୱର୍ଯ୍ୟା ରାୟ, ଭାଇରାଲ ହେଲା ବଚ୍ଚନ ବୋହୂଙ୍କର ଫୋଟ !

କରୋନାର ଭୟାବହତା ଏପର୍ଯ୍ୟନ୍ତ ସାରା ବିଶ୍ୱରେ ରହିଛି ଏବଂ ବର୍ତ୍ତମାନ ମଧ୍ୟ ପ୍ରତିଦିନ ଲକ୍ଷଲକ୍ଷ ଲୋକ ଏହି ଭୁତାଣୁର ଶିକାର ହେଉଛନ୍ତି । କିନ୍ତୁ ବର୍ତ୍ତମାନ ପରିସ୍ଥିତି ଧୀରେଧୀରେ ପୂର୍ବାବସ୍ଥାକୁ ଫେରୁଅଛି । ଲୋକମାନେ ଘରୁ ବାହାରକୁ ବାହାରୁଛନ୍ତି ଏବଂ ନିଜ କାମକୁ ଫେରୁଛନ୍ତି ।

ସାଧାରଣ ଲୋକଙ୍କ ଭଳି ତାରକାମାନେ ମଧ୍ୟ ନିଜ ଚଳଚ୍ଚିତ୍ର ଏବଂ ୱେବ୍ ସିରିଜର୍ ଶୁଟିଂ କରୁଛନ୍ତି । ଏହି ସମୟ ମଧ୍ୟରେ ଐଶ୍ୱର୍ଯ୍ୟା ରାୟଙ୍କର କିଛି ଫୋଟ ସୋସିଆଲ ମିଡିଆରେ ବହୁ ମାତ୍ରାରେ ଭାଇରାଲ ହେଉଛି, ଯାହାକୁ ଦେଖି ପ୍ରଶଂସକମାନେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ତେବେ ସେହି ଫୋଟର ସ୍ୱତନ୍ତ୍ରତା କଣ ରହିଛି, ଆସନ୍ତୁ ସେଗୁଡିକୁ ଦେଖିବା ।

ଦେଖନ୍ତୁ କୁନି ଐଶ୍ୱର୍ଯ୍ୟାଙ୍କର ସୁନ୍ଦର ଫୋଟ:-

ବାସ୍ତବରେ, ଐଶ୍ୱର୍ଯ୍ୟା ରାୟଙ୍କ ଭଳି ଦେଖାଯାଉଥିବା କୁନି ଐଶ୍ୱର୍ଯ୍ୟାଙ୍କର କିଛି ଫୋଟ ବର୍ତ୍ତମାନ ସମୟରେ ସୋସିଆଲ ମିଡିଆରେ ଚର୍ଚ୍ଚାରେ ରହିଛି । ଏହି ଫୋଟକୁ ଦେଖି ପ୍ରଶଂସକମାନେ ଲାଇକ୍ ଏବଂ କମେଣ୍ଟ କରୁଛନ୍ତି । ଜଣେ ସୋସିଆଲ ମିଡ଼ିଆ ବ୍ୟବହାରକାରୀ ନିଜ କାମେଣ୍ଟରେ “It’s so beautiful” ଲେଖିଥିବା ବେଳେ ଆଉ ଜଣେ ଏସବୁ “ବେବି ଫିଲ୍ଟର”ର କାମ ବୋଲି ଲେଖିଛନ୍ତି ।

ମଡେଲିଙ୍ଗ ମାଧ୍ୟମରେ ନିଜ କ୍ୟାରିଅରର ଆରମ୍ଭ କରିଥିଲେ ଐଶ୍ୱର୍ଯ୍ୟା:-

୧୯୭୩ ମସିହାରେ ଜନ୍ମଗ୍ରହଣ କରିଥିବା ଐଶ୍ୱର୍ଯ୍ୟା ମଡେଲିଙ୍ଗକୁ ବହୁତ ଭଲ ପାଆନ୍ତି । ସେ ତାଙ୍କ ସ୍କୁଲ ସମୟରୁ ହିଁ ମଡେଲିଙ୍ଗ ପାଇଁ ଆରମ୍ଭ କରି ଦେଇଥିଲେ । ସେ ତାଙ୍କର ସର୍ବପ୍ରଥମ ବିଜ୍ଞାପନ ଚଳଚ୍ଚିତ୍ର ନବମ ଶ୍ରେଣୀରେ କରିଥିଲେ । ଏଥିରେ ସେ ଏକ ପେନସିଲର ବିଜ୍ଞାପନ କରିଥିଲେ ।

ଏହାପରେ ୧୯୯୧ ମସିହାରେ ଐଶ୍ୱର୍ଯ୍ୟା ସୁପର-ମଡେଲ୍ ପ୍ରତିଯୋଗିତାରେ ବିଜୟ ଲାଭ କରିଥିଲେ । ଏହାକୁ ତାଙ୍କ ଜୀବନର ଏକ ଗୁରୁତ୍ୱପୂର୍ଣ୍ଣ ସଫଳତା ଭାବରେ ଦେଖାଯାଇଥାଏ । ବାସ୍ତବରେ ଫୋର୍ଡ ଦ୍ୱାରା ଆୟୋଜିତ ଏହି ପ୍ରତିଯୋଗିତାକୁ ଜିତିବା ପରେ ତାଙ୍କୁ “ବୋଗ୍ ପତ୍ରିକା”ର ଆମେରିକୀୟ ଏଡିଶନରେ ସ୍ଥାନ ମିଳିଥିଲା । ଏହାପରେ ସେ କେବେ ପଛକୁ ଫେରି ଚାହିଁ ନାହାଁନ୍ତି ଏବଂ ୧୯୯୩ ମସିହାରେ ସେ ବଲିଉଡ ସୁପରଷ୍ଟାର ଅମୀର ଖାନଙ୍କ ସହ ଏକ ବିଜ୍ଞାପନରେ ଦେଖିବାକୁ ମିଳିଥିଲେ ।

ଏହାପରେ ୧୯୯୪ ମସିହାରେ ଐଶ୍ୱର୍ଯ୍ୟା ମିସ୍ ୱାଲଡ୍ ଟାଇଟେଲ୍ ଜିତିଥିଲେ ଏବଂ ସାରା ବିଶ୍ୱରେ ନିଜ ସୌନ୍ଦର୍ଯ୍ୟକୁ ପ୍ରତିଫଳିତ କରିଥିଲେ । ଏହାପରେ ତାଙ୍କୁ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିରୁ ଅଫର୍ ଆସିବାକୁ ଲାଗିଥିଲା ।

ଏହି ଠାରୁ ଆରମ୍ଭ ହୋଇଥିଲା ଐଶ୍ୱର୍ଯ୍ୟାଙ୍କର ଚଳଚ୍ଚିତ୍ର କ୍ୟାରିଅର୍:-

୧୯୯୭ ମସିହାରେ ମୁକ୍ତିଲାଭ କରିଥିବା ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ର “ଇରୁୱର”ରୁ ଐଶ୍ୱର୍ଯ୍ୟା ନିଜ କ୍ୟାରିଅର ଆରମ୍ଭ କରିଥିଲେ । ମଣିରତ୍ନମଙ୍କ ନିର୍ଦେଶିତ ଏହି ଚଳଚ୍ଚିତ୍ରରେ ଐଶ୍ୱର୍ଯ୍ୟାଙ୍କ ଅଭିନୟକୁ ଅନେକ ପ୍ରଶଂସା କରାଯାଇଥିଲା । ଐଶ୍ୱର୍ଯ୍ୟା ରାୟଙ୍କ ଗୁରୁ ମଣିରତ୍ନମଙ୍କୁ ହିଁ ବିବେଚନା କରାଯାଏ ।

୧୯୯୭ ମସିହାରେ ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ରରେ ଡେବ୍ୟୁ ପରେ ଐଶ୍ୱର୍ଯ୍ୟା ‘ଔର୍ ପ୍ୟାର ହୋ ଗେୟା’ ଚଳଚ୍ଚିତ୍ର ମାଧ୍ୟମରେ ବଲିଉଡରେ ଡେବ୍ୟୁ କରିଥିଲେ । ଏହି ଚଳଚ୍ଚିତ୍ରରେ ଐଶ୍ୱର୍ଯ୍ୟାଙ୍କ ବିପକ୍ଷରେ ବବି ଦେଓଲ ଥିଲେ । କିନ୍ତୁ ଏହି ଚଳଚ୍ଚିତ୍ର ବକ୍ସ ଅଫିସରେ ଏତେ କମାଲ କରି ପାରିନଥିଲା ।

ଐଶ୍ୱର୍ଯ୍ୟାଙ୍କୁ ପ୍ରକୃତ ପରିଚୟ ସଂଜୟ ଲୀଳା ଭାଂସାଲିଙ୍କ ଚଳଚ୍ଚିତ୍ର “ହମ୍ ଦିଲ୍ ଦେ ଚୁକେ ହେ ସନମ୍”ରୁ ମିଳିଥିଲା । ଏହାପରେ ସେ ଦେବଦାସ, ଧୁମ୍-୨, ଉମରାବ ଜାନ୍, ଗୁରୁ, ସରକାର ରାଜ୍, ହମାରା ଦିଲ୍ ଆପକେ ପାସ୍ ହେ, ମୋହବତେ, ତାଲ୍, ଆ ଅବ୍ ଲୌଟ୍ ଚଲେ, ଯୋଧ୍ୟା ଆକବର ଭଳି ଅନେକ ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି ।

କହିରଖୁଛୁ ଯେ, ଗୁରୁ ଚଳଚ୍ଚିତ୍ର ସମୟରେ ଐଶ୍ୱର୍ଯ୍ୟାଙ୍କୁ ଅଭିଷେକ ବଚ୍ଚନ ବିବାହ ପାଇଁ ପ୍ରପୋଜ୍ କରିଥିଲେ । ଅଭିଷେକ ଅତ୍ୟନ୍ତ ସ୍ୱତନ୍ତ୍ର ଶୈଳୀରେ ଐଶ୍ୱର୍ଯ୍ୟାଙ୍କୁ ପ୍ରପୋଜ୍ କରିଥିଲେ, ଯାହାକୁ ଅଭିନେତ୍ରୀ ମନା କରିପାରିନଥିଲେ ଏବଂ ତୁରନ୍ତ ବିବାହ ପାଇଁ ହଁ କରି ଦେଇଥିଲେ ।

ଏହାପରେ ୨୦୦୭ ମସିହାରେ ଐଶ୍ୱର୍ଯ୍ୟା ଏବଂ ଅଭିଷେକ ପରସ୍ପରକୁ ବିବାହ କରିଥିଲେ । ବର୍ତ୍ତମାନ ଏହି ଦମ୍ପତ୍ତିଙ୍କର ଆରାଧ୍ୟା ନାମକ ଏକ ଝିଅ ରହିଛି, ଯିଏକି ଇଣ୍ଡଷ୍ଟ୍ରିର ସବୁଠାରୁ ପ୍ରସିଦ୍ଧ ଷ୍ଟାର୍ କିଡ୍ସମାନଙ୍କ ମଧ୍ୟରୁ ଜଣେ ଅଟେ ।

Leave a Reply

Your email address will not be published. Required fields are marked *