ଫଟୋଗ୍ରାଫର୍ସଙ୍କୁ ଦେଖି ଚିନ୍ତିତ ହେଲେ କରିନାଙ୍କ ପୁଅ ତୈମୁର, ଚିତ୍କାର କରି କହିଲେ ‘ନୋ ଫଟୋ’ !

ଫଟୋଗ୍ରାଫର୍ସଙ୍କୁ ଦେଖି ଚିନ୍ତିତ ହେଲେ କରିନାଙ୍କ ପୁଅ ତୈମୁର, ଚିତ୍କାର କରି କହିଲେ ‘ନୋ ଫଟୋ’ !

ଅଭିନେତ୍ରୀ କରିନା କପୂର ଓ ଅଭିନେତା ସୈଫ ଅଲି ଖାନଙ୍କ ପୁଅ ତୈମୁର ଅଲି ଖାନଙ୍କ ସମସ୍ତେ ଦିୱାନା ଅଟନ୍ତି । ପ୍ରତିଦିନ ସୋସିଆଲ ମିଡ଼ିଆରେ ତୈମୁର ଛାଇ ରହନ୍ତି । ଫଟୋଗ୍ରାଫର ମାନେ ମଧ୍ୟ ତାଙ୍କର ଏକ ଝଲକ ପାଇବା ପାଇଁ ତାଙ୍କ ଘର ବାହାରେ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରନ୍ତି । ନିକଟରେ ତୈମୁର ଅଲି ଖାନଙ୍କ ଏକ ଭିଡ଼ିଓ ସୋସିଆଲ ମିଡ଼ିଆରେ ସାମ୍ନାକୁ ଆସୁଛି । ଯେଉଁଥିରେ ଛୋଟ ତୈମୁର ଫଟୋଗ୍ରାଫରକୁ ଦେଖି ବଡ଼ ପାଟିରେ ଚିତ୍କାର କରୁଥିବାର ନଜର ଆସୁଛନ୍ତି ।

ବାସ୍ତବରେ, ବୁଧବାରକୁ ତୈମୁର ମାଁ କରିନାଙ୍କ ସହିତ ଆଉଟିଙ୍ଗରେ ବାହାରିଥିଲେ । ଯେପରି ହିଁ ତୈମୁର ଗାଡ଼ିରୁ ମାଁ କରିନାଙ୍କ ସହିତ ତଳକୁ ଓହ୍ଲାଇଲେ ସେପରି ସେ ଫଟୋଗ୍ରାଫରକୁ ଦେଖି ଚିନ୍ତିତ ହୋଇଗଲେ । ଏହା ପରେ ‘ନୋ ଫୋଟୋଜ’ ବୋଲି ଚିତ୍କାର କଲେ । ଏହିପରି ମମ୍ମି କରିନା ତାଙ୍କୁ ନିଜ ସାଥିରେ ନେବା ପାଇଁ ଚେଷ୍ଟା କରୁଥିଲେ ।

ଯେପରି ହିଁ ସେ ମାଁ ସହିତ ଘରକୁ ପଶିବାକୁ ଯାଉଥିଲେ, ତୈମୁର ଅଲି ଖାନ୍ ଫଟୋଗ୍ରାଫରଙ୍କ ଉପରକୁ ଲାତ ଉଠାଇଲେ। ସୋସିଆଲ ମିଡ଼ିଆରେ ତୈମୁରଙ୍କ ଏହି କ୍ୟୁଟ ଭିଡ଼ିଓ ଭାଇରଲ ହେଉଛି । ଏହାକୁ ବର୍ତ୍ତମାନ ପର୍ଯ୍ୟନ୍ତ ଲକ୍ଷ ଲକ୍ଷ ଲୋକ ଦେଖି ସାରିଛନ୍ତି । ତୈମୁର ଅଲି ଖାନ୍ ଧୂସର ରଙ୍ଗର ସ୍ବେଟଶର୍ଟ, ନୀଳ ଡେନିମ୍ ଓ ଧଳା ଜୋତା ପିନ୍ଧିଥିଲେ ।

ସୂଚନାଥାଉକି ଖୁବଶୀଘ୍ର ତୈମୁର ବଡ଼ ଭାଇ ହେବାକୁ ଯାଉଛନ୍ତି । ବର୍ତ୍ତମାନ କରିନା ଗର୍ଭବତୀ ଅଛନ୍ତି । ନିକଟରେ ସେ ନିଜର ବେବି ବମ୍ପର ସହିତ ଫଟୋସୁଟ କରିଛନ୍ତି । ଖବର ଅନୁଯାୟୀ କରିନା ଫେବୃୟାରୀ ମାସରେ ଆଉ ଏକ ଛୁଆକୁ ଜନ୍ମ ଗ୍ରହଣ କରିବେ । ଯାହାକୁ ନେଇ ସେ ଖୁବ ଉତ୍ସୁକ ଅଛନ୍ତି ।

ସେପଟେ ସେ ନିଜ ପୁଅ ତୈମୁର ଅଲି ଖାନଙ୍କୁ ବହୁତ ଭଲ ପାଆନ୍ତି ଓ ପ୍ରତିଦିନ ତାଙ୍କ ସହିତ ଫଟୋ ଅପଲୋଡ଼ କରନ୍ତି । ତୈମୁର ୨୦ ତାରିଖକୁ ୪ ବର୍ଷର ହୋଇଯିବେ । ତୈମୁରଙ୍କ ଜନ୍ମ ୨୦ ଡିସେମ୍ବର ୨୦୧୬ରେ ହୋଇଥିଲା, ଯାହା ହିସାବରେ ସେ ୪ ବର୍ଷର ହୋଇଯିବେ ।

Leave a Reply

Your email address will not be published. Required fields are marked *