ଏ ଦୁନିଆରେ, ବନ୍ଧୁତ୍ୱର ସମ୍ପର୍କ ସମସ୍ତ ସମ୍ପର୍କ ଅପେକ୍ଷା ଅଧିକ ଶକ୍ତିଶାଳୀ ଏବଂ ଯେତେବେଳେ ଜଣେ ତାଙ୍କ ଜୀବନରେ ପ୍ରକୃତ ବନ୍ଧୁ ପାଇଥାଏ, ସେତେବେଳେ ତାଙ୍କ ଜୀବନର ଅଧା ସମସ୍ୟାର ସମାଧାନ ହୁଏ କିନ୍ତୁ ଏହି ଦୁନିଆର ଏହା ଜରୁରୀ ନୁହେଁ ଯେ ପ୍ରତ୍ୟେକ ବନ୍ଧୁ ପ୍ରକୃତ ବନ୍ଧୁତା ଭୂମିକା ତୁଲାଇଥା । ଯାହା ଉପରେ ଆମେ ଅନ୍ଧ ଭାବରେ ବିଶ୍ୱାସ କରୁ, ସେହି ବନ୍ଧୁମାନେ ଆମର ବିଶ୍ୱାସକୁ ଭାଙ୍ଗନ୍ତି ଏବଂ ଆମ ଜୀବନର ସବୁଠାରୁ ବଡ ଦୁଖର କାରଣ ହେଇଥାନ୍ତି।
ଆମ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିରେ ଏପରି ଅନେକ ଷ୍ଟାର ଅଛନ୍ତି, ଯେଉଁମାନେ ପରସ୍ପରର ଭଲ ବନ୍ଧୁ ଏବଂ ସେମାନଙ୍କର ବନ୍ଧୁତା ବହୁତ ଶକ୍ତିଶାଳୀ ଏବଂ ଫିଲ୍ମ ଇଣ୍ଡଷ୍ଟ୍ରିରେ କିଛି ଷ୍ଟାର ଏପରି ମଧ୍ୟ ଅଛନ୍ତି ଯେଉଁମାନେ ଆମ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିରେ ବନ୍ଧୁତ୍ୱ ଏବଂ ଏହିପରି କିଛି ବନ୍ଧୁଙ୍କ ସମ୍ପର୍କକୁ କ୍ଷୁର୍ଣ୍ଣ କରିଛନ୍ତି । ପୂର୍ବରୁ ପରସ୍ପରର ବହୁତ ଭଲ ବନ୍ଧୁ ହୋଇସାରିଛନ୍ତି, କିନ୍ତୁ ପରେ ଏହା ତାଙ୍କ ନିଜ ବନ୍ଧୁଙ୍କର ସଉତୁଣୀ ହୋଇଗଲେ ଏବଂ ସେ ବନ୍ଧୁତ୍ୱ ପରି ପବିତ୍ର ସମ୍ପର୍କକୁ ଭାଙ୍ଗି ଦେଇଛନ୍ତି, ତେବେ ଆସନ୍ତୁ ଜାଣିବା କେଉଁ ଅଭିନେତ୍ରୀଙ୍କ ନାମ ଏଥିରେ ଅନ୍ତର୍ଭୁକ୍ତ ।
ଅମୃତା ଆରୋରା
ବଲିଉଡର ଜଣେ ଜଣାଶୁଣା ଅଭିନେତ୍ରୀ ଅମୃତା ନିଜ ବନ୍ଧୁଙ୍କ ଘର ସଉତୁଣୀ ଭାବରେ ଭାଙ୍ଗି ଦେଇଥିବା ଅଭିଯୋଗ ହେଇଥିଲା । ଅମୃତା ରିଅଲ ଇଷ୍ଟେଟ ବ୍ୟବସାୟୀ ଶକିଲ ଲଡାକଙ୍କୁ ବିବାହ କରିଛନ୍ତି କିନ୍ତୁ ଯେତେବେଳେ ଅମୃତା ତାଙ୍କୁ ଭେଟିଥିଲେ, ସେ ପୂର୍ବରୁ ବିବାହିତ ଥିଲେ ଏବଂ ଅମୃତାଙ୍କ ବନ୍ଧୁ ନିଶାଙ୍କ ସ୍ୱାମୀ ଥିଲେ ଏ ସମସ୍ତ କଥା ଜାଣି ମଧ୍ୟ ଅମୃତା ତାଙ୍କୁ ବିବାହ କରିଥିଲେ ଯାହା ପରେ ନିଶା ତାଙ୍କ ବନ୍ଧୁ ଅମୃତାଙ୍କ ବିରୋଧରେ ଅନେକ ଗୁରୁତର ଅଭିଯୋଗ ଆଣିଥିଲେ ଯେ ମୋର ବନ୍ଧୁ ମୋ ସ୍ୱାମୀଙ୍କୁ ମୋ ଠାରୁ ଛଡ଼ାନେଇଛନ୍ତି ଏବଂ ସେ ସମୟରେ ଏହି ପ୍ରସଙ୍ଗରେ ବହୁତ ହଙ୍ଗାମା ହୋଇଥିଲା ।
ସୋନିଆ କପୁର
ବଲିଉଡର ପ୍ରସିଦ୍ଧ ଗାୟକ ହିମେଶ ରେଶମିଆ ୨୦୧୮ ମସିହାରେ ଟିଭି ଅଭିନେତ୍ରୀ ସୋନିଆ କପୁରଙ୍କ ସହ ବିବାହ କରିଥିଲେ ଏବଂ ସୋନିଆଙ୍କ ପୂର୍ବରୁ ହିମେଶ କୋମଲ ନାମକ ଜଣେ ଝିଅକୁ ବିବାହ କରିଥିଲେ । କୋମଲ ଏବଂ ସୋନିଆଙ୍କ ମଧ୍ୟରେ ଅତି ଘନିଷ୍ଠ ବନ୍ଧୁତା ଥିଲା। କିନ୍ତୁ ହିମେଶଙ୍କୁ ସୋନିଆ ନିଜ ହୃଦୟକୁ ଦେଇବସିଥିଲେ ଏବଂ ହିମେଶ ମଧ୍ୟ ତାଙ୍କୁ ଭଲ ପାଇବା ଆରମ୍ଭ କରିଦେଇଥିଲେ, ଏହି କାରଣରୁ ହିମେଶ ସୋନିଆଙ୍କୁ ବିବାହ କରିବା ପାଇଁ କୋମଲଙ୍କ ସହିତ ତାଙ୍କର ୨୨ ବର୍ଷୀୟ ବିବାହ ସମ୍ପର୍କ ଭାଙ୍ଗିଦେଇଥିଲେ । ସୋନିଆ ଏବଂ କୋମଲ ଯେଉଁଠି କେବେ ଭଲ ବନ୍ଧୁ ଥିଲେ ଆଜି ସେମାନେ ପରସ୍ପରକୁ ବହୁତ ଘୃଣା କରୁଛନ୍ତି ।
ଗୌତମୀ
ଦକ୍ଷିଣ ସିନେମାର ଜଣେ ଜଣାଶୁଣା ଷ୍ଟାର୍ କମଲ ହାସନ ତାଙ୍କର ଦମଦାର ଅଭିନୟ ଦ୍ୱାରା ସମସ୍ତଙ୍କ ହୃଦୟ ଜିଣି ନେଉଥିଲେ ଏବଂ ତାଙ୍କ ଚଳଚ୍ଚିତ୍ର କ୍ୟାରିୟର ମଧ୍ୟ ଅତି ଚମତ୍କାର ରହିଥିଲା, ତାଙ୍କ ବ୍ୟକ୍ତିଗତ ଜୀବନ ଅନେକ ଅସୁବିଧାର ସମ୍ମୁଖୀନ ହୋଇଛି ଏବଂ କମଲ ହାସନ ପ୍ରଥମେ ବାଣୀ ଗଣପତିଙ୍କୁ ବିବାହ କରିଥିଲେ କିନ୍ତୁ ପରେ ସେ ସାରିକାଙ୍କ ପ୍ରେମରେ ମନମୋହିତ ହୋଇଯାଇଥିଲେ ଯେଉଁଥିପାଇଁ ସେ ବାଣୀଙ୍କୁ ବିଶ୍ୱାସଘାତକତା କରି ସାରିକାଙ୍କୁ ବିବାହ କରିଥିଲେ ଏବଂ କିଛି ଦିନ ପରେ କମଲ ହାସନ ବଲିଉଡ ଅଭିନେତ୍ରୀ ଗୌତମୀଙ୍କ ସହ ଡେଟିଂ ଆରମ୍ଭ କରିଦେଇଥିଲେ । କହିରଖୁଛୁ ଯେ ଗୌତମୀ ଏବଂ ସାରିକା ଦୁହେଁ ଅତ୍ୟନ୍ତ ଭଲ ବନ୍ଧୁ ଥିଲେ, କିନ୍ତୁ ପରେ ସେମାନଙ୍କର ସମ୍ପର୍କ ଭାଙ୍ଗିଗଲା ଏବଂ କମଲ ସାରିକାଙ୍କୁ ଡିଭୋର୍ସ ଦେଇ ଗୌତମୀଙ୍କ ସହ ୧୦ ବର୍ଷ ପର୍ଯ୍ୟନ୍ତ ଲିଭ ଇନରେ ରହିବା ପରେ ବିବାହ କରିଥିଲେ ଏବଂ ସାରିକା ଓ ଗୌତମୀ ପରସ୍ପରର ଭଲ ବନ୍ଧୁରୁ ସଉତୁଣୀ ପାଲଟି ଯାଇଥିଲେ ।