ଶେଷ ହେଲା କଙ୍ଗନା ରାନାୱତଙ୍କ ଚଳଚ୍ଚିତ୍ର “THALAIVI”ର ସୁଟିଂ ! ଅଭିନେତ୍ରୀ ସେୟାର କଲେ ଏହାର କିଛି ଖାସ୍ ଫଟୋ…

ଶେଷ ହେଲା କଙ୍ଗନା ରାନାୱତଙ୍କ ଚଳଚ୍ଚିତ୍ର “THALAIVI”ର ସୁଟିଂ ! ଅଭିନେତ୍ରୀ ସେୟାର କଲେ ଏହାର କିଛି ଖାସ୍ ଫଟୋ…

ଅଭିନେତ୍ରୀ କଙ୍ଗନା ରାନାୱତ ଗତ ଏକବର୍ଷ ଧରି ତାଙ୍କର ଆଗାମୀ ଚଳଚ୍ଚିତ୍ର “THALAIVI”ର ସୁଟିଂ କରୁଥିଲେ । ଯାହା ସ୍ୱର୍ଗତ ରାଜନେତ୍ରୀ ଜୟଲଳିତାଙ୍କ ଜୀବନ ଉପରେ ଆଧାରିତ । ବର୍ତ୍ତମାନ ଏହାର ସୁଟିଂ ଶେଷ ହୋଇଛି । ସୋସିଆଲ ମିଡିଆରେ ଟ୍ୱିଟ୍ କରି ଅଭିନେତ୍ରୀ ନିଜେ ଏହି ସୂଚନା ଦେଇଛନ୍ତି । ଅଭିନେତ୍ରୀ ଫିଲ୍ମର ଟିମ୍ ସହିତ ଜଡିତ ସଦସ୍ୟମାନଙ୍କୁ ଧନ୍ୟବାଦ ଜଣାଇ ନିଜର କୃତଜ୍ଞତା ଜଣାଇଥିଲେ ।

କଙ୍ଗନା ତାଙ୍କ ଟ୍ୱିଟରେ ଲେଖିଛନ୍ତି, ଆଜି ଆମେ ଆମର ବହୁ ଉଚ୍ଚାଭିଳାଷୀ ପ୍ରକଳ୍ପ “ଥାଲାଇଭି”ର ସୁଟିଂକୁ ସଫଳତାର ସହିତ ସମାପ୍ତ କରିଛୁ । ଏହି ଚଳଚ୍ଚିତ୍ରଟି କ୍ରାନ୍ତିକାରୀ ନେତା ଜୟଲଳିତାଙ୍କ ଜୀବନୀ ଉପରେ ଆଧାରିତ । ବହୁତ କମ୍ ଅଭିନେତ୍ରୀ ହିଁ ଏଭଳି ଚରିତ୍ର କରିବାକୁ ସକ୍ଷମ ହେଇପାରନ୍ତି ଏବଂ ମୁଁ ଏହି ଚରିତ୍ର ସହ ଭଲ ପାଇବସିଛି । କିନ୍ତୁ ବର୍ତ୍ତମାନ ବିଦାୟ ନେବାର ସମୟ ଆସିଛି । ମିଶ୍ରିତ ଭାବନା ଅନୁଭବ କରୁଛି ।

ଏହାପୂର୍ବରୁ ଅନ୍ୟ ଏକ ଟ୍ୱିଟରେ ନିର୍ଦ୍ଦେଶକ ତଥା ସମଗ୍ର ଦଳକୁ ଧନ୍ୟବାଦ ଜଣାଇ କଙ୍ଗନା ଲେଖିଥିଲେ, ‘ଜୀବନର ଦୁର୍ଲ୍ଲଭ ସୁଯୋଗ… ଧନ୍ୟବାଦ @vishinduri @ShaaileshRSingh @BrindaPrasad1 @neeta_lulla @rajatsaroraa, ବିଜୟେନ୍ଦ୍ର ପ୍ରସାଦ ଜୀ @ballusaluja @gvprakash  @thearvindswami ଏବଂ ଏ.ଏଲ ବିଜୟ ସାର୍ ଓ ମୋର ସହକର୍ମୀ ଏବଂ ଚଳିଚିତ୍ରର ଅଂଶୀଦାର ସଦସ୍ୟଙ୍କୁ ଧନ୍ୟବାଦ ।’

ଆପଣଙ୍କୁ କହି ରଖୁଛୁ ଯେ କଙ୍ଗନା ରାନାୱତ “ଥଲାଇଭି” ଚଳଚିତ୍ର ପାଇଁ ୬ କିଲୋଗ୍ରାମ ଓଜନ ବଢାଇଛନ୍ତି । କଙ୍ଗନା ରାନାୱତ ଏକ ସାକ୍ଷାତକାରରେ କହିଛନ୍ତି ଯେ, ଓଜନ ବଢାଇବା ପାଇଁ ଖାଦ୍ୟ ଖାଇବା ବ୍ୟତୀତ ସେ ହରମୋନ୍ ବଟିକା ମଧ୍ୟ ଖାଉଥିଲେ । କଙ୍ଗନାଙ୍କ କହିବାନୁଯାୟୀ ଏହି ଚଳଚ୍ଚିତ୍ରରେ ତାଙ୍କ ଚରିତ୍ର ପାଇଁ ଓଜନ ବୃଦ୍ଧି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଥିଲା । ଏହି ଚଳଚ୍ଚିତ୍ର ବିଷୟରେ କହିବାକୁ ଗଲେ “ଥଲାଇଭି” ତାମିଲ, ତେଲୁଗୁ ଏବଂ ହିନ୍ଦୀ ଭାଷାରେ ମୁକ୍ତିଲାଭ କରିବ । “ଥଲାଇଭି” ବ୍ୟତୀତ କଙ୍ଗନାକୁ “ଧାକାଡ଼, ତେଜସ୍ ଏବଂ ଇମଲି”ରେ ମଧ୍ୟ ଦେଖିବାକୁ ମିଳିବ ।

Leave a Reply

Your email address will not be published. Required fields are marked *