୨୦୨୦ ମସିହାରେ ସୁଶାନ୍ତ ସିଂହ ରାଜପୁତଙ୍କର ମୃତ୍ୟୁ ଏଭଳି ଏକ ଘଟଣା ଅଟେ , ଯାହାକୁ କେହି ମଧ୍ୟ ଭୁଲି ପାରିବେ ନାହିଁ । ତାଙ୍କୁ ନ୍ୟାୟ ଦେବାପାଇଁ ତାଙ୍କ ପ୍ରଶଂସକ ମାନେ ନିଜ ପକ୍ଷରୁ ଅତ୍ୟନ୍ତ ପ୍ରୟାସ କରିଥିଲେ । ସିବିଆଇ ଏବଂ ଇଡି ସମେତ ଅନେକ ଏଜେନ୍ସି ତଦନ୍ତରେ ଲାଗି ପଡ଼ିଥିଲେ କିନ୍ତୁ କିଛି ବିଶେଷ ପ୍ରଭାବ ଦେଖିବାକୁ ମିଳିନଥିଲା । ଦେଖୁ ଦେଖୁ ମାମଲାକୁ ୬ ମାସ ହୋଇଗଲାଣି । ଏଭଳି ପରିସ୍ଥିତିରେ ଅଭିନେତା ଶେଖର ସୁମନ ମାମଲାକୁ ବନ୍ଦ କରିବାର ଦାବି କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରି ଦେଇଛନ୍ତି ।
ବାସ୍ତବରେ, ଶେଖର ସୁମନଙ୍କୁ ଲାଗୁଛି ଯେ ଘଟଣାକୁ ୬ ମାସ ଅତିବାହିତ ହୋଇଯିବା ପରେ ମଧ୍ୟ ଏହା ସମାଧାନ ହୋଇ ପାରୁନାହିଁ । ଏଭଳି ପରିସ୍ଥିତିରେ ସେ ଏକ ଟ୍ୱିଟ୍ କରିଛନ୍ତି ଏବଂ ଲେଖିଛନ୍ତି ଯେ, ସୁଶାନ୍ତଙ୍କୁ ଦୁନିଆଁରୁ ବିଦାୟ ନେବାର ୬ ମାସ ହୋଇଗଲାଣି । ଆମେ ସମସ୍ତେ ଚୂଡାନ୍ତ ଫଳାଫଳର ଅପେକ୍ଷା କରିଛୁ । କିଏ ଦୋଷୀ ଅଟେ, ଏହାଦ୍ବାରା କାହାକୁ କୌଣସି ଫରକ୍ ପଡିବ ନାହିଁ । ତେବେ ଆମେ କଣ ବର୍ତ୍ତମାନ ମଧ୍ୟ ସୁଶାନ୍ତଙ୍କୁ ନ୍ୟାୟ ଦେବାପାଇଁ କାନ୍ଦୁଛୁ । ଶେଷରେ କଣ କିଛି ଆଶା ରହିଛି । ଆସନ୍ତୁ ଆମେ ସମସ୍ତେ ଏକାଠି ପୁଣିଥରେ ମିଳିମିଶି ସ୍ୱର ଉତ୍ତୋଳନ କରିବା । # SSR DIGITAL PROTEST
https://t.co/Bbh8Tq0oua wd be exactly half a year since SSR left dis world and yet we await d final verdict.Who r the culprits?N why r we all still crying 4 justice?Is there any hope left?Tom.let's each one of us unitedly raise our voices.#SSRDigitalProtest
— Shekhar Suman (@shekharsuman7) December 13, 2020
ଶେଖର ସୁମନ ତାପର ଟ୍ୱିଟରେ ଲେଖିଛନ୍ତି ଯେ, ସମସ୍ତ ନ୍ୟୁଜ ଚ୍ୟାନେଲ, ପ୍ରିଣ୍ଟ ମିଡ଼ିଆ ଏବଂ ସାମାଜିକ କାର୍ଯ୍ୟକର୍ତ୍ତାଙ୍କୁ ଅନୁରୋଧ ଯେ, ସେମାନେ ସୁଶାନ୍ତଙ୍କ ମୃତ୍ୟୁ ମାମଲା ବିଷୟରେ କାଲି ପୁଣିଥରେ ଶୁଣାଣି କରନ୍ତୁ ଏବଂ ନ୍ୟାୟ ପାଇଁ ଦାବି କରନ୍ତୁ କାରଣ ବିଳମ୍ବରେ ମିଳିଥିବା ନ୍ୟାୟ, ନ୍ୟାୟ ହୋଇନଥାଏ । ଘଟଣାକୁ ୬ ମାସ ହୋଇଗଲାଣି ଏବଂ ବର୍ତ୍ତମାନ ଏହାକୁ ବନ୍ଦ କରିବାର ସମୟ ଆସି ଯାଇଛି ।
This is an appeal to all the news channels,newsprint,social media activists,to revisit Sushant's case tomorrow and demand for justice bcoz "Justice delayed is justice denied".The case needs a https://t.co/8cdOHtZvuf's bin 6 Months.#SSRDigitalProtestTomorrow
— Shekhar Suman (@shekharsuman7) December 13, 2020
କହିରଖୁଛୁ ଯେ, ଶେଖର ସୁମନ ପ୍ରଥମରୁ ସୁଶାନ୍ତ ସିଂହଙ୍କୁ ନ୍ୟାୟ ଦେବାକୁ ଲାଗି ପଡିଛନ୍ତି । ନିକଟରେ ଅର୍ଥାତ ଡିସେମ୍ବର ୭ ତାରିଖରେ ଶେଖର ସୁମନଙ୍କର ଜନ୍ମଦିନ ଥିଲା । ତେବେ ସେ ଏହି ସ୍ୱତନ୍ତ୍ର ଉତ୍ସବକୁ ପାଳନ କରିନଥିଲେ । ସେ ଏହି କଥାର ଘୋଷଣା ନିଜର ଟ୍ୱିଟରେ କରି ଦେଇଥିଲେ ।
I'm not celebrating my bday on the 7th dec.That's the least I can do for Sushant.There is no mood for any revelry or excitement.Instead I will pray that his culprits are caught soon and this case is given a closure.#StayUnited4SSR
— Shekhar Suman (@shekharsuman7) December 5, 2020
ଗତ ଡିସେମ୍ବର ୫ ତାରିଖରେ ଶେଖର ସୁମନଙ୍କ ଦ୍ଵାରା କରା ଯାଇଥିବା ଏକ ଟ୍ୱିଟ ସାମ୍ନାକୁ ଆସିଥିଲା । ଯେଉଁଥିରେ ସେ ଲେଖିଥିଲେ ଯେ, ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲା ଯୋଗୁଁ ସେ ଚଳିତବର୍ଷ ନିଜର ଜନ୍ମଦିନ ପାଳନ କରିବେ ନାହିଁ। ଏଥିସହିତ ନିକଟରେ ତାଙ୍କ ଦ୍ବାରା ସୁଶାନ୍ତଙ୍କୁ ନେଇ କରା ଯାଇଥିବା ଟ୍ୱିଟ୍ ଚର୍ଚ୍ଚାରେ ରହିଛି । ମାମଲାର ଶେଷ ପର୍ଯ୍ୟାୟରେ ତାଙ୍କୁ ଡିଜିଟାଲ ପ୍ରୋଟେଷ୍ଟ କରାଯାଉଥିବାର ଦେଖାଯାଇପାରେ ।