ଚାଣକ୍ୟ ନୀତି : ଏହି ସାତ ଜଣ ଲୋକ କେବେ ବି ବୁଝିପାରିବେ ନାହିଁ ଆପଣଙ୍କ ଦୁଃଖ ! ଆପଣ ମଧ୍ୟ ଜାଣନ୍ତୁ ଏମାନଙ୍କ ବିଷୟରେ :-

ଚାଣକ୍ୟ ନୀତି : ଏହି ସାତ ଜଣ ଲୋକ କେବେ ବି ବୁଝିପାରିବେ ନାହିଁ ଆପଣଙ୍କ ଦୁଃଖ ! ଆପଣ ମଧ୍ୟ ଜାଣନ୍ତୁ ଏମାନଙ୍କ ବିଷୟରେ :-

ଆଚାର୍ଯ୍ୟ ଚାଣକ୍ୟଙ୍କୁ ଜଣେ ଲୋକପ୍ରିୟ ଶିକ୍ଷକ, ଦାର୍ଶନିକ, ଅର୍ଥଶାସ୍ତ୍ରୀ, ନ୍ୟାୟବିତ ଏବଂ ପରାମର୍ଶଦାତା ରୂପରେ ଜଣାଶୁଣା ବ୍ୟକ୍ତି ଥିଲେ । ଆଚାର୍ଯ୍ୟ ଚାଣକ୍ୟ ପାଟଳିପୁତ୍ରର ମହାନ ବିଦ୍ୱାନ ଥିଲେ । ଏତେ ବଡ଼ ସାମ୍ରାଜ୍ୟର ମନ୍ତ୍ରୀ ହେବା ସତ୍ତ୍ୱେ ମଧ୍ୟ ସେ ସର୍ବଦା ଏକ ସାଧରାଣ କୁଟୀରରେ ରହିବାକୁ ପସନ୍ଦ କରୁଥିଲେ । ତା’ସହିତ ଚାଣକ୍ୟଙ୍କ ଜୀବନ ଶୈଳୀ ମଧ୍ୟ ସାଧରାଣ ଧାରଣର ଥିଲା ଓ ସର୍ବସାଧାରଣଙ୍କ ପରି ଜୀବନ ଅତିବାହିତ କରିବାକୁ ଇଚ୍ଛା କରୁଥିଲେ ।

ଚାଣକ୍ୟ ନିଜ ଜୀବନରୁ ମିଳିଥିବା କିଛି ଅନୁଭବକୁ ଏକ ପୁସ୍ତକ “ଚାଣକ୍ୟ ନୀତି”ରେ ସ୍ଥାନିତ କରିଛନ୍ତି । ଆଚାର୍ଯ୍ୟ ଚାଣକ୍ୟଙ୍କ ନୀତି ଗ୍ରନ୍ଥରେ ମନୁଷ୍ୟ ପାଇଁ ଅନେକ ନୀତି ଉଲ୍ଲେଖ ରହିଛି । ଯଦି ମନୁଷ୍ୟ ନିଜ ଜୀବନକାଳରେ ଏହି ନୀତି ଗୁଡ଼ିକର ଅନୁସରଣ କରେ, ତେବେ ତାହାର ଜୀବନ ସୁଖମୟ ହୋଇଥାଏ ।

ଏହି ଲୋକମାନେ କେବେବି ବୁଝିପାରନ୍ତି ନାହିଁ ଦୁଃଖ :-

ଚାଣକ୍ୟ ନୀତିରେ କିଛି ଏପରି ଲୋକଙ୍କ ବିଷୟରେ ଉଲ୍ଲେଖ କରାଯାଇଛି, ଯେଉଁମାନେ କେବେ ବି ଅନ୍ୟର ଦୁଃଖ ବୁଝିପାରନ୍ତି ନାହିଁ । ସେମାନେ ହେଉଛନ୍ତି – ରାଜା, ଯମରାଜା, ଅଗ୍ନି, ଚୋର, ଅକ୍ଷମ ବ୍ୟକ୍ତି, ଛୋଟ ପିଲା, ଭିକାରୀ ଏବଂ କର ଆଦାୟ କରୁଥିବା ଲୋକ । ତେଣୁ ଏହିପରି ବ୍ୟକ୍ତିଙ୍କ ଉପରେ ଦୁଃଖ ବୁଝିବାର ଆଶା ରଖିବା ବ୍ୟର୍ଥ ହୋଇଥାଏ ।

ସେହି ମନୁଷ୍ୟମାନେ ପଶୁ ସହ ସମାନ ହୋଇଥାନ୍ତି :-

ଚାଣକ୍ୟଙ୍କ ଅନୁସାରେ ନିମ୍ନ ସ୍ତରର ପ୍ରାଣୀ ମଧ୍ୟରେ ଖାଇବା, ଶୋଇବା, ଭୟଭୀତ, ଭ୍ରମଣ ଆଦି ପ୍ରାୟ ସମାନ ହୋଇଥାଏ । ଯଦି ଏହି ନିମ୍ନ ସ୍ତରର ପ୍ରାଣୀମାନେ କୌଣସି ପକ୍ଷରୁ ଅନ୍ୟମାନଙ୍କ ଠାରୁ ଭିନ୍ନ ଅଲଗା ଅଟନ୍ତି ତେବେ ତାହା କେବଳ ସେମନଙ୍କ ବିବେକ, ଜ୍ଞାନ ଅଟେ । ଏଥିପାଇଁ ଯେଉଁ ମନୁଷ୍ୟ ଜ୍ଞାନ ଗ୍ରହଣ କରିବାକୁ ଚାହେଁ ନାହିଁ କିମ୍ବା ଯାହା ମଧ୍ୟରେ ଜ୍ଞାନର ଅଭାବ ଥାଏ, ସେହିପରି ବ୍ୟକ୍ତି ପଶୁ ସହ ସମାନ ହୋଇଥାଏ ।

ଏହି ଲୋକଙ୍କ ପାଇଁ ପୃଥିବୀ ହିଁ ସ୍ୱର୍ଗ ଅଟେ :-

ଚାଣକ୍ୟଙ୍କ ଅନୁସାରେ ଯାହାର ପତ୍ନୀ ସ୍ନେହଶୀଳ, ଗୁଣବାନ ଓ ସଦାଚାରୀ; ସେହି ବ୍ୟକ୍ତି ଇନ୍ଦ୍ର ରାଜ୍ୟରେ ଯାଇ କେଉଁ ସୁଖ ଭୋଗିବ ! ଅର୍ଥାତ ତାର ପତ୍ନୀଠାରୁ ହିଁ ସେ ସ୍ଵର୍ଗର ସମସ୍ତ ସୁଖବୈଭବ ଅନୁଭବ କରିପାରିବ । ଏହା ବ୍ୟତୀତ ଯେଉଁ ବ୍ୟକ୍ତି ପାଖରେ ସମ୍ପତ୍ତିର କୌଣସି ଅଭାବ ନଥାଏ, ଯାହା ପାଖରେ ସଦାଚାରୀ ପୁଅ ଏବଂ ଯିଏ ନିଜ ପୁତ୍ର ଠାରୁ ପୌତ୍ର ଭାଗ୍ୟ ହୋଇଛି, ସେହି ଲୋକଙ୍କ ପାଇଁ ମର୍ତ୍ତ ହିଁ ସ୍ୱର୍ଗ ହୋଇଥାଏ ।

ସଙ୍କଟକୁ ପରାସ୍ତ କରନ୍ତି :-

ଆଚାର୍ଯ୍ୟ ଚାଣକ୍ୟଙ୍କ ଅନୁସାରେ ଯେଉଁ ବ୍ୟକ୍ତିଙ୍କ ମଧ୍ୟରେ ସମସ୍ତ ପ୍ରାଣୀ ଓ ଜୀବଙ୍କ ପ୍ରତି ପରୋପକାରର ଭାବନା ମନରେ ଥାଏ ଅର୍ଥାତ ଯିଏ ସବୁ ଜୀବଙ୍କ ପ୍ରତି ଦୟା ଭାବନା ପୋଷଣ କରିଥନତି, ସେହିପରି ମନୁଷ୍ୟ ସବୁ ପ୍ରକାରର ସଙ୍କଟକୁ ହରାଇବାର କ୍ଷମତା ରଖିଥାନ୍ତି ଏବଂ ସେହିପରି ବ୍ୟକ୍ତିମାନେ ସମସ୍ତ ସଙ୍କଟକୁ ପରାସ୍ତ କରିଥାନ୍ତି ଓ ପ୍ରତ୍ୟେକ ସ୍ଥଳରେ ସଫଳତା ହାସଲ କରିଥାନ୍ତି ।

ଭ୍ରମରର କିଛି ଯାଏ ଆସେ ନାହିଁ :-

ଚାଣକ୍ୟ ନୀତି ଅନୁସାରେ ଏକ ମଦ୍ୟପ ହାତୀ କାନ ହଲାଇ ନିଜ ମଥାରୁ ଝରି ପଡୁଥିବା ରସ ପିଉଥିବା ଭ୍ରମରକୁ ଯେତେବେଳେ ଉଡ଼ାଇ ଦେଇଥାଏ, ତ ସେତେବେଳେ ତାହାର କିଛି ଯାଏ ନାହିଁ । ଭ୍ରମର ବହୁତ ଖୁସିରେ କମଳରେ ପୂର୍ଣ୍ଣ ପୋଖରୀ ଦିଗକୁ ଚାଲି ଯାଆନ୍ତି । ଏପରି କରି ହାତୀ ନିଜେ ନିଜ ମଥାର ଶୃଙ୍ଗାରକୁ କମାଇ ଦେଇଥାଏ ।

ସମ୍ମାନ ଦେବାରେ ମିଳିଥାଏ ସନ୍ତୁଷ୍ଟି :-

ଚାଣକ୍ୟ ନୀତି ଅନୁସାରେ ହାତର ଶୋଭା ଗହଣା ଦ୍ୱାରା ବଢ଼ି ନଥାଏ ବରଂ ଦାନ ଦ୍ଵାରା ବଢ଼ିଥାଏ । ନିର୍ମଳତା, ଚନ୍ଦନର ଲେପ ଲଗାଇବା ଦ୍ୱାରା ନୁହେଁ ବରଂ ଜଳରେ ସ୍ନାନ କରିବା ଦ୍ୱାରା ଆସିଥାଏ । ଠିକ ସେହିପରି ଭାବରେ ଜଣେ ବ୍ୟକ୍ତି ଭୋଜନ ଦ୍ୱାରା ନୁହେଁ ବରଂ ସମ୍ମାନ ଦେବା ଦ୍ୱାରା ସନ୍ତୁଷ୍ଟ ହୋଇଥାନ୍ତି । ନିଜକୁ ସଜାଇବା ଦ୍ଵାରା ମୁକ୍ତି ମିଳି ନ ଥାଏ ବରଂ ମୁକ୍ତି ଆଧ୍ୟାତ୍ମିକ ଜ୍ଞାନକୁ ଜାଗ୍ରତ କରିବା ଦ୍ୱାରା ମୁକ୍ତି ମିଳିଥାଏ ।

Leave a Reply

Your email address will not be published. Required fields are marked *