କରୋନା ସଙ୍କଟ ସମୟରେ ଲୋକଙ୍କ ପାଇଁ ଭଗବାନ ପଲଟିଥିବା ସୋନୁ ସୁଦ ପୁଣି ଥରେ ଅଭାବ ଅନଟନ ଓ ଗରିବ ଲୋକଙ୍କ ପାଇଁ ସାହାଯ୍ୟର ହାତ ବଢାଇଛନ୍ତି । କରୋନା ସମୟରେ ଚାକିରୀ ହରାଇଥିବା ଲୋକଙ୍କୁ ଇ-ରିକ୍ସା ଦେବା ପାଇଁ ସନୁ ସୁଦ ଦୃଢ ପଦକ୍ଷେପ ହାତକୁ ନେଇଛନ୍ତି, ଯାହାଦ୍ଵାରା ଚାକିରି ହରାଇଥିବା ବ୍ୟକ୍ତିମାନେ ଆତ୍ମନିର୍ଭରଶୀଳ ହୋଇପାରିବେ ।
ଵିଶେଷ କଥା :
◆ ଅସହାୟ ଲୋକଙ୍କୁ ସାହାଯ୍ୟ କରିବାକୁ ଆଗକୁ ଆସିଲେ ସୋନୁ ସୁଦ ।
◆ କରୋନା କାଳରେ ଚାକିରି ହରାଇଥିବା ବ୍ୟକ୍ତିଙ୍କୁ ଦିଆଯିବ ଇ-ରିକ୍ସା ।
◆ ରବିବାର ଦିନ ସୋନୁ ସୁଦ “ଖୁଦ୍ କମାଅ ଘୋର୍ ଚଳାଅ” ପଦକ୍ଷେପ ଆରମ୍ଭ କରିଛନ୍ତି ।
ନୂଆଦିଲ୍ଲୀ : କରୋନା ଭାଇରସ୍ ମହାମାରୀ ସମୟରେ ବାସ୍ତବ ଜୀବନ ହିରୋ ଭାବରେ ଉଭା ହୋଇଥିବା ସୋନୁ ସୁଦ ନିରନ୍ତର ଭାବେ ଲୋକଙ୍କୁ ସାହାଯ୍ୟ କରୁଛନ୍ତି । କୋଭିଡ ସଙ୍କଟ ସମୟରେ ଅସହାୟ ଲୋକଙ୍କୁ ସାହାଯ୍ୟ କରିବା ପାଇଁ ସୋନୁ ସୁଦ ଆଗେଇ ଆସିଥିଲେ । ସେହି ଅସହାୟ ଓ ରୋଜଗାର ହରାଇଥିବା ବ୍ୟକ୍ତିଙ୍କୁ ଇ-ରିକ୍ସା ଯୋଗାଇବାର ବନ୍ଦବସ୍ତ କରିଛନ୍ତି । ବଲିଉଡ ଅଭିନେତା ରବିବାର ଦିନ ଇନଷ୍ଟାଗ୍ରାମରେ “ଖୁଦ୍ କମାଅ ଘୋର୍ ଚଳାଅ” ନାମକ ଏକ ନୂତନ ପଦକ୍ଷେପ ଆରମ୍ଭ କରିଛନ୍ତି । ସୋନୁ ସୁଦ କହିଛନ୍ତି ଯେ, ଲୋକଙ୍କଠାରୁ ମୁଁ ପାଇଥିବା ପ୍ରେମ ମୋତେ ସେମାନଙ୍କ ପାଇଁ ଠିଆ ହେବାକୁ ପ୍ରେରଣା ଦେଇଛି ।
୪୬ ବର୍ଷୀୟ ଏହି ଅଭିନେତା କହିଛନ୍ତି, “ଗତ କିଛି ମାସ ମଧ୍ୟରେ ମୁଁ ଲୋକମାନଙ୍କ ଠାରୁ ବହୁତ ଭଲ ପାଇବା ପାଇଛି । ଏହି ଭଲ ପାଇବା ମୋତେ ସେମାନଙ୍କ ପାଇଁ କିଛି କରିବାକୁ ପ୍ରେରଣା ଯୋଗାଇଥାଏ । ସେଥିପାଇଁ ମୁଁ “ଖୁଦ୍ କମାଅ ଘୋର୍ ଚଳାଅ” ପଦକ୍ଷେପ ଆରମ୍ଭ କରିଛି ।
ସେ କହିଛନ୍ତି, “ମୋର ବିଶ୍ୱାସ ଯେ ଯୋଗାଣ ଅପେକ୍ଷା ଅଧିକ ଲୋକଙ୍କୁ ରୋଜଗାରର ସୁଯୋଗ ଦେବା ଜରୁରୀ ଅଟେ । ମୋର ବିଶ୍ୱାସ ରହିଛି ଯେ ଏହି ପଦକ୍ଷେପ ସେମାନଙ୍କୁ ପୁନର୍ବାର ଆତ୍ମନିର୍ଭରଶୀଳ କରି ନିଜ ଗୋଡ଼ରେ ଠିଆ ହେବା ପାଇଁ ସାହାଯ୍ୟ କରିବ ।”
ଏହା ପୂର୍ବରୁ ସୋନୁ ସୁଦ ପ୍ରବାସୀ ରୋଜଗର ଆପ୍ ଲଞ୍ଚ କରିଥିଲେ, ଯାହା କରୋନା ମହାମାରୀ କାରଣରୁ ଚାକିରୀ ହରାଉଥିବା ଲୋକଙ୍କ ପାଇଁ ୫୦,୦୦୦ରୁ ଅଧିକ ନିଯୁକ୍ତି ସୃଷ୍ଟି କରିଛି । ଏହି ଆପ୍ ରୋଜଗାର ହରାଇଥିବା ଲୋକମାନଙ୍କୁ ଅନେକ କମ୍ପାନୀ ସହିତ ଯୋଡ଼ିଥାଏ ଏବଂ ସେମାନଙ୍କର ଦକ୍ଷତା ବୃଦ୍ଧି ପାଇଁ ସ୍ୱତନ୍ତ୍ର ପ୍ରୋଗ୍ରାମ ମଧ୍ୟ ପ୍ରଦାନ କରିଥାଏ ।
ଭାରତରେ କରୋନା ଭାଇରସ୍ ମହାମାରୀର ପ୍ରସାର ସହ ଜଡିତ ସବିଶେଷ ଖବର, ଦିନଚର୍ଯ୍ୟା, ବଲିଉଡ ଖବର ଏବଂ ଓଡିଆ ଖବର, ରାଶିଫଳ ସହ ଜଡିତ ଅନ୍ୟାନ୍ୟ ଖବର ପାଇବାକୁ ଆମ ପେଜକୁ ଲାଇକ୍ କରନ୍ତୁ ।