ବଲିଉଡ଼ର ପ୍ଲେବେକ ସିଙ୍ଗର ନେହା କକ୍କଡ଼ ଓ ପଞ୍ଜାବୀ ସିଙ୍ଗର ରୋହନପ୍ରୀତଙ୍କ ବିବାହକୁ ୨ ମାସ ପୂରଣ ହେବାକୁ ଯାଉଛି । ହନୀମୁନରୁ ଫେରି ଏହି ଦମ୍ପତି ନିଜର ଆଗାମୀ କାର୍ଯ୍ୟକୁ ପୂରଣ କରିବାରେ ଲାଗି ପଡ଼ିଛନ୍ତି । ନିକଟରେ ଏହି ଦମ୍ପତି ‘ଦ କପିଲ୍ ଶର୍ମା ଶୋ’ର ଅଂଶ ଗ୍ରହଣ କରିଥିଲେ । ଯେଉଁଠାରେ ନେହା ଓ ରୋହନପ୍ରୀତ ନିଜ ସମ୍ପର୍କ ଓ ବିବାହକୁ ନେଇ ଅନେକଗୁଡ଼ିଏ ଖୁଲାସା କରିଛନ୍ତି ଯାହାକୁ କେହି ଜାଣନ୍ତି ନାହିଁ । ନିଜ ପ୍ରେମ କାହାଣୀକୁ ନେଇ ନେହା କହିଛନ୍ତି ଯେ ଆରମ୍ଭରେ ରୋହନପ୍ରୀତ ବିବାହ ପାଇଁ ଟିକିଏ ସଂକୋଚ କରୁଥିଲେ କିନ୍ତୁ ପରେ କିଛି ଏପରି ହେଲା ଯାହା ଫଳରେ ସେ ଏଥିପାଇଁ ପ୍ରସ୍ତୁତ ହୋଇଗଲେ ।
ଦ କପିଲ୍ ଶର୍ମା ଶୋ’ରେ ନେହା କକ୍କଡ଼ ସମ୍ପୂର୍ଣ୍ଣ ଘଟଣାର ଖୁଲାସା କରି କହିଛନ୍ତି ଯେ ସେ ବିବାହ କରିବା ପାଇଁ ଚାହଁନ୍ତି । ନେହା କହିଛନ୍ତି ଯେ, ‘ମୁଁ ସଫଳ ଅଟେ, ମୋ ପାଖରେ ସବୁକିଛି ଅଛି ତେବେ ମୁଁ ଏମିତିରେ ସମ୍ପର୍କରେ ପଡ଼ିବା ପାଇଁ ଚାହୁଁ ନଥିଲି, ଯଦିଓ ରୋହନପ୍ରୀତ ବିବାହ ପାଇଁ ପ୍ରସ୍ତୁତ ନଥିଲା । ନେହା ଆଗକୁ କହିଛନ୍ତି ଯେ ‘ରୋହନପ୍ରୀତ ମାତ୍ର ୨୫ ବର୍ଷ ବୟସ୍କ ଅଟନ୍ତି ସେ ଏତେ ଶୀଘ୍ର ବିବାହ ବନ୍ଧନରେ ବାନ୍ଧି ହେବାକୁ ଚାହାଁନ୍ତି ନାହିଁ ।’
ନେହା ଆଗକୁ ମଧ୍ୟ କହିଛନ୍ତି ଯେ, ‘ଦିନେ ରୋହନପ୍ରୀତ ନିଜେ ମୋତେ କହିଲେ ଯେ ଚାଲନ୍ତୁ ବିବାହ କରିନେବା । ଯଦିଓ ଏପରି କହିବା ସମୟରେ ରୋହନପ୍ରୀତ ନିଶାରେ ଥିଲେ ନେହାଙ୍କୁ ଲାଗିଲା ଯେ ସେ ଆଗାମୀ ଦିନ ଏହାକୁ ଭୁଲିଯିବେ । ନେହା ଆଗକୁ କହିଛନ୍ତି ଯେ ସେ ଆଉ ଏକ ସୁଟ୍ ପାଇଁ ଚଣ୍ଡିଗଡ଼ ପହଞ୍ଚିଲେ । ରୋହନପ୍ରୀତ ହୋଟେଲକୁ ଆସିଲେ ଓ ତାଙ୍କୁ ବିବାହ କଥା ପୁଣିଥରେ ମନେ ପକାଇଲେ । ଏହା ପରେ ନେହା ଲାଜ କଲେ ଓ ରୋହନପ୍ରୀତକୁ କହିଲେ ପ୍ରଥମେ ମୋ ମାଁଙ୍କୁ ଦେଖା କରନ୍ତୁ ।
ଦ କପିଳ ଶର୍ମା ଶୋ ରେ ନେହା କକ୍କଡ଼ ଓ ରୋହନପ୍ରୀତ ସିଂହ ନିଜ ପ୍ରଥମ ଦେଖା ବିଷୟରେ କହିଲେ । ଦୁହେଁ ପ୍ରଥମ ଥର ପାଇଁ ଅଗଷ୍ଟ ମାସରେ ଚଣ୍ଡିଗଡ଼ରେ ଦେଖା କରିଥିଲେ ।
ନେହା କକ୍କଡ଼ ଓ ରୋହନପ୍ରୀତ ସିଂହ ସୋସିଆଲ ମିଡ଼ିଆରେ ମଧ୍ୟ ବହୁତ ସକ୍ରିୟ ରୁହନ୍ତି । ଦୁହିଁଙ୍କୁ ଅଧିକାଂଶ ସମୟରେ ଇଂଷ୍ଟା ପୋଷ୍ଟ ଜରିଆରେ ପରସ୍ପର ପ୍ରତି ପ୍ରେମ ଜାହିର କରୁଥିବାର ଦେଖାଯାଏ । ଏହି ଦମ୍ପତିକୁ ଫ୍ୟାନ୍ସଙ୍କ ଭରପୂର ପ୍ରେମ ମଧ୍ୟ ମିଳୁଛି ।