କରୋନାରୁ ଆରୋଗ୍ୟ ହେବାର ଏକ ମାସ ପରେ ଅଭିନେତ୍ରୀ ହେଲେ ବ୍ରେନ୍ ଷ୍ଟୋକର ଶିକାର । ଶରୀର ଗୋଟିଏ ପାର୍ଶ୍ଵ ହେଲା ପକ୍ଷାଘାତ….

କରୋନାରୁ ଆରୋଗ୍ୟ ହେବାର ଏକ ମାସ ପରେ ଅଭିନେତ୍ରୀ ହେଲେ ବ୍ରେନ୍ ଷ୍ଟୋକର ଶିକାର । ଶରୀର ଗୋଟିଏ ପାର୍ଶ୍ଵ ହେଲା ପକ୍ଷାଘାତ….

କରୋନା ଅବଧି ସମୟରେ ଅଭିନେତ୍ରୀ ଶିଖା ମାଲହୋତ୍ରାଙ୍କୁ ବହୁତ ଚର୍ଚ୍ଚାରେ ଥିଲେ । ସେ ନର୍ସ ଭାବରେ ଡାକ୍ତରଖାନାରେ ଅନେକ କରୋନୋ ପୀଡିତ ରୋଗୀଙ୍କ ଯତ୍ନ ନେଇଥିଲେ । ଏହି ସମୟ ମଧ୍ୟରେ ସେ COVID-19 ପଜିଟିଭ୍ ମଧ୍ୟ ହୋଇଥିଲେ । ଏହି କାରଣରୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି ହେବାକୁ ପଡିଥିଲା । କିଛି ଦିନ ପରେ ସେ କରୋନାରୁ ମଧ୍ୟ ଆରୋଗ୍ୟ ଲାଭ କରିଥିଲେ । ତେବେ ଏହି ଘଟଣାର ପ୍ରାୟ ଏକ ମାସ ପରେ ତାଙ୍କୁ ବର୍ତ୍ତମାନ ବ୍ରେନ୍ ଷ୍ଟୋକ୍ ହୋଇଛି ।

ଶିଖାଙ୍କ ମ୍ୟାନେଜରଙ୍କ କହିବାନୁସାରେ, ଅଭିନେତ୍ରୀଙ୍କୁ ୧୦ ଡିସେମ୍ବର ରାତିରେ ପାରାଲିସିସ୍ ରୋଗରେ ପୀଡ଼ିତ ହୋଇଥିଲେ । ଚିକିତ୍ସା ପାଇଁ ତାଙ୍କୁ ମୁମ୍ବାଇର ଜୁହୁସ୍ଥିତ କପୁର୍ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ବ୍ରେନ୍ ଷ୍ଟୋକ୍ ଯୋଗୁଁ ତାଙ୍କ ଶରୀରର ଡାହାଣ ଅଂଶ ଅଧିକ ପ୍ରଭାବିତ ହୋଇଛି । ତାଙ୍କୁ ଏହି ଅଂଶରେ ପାରାଲିସିସ୍ ହୋଇଛି । ବର୍ତ୍ତମାନ ସୁଦ୍ଧା ସେ କହିବାର ଅବସ୍ଥାରେ ନାହାଁନ୍ତି । ତାଙ୍କର ଏହି ଅବସ୍ଥା କୋଭିଡ -୧୯ରୁ ବାହାରିବାର ପ୍ରାୟ ଏକ ମାସ ପରେ ଆସିଛି ।

ସମ୍ପ୍ରତି ଡାକ୍ତରମାନେ ଶିଖାଙ୍କୁ ଭଲ କରିବା ପାଇଁ ବହୁତ ଚେଷ୍ଟା ଚଳାଇଛନ୍ତି । ଶିଖାଙ୍କ ଇନଷ୍ଟାଗ୍ରାମ୍ ଆକାଉଣ୍ଟରେ ତାଙ୍କ ଡାକ୍ତରଖାନାର ଏକ ଫଟୋ ମଧ୍ୟ ସେୟାର କରାଯାଇଛି । ଏହି ପୋଷ୍ଟ ତାଙ୍କର PR ଅଶ୍ୱିନୀ ଶୁକ୍ଲା କରିଛନ୍ତି । ଶିଖାଙ୍କ ଛବି ସେୟାର କରି ସେ କ୍ୟାପସନରେ ଲେଖିଥିଲେ –

ଆପଣଙ୍କୁ କହି ରଖଛୁ ଯେ, ଶିଖା ଏକାଧାରାରେ ଅଭିନେତ୍ରୀ ଏବଂ ନର୍ସ ମଧ୍ୟ । ସେ ଦିଲ୍ଲୀର ବର୍ଦ୍ଧମାନ ମହାବୀର ମେଡିକାଲ କଲେଜ ଏବଂ ସଫଦରଜଙ୍ଗ ହସ୍ପିଟାଲରୁ ବିଏସସି କରିଛନ୍ତି । ସେ କରୋନା ମହାମାରୀର ପ୍ରାରମ୍ଭିକ ପର୍ଯ୍ୟାୟରେ ହିନ୍ଦୁ ହୃଦୟ ସମ୍ରାଟ ବାଲା ସାହେବ ଠାକରେ ହସ୍ପିଟାଲରେ ନର୍ସ ଭାବରେ କାର୍ଯ୍ୟ କରୁଥିଲେ । ସେ ଆଇସୋଲେସନ ବିଭାଗରେ କାମ କରୁଥିଲେ ।

ଶିଖା ଅଭିନେତା ସଞ୍ଜୟ ମିଶ୍ରଙ୍କ ସହ କାଞ୍ଚଲି ଲାଇଫ ଫିଲ୍ମରେ କାମ କରିଛନ୍ତି । ଯେତେବେଳେ ସେ ଜଣେ ନର୍ସ ଭାବେ କରୋନା ରୋଗୀଙ୍କ ସେବା କରିବା ସମୟରେ COVID-19 ପଜିଟିଭ୍ ହୋଇଥିଲେ ସେତେବେଳେ ତାଙ୍କର ଗୋଟିଏ ପୋଷ୍ଟ ଭାଇରାଲ୍ ହେଇଥିଲା । ଏହି ପୋଷ୍ଟରେ ସେ ଲେଖିଥିଲେ ଯେ “ଶରୀରରେ ଅମ୍ଳଜାନର ଅଭାବ ଅନୁଭବ ହେଉଛି । ଏହି ପୋଷ୍ଟ ସେମାନଙ୍କ ପାଇଁ ଯେଉଁମାନେ କୁହନ୍ତି କରୋନାରୁ କିଛି ହୁଏ ନାହିଁ । ଆପଣମାନଙ୍କ ପ୍ରାର୍ଥନା ଯୋଗୁଁ ମୁଁ ଗତ ୬ ମାସ ହେବ ଠିକ୍ ଅଛି”।

Leave a Reply

Your email address will not be published. Required fields are marked *