କିଛି ଦିନ ପୂର୍ବରୁ ସୋସିଆଲ ମିଡିଆରେ ଗୀତ ଯୋଗୁଁ ରାନୁ ମଣ୍ଡଲ ପ୍ରସିଦ୍ଧ ହୋଇଯାଥିଲେ । ଲତା ମଙ୍ଗେଶକରଙ୍କ ଗୀତ ‘ଏକ ପ୍ୟାର୍ କା ନାଗମା ହେ’ ଗୀତ ଗାୟି ରାନୁ ମଣ୍ଡଲ ଲୋକପ୍ରିୟତା ହାସଲ କରିଥିଲେ । ସୋସିଆଲ ମିଡିଆ ଯୋଗୁଁ ତାଙ୍କ ଗୀତ ରାତାରାତି ଭାଇରାଲ ହେଇଯାଇଥିଲା ଏବଂ ସେ ଏକ ଇଣ୍ଟରନେଟ୍ ସେନ୍ସେସ୍ ପାଲଟି ଯାଇଥିଲେ । ପ୍ରସିଦ୍ଧ ହେବା ପରେ ତାଙ୍କୁ ଅନେକ ରିଆଲିଟି ଶୋ’ରେ ଡକାଯାଇଥିଲା ଏବଂ ସେଥି ମଧ୍ୟରୁ ଗୋଟିଏ ଶୋ’ରେ ହିମେଶ ରେଶମିଆ ଜର୍ଜ ଭାବେ କାମ କରୁଥିଲେ ।
ଯେତେବେଳେ ହିମେଶ ରେଶମିଆ ରାନୁଙ୍କ ଗୀତ ଶୁଣିଲେ, ସେ ଭାବପ୍ରବଣ ହେଇଯାଇଥିଲେ ଏବଂ ଶୀଘ୍ର ତାଙ୍କ ସହ ଏକ ଗୀତକୁ ରେକର୍ଡ କରିବେ ବୋଲି ପ୍ରତିଶୃତି ଦେଇଥିଲେ । ଏଭଳି ପରିସ୍ଥିତିରେ ହିମେଶ ତାଙ୍କ ପ୍ରତିଶ୍ରୁତି ପାଳନ କରି ରାନୁ ମଣ୍ଡଲଙ୍କ ସହ ‘ତେରୀ ମେରୀ କାହାନି’ ଗୀତ ରେକର୍ଡ କରିଥିଲେ । ଏହି ଗୀତ ପରେ ରାନୁ ମଣ୍ଡଲଙ୍କର ଲୋକପ୍ରିୟତା ଶିଖରରେ ପହଞ୍ଚିଯାଇଥିଲା ।
କିନ୍ତୁ କୁହାଯାଏ ଯେ ଯଦି ବର୍ଷ ବର୍ଷ ଧରି ଭୋକିଲା ବ୍ୟକ୍ତି ଯଦି ଖାଦ୍ୟ ପାଏ, ତେବେ ସେ ଭୋକ ଅପେକ୍ଷା ଅଧିକ ଖାଇ ଦେଇଥାଏ । ରାନୁ ମଣ୍ଡଲଙ୍କ ସହ ସମାନ ଘଟଣା ଘଟିଛି । ରେଳ ଷ୍ଟେସନରେ ଦାରିଦ୍ର୍ୟରେ ବର୍ଷ ବର୍ଷ ବିତାଇଥିବା ରାନୁ ଯେତେବେଳେ ଏତେ ଲୋକପ୍ରିୟତା ପାଇଲେ ସେତେବେଳେ ଏହାକୁ ହଜମ କରିବାରେ ଅସମର୍ଥ ହେଲେ ଏବଂ ତାଙ୍କର ଅତ୍ୟଧିକ ଆତ୍ମବିଶ୍ୱାସ ତାଙ୍କୁ ପୁଣି ନିଖୋଜ କରିଦେଇଛି ।
ନିକଟରେ ଖବର ଆସିଥିଲା ଯେ କିଛି ଦିନର ଲୋକପ୍ରିୟତାର ସ୍ବାଦ ଚାଖିବା ପରେ ରାନୁ ମଣ୍ଡଲ ନିଜର ପୁରୁଣା ଜୀବନକୁ ଫେରି ଆସିଛନ୍ତି । ଏଭଳି ପରିସ୍ଥିତିରେ ସୋସିଆଲ ମିଡିଆରେ ରାନୁ ମଣ୍ଡଲଙ୍କର ଏକ ଭିଡିଓ ଖୁବ୍ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ସେ ‘ସାଗର କିନାରେ ଦିଲ ୟେ ପୁକାରେ’ ଗୀତ ଗାଉଥିବାର ନଜର ଆସିଛନ୍ତି । ବାସ୍ତବରେ, ବଙ୍ଗୀୟ ଗାୟକ ରୂପଙ୍କାର ବାଗଚିଙ୍କ ଦ୍ୱାରା ଆୟୋଜିତ ଏକ ଶୋ’ରେ ରାନୁ ମଣ୍ଡଲ ଖୁବ୍ ଶୀଘ୍ର ନଜର ଆସିବେ ।
ନିକଟରେ ଶୋ’ର ଟିଜର ସୋସିଆଲ ମିଡିଆରେ ପ୍ରକାଶ ପାଇଛି । ଜାନୁୟାରୀ ୨ ତାରିଖରେ ରାନୁ ଏବଂ ରୁପଙ୍କାର ବାଗଚି ଅନଲାଇନ୍ ପ୍ଲାଟଫର୍ମରେ ଏକ ଶୋ କରୁଛନ୍ତି, ଯେଉଁଥିରେ ଉଭୟ ନଜର ଆସିବେ । ଆପଣଙ୍କୁ କହି ରଖୁଛ ଯେ, ଗତ କିଛି ଦିନ ହେବ ରାନୁ ମଣ୍ଡଲ କେଉଁଠାରେ ଅଛନ୍ତି ସେ ବିଷୟରେ ଆଲୋଚନା ହେଉଥିଲା । ଏଭଳି ପରିସ୍ଥିତିରେ ସେ ରାଣାଘାଟରେ ଥିବା ତାଙ୍କ ପୁରୁଣା ବାସଭବନରେ ପରିବାର ସହ ରହୁଥିବା ।