ନାତିକୁ କୋଳରେ ନେଇ ଭାବପ୍ରବଣ ହେଲେ ମୁକେଶ ଅମ୍ବାନୀ ! ସାମ୍ନାକୁ ଆସିଲା ପ୍ରଥମ ଫୋଟ…

ନାତିକୁ କୋଳରେ ନେଇ ଭାବପ୍ରବଣ ହେଲେ ମୁକେଶ ଅମ୍ବାନୀ ! ସାମ୍ନାକୁ ଆସିଲା ପ୍ରଥମ ଫୋଟ…

ରିଲାଏନ୍ସ ଇଣ୍ଡଷ୍ଟ୍ରିର ମାଲିକ ମୁକେଶ ଅମ୍ବାନୀ ଏବଂ ନୀତା ଅମ୍ବାନୀ ଜେଜେ ମା-ଜେଜେ ବାପା ହୋଇ ଯାଇଛନ୍ତି । ଅମ୍ବାନୀ ପରିବାରର ବୋହୂ ଗତ ଗୁରୁବାର ଦିନ ସକାଳେ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଛନ୍ତି । ସୋସିଆଲ ମିଡିଆରେ ଅମ୍ବାନୀ ପରିବାରର ଉତ୍ତରାଧିକାରୀର ପ୍ରଥମ ଫୋଟ ମଧ୍ୟ ଆସିଯାଇଛି । ଏହି ଫୋଟରେ ଅମ୍ବାନୀ ପରିବାରର ଉତ୍ତରାଧିକାରୀଙ୍କୁ ଆପଣ ମଧ୍ୟ ଦେଖିପାରିବେ । ମୁକେଶ ଅମ୍ବାନୀ ନିଜ ନାତିକୁ କୋଳରେ ଧରିଛନ୍ତି । ଏହି ସମୟ ମଧ୍ୟରେ ମୁକେଶ ଅତ୍ୟନ୍ତ ଭାବପ୍ରବଣ ଦେଖାଯାଉଛନ୍ତି ।

ଏହି ଫୋଟରେ ଆପଣ ଦେଖିପାରିବେ ଯେ, ନାତି ସହ ମୁକେଶ ଅମ୍ବାନୀ ଅତ୍ୟନ୍ତ ଖୁସି ଦେଖାଯାଉଛନ୍ତି । ଏହି ଫୋଟଟି ହସ୍ପିଟାଲର ଅଟେ । ଆପଣଙ୍କୁ କହିରଖୁଛୁ ଯେ, ଏହାପୂର୍ବରୁ ଅମ୍ବାନୀ ପରିବାର ପକ୍ଷରୁ ଅଫିସିଆଲ ବିବୃତ୍ତି ଜାରି କରାଯାଇଥିଲା, ଯେଉଁଥିରେ ସେ କହିଥିଲେ ଯେ ଶ୍ଳୋକା ଏବଂ ଆକାଶ ଅମ୍ବାନୀ ପିତାମାତା ହୋଇଯାଇଛନ୍ତି । ଆପଣଙ୍କୁ କହିରଖୁଛୁ ଯେ, ବିବାହର ପ୍ରାୟତଃ ଦେଢ଼ ବର୍ଷ ପରେ ଆକାଶ ଅମ୍ବାନୀ ଏବଂ ଶ୍ଳୋକା ମେହେତା ପିତାମାତା ହୋଇଛନ୍ତି ।

ନୂତନ ସଦସ୍ୟର ଆଗମନ ହେତୁ ଅମ୍ବାନୀ ପରିବାରରେ ଅତ୍ୟନ୍ତ ଖୁସିର ପରିବେଶ ରହିଛି । ବିଶେଷକରି ଏହି ଖୁସି ଖବର କୋକିଲାବେନ ଅମ୍ବାନୀଙ୍କୁ ଅତ୍ୟନ୍ତ ଖୁସି ଦେଇଛି । ଯେହେତୁ ତାଙ୍କର ଛୋଟ ପଣନାତି ଏହି ଦୁନିଆଁରେ ପାଦ ରଖିଛି, ସେଥିପାଇଁ ସେ ବହୁତ ଖୁସି ଅଛନ୍ତି । ମାଆ ଏବଂ ପୁଅ ଉଭୟ ସୁସ୍ଥ ଅଛନ୍ତି । ନୂତନ ସଦସ୍ୟର ଆଗମନ ହେତୁ ଉଭୟ ମେହେତା ଏବଂ ଅମ୍ବାନୀ ପରିବାରରେ ଖୁସିର ମାହୋଲ ରହିଛି । ଅମ୍ବାନୀ ପରିବାରରେ ଛୋଟ ସଦସ୍ୟର ଆଗମନ ପରେ ଶ୍ଳୋକା ଏବଂ ଆକାଶଙ୍କୁ ସୋସିଆଲ ମିଡ଼ିଆ ମାଧ୍ୟମରେ ଶୁଭେଚ୍ଛା ମିଳୁଅଛି ।

କହିରଖୁଛୁ ଯେ, ୯ ମାର୍ଚ୍ଚ ୨୦୧୯ ମସିହାରେ ଶ୍ଳୋକା ମେହେତା ଏବଂ ଆକାଶ ଅମ୍ବାନୀଙ୍କର ବିବାହ ଅତ୍ୟନ୍ତ ଆଡମ୍ବର ସହକାରେ ହୋଇଥିଲା । ଏହି ବିବାହର ଆଲୋଚନା ଆଜି ପର୍ଯ୍ୟନ୍ତ ହେଉଛି । ମୁକେଶ ଅମ୍ବାନୀ ନିଜ ପୁଅର ବିବାହରେ କୌଣସି ଅଭାବ ରଖିନଥିଲେ ଏବଂ ପାଣି ଭଳି ଟଙ୍କା ବୁହାଇଥିଲେ । ଆକାଶ ଅମ୍ବାନୀଙ୍କର ବିବାହର ମର୍ଯ୍ୟାଦା ଏବଂ ପ୍ରଭାବ ଏହି କଥାର ପ୍ରମାଣ ଅଟେ । ଅମ୍ବାନୀ ପରିବାର ବିବାହର ପ୍ରସ୍ତୁତି ଅତ୍ୟନ୍ତ ସୁନ୍ଦର ଶୈଳୀରେ କରିଥିଲେ ଏବଂ ଏହାର ଫୋଟ ସୋସିଆଲ ମିଡିଆରେ ଅତ୍ୟନ୍ତ ଭାଇରାଲ ହୋଇଥିଲା । ଏହି ମର୍ଯ୍ୟାଦାପୂର୍ଣ୍ଣ ବିବାହରେ କେବଳ ଦେଶରୁ ନୁହେଁ ବିଦେଶରୁ ମଧ୍ୟ ଲୋକମାନେ ଯୋଗ ଦେଇଥିଲେ । ଏହାସହିତ ବଡ଼ ବଡ଼ ରାଜନେତାମାନେ ମଧ୍ୟ ଏଥିରେ ଯୋଗ ଦେଇଥିଲେ ।

Leave a Reply

Your email address will not be published. Required fields are marked *