ବୟସ ବୃଦ୍ଧି ହେବା ସଙ୍ଗେ ସଙ୍ଗେ ଶରୀରର ବିକାଶ ମଧ୍ୟ ହୋଇଥାଏ । ଶରୀରର ବିକାଶ ହେବା ସହିତ ପୁଅ ଏବଂ ଝିଅ ଝିଅ ମାନଙ୍କର ଶରୀର ଆକାରରେ ମଧ୍ୟ ପରିବର୍ତ୍ତନ ଆସିବାରେ ଲାଗିଥାଏ । ଏହି ସମୟ ମଧ୍ୟରେ ଅନେକ ସ୍ୱାସ୍ଥ୍ୟ ସମସ୍ୟା ମଧ୍ୟ ଦେଖା ଦେଇଥାଏ । ଯଦି ଏହି ସମସ୍ୟା ଗୁଡିକୁ ସଠିକ ସମୟରେ ଚିହ୍ନଟ କରାଯାଇ ପାରିବ ତେବେ ଏହାର ସମାଧାନ ବାହାର କରାଯାଇ ପାରିବ । ୨୦ ବର୍ଷ ବୟସ ହେବା ପରେ ଝିଅ ମାନଙ୍କ ଶରୀରରେ କିଛି ବିଶେଷ ପରିବର୍ତ୍ତନ ହେବାରେ ଲାଗିଥାଏ । ଅଧିକାଂଶ ଝିଅ ମାନଙ୍କୁ ଏହି ପରିବର୍ତ୍ତନ ଗୁଡିକ ବିଷୟରେ କିଛି ବିଶେଷ ସୂଚନା ଜ୍ଞାତ ନଥାଏ ଏବଂ ସେମାନଙ୍କ ଶରୀରରେ ଏହି ପରିବର୍ତ୍ତନ ଗୁଡିକୁ ଦେଖି ସେମାନେ ଭୟଭୀତ ହୋଇ ଯାଆନ୍ତି। ତେଣୁ ଆଜି ଏହି ପୋଷ୍ଟରେ ଆମେ ଆପଣଙ୍କୁ କିଛି ବିଶେଷ ପରିବର୍ତ୍ତନ ବିଷୟରେ କହିବାକୁ ଯାଉଛୁ ଯାହା ଜଣେ ଝିଅଙ୍କର ୨୦ ବର୍ଷ ବୟସ ଅତିକ୍ରମ କରିବା ପରେ ଆସିପାରେ । ତେବେ ଆସନ୍ତୁ ସେହି ପରିବର୍ତ୍ତନ ଗୁଡିକ ବିଷୟରେ ବିସ୍ତୃତ ଭାବେ ଆଲୋଚନା କରିବା ।
ବ୍ରଣ ହେବା
ବ୍ରଣ କୌଣସି ମଧ୍ୟ ବୟସରେ ହୋଇପାରେ କିନ୍ତୁ ଏହା ଦେଖା ଯାଇଛି କି ଅଧିକାଂଶ ଝିଅ ମାନଙ୍କର ବ୍ରଣ ସମସ୍ୟା ୨୦ ବର୍ଷ ପରେ ହିଁ ହୋଇଥାଏ । ୨୦ ବର୍ଷ ବୟସ ପରେ ଝିଅ ମାନଙ୍କର ହରମୋନର ପରିବର୍ତ୍ତନ ହୋଇଥାଏ ଯେଉଁଥି ପାଇଁ ସେମାନଙ୍କୁ ବ୍ରଣ ହୋଇଥାଏ ।
କେଶ ବୃଦ୍ଧି
ଗୋଟିଏ ବୟସରେ କେଶ ବୃଦ୍ଧି ସାଧାରଣ କଥା ଅଟେ କିନ୍ତୁ ୨୦ ବର୍ଷ ବୟସ ପରେ ଝିଅ ମାନଙ୍କ ଛାତି, ପେଟ ଏବଂ ଥୋଡିରେ ମଧ୍ୟ କେଶ ଆସିବାରେ ଲାଗିଥାଏ । କେଶ ବୃଦ୍ଧି ସମସ୍ୟାରୁ ମୁକ୍ତି ପାଇବା ପାଇଁ ସେମାନେ ହେୟାର ରିମୁଭିଙ୍ଗ କ୍ରିମ୍ ବ୍ୟବହାର କରିଥାନ୍ତି କିମ୍ବା ପାର୍ଲରକୁ ଯାଇଥାନ୍ତି ।
ମେଦ ବହୁଲତା
ଓଜନ ବୃଦ୍ଧି ସମସ୍ୟାକୁ ନେଇ ଦେଶର ଅଧିକାଂଶ ଲୋକ ଚିନ୍ତିତ ଅଟନ୍ତି । କିଛି ଲୋକ ମାନଙ୍କ ଓଜନ ଥାଇରଏଡ କିମ୍ବା ଅନ୍ୟାନ୍ୟ ରୋଗ ହେତୁ ବଢିଥାଏ, ତ ପୁଣି କେହି କେହି ଘରେ ବସି ବସି ହିଁ ନିଜର ଓଜନ ବୃଦ୍ଧି କରିଥାନ୍ତି । ଗୋଟିଏ ଅନୁସନ୍ଧାନ ଅନୁଯାୟୀ ପୁଅ ମାନଙ୍କ ତୁଳନାରେ ଝିଅ ମାନଙ୍କ ଅଧିକ ଓଜନ ଅଧିକ ବଢିଥାଏ । ଓଜନ ବୃଦ୍ଧିର ମୁଖ୍ୟ କାରଣ ହେଉଛି ସ୍ଲୋ ମେଟାବୋଲିଜିମ୍ ।
କେଶ ଝଡ଼ିବା
କେଶ ଝଡିବା ଏକ ସାଧାରଣ ସମସ୍ୟା ଅଟେ । ଅଧିକାଂଶ ଲୋକ ଏହାକୁ ନେଇ ଚିନ୍ତିତ ରହିଥାନ୍ତି କିନ୍ତୁ ଝିଅ ମାନଙ୍କର କେଶ ଝଡିବା ହେଉଛି ସବୁଠାରୁ ସାଧାରଣ ସମସ୍ୟା ଅଟେ । ୨୦ ବର୍ଷ ବୟସ ପରେ ଏହି ସମସ୍ୟାର ସମ୍ମୁଖୀନ ହେବାକୁ ପଡିଥାଏ । ଏହିସବୁର ମୁଖ୍ୟ କାରଣ ହେଉଛି ଶରୀରରେ ହୋଇଥିବା ହରମୋନର ପରିବର୍ତ୍ତନ ।
ଋତୁସ୍ରାବ ଚକ୍ର ପରିବର୍ତ୍ତନ
ଝିଅମାନଙ୍କର ୨୦ ବର୍ଷ ପରେ ଅନେକ ହରମୋନ ପରିବର୍ତ୍ତନ ହୋଇଥାଏ, ଯେଉଁ କାରଣ ହେତୁ ସେମାନଙ୍କର ଋତୁସ୍ରାବ ଅବଧି ଚକ୍ର ମଧ୍ୟ ପରିବର୍ତ୍ତନ ହୋଇଯାଇଥାଏ । ଏହା ସବୁ ହରମୋନ ଅସନ୍ତୁଳନ ହେତୁ ହୋଇଥାଏ । ତେଣୁ ଯଦି ଆପଣଙ୍କ ବୟସ ୨୦ ବର୍ଷ ବୟସ ହୋଇଯାଇଛି ଏବଂ ଆପଣଙ୍କ ଋତୁସ୍ରାବ ଅବଧି ଚକ୍ର ବିଗିଡି ଯାଇଛି ତେବେ ଆଦୌ ଚିନ୍ତା କରନ୍ତୁ ନାହିଁ, ଏହା ସ୍ୱାଭାବିକ ଅଟେ । ଏହିପରି ପରିସ୍ଥିତିରେ ଫଳ ଏବଂ ପନିପରିବାର ସେବନ ଅଧିକ ମାତ୍ରାରେ କରନ୍ତୁ ।
ଯଦି ଆପଣଙ୍କର ବୟସ ମଧ୍ୟ ୨୦ ବର୍ଷ ଅତିକ୍ରମ ହୋଇସାରିଛି ଏବଂ ଆପଣ ମଧ୍ୟ ଉପରେ ଦର୍ଶା ଯାଇଥିବା କୌଣସି ସମସ୍ୟାକୁ ନେଇ ଚିନ୍ତିତ ଅଛନ୍ତି ତେବେ ବର୍ତ୍ତମାନ ଭୟଭୀତ ହେବାର କୌଣସି ଆବଶ୍ୟକତା ନାହିଁ । ୨୦ ବର୍ଷ ବୟସ ପରେ ଏହିପରି ପରିବର୍ତ୍ତନ ହେବା ସ୍ୱାଭାବିକ ଅଟେ । ଏହି ସବୁକୁ ଭୟ କରିବା ପରିବର୍ତ୍ତେ ଦୃଢ଼ ଭାବରେ ସାମ୍ନା କରିବାକୁ ପଡ଼ିବ ।