ସ୍ୱାମୀଙ୍କ ସହ ଛାଡପତ୍ର ପରେ ମଧ୍ୟ ଖୁସିରେ ଜୀବନ ଅତିବାହିତ କରୁଛନ୍ତି ଏହି ୫ ଲୋକପ୍ରିୟ ଅଭିନେତ୍ରୀ !

ସ୍ୱାମୀଙ୍କ ସହ ଛାଡପତ୍ର ପରେ ମଧ୍ୟ ଖୁସିରେ ଜୀବନ ଅତିବାହିତ କରୁଛନ୍ତି ଏହି ୫ ଲୋକପ୍ରିୟ ଅଭିନେତ୍ରୀ !

ମାନବ ଜୀବନରେ ଅନେକ ଉତ୍ଥାନ-ପତନ ଚାଲିଥାଏ । କିଛି ସମୟ ଜୀବନ ସରଲ ଭାବରେ ଚାଲିଥିବା ବେଳେ କିଛି ସମୟରେ ଜୀବନରେ ଅନେକ ସମସ୍ୟା ଦେଖାଦେଇଥାଏ । ମଣିଷ ଜୀବନ ମୁଦ୍ରାର ଦୁଇଟି ପାର୍ଶ୍ୱ ଭଳି, ଏହା ସର୍ବଦା ବୁଲୁଥାଏ । ସାଧାରଣ ମଣିଷ ହୁଅନ୍ତୁ କିମ୍ବା ସେଲିବ୍ରିଟି ଭଲ ଏବଂ ଖରାପ ସମୟ ସମସ୍ତଙ୍କ ଜୀବନରେ ଆସେ । ସମୟକୁ କେହି ନିୟନ୍ତ୍ରଣ କରିପାରିବେ ନାହିଁ । ସମୟର ଗତି ସହିତ ଜୀବନର ପରିସ୍ଥିତି ବଦଳିଯାଏ । ବଲିଉଡ ଇଣ୍ଡଷ୍ଟ୍ରିରେ ମଧ୍ୟ ଅନେକ ଅଭିନେତ୍ରୀ ଅଛନ୍ତି ଯେଉଁମାନେ ସାଧାରଣ ଝିଅ ପରି ବିବାହ କରିଥିଲେ, କିନ୍ତୁ ହଠାତ୍ ସେମାନଙ୍କ ଜୀବନ ବଦଳିଗଲା । ଏହି ଅଭିନେତ୍ରୀମାନଙ୍କର ନିଜ ସ୍ୱାମୀଙ୍କ ସହ ଛାଡପତ୍ର ହୋଇଗଲା । ସ୍ୱାମୀଙ୍କୁ ଛାଡପତ୍ର ଦେବା ପରେ, ଏହି ଅଭିନେତ୍ରୀମାନେ ସଂପୂର୍ଣ୍ଣ ଏକୁଟିଆ ହୋଇଯାଇଥିଲେ କିନ୍ତୁ ସେମାନେ ସାହସ ହରାଇ ନଥିଲେ । ଏବେ ଏହି ଅଭିନେତ୍ରୀ ମାନେ ଖୁବ୍ ଖୁସିରେ ଅଛନ୍ତି ଆସନ୍ତୁ ଜାଣିବା ସେମାନଙ୍କ ବିଷୟରେ ।

କରିସ୍ମା କପୁର

କରିସ୍ମା କପୁର ଜଣେ ବଲିଉଡ ଇଣ୍ଡଷ୍ଟ୍ରିର ଜଣେ ଜଣାଶୁଣା ଅଭିନେତ୍ରୀ । ବର୍ତ୍ତମାନ ସମୟରେ ସମସ୍ତେ ତାଙ୍କୁ ଭଲ ଭାବରେ ଚିନ୍ହିଛନ୍ତି । ସେ ଅନେକ ବଲିଉଡ ଫିଲ୍ମରେ ଅଭିନୟ କରିଛନ୍ତି। ସେ କପୁର ପରିବାରର ଅଟନ୍ତି । ତାଙ୍କର କ୍ୟାରିୟର ଅତ୍ୟନ୍ତ ଭଲ ଥିଲା । ଯେତେବେଳେ ସେ କ୍ୟାରିୟରର ଶ୍ରେଷ୍ଠ ପାହାଚରେ ଥିଲେ, ସେତେବେଳେ ସେ ବ୍ୟବସାୟୀ ସଞ୍ଜୟ କପୁରଙ୍କୁ ବିବାହ କରିଥିଲେ । କରିସ୍ମାଙ୍କର ୨ଟି ସନ୍ତାନ ମଧ୍ୟ ଥିଲେ କିନ୍ତୁ ୨୦୧୬ମସିହାରେ ଦୁହିଁଙ୍କର ଛାଡପତ୍ର ହୋଇଯାଇଥିଲା ଏବଂ ତାଙ୍କ ସ୍ୱାମୀଙ୍କ ସହ କରିସ୍ମାଙ୍କ ସମ୍ପର୍କ ଭାଙ୍ଗି ଯାଇଥିଲା । ଜୀବନର ଏହି ଅବସ୍ଥାରେ କରିସ୍ମା ଏକୁଟିଆ ରହିଯାଇଥିଲେ ହେଁ ସେ ହାର ମାନିନଥିଲେ । ସେ ସମସ୍ତ ଧ୍ୟାନ ନିଜର ପିଲାମାନଙ୍କ ଉପରେ ଦେଇଥିଲେ ଏବଂ ତାଙ୍କ ପିଲାମାନେ ବଡ ହେଲାପରେ ସେ ପୁଣି ଥରେ ଫିଲ୍ମରେ ପାଦ ରଖିଲେ । ଏହି ବର୍ଷ ଆରମ୍ଭରେ ତାଙ୍କର ୱେବ୍ ସିରିଜ୍ “ ମେଣ୍ଟାଲହୁଡ଼ ” ରିଲିଜ୍ ହୋଇଥିଲା । ଛାଡପତ୍ର ପରେ କରିସ୍ମା କପୁର ବର୍ତ୍ତମାନ ଖୁସିରେ ଜୀବନ ବିତାଉଛନ୍ତି।

ସଂଗୀତା ବିଜଲାନି

ସଂଗୀତା ବିଜଲାନି ତାଙ୍କ ସମୟର ଜଣେ ସୁନ୍ଦର ତଥା ପ୍ରସିଦ୍ଧ ଅଭିନେତ୍ରୀ ଥିଲେ । ସଂଗୀତା ବିଜଲାନୀଙ୍କ ନାମ ଫିଲ୍ମ ଇଣ୍ଡଷ୍ଟ୍ରିର ପ୍ରସିଦ୍ଧ ଅଭିନେତା ସଲମାନ ଖାନଙ୍କ ସହ ଜଡିତ ଥିଲା, କିନ୍ତୁ ପରେ ସଂଗୀତା ବିଜଲାନି କ୍ରିକେଟର ଅଜରୁଦ୍ଦିନଙ୍କୁ ବିବାହ କରିଥିଲେ । ସେମାନଙ୍କର ସମ୍ପର୍କ ବେଶୀ ଦିନ ରହିଲା ନାହିଁ ଏବଂ ୨୦୧୦ରେ ଦୁହିଁଙ୍କର ଛାଡପତ୍ର ହୋଇଗଲା । ସଂଗୀତା ବିଜଲାନି ବର୍ତ୍ତମାନ ଏକାକୀ ସୁଖମୟ ଜୀବନ ବିତାଉଛନ୍ତି ।

ମନୀଷା କୋଇରାଲା

ଚଳଚ୍ଚିତ୍ର ଅଭିନେତ୍ରୀ ମନୀଷା କୋଇରାଲା ତାଙ୍କ ସମୟର ସୁନ୍ଦର ଅଭିନେତ୍ରୀମାନଙ୍କ ମଧ୍ୟରେ ବିବେଚିତ ହେଉଥିଲେ । ସେ ଅନେକ ସୁପରହିଟ୍ ଫିଲ୍ମରେ ଅଭିନୟ କରିଛନ୍ତି । ମନୀଷା କୋଇରାଲା ବ୍ୟବସାୟୀ ସମ୍ରାଟ ଦହଲଙ୍କୁ ବିବାହ କରିଥିଲେ କିନ୍ତୁ ସେମାନଙ୍କ ସମ୍ପର୍କ ଅଧିକ ଦିନ ରହିପାରିଲା ନାହିଁ । ଧୀରେ ଧୀରେ ଏହି ଦୁହିଁଙ୍କ ସମ୍ପର୍କରେ ଦୂରତା ସୃଷ୍ଟି ହେବାକୁ ଲାଗିଲା | ଖରାପ ସମ୍ପର୍କ ହେତୁ ମାତ୍ର ୨ବର୍ଷ ପରେ ଦୁହିଁଙ୍କର ଛାଡପତ୍ର ହୋଇଗଲା । ଏଥିପାଇଁ ମନୀଷା କୋଇରାଲା ଫିଲ୍ମ ଇଣ୍ଡଷ୍ଟ୍ରିରୁ ବହୁତ ସମୟ ଦୂରରେ ରହିଲେ କିନ୍ତୁ ବର୍ତ୍ତମାନ ସେ ପ୍ରତ୍ୟାବର୍ତ୍ତନ କରିଛନ୍ତି । ଗତ ବର୍ଷ ସେ ” ପ୍ରସନ୍ନମ୍ ” ଚଳଚ୍ଚିତ୍ରରେ ଅଭିନୟ କରିଥିଲେ ।

ମହିମା ଚୌଧରୀ 

ଅଭିନେତ୍ରୀ ମହିମା ଚୌଧୁରୀଙ୍କୁ ସମସ୍ତେ ଜାଣନ୍ତି, ସେ ଶାହରୁଖ ଖାନଙ୍କ ଫିଲ୍ମ ” ପରଦେଶ ” ସହିତ ବଲିଉଡରେ ଏଣ୍ଟ୍ରି କରିଥିଲେ । ବର୍ତ୍ତମାନ ମହୀମା ଚୌଧୁରୀ ଫିଲ୍ମ ଇଣ୍ଡଷ୍ଟ୍ରିରୁ ସମ୍ପୂର୍ଣ୍ଣ ଅଦୃଶ୍ୟ ହୋଇଯାଇଛନ୍ତି । ୨୦୦୬ମସିହାରେ ମହିମା ଚୌଧୁରୀ ବବି ମୁଖାର୍ଜୀଙ୍କୁ ବିବାହ କରିଥିଲେ । ବିବାହର ୭ବର୍ଷ ପରେ ସେମାନେ ପରସ୍ପରଠାରୁ ଅଲଗା ହୋଇଗଲେ । ମହିମା ଚୌଧୁରୀଙ୍କର ଏକ ପୁଅ ଅଛି ଏବଂ ବର୍ତ୍ତମାନ ସେ ନିଜ ପୁଅ ପଛରେ ସବୁ ସମୟ ଦେଉଛନ୍ତି ।

ମଲାଇକା ଆରୋରା

ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିର ଜଣାଶୁଣା ଅଭିନେତ୍ରୀ ତଥା ମଡେଲ ମଲାଇକା ଆରୋରା ଅରବାଜ ଖାନଙ୍କୁ ବିବାହ କରିଥିଲେ , ମାତ୍ର ବିବାହର କିଛି ବର୍ଷ ପରେ ସେମାନଙ୍କ ମଧ୍ୟରେ ମତଭେଦ ସୃଷ୍ଟି ହେଲା । ଶେଷରେ ଦୁହେଁ ଛାଡପତ୍ର ଦେବାପାଇଁ ନିଷ୍ପତ୍ତି ନେଇଥିଲେ । ବିବାହର ପ୍ରାୟ ୧୦ବର୍ଷ ପରେ ଦୁହେଁ ପରସ୍ପରଠାରୁ ଅଲଗା ହୋଇଗଲେ । ମଲାଇକା ଅରୋରା ଏବଂ ଅରବାଜଙ୍କର ଏକ ପୁଅ ଅଛି, ଯିଏ ବର୍ତ୍ତମାନ ମଲାଇକଙ୍କ ସହ ରହୁଛନ୍ତି । ମଲାଇକା ବର୍ତ୍ତମାନ ଅଭିନେତା ଅର୍ଜୁନ କପୁରଙ୍କୁ ଡେଟ କରୁଛନ୍ତି । ଏହି ସମ୍ପର୍କ ହେତୁ ସେ ସବୁବେଳେ ହେଡଲାଇନରେ ରହୁଛନ୍ତି ।

Leave a Reply

Your email address will not be published. Required fields are marked *