ଛାଡ଼ପତ୍ର ଆବେଦନ ଦାଖଲ କରିବା ପରେ IAS ଟିନା ଡ଼ାବି ସୋସିଆଲ ମିଡିଆରେ ଲେଖିଲେ ପ୍ରଥମ ପୋଷ୍ଟ, ଜାଣନ୍ତୁ କଣ କହିଛନ୍ତି ?

ଛାଡ଼ପତ୍ର ଆବେଦନ ଦାଖଲ କରିବା ପରେ IAS ଟିନା ଡ଼ାବି ସୋସିଆଲ ମିଡିଆରେ ଲେଖିଲେ ପ୍ରଥମ ପୋଷ୍ଟ, ଜାଣନ୍ତୁ କଣ କହିଛନ୍ତି ?

ଆଇଏଏସ ଟପ୍ପର ଟିନା ଡ଼ାବି ଏବଂ ତାଙ୍କ ଆଇଏଏସ ସ୍ୱାମୀ ଅତହର ଅମୀର ନିକଟରେ ଛାଡ଼ପତ୍ର ଆବେଦନ କୋର୍ଟରେ ଦାଖଲ କରିଥିଲେ ଏବଂ କୋର୍ଟ କହିଥିଲା ଯେ, ତାଙ୍କ ବିବାହ ଶୂନ୍ୟ କରି ଦିଆଯାଉ । ଛାଡ଼ପତ୍ର ଯୋଗୁଁ ଉଭୟେ ଅନେକ ଚର୍ଚ୍ଚାରେ ରହିଥିଲେ ।

ଛାଡ଼ପତ୍ର ଆବେଦନ ଦାଖଲ କରିବା ପରେ ବର୍ତ୍ତମାନ ସୋସିଆଲ ମିଡିଆରେ ଟିନା ଡ଼ାବି ନିଜର ପ୍ରଥମ ପୋଷ୍ଟ ଲେଖିଛନ୍ତି । ଟିନା ଡ଼ାବି ନିଜ ଇନଷ୍ଟାଗ୍ରାମରେ ‘ଏ ଜେଣ୍ଟେଲମ୍ୟାନ୍ ଇନ୍ ମସ୍କୋ ବୁକ୍’କୁ ରେଟିଂ ଦେଇଛନ୍ତି ।

ବହିକୁ ରେଟିଂ ଦେଇ ସେ ଲେଖିଥିଲେ ଯେ, ଅନେକ ଦୀର୍ଘ ସମୟ ପରେ ମୋ ପୋଷ୍ଟ ଅଟେ । ମୁଁ ଗତକିଛି ମାସ ମଧ୍ୟରେ ଅନେକ ବହି ପଢ଼ିଛି । ମୁଁ ଏହି ପୋଷ୍ଟରେ କିଛି ଉପରେ ନିଜ ମତ ରଖିଛି । ମୁଁ ଏଭଳି କିଛି ଅଂଶ ଅନ୍ତର୍ଭୁକ୍ତ କରିଛି, ଯାହା ମୋତେ ସବୁଠାରୁ ଭଲ ଲାଗିଥିଲା । ଆଶା କରୁଛି ଆପଣ ମାନେ ମଧ୍ୟ ଏହାକୁ ପଢିବାରେ ବହୁତ ଆନନ୍ଦ ନେବେ, ଯେତିକି ମୁଁ ନେଇଛି । ଏହି ବହିକୁ ଟିନା ୧୦/୧୦ ରେଟିଂ ଦେଇଛନ୍ତି ।

ଟିନା ଲେଖିଛନ୍ତି ଯେ, ମୋ ପକ୍ଷରୁ ଏହି ବହିର ରେଟିଂ ୧୦/୧୦ ଅଟେ । ଜଣେ ବନ୍ଧୁ ମୋତେ ଏହି ବହିଟିକୁ ପଢିବାକୁ ପରାମର୍ଶ ଦେଇଥିଲେ । ଚଳିତବର୍ଷର ସବୁଠାରୁ ଭଲ ବହି ମଧ୍ୟରୁ ଏହି ବହି ମଧ୍ୟ ଭଲ ପ୍ରମାଣିତ ହୋଇଛି ।

ସୂଚନାଯୋଗ୍ୟ ଯେ, ୨୦୧୮ ମସିହାରେ ଟିନା ଅତହର ଅମୀରଙ୍କୁ ବିବାହ କରିଥିଲେ ଏବଂ ବିବାହ ପରେ ଟିନା ନିଜ ନାମରେ ଖାନ୍ ଲଗାଇଥିଲେ । କିନ୍ତୁ ବିବାହର କିଛି ଦିନ ମଧ୍ୟରେ ସେମାନଙ୍କ ମଧ୍ୟରେ ଦୂରତା ବଢିବାକୁ ଲାଗିଥିଲା ଏବଂ ସୋସିଆଲ ମିଡ଼ିଆରୁ ଟିନା ନିଜ ନାମରୁ ଖାନକୁ ହଟାଇ ଦେଇଥିଲେ ଏବଂ ଇନଷ୍ଟାଗ୍ରାମରେ ଅତହରଙ୍କୁ ଅନଫୋଲୋ କରି ଦେଇଥିଲେ ।

ଯାହାପରେ ଅତହର ମଧ୍ୟ ଇନଷ୍ଟାଗ୍ରାମରେ ଟିନାଙ୍କୁ ଅନଫୋଲୋ କରି ଦେଇଥିଲେ । ତେବେ ନିକଟରେ ଉଭୟେ ଜୟପୁର କୋର୍ଟରେ ଛାଡ଼ପତ୍ର ଆବେଦନ ଦେଇଛନ୍ତି ।

ଆଇଏଏସ ଟିନା ଡ଼ାବିଙ୍କ ସ୍ୱାମୀ ଅତହର ଜାମ୍ମୁ କାଶ୍ମୀର ବାସିନ୍ଦା ଅଟନ୍ତି । ସେ ୨୦୧୫ ମସିହାର ସିଭିଲ ସେବା ପରୀକ୍ଷାରେ ଦ୍ଵିତୀୟ ସ୍ଥାନ ହାସଲ କରିଥିଲେ, ଯେତେବେଳେ କି ସେହି ବର୍ଷ ଟିନା ଟପ୍ପର ହୋଇଥିଲେ । ବର୍ତ୍ତମାନ ସମୟରେ ଟିନା ଜୟପୁରରେ ଅର୍ଥ ବିଭାଗରେ ସଂଯୁକ୍ତ ସଚିବ ହୋଇଥିବାବେଳେ ଅତହର ସିଇଓ ଇଜିଏସ ପଦବୀରେ ନିୟୋଜିତ ଅଛନ୍ତି ।

Leave a Reply

Your email address will not be published. Required fields are marked *