ଗୋବିନ୍ଦାଙ୍କ ଠାରୁ ନେଇ ପ୍ରକାଶ ରାଜଙ୍କ ପର୍ଯ୍ୟନ୍ତ, ନିଜ ସନ୍ତାନକୁ ହରାଇବାର ଦୁଃଖ ସହ୍ୟ କରିସାରିଛନ୍ତି ଏହି କଳାକାରମାନେ…..

ଗୋବିନ୍ଦାଙ୍କ ଠାରୁ ନେଇ ପ୍ରକାଶ ରାଜଙ୍କ ପର୍ଯ୍ୟନ୍ତ, ନିଜ ସନ୍ତାନକୁ ହରାଇବାର ଦୁଃଖ ସହ୍ୟ କରିସାରିଛନ୍ତି ଏହି କଳାକାରମାନେ…..

ପିତାମାତାଙ୍କ ପାଇଁ ସେମାନଙ୍କ ସନ୍ତାନ ସେମାନଙ୍କ ପାଇଁ ନିଜ ଜୀବନ ଠାରୁ ମଧ୍ୟ ବଳି ହୋଇଥାନ୍ତି। ପ୍ରତ୍ୟେକ ପିତାମାତା ନିଜ ସନ୍ତାନର ସୁଖ ପାଇଁ କିଛି ମଧ୍ୟ ତ୍ୟାଗ କରିବା ପାଇଁ ପ୍ରସ୍ତୁତ ରହିଥାନ୍ତି । ଯଦି ପିଲା ମାନଙ୍କ ଉପରେ କୌଣସି ପ୍ରକାରର ଅସୁବିଧା ଆସେ, ତେବେ ସେହି ସମସ୍ୟାକୁ ଦୂର କରିବା ପାଇଁ ପିତାମାତା ସର୍ବଦା ଆଗବର ରହିଥାନ୍ତି। ସେ ମାଁ ହୁଅନ୍ତୁ କିମ୍ବା ବାପା, ସେମାନଙ୍କ ସନ୍ତାନ ସେମାନଙ୍କ ପାଇଁ ଜୀଵନ ହୋଇଥାନ୍ତି । ଯେତେବେଳେ ଜଣେ ଶିଶୁ ଜନ୍ମ ହୋଇ ଧରାଶାୟୀ ହୁଏ ସେତେବେଳେ ପ୍ରଥମେ ପିତାମାତା ଯୋଡି ହୁଅନ୍ତି ଏବଂ ନିଜର ଭବିଷ୍ୟତ ସନ୍ତାନ ପାଇଁ ଅନେକ ସ୍ୱପ୍ନକୁ ମନରେ ସଞ୍ଚାର କରିଥାନ୍ତି, କିନ୍ତୁ ଜୀବନରେ ଏପରି ମଧ୍ୟ କିଛି ସମୟ ଆସିଥାଏ ଯାହା ଦ୍ୱାରା ସେମାନଙ୍କ ପିଲାଙ୍କ ଠାରୁ ଅଲଗା ହେବାକୁ ପଡ଼ିଥାଏ । ବେଳେ ବେଳେ ଜୀବନରେ ଏହିପରି କିଛି ଦୁର୍ଘଟଣା ଘଟିଥାଏ ଯେଉଁଥିରେ ପିତାମାତାଙ୍କୁ ସବୁଦିନ ପାଇଁ ନିଜ ସନ୍ତାନକୁ ହରାଇବାକୁ ପଡ଼ିଥାଏ, ଯାହା ପରେ ପିତାମାତାଙ୍କ ଜୀବନ ଅତ୍ୟନ୍ତ ଯନ୍ତ୍ରଣାଦାୟକ ହୋଇଯାଏ । ଆଜି ଆମେ ଆପଣଙ୍କୁ ବଲିଉଡର ଏହିପରି ହିଁ କିଛି କଳାକାରଙ୍କ ବିଷୟରେ କହିବାକୁ ଯାଉଛୁ, ଯେଉଁମାନେ ସେମାନଙ୍କର ପିଲାମାନଙ୍କୁ ହରାଇବାର କଷ୍ଟ ସହ୍ୟ କରିଛନ୍ତି ।

ଗୋବିନ୍ଦା

ଚଳଚ୍ଚିତ୍ର ଅଭିନେତା ଗୋବିନ୍ଦା ନିଜର ସର୍ବୋତ୍ତମ ଅଭିନୟ ହେତୁ ଲୋକଙ୍କ ହୃଦୟରେ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିପାରିଛନ୍ତି । ସେ ବଲିଉଡର ଅନେକ ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି ଏବଂ ନିଜ ଚଳଚ୍ଚିତ୍ର ମାଧ୍ୟମରେ ଦର୍ଶକଙ୍କୁ ବହୁତ ମନୋରଞ୍ଜନ ମଧ୍ୟ କରିଛନ୍ତି । ସେ ତାଙ୍କ ଚରିତ୍ରକୁ ସଂପୂର୍ଣ୍ଣ ଅଭିନୟ କରିବା ଜାଣିଛନ୍ତି । ଯଦିଓ ବର୍ତ୍ତମାନ ସମୟରେ ସେ ଲାଇମଲାଇଟ ଠାରୁ ବହୁ ଦୂରରେ, କିନ୍ତୁ ଆଜି ମଧ୍ୟ ଇଣ୍ଡଷ୍ଟ୍ରିରେ ତାଙ୍କ ରାଜ୍ ଚାଲୁଛି । ଆପଣଙ୍କୁ କହିରଖୁଛୁ କି ଅଭିନେତା ଗୋବିନ୍ଦା ନିଜ ଝିଅକୁ ହରାଇବାର କଷ୍ଟ ସହ୍ୟ କରିଛନ୍ତି । ଆଜ୍ଞା ହଁ, ବହୁତ କମ୍ ଲୋକଙ୍କୁ ହିଁ ଏହା ଜ୍ଞାତ ଥିବକି ଗୋବିନ୍ଦାଙ୍କ ଝିଅ ମାତ୍ର ୪ ମାସର ଥିବା ସମୟରେ ହିଁ ତାଙ୍କର ମୃତ୍ୟୁ ହୋଇ ଯାଇଥିଲା । ଝିଅକୁ ହରାଇବା ପରେ ଗୋବିନ୍ଦା ସଂପୂର୍ଣ୍ଣ ରୂପେ ଭାଙ୍ଗି ଯାଇଥିଲେ । ଏହିପରି ଏକ ଦୁଃଖଦ ଯନ୍ତ୍ରଣାରୁ ନିଜକୁ ଦୂର କରିବା ପାଇଁ ତାଙ୍କୁ ବହୁତ ସମୟ ଲାଗିଥିଲା, କିନ୍ତୁ ନିଜ ଝିଅକୁ ହରାଇବାର ଦୁଃଖ ତାଙ୍କୁ ଆଜି ମଧ୍ୟ ଅନେକ ଯନ୍ତ୍ରଣା ଦେଇଥାଏ ।

ଶେଖର ସୁମନ

ଆପଣ ସମସ୍ତେ ଶେଖର ସୁମନଙ୍କ ପୁଅ ଅଧ୍ୟୟନ ସୁମନଙ୍କ ବିଷୟରେ ନିଶ୍ଚୟ ଶୁଣିଥିବେ । ଶେଖର ସୁମନଙ୍କର ଅନ୍ୟ ଜଣେ ମଧ୍ୟ ପୁତ୍ର ଥିଲେ ଯିଏ ଅଧ୍ୟୟନଙ୍କ ଠାରୁ ବଡ଼ ଥିଲେ ଯାହାଙ୍କ ନାମ ହେଉଛି ଆୟୁଷ । ଆୟୁଷ ୧୯୮୩ ମସିହା ଅପ୍ରେଲ ମାସ ୪ ତାରିଖରେ ଜନ୍ମଗ୍ରହଣ କରିଥିଲେ, କିନ୍ତୁ ୧୯୯୦ ମସିହାରେ ଏହା ଜଣାପଡିଥିଲା ​​କି ଆୟୁଷଙ୍କର ଜନ୍ମଗତ ହୃଦ ରୋଗ ରହିଛି । ଦୀର୍ଘ ୪ ବର୍ଷ ପର୍ଯ୍ୟନ୍ତ ତାଙ୍କୁ ଏହି ରୋଗର ସାମ୍ନା କରିବାକୁ ପଡ଼ିଥିଲା । ୧୯୯୪ ମସିହା ଜୁନ ମାସ ୨୨ ତାରିଖରେ ସେ ମୃତ୍ୟୁ ବରଣ କରିଥିଲେ । ପୁଅକୁ ହରାଇବାର ଦୁଃଖ ବର୍ତ୍ତମାନ ମଧ୍ୟ ଶେଖର ସୁମନଙ୍କୁ ବହୁତ କଷ୍ଟ ଦେଉଛି ।

ଆଶା ଭୋସଲେ

ଆଶା ଭୋସଲେ ହେଉଛନ୍ତି ଜଣେ ପ୍ରସିଦ୍ଧ ଗାୟିକା । ସେ ମଧ୍ୟ ତାଙ୍କ ଝିଅକୁ ହରାଇଥିଲେ, ଯାହାର ଦୁଃଖ ସେ ଆଜି ମଧ୍ୟ ସହ୍ୟ କରୁଛନ୍ତି। ଆପଣଙ୍କୁ କହିରଖୁଛୁ କି ଆଶା ଭୋସଲେଙ୍କ ଝିଅ ବର୍ଷା ଭୋସଲେ ୨୦୦୨ ମସିହାରେ ନିଜକୁ ଗୁଳି ମାରି ଆତ୍ମହତ୍ୟା କରି ଦେଇଥିଲେ, ସେତେବେଳେ ତାଙ୍କୁ ୫୬ ବର୍ଷ ହୋଇଥିଲା । କୁହାଯାଏ କି ୧୯୯୮ ମସିହାରେ ସ୍ୱାମୀଙ୍କ ଠାରୁ ଛାଡପତ୍ର ହେବା ପରେ ବର୍ଷା ଅବସାଦଗ୍ରସ୍ତ ଥିଲେ ଏବଂ ଆତ୍ମହତ୍ୟା କରିବାକୁ ଅନେକ ଥର ଚେଷ୍ଟା ମଧ୍ୟ କରିଥିଲେ । ଶେଷରେ ୨୦୦୨ ମସିହାରେ ଏହି ଉଦାସୀନତା ହିଁ ତାଙ୍କ ମୃତ୍ୟୁର କାରଣ ହୋଇଗଲା ।

ପ୍ରକାଶ ରାଜ୍

ଅଭିନେତା ପ୍ରକାଶ ରାଜ୍ ସାଉଥ ଚଳଚ୍ଚିତ୍ର ସହିତ ଅନେକ ବଲିଉଡ ଚଳଚ୍ଚିତ୍ରରେ ମଧ୍ୟ କାମ କରିଛନ୍ତି । ସେ ଅଧିକାଂଶ ଚଳଚ୍ଚିତ୍ରରେ ଖଳନାୟକ ଭୂମିକାରେ ଅଭିନୟ କରିଥାନ୍ତି । ଦର୍ଶକ ମାନଙ୍କୁ ତାଙ୍କ ଚରିତ୍ର ବହୁତ ପସନ୍ଦ ଆସିଥାଏ। ଆପଣଙ୍କୁ କହିରଖୁଛୁ କି ଅଭିନେତା ପ୍ରକାଶ ରାଜ୍ ମଧ୍ୟ ତାଙ୍କର ୫ ବର୍ଷର ପୁଅକୁ ହରାଇବାର ଯନ୍ତ୍ରଣା ସହ୍ୟ କରୁଛନ୍ତି । ତାଙ୍କ ପୁଅ ଏକ ଗୁଡ଼ି ଉଡାଇବା ସମୟରେ ୧ ଫୁଟ ଉଚ୍ଚ ଟେବୁଲରୁ ଖସିପଡିଥିଲା, ଏହାର କିଛି ମାସ ପରେ ତାଙ୍କୁ ଖୁବ୍ ଯନ୍ତ୍ରଣା ହୋଇଥିଲା ଯାହା ପରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା । ତାଙ୍କର ଏହିପରି ହଠାତ୍ ମୃତ୍ୟୁ ପରେ କାହାକୁ ମଧ୍ୟ ଏହାର କାରଣ କ’ଣ କିଛି ବୁଝା ପଡ଼ି ନଥିଲା । ସୋସିଆଲ ମିଡିଆରେ ପ୍ରକାଶ ରାଜ୍ ତାଙ୍କ ପୁଅକୁ ମନେ ପକାଇ ଲେଖିଥିଲେ କି, “ମୁଁ ଆଜି ପର୍ଯ୍ୟନ୍ତ ଅଜ୍ଞାତ ଅଟେ କି ତାହା ପଛର କାରଣ କ’ଣ ହୋଇ ଥାଇପାରେ । ସେହି ସମୟ ମୋ ପାଇଁ ସବୁଠାରୁ ଦୁଃଖଦାୟକ ଥିଲା । ସେହି ଦିନ ଠାରୁ ମୁଁ ଜୀବନକୁ ହାଲୁକା ଭାବେ ଗ୍ରହଣ କରୁ ନାହିଁ ଏବଂ ଏହାର ପ୍ରତ୍ୟେକ ମୁହୂର୍ତ୍ତକୁ ବଞ୍ଚି ଆସୁଛି ।”

Leave a Reply

Your email address will not be published. Required fields are marked *