ଗତକିଛି ଦିନ ଧରି ସାରା ଦେଶରେ କୃଷକ ମାନେ ବିଲକୁ ଫେରାଇ ନେବା ପାଇଁ ଦାବି କରି କୃଷକ ଆନ୍ଦୋଳନ ପ୍ରଦର୍ଶନ କରୁଛନ୍ତି । କୃଷକ ମାନେ ଦିଲ୍ଲୀ-ହରିୟାଣା ସୀମା ସିନ୍ଧୁ ସୀମା ଏବଂ ଦେଶର ଭିନ୍ନ ଭିନ୍ନ ସୀମାରେ ଉପସ୍ଥିତ ଅଛନ୍ତି ଏବଂ ନିଜର ଦାବି ପାଇଁ କ୍ରମାଗତ ଭାବରେ ପ୍ରଦର୍ଶନ କରୁଛନ୍ତି ।
କୃଷକ ମାନଙ୍କୁ ସାରା ଦେଶର ଲୋକମାନଙ୍କର ସମର୍ଥନ ମଧ୍ୟ ମିଳୁଅଛି । ବଲିଉଡ ତାରକା ମାନେ ମଧ୍ୟ କୃଷକ ମାନଙ୍କୁ ସମର୍ଥନ କରୁଛନ୍ତି । ଯେଉଁମାନଙ୍କ ମଧ୍ୟରେ ସୋନମ କପୁର, ପ୍ରିୟଙ୍କା ଚୋପ୍ରା, ସ୍ୱରା ଭାସ୍କର, ତାପସୀ ପନ୍ନୁ, ସୋନୁ ସୁଦ୍ ଏବଂ ରିତେଶ ଦେଶମୁଖ ଭଳି କଳାକାର ମାନେ ଅନ୍ତର୍ଭୁକ୍ତ ଅଛନ୍ତି । ଆସନ୍ତୁ ଜାଣିବା କେଉଁ କଳାକାର କଣ କହିଛନ୍ତି ।
ପ୍ରିୟଙ୍କା ଚୋପ୍ରା:-
ପ୍ରିୟଙ୍କା ଚୋପ୍ରା ନିଜ ଟ୍ୱିଟର ଆକାଉଣ୍ଟରେ ଦିଲଜିତ ଦୋସାଇଙ୍କର ସମସ୍ତ ଧର୍ମକୁ ସମ୍ମାନ କରାଯାଉଥିବା ପୋଷ୍ଟକୁ ସେୟାର କରି ଲେଖିଛନ୍ତି ଯେ, ଆମର କୃଷକ ମାନେ ଭାରତରେ ଖାଦ୍ୟ ସୈନିକ ଅଟନ୍ତି । ସେମାନଙ୍କର ଡରକୁ ଦୁରେଇବାର ଆବଶ୍ୟକତା ରହିଛି । ସେମାନଙ୍କର ଆଶା ପୂରଣ ହେବା ଉଚିତ । ଜଣେ ସମ୍ପୂର୍ଣ୍ଣ ଗଣତାନ୍ତ୍ରିକ ହେବା ଦୃଷ୍ଟିରୁ ଏହା ଆମର ଦାୟିତ୍ୱ ଅଟେ ଯେ ଏହି ସମସ୍ୟାର ଖୁବଶୀଘ୍ର ସମାଧାନ ବାହାରି ଯାଉ ।
ସୋନମ୍ କପୁର:-
"When tillage begins, other arts follow. The farmers, therefore, are the founders of human civilization." Daniel Webster 🇮🇳 https://t.co/26mfnHGZki
— Sonam K Ahuja (@sonamakapoor) December 6, 2020
ସୋନମ କପୁର ଇନଷ୍ଟାଗ୍ରାମ୍ ମାଧ୍ୟମରେ ନିଜର ମତ ପ୍ରକାଶ କରିଛନ୍ତି । ସେ କୃଷକ ମାନଙ୍କ ବିରୋଧ ପ୍ରଦର୍ଶନ ଫୋଟକୁ ସେୟାର କରି ଡେନୀୟଲ ୱେବଷ୍ଟରଙ୍କର ଗୋଟିଏ ଫୋଟରେ ଲେଖିଛନ୍ତି ଯେ, ଯେତେବେଳେ ହଳ କାମ ଆରମ୍ଭ ହୋଇଥାଏ, ସେତେବେଳେ ଅନ୍ୟ କଳା ଆରମ୍ଭ ହୋଇଥାଏ, ଏଥିପାଇଁ କୃଷକ ମାନେ ମାନବ ସଭ୍ୟତାର ସଂସ୍ଥାପକ ଅଟନ୍ତି ।
ତାପସୀ ପନ୍ନୁ:-
Dear Bollywood,
Every now and then your movies have been shot in Punjab & everytime you have been welcomed with open heart. But today when Punjab needs u the most, u didn't show up and speak a word. #DISAPPOINTED #8_दिसंबर_भारत_बन्द#TakeBackFarmLaws#FarmersAreLifeline— Gippy Grewal (@GippyGrewal) December 5, 2020
ତାପସୀ ପନ୍ନୁ ମଧ୍ୟ ବଲିଉଡର ସେହି କଳାକାର ମାନଙ୍କ ମଧ୍ୟରେ ଅନ୍ତର୍ଭୁକ୍ତ ଅଟନ୍ତି, ଯେକୌଣସି ମାମଲାରେ ମଧ୍ୟ ନିଜର ସ୍ୱର ଉତ୍ତୋଳନ କରିବାକୁ ପଛକୁ ହଟନ୍ତି ନାହିଁ । ତାପସୀ କୃଷକ ମାନଙ୍କୁ ସମର୍ଥନ କରୁଥିବା ସହିତ ପ୍ରଶ୍ନ କରୁଥିବା ଲୋକଙ୍କୁ ଉତ୍ତର ମଧ୍ୟ ଦେଉଛନ୍ତି । ସେ ଗ୍ରିପ୍ପି ଗେୱାଲଙ୍କ ଟ୍ୱିଟରେ କହିଥିଲେ ଯେ, ସମର୍ଥନ କରୁଥିବା ଲୋକଙ୍କୁ ବଲିଉଡର ଅନ୍ୟ କଳାକାର ମାନଙ୍କ ସହ ଯୋଡନ୍ତୁ ନାହିଁ ।
ଉର୍ମିଳା ମାତୋଣ୍ଡକର:-
ଏଇ ନିକଟରେ କଂଗ୍ରେସ ଛାଡି ଶିବସେନାରେ ଯୋଗ ଦେଇଥିବା ଉର୍ମିଳା ମାତୋଣ୍ଡକର ମଧ୍ୟ କୃଷକ ମାନଙ୍କୁ ସମର୍ଥନ କରିଛନ୍ତି ଏବଂ ଅନେକ ଟ୍ୱିଟ୍ ମଧ୍ୟ ସେୟାର କରିଛନ୍ତି ।
ଚିତ୍ରାଙ୍ଗଦା ସିଂହ:-
🙏🙏 #FarmersAreLifeLine pic.twitter.com/iPzoSbNzW8
— Chitrangda Singh (@IChitrangda) December 4, 2020
ଚିତ୍ରାଙ୍ଗଦା ସିଂହ କୃଷକ ମାନଙ୍କ ସପକ୍ଷରେ ଟ୍ୱିଟ କରି କହିଥିଲେ ଯେ, ସେମାନଙ୍କ ସୁରକ୍ଷା ଜରୁରୀ ଅଟେ । ଏହି କଥା ସ୍ୱାର୍ଥପରତା ନିଶ୍ଚିତ ଭାବରେ ଲାଗିବ କିନ୍ତୁ ଏହା ଆମର ନିଜର ସୁରକ୍ଷା ପାଇଁ ଅଟେ । ସେମାନେ ପରିଶ୍ରମ କରି ରକ୍ତ ଝାଳ ବୁହାଇ ଆମ ପେଟ ଭରୁଛନ୍ତି ।
ସୋନୁ ସୁଦ୍:-
किसान है .. तो हम हैं।
— sonu sood (@SonuSood) December 7, 2020
ଅସହାୟ ମାନଙ୍କର ଭଗବାନ କୁହା ଯାଉଥିବା ଅଭିନେତା ସୋନୁ ସୁଦ ମଧ୍ୟ କୃଷକ ମାନଙ୍କର ସମର୍ଥନ କରିଛନ୍ତି । ସେ କହିଛନ୍ତି ଯେ, ଯଦି କୃଷକ ଅଛନ୍ତି ତେବେ ଆମେ ମଧ୍ୟ ଅଛୁ । ସେ ଟ୍ୱିଟ୍ କରି ଦେଶବାସୀଙ୍କୁ କହୁଛନ୍ତି ଯେ, କୃଷକ ମାନଙ୍କ ଯୋଗୁଁ ଆମେ ଆମର ଖାଦ୍ୟ ପାଇପାରୁଛୁ ।
ଦିଲଜିତ୍ ଦୋସାଇ:-
ପଞ୍ଜାବ ଏବଂ ବଲିଉଡ ଇଣ୍ଡଷ୍ଟ୍ରିରେ କାମ କରି ସାରିଥିବା ଅଭିନେତା ଦିଲଜିତ ଦୋସାଇ ପ୍ରାରମ୍ଭରୁ ହିଁ କୃଷକ ମାନଙ୍କର ସମର୍ଥନ କରୁଛନ୍ତି । ସେ କେବଳ କଙ୍ଗନା ରାଣାୱତଙ୍କ ସହ ଟ୍ୱିଟ ଯୁଦ୍ଧ କରିନାହାଁନ୍ତି ବରଂ କୃଷକ ମାନଙ୍କୁ ଏକ କୋଟି ଟଙ୍କା ଦାନ କରିଛନ୍ତି । ଏହାସହିତ ଦିଲଜିତ କୃଷକ ମାନଙ୍କ ମଧ୍ୟକୁ ଯାଇ ସେମାନଙ୍କର ସାହସ ବୃଦ୍ଧି କରିଛନ୍ତି ।
ରିତେଶ ଦେଶମୁଖ:-
If you eat today, thank a farmer.
I stand in solidarity with every farmer in our country. #JaiKisaan
— Riteish Deshmukh (@Riteishd) December 5, 2020
ଗତ ଶନିବାର ଦିନ ରିତେଶ ଦେଶମୁଖ ନିଜ ଟ୍ୱିଟର ଆକାଉଣ୍ଟରେ ଟ୍ୱିଟ୍ କରି କୃଷକ ଆନ୍ଦୋଳନକୁ ସମର୍ଥନ କରିଥିଲେ । ସେ ଟ୍ୱିଟ କରି ଲେଖିଥିଲେ ଯେ, ଯଦି ଆପଣ ଖାଦ୍ୟ ଖାଉଛନ୍ତି , ତେବେ ଏଥିପାଇଁ କୃଷକ ମାନଙ୍କୁ ଧନ୍ୟବାଦ ଦିଅନ୍ତୁ । ମୁଁ ଦେଶର ପ୍ରତ୍ୟେକ କୃଷକଙ୍କ ସହ ଏକାଠି ଠିଆ ହୋଇଛି । ଜୟ କୃଷକ ।
ଗିପ୍ପି ଗ୍ରେୱାଲ:-
Dear Bollywood,
Every now and then your movies have been shot in Punjab & everytime you have been welcomed with open heart. But today when Punjab needs u the most, u didn't show up and speak a word. #DISAPPOINTED #8_दिसंबर_भारत_बन्द#TakeBackFarmLaws#FarmersAreLifeline— Gippy Grewal (@GippyGrewal) December 5, 2020
ପଞ୍ଜାବୀ ଗାୟକ ଏବଂ ଅଭିନେତା ଗିପ୍ପି ଗ୍ରେୱାଲ ଗତ ଦିନରେ ନିଜର ଟ୍ୱିଟର ଆକାଉଣ୍ଟ ଦ୍ୱାରା ବଲିଉଡ ପ୍ରତି ଚିନ୍ତା ପ୍ରକଟ କରି ଲେଖିଥିଲେ ଯେ, ପ୍ରିୟ ବଲିଉଡ ଆପଣଙ୍କ ଚଳଚ୍ଚିତ୍ରର ଶୁଟିଂ ପଞ୍ଜାବରେ ଅନେକ ସମୟରେ ହୋଇଥାଏ । ଆମେ ସଦା ସର୍ବଦା ଆପଣଙ୍କୁ ହୃଦୟ ଖୋଲି ସ୍ୱାଗତ କରିଛୁ ଏବଂ ଆଜି ଯେତେବେଳେ ପଞ୍ଜାବକୁ ଆପଣ ମାନଙ୍କର ଆବଶ୍ୟକତା ଅଛି, ତେବେ ଆପଣ ମାନେ ହଜି ଯାଇଛନ୍ତି । ଗୋଟିଏ ଶବ୍ଦ ମଧ୍ୟ କହୁନାହାଁନ୍ତି ।
ଏମାନଙ୍କ ବ୍ୟତୀତ ନିର୍ଦ୍ଦେଶକ ଅନୁଭବ ସିହ୍ନା , ହଂସଲ ମେହେତା , ଗାୟକ ବିଶାଳ ଡ଼ଡ଼ଲାନୀ , ଅଭିନେତ୍ରୀ ହିମାଂଶୀ ଖୁରାନା, କ୍ରିକେଟର ହରଭଜନ ସିଂହ , ଏମି ବିର୍କ, ଜସବିର ଜସୀ, ଗୁରଦାସ ମାନ, ହନୀ ସିଂହଙ୍କ ଭଳି ଅନ୍ୟ କଳାକାର ମଧ୍ୟ କୃଷକ ମାନଙ୍କର ସପକ୍ଷରେ ଆଗେଇ ଆସିଛନ୍ତି ।