IPS ଅଙ୍କିତା ଶର୍ମା ଗରିବ ଶିଶୁ ମାନଙ୍କ ଅଧା ସ୍ଵପ୍ନକୁ କରୁଛନ୍ତି ପୂରଣ, ଡ୍ୟୁଟି ପରେ ଦିଅନ୍ତି ଶିକ୍ଷା !

IPS ଅଙ୍କିତା ଶର୍ମା ଗରିବ ଶିଶୁ ମାନଙ୍କ ଅଧା ସ୍ଵପ୍ନକୁ କରୁଛନ୍ତି ପୂରଣ, ଡ୍ୟୁଟି ପରେ ଦିଅନ୍ତି ଶିକ୍ଷା !

ବ୍ୟକ୍ତି ନିଜ ଲକ୍ଷ୍ୟ ହାସଲ କରିବା ପାଇଁ କଠିନ ପରିଶ୍ରମ କରେ କିନ୍ତୁ ଏପରି କୁହାଯାଏ ଯେ କୌଣସି ଲକ୍ଷ୍ୟସ୍ଥଳକୁ ପହଞ୍ଚିବା ଏତେ ସରଳ ନୁହେଁ କାରଣ ମାର୍ଗରେ ବହୁତ କଷ୍ଟ ଆସେ । ଯେତେବେଳେ ଯାଏ ବ୍ୟକ୍ତି କଷ୍ଟସାଧ୍ୟ ମାର୍ଗ ଦେଇ ଗତି ନକରେ ସେତେବେଳେ ଯାଏ ସେ ସଫଳତା ହାସଲ କରିପାରେ ନାହିଁ । ଆଜିକାର ସମୟରେ ପରିଶ୍ରମ ସହ ଟଙ୍କାର ମଧ୍ୟ ଆବଶ୍ୟକତା ରହିଛି । ସେତେବେଳେ ଲୋକମାନେ ନିଜ ପଦ ହାସଲ କରିପାରନ୍ତି କିନ୍ତୁ ଏପରି ନୁହେଁ ଯେ ଗରିବ ଲୋକ ମାନେ ସଫଳତା ହାସଲ କରିପାରନ୍ତି ନାହିଁ, ଏପରି ଅନେକ ଲୋକ ଅଛନ୍ତି ଯେଉଁମାନେ ବିଷମ ପରିସ୍ଥିତିରୁ ଲଢ଼ି ଏକ ସଫଳ ବ୍ୟକ୍ତି ହୋଇଥାନ୍ତି ।

ଆପଣଙ୍କୁ ସୁଚାଇଦେଉଛୁ ଯେ ବର୍ତ୍ତମାନର ସମୟରେ ସମସ୍ତ ସୈନିକ, ଆଇଏଏସ, ଆଇ ପିଏସ ଅଫିସର ହେବା ପାଇଁ ଚାହଁନ୍ତି । ୟୁପିଏଏସି ପରୀକ୍ଷା ସବୁଠାରୁ ଅଧିକ କଠିନ ପରୀକ୍ଷା ମଧ୍ୟରୁ ଅନ୍ୟତମ ଅଟେ । ବହୁ ଯୁବକଙ୍କ ସ୍ବପ୍ନ ଥାଏ ଯେ ସେମାନେ ଏକ ବଡ଼ ଅଫିସର ହୁଅନ୍ତୁ କିନ୍ତୁ ଏଥିରୁ ମାତ୍ର କିଛି ଯୁବକଙ୍କ ସ୍ବପ୍ନ ସାକାର ହୁଏ । ଆଜି ଆମେ ଆପଣଙ୍କୁ ଆଇପିଏସ ଅଙ୍କିତା ଶର୍ମାଙ୍କ ବିଷୟରେ ସୁଚାଇବାକୁ ଯାଉଛୁ । ଯିଏ ଖୁବ୍ କଠିନ ପରିସ୍ଥିତିରୁ ଗତି କରି ଆଇପିଏସ ଅଧିକାରୀ ହୋଇପାରିଛନ୍ତି ।

କିଏ ଅଟନ୍ତି ଆଇପିଏସ ଅଙ୍କିତା ଶର୍ମା ?

ଆପଣଙ୍କୁ ସୁଚାଇଦେଉଛୁ ଯେ ଅଙ୍କିତା ଶର୍ମା ଛତିଶଗଡ଼ର ଦୁର୍ଗ ଜିଲ୍ଲାର ଅଧିବାସୀ ଅଟନ୍ତି । ସେ ଖୁବ୍ ଗରିବ ପରିବାରର ଝିଅ ଅଟନ୍ତି । ତାଙ୍କ ପରିବାରର ଆର୍ଥିକ ସ୍ଥିତି ମଧ୍ୟ ସେତିକି ଭଲ ନଥିଲା ଯେ ଅଙ୍କିତା ଶର୍ମା ନିଜ ଶିକ୍ଷା ମଧ୍ୟ ଭଲ ବିଦ୍ୟାଳୟରେ କରିପାରିବେ । ସେ ଏକ ସରକାରୀ ବିଦ୍ୟାଳୟରୁ ଶିକ୍ଷା ଗ୍ରହଣ କରିଛନ୍ତି । ବାଲ୍ୟ କାଳରୁ ସେ ଖୁବ୍ ବଡ଼ ସ୍ବପ୍ନ ଦେଖିଥିଲେ କିନ୍ତୁ ନିଜ ସ୍ବପ୍ନ ସାକାର କରିବା ପାଇଁ ତାଙ୍କୁ ବହୁତ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଥିଲା । ଅସୁବିଧାର ସମ୍ମୁଖୀନ ହୋଇ କିପରି ଭାବରେ ସେ ନିଜ ଶିକ୍ଷା ସମାପ୍ତ କଲେ । ଏହା ପରେ ତାଙ୍କ ମନରେ ପ୍ରଶାସନିକ ସେବା କରିବା ପାଇଁ ରୁଚି ଆସିଲା । ସେ ନିଜ ଲକ୍ଷ୍ୟ ସ୍ଥିର କରି ୟୁପିଏସ୍ସି ପରୀକ୍ଷା ପ୍ରସ୍ତୁତି କରିବାରେ ଲାଗି ପଡ଼ିଲେ । ଆପଣଙ୍କୁ ସୁଚାଇଦେଉଛୁ ଯେ ସେ ନିଜ ପରିଶ୍ରମ ଓ ନିଷ୍ଠା ବଳରେ ୨୦୧୮ ମସିହା ୟୁପିଏସ୍ସି ପରୀକ୍ଷାରେ ସେ ୨୦୩ ତମ ସ୍ଥାନ ଅଧିକାର କଲେ । ଅଙ୍କିତା ଶର୍ମାଙ୍କୁ ତୃତୀୟ ପ୍ରୟାସରେ ସଫଳତା ମିଳିଲା । ବର୍ତ୍ତମାନର ସମୟରେ ସେ ଛତିଶଗଡ଼ର ରାଜଧାନୀ ରାୟପୁରରେ ନଗର ପୋଲିସ୍ ଅଧିକ୍ଷକ ଆଜାଦ ଥାନା ଅଧିକାରୀ ପଦରେ ଅଛନ୍ତି । ସେ ନିଜ କଠିନ ପରିଶ୍ରମରୁ ଏହା ସାବ୍ୟସ୍ତ କରିଦେଲେ ଯେ ଯଦି ବ୍ୟକ୍ତି ମଧ୍ୟରେ ସତ୍ୟ ଓ ନିଷ୍ଠା ରହିଛି ତେବେ ସେ ନିଜ ପରିଶ୍ରମ ବଳରେ ନିଜ ଲକ୍ଷ୍ୟ ନିଶ୍ଚିତ ଭାବରେ ହାସଲ କରିପାରିବ ।

ଯୁବପିଢ଼ିର ସହାୟତା ପାଇଁ ଆଗେଇ ଆସିଲେ ଆଇପିଏସ ଅଙ୍କିତା ଶର୍ମା

ଆଇପିଏସ ଅଙ୍କିତା ଶର୍ମା ଅନେକ ଜଟିଳତାକୁ ପାର କରି ନିଜ ଶିକ୍ଷା ସମାପ୍ତ କଲେ ଓ ଆଜି ସେ ଏକ ଆଇପଏସ ଅଧିକାରୀ ଭାବରେ ପ୍ରଶାସନିକ ସେବା କରୁଛନ୍ତି, ଏତିକିନୁହଁ ବରଂ ଏଥିପାଇଁ ଏହା ସହିତ ଅଙ୍କିତା ଶର୍ମା ସେହି ଯୁବପିଢ଼ିଙ୍କୁ ସାହାଯ୍ୟ କରିବା ପାଇଁ ଆଗେଇ ଆସିଛନ୍ତି, ଯେଉଁମାନେ ଆଇପିଏସ ହେବା ପାଇଁ ସ୍ବପ୍ନ ଦେଖୁଛନ୍ତି । ଏହି ଯୁବପିଢ଼ି ନିକଟରେ ଏତେ ଟଙ୍କା ନାହିଁ ଯେ ସେମାନେ କୋଚିଂ ଟଙ୍କା ଦେଇପାରିବେ । ଆର୍ଥିକ ଭାବେ ଦୁର୍ବଳ ଏହି ଯୁବକ ଯୁବତୀଙ୍କୁ ସାହାଯ୍ୟ କରିବା ପାଇଁ ଆଇପିଏସ ଅଙ୍କିତା ଶର୍ମା ସର୍ବଦା ଆଗରେ ରୁହନ୍ତି । ସୂଚନାଥାଉକି ଏହି ଗରିବ ଛାତ୍ରଛାତ୍ରୀଙ୍କ ପୁସ୍ତକର ଆରମ୍ଭ କରି ଫୀସ୍ ସବୁକିଛି ଦାୟିତ୍ବ ସେ ନେଇଛନ୍ତି ।

ଆଇପିଏସ ଅଙ୍କିତା ଶର୍ମା ସୋସିଆଲ ମିଡ଼ିଆରେ ବହୁତ ସକ୍ରିୟ ରୁହନ୍ତି । ସେ ନିଜ ସୋସିଆଲ ମିଡ଼ିଆ ଆକାଉଣ୍ଟରେ ଏକ ପୋଷ୍ଟ ସେୟାର କରିଥିଲେ ଯେଉଁଥିରେ ସେ ଏହି ସୂଚନା ଦେଇଥିଲେ ଯେ ସେ ୟୁପିଏଏସି ପ୍ରସ୍ତୁତି କରୁଥିବା ଛାତ୍ରଛାତ୍ରୀ ମାନଙ୍କୁ ନିଜ କାର୍ଯ୍ୟାଳୟରେ ରବିବାର ସକାଳ ୧୧:୦୦ ଟା ରୁ ୧:୦୦ ଟା ପର୍ଯ୍ୟନ୍ତ କୋଚିଂ ଦେବେ । ଆଇପିଏସ ଅଙ୍କିତା ଶର୍ମାଙ୍କ ଏହି ପୋଷ୍ଟ ଗଣମାଧ୍ୟମରେ ଖୁବ ଦ୍ରୁତ ଗତିରେ ଭାଇରଲ ହେଉଛି । ଅଙ୍କିତା ଶର୍ମାଙ୍କ ପୋଷ୍ଟରେ ଠିକଣା ସଙ୍ଗେ ସଙ୍ଗେ ଫୋନ ନମ୍ବର ମଧ୍ୟ ଦେଇଛନ୍ତି । ଆଇପିଏସ ଅଙ୍କିତା ଶର୍ମା ରବିବାର ଦିନ ୟୁପିଏଏସି ପ୍ରସ୍ତୁତି କରୁଥିବା ପାଖାପାଖି ୨୫ ଜଣ ଛାତ୍ରଛାତ୍ରୀଙ୍କୁ ପଢ଼ାନ୍ତି ଓ କୋଚିଂରେ ସାହାଯ୍ୟ କରନ୍ତି । ବର୍ତ୍ତମାନ ଅଙ୍କିତା ଶର୍ମା ଏକ ଆଇପିଏସ ଅଧିକାରୀ ହେବା ସଂଗେ ସଂଗେ ଏକ ଭଲ ଶିକ୍ଷୟିତ୍ରୀ ମଧ୍ୟ ହୋଇ ଯାଇଛନ୍ତି । ଗରିବ ଛାତ୍ରଛାତ୍ରୀଙ୍କ ସେବା କରି ସେ ବହୁତ ଉତ୍ତମ କାର୍ଯ୍ୟ କରୁଛନ୍ତି ଓ ତାଙ୍କର ଅଧାରେ ରହି ଯାଇଥିବା ସ୍ୱପ୍ନକୁ ପୂରଣ କରିବାରେ ଲାଗି ପଡିଛନ୍ତି ।

Leave a Reply

Your email address will not be published. Required fields are marked *