ଅଭିନେତା ସୈଫ ଅଲ୍ଲୀ ଖାନ୍ ପୁଣିଥରେ ବିବାଦରେ ରହିଛନ୍ତି । ଟ୍ୱିଟରରେ ସେ ଖରାପ ଭାବରେ ଟ୍ରୋଲ୍ ହେଉଛନ୍ତି । ତାଙ୍କ ଆଗାମୀ ଚଳଚ୍ଚିତ୍ର ଆଦିପୁରୁଷକୁ ବଏକୋଟ କରାଯିବା ପାଇଁ ଆବେଦନ ହେଉଛି । ଏହାସହିତ ସୋସିଆଲ ମିଡିଆରେ #BoyCottAdiPurush ଟ୍ରେଣ୍ଡ ହେଉଛି । ବାସ୍ତବରେ ଚଳଚ୍ଚିତ୍ର ବିଷୟରେ ସୈଫ ଅଲ୍ଲୀ ଖାନ୍ ଏଭଳି କିଛି କହିଦେଇଛନ୍ତି, ଯେଉଁଥିପାଇଁ ସେ ଏବଂ ତାଙ୍କ ଚଳଚ୍ଚିତ୍ର ଉଭୟ ବିବାଦକୁ ଆସି ଯାଇଛନ୍ତି । ସୈଫ ଅଲ୍ଲୀ ଖାନ୍ ନିକଟରେ ଏକ ସାକ୍ଷାତକାର ଦେଇଥିଲେ, ଯେଉଁଥିରେ ସେ ରାବଣଙ୍କ ଦ୍ଵାରା ସୀତାଙ୍କର ଅପହରଣକୁ ଠିକ୍ ବୋଲି କହିଥିଲେ । ସେ କହିଥିଲେ ଯେ ନିର୍ଦ୍ଦେଶକ ଓମ୍ ରାଉତ ଦୃଷ୍ଟ ଚରିତ୍ର ମାନଙ୍କୁ ମାନବୀୟ ଏବଂ ମନୋରଞ୍ଜକ କରିଛନ୍ତି । ଜଣେ ରାକ୍ଷସ ରାଜାଙ୍କର ଭୂମିକାରେ ଅଭିନୟ କରିବା ଆକର୍ଷଣୀୟ ହେବ କିନ୍ତୁ ଏହା ସେତେ କଠିନ ନୁହେଁ । ଆମେ ମାନେ ଏହାକୁ ମନୋରଞ୍ଜନ ଦ୍ୱାରା ପରିପୂର୍ଣ୍ଣ କରିଛୁ । ଏଥିରେ ପ୍ରଦର୍ଶିତ କରାଯିବ ଯେ ସୀତାଙ୍କ ଅପହରଣ ଏବଂ ରାମଚନ୍ଦ୍ରଙ୍କ ସହ ରାବଣର ଯୁଦ୍ଧ ଠିକ୍ ଥିଲା, କାରଣ ଲକ୍ଷ୍ମଣ ରାବଣଙ୍କର ଭଉଣୀ ସୁପଣେଖାଙ୍କର ନାକ କାଟି ଦେଇଥିଲେ ।
Lets alll get united and trend with a hashtag #WakeUpOmRaut
To change the Casting of our #Prabhas prestigious movie #AdipurushPlease kick out Saif Ali Khan from the movie @omraut pic.twitter.com/Pg4EpOkfyl
— Prabhas 🌐 (@The_Tribbiani) December 5, 2020
ସୈଫ ଅଲ୍ଲୀ ଖାନଙ୍କର ଏହି ବିବୃତ୍ତି ଲୋକମାନଙ୍କୁ କ୍ରୋଧାନ୍ୱିତ କରିଛି । କିଛି ଜଣ ବ୍ୟବହାରକାରୀ ତାଙ୍କୁ ପ୍ରଭାସଙ୍କର ଚଳଚ୍ଚିତ୍ରରୁ ବାହାର କରିବାପାଇଁ ଦାବି ମଧ୍ୟ କରୁଛନ୍ତି । ଏଥିସହିତ ଅନେକ ଲୋକ ଚଳଚ୍ଚିତ୍ରଟିକୁ ବହିଷ୍କାର କରିବା କଥା କହୁଛନ୍ତି ।
#BoycottAdipurush as Long as this Mоrоn Saif Ali Khan is part of the movie. Why are you bent on twisting facts @omraut ?? Justifying Sita Abduction & showing Ravan as humane -SPARE US THIS АSNINЕ WOKEISM#Adipurush #SaifAliKhan #WakeUpOmraut pic.twitter.com/BD4dT9U12t
— Rosy (@rose_k01) December 5, 2020
ବ୍ୟବହାରକାରୀ ମାନଙ୍କର କହିବା ଅନୁଯାୟୀ, ସମସ୍ତେ ଏକାଠି ହୋଇଯାଅ, ଯେପରିକି ଓମ୍ ତାଙ୍କର ଏହି ଚଳଚ୍ଚିତ୍ରର ସମ୍ପୂର୍ଣ୍ଣ କଳାକାର ମାନଙ୍କୁ ପରିବର୍ତ୍ତନ କରିଦେବେ ଏବଂ ସୈଫ ଅଲ୍ଲୀ ଖାନଙ୍କୁ ବାହାର କରିଦେବେ ।
Remove #SaifAliKhan From #Adipurush @omraut @RETROPHILES1 @rajeshnair06 #WakeUpOmRaut pic.twitter.com/VzwfLAyJmg
— . (@paandurangaraju) December 5, 2020
ଜଣେ ବ୍ୟବହାରକାରୀ କହିଛନ୍ତି ଯେ, ସୈଫ ଅଲ୍ଲୀ ଖାନଙ୍କ ସହ କାମ କରି ପ୍ରଭାସଙ୍କର ପ୍ରତି ଛବି ଖରାପ ହୋଇଯିବ ।
If #SaifAliKhan plays role of ravan our #darlingprabhas image and reputation will be spoiled.
After #Adipurush Release he will say #ShriRam is #fake and did not existed kind of crap again. @omraut #prabhas #Adipurush #saif#ravaan pic.twitter.com/sJPy7q4a2K
— अंकित कु. शर्मा (@Ankitsharma1c) December 5, 2020
ଏଥିସହିତ ସୈଫ ଅଲ୍ଲୀ ଖାନଙ୍କ ଉପରେ ଅନେକ ମିମ୍ସ ମଧ୍ୟ ତିଆରି ହେଉଛି । ପ୍ରଭାସଙ୍କର ପ୍ରଶଂସକ ମାନେ ତାଙ୍କୁ ଚଳଚ୍ଚିତ୍ରରୁ ବାହାର କରିବା କଥା କହୁଛନ୍ତି ।
#KritiSanon #SaifAliKhan
*Kriti Sanon to Play The role of Sita Mata in Adhipurush
Real Sita Mata After seeing this: pic.twitter.com/lfmlC0Gs1e— Sayam Soni (@Sayamsoni25) November 28, 2020
ଆପଣଙ୍କୁ କହିରଖୁଛୁ ଯେ, ଏହାପୂର୍ବରୁ ସୈଫ ଅଲ୍ଲୀ ଖାନ୍ ଚଳଚ୍ଚିତ୍ର ତାମହାଜିକୁ ନେଇ ଦେଇଥିବା ଏକ ବିବୃତ୍ତି ଯୋଗୁଁ ମଧ୍ୟ ଚର୍ଚ୍ଚାରେ ରହିଥିଲେ । ସେତେବେଳେ ସେ କହିଥିଲେ ଯେ, ଏହି ଚଳଚ୍ଚିତ୍ରରେ ଇତିହାସକୁ ଭାଙ୍ଗି ରଖିଦିଆଯାଇଛି । ମୋଗଲ ମାନେ ଏତେ ଖରାପ ନଥିଲେ । ସେହି ସମୟରେ ମଧ୍ୟ ସୈଫ ଅଲ୍ଲୀ ଖାନଙ୍କୁ ବହୁତ ଟ୍ରୋଲ୍ କରାଯାଇଥିଲା ।