ଶିଳ୍ପା ଶେଟ୍ଟୀ ଖୋଲିଲେ ମୁମ୍ବାଇରେ ଏକ ସୁନ୍ଦର ରେଷ୍ଟୋରେଣ୍ଟ, ଦେଖନ୍ତୁ ସେୟାର କରିଥିବା ଫଟୋଗୁଡିକ….

ଶିଳ୍ପା ଶେଟ୍ଟୀ ଖୋଲିଲେ ମୁମ୍ବାଇରେ ଏକ ସୁନ୍ଦର ରେଷ୍ଟୋରେଣ୍ଟ, ଦେଖନ୍ତୁ ସେୟାର କରିଥିବା ଫଟୋଗୁଡିକ….

ଶିଳ୍ପା ଶେଟ୍ଟୀ ବଲିଉଡ଼ରେ ସଫଳ ଅଭିନେତ୍ରୀ ହେବା ସଙ୍ଗେ ସଙ୍ଗେ ଏକ ବ୍ୟବସାୟୀ ମହିଳା ଭାବେ ଜଣାଶୁଣା । ଶିଳ୍ପା ଶେଟ୍ଟୀ ଚଳଚ୍ଚିତ୍ର ସଙ୍ଗେ ସଙ୍ଗେ ବ୍ୟବସାୟରୁ ମଧ୍ୟ ଖୁବ ଟଙ୍କା ଅର୍ଜନ କରିଛନ୍ତି । ନିକଟରେ ମୁମ୍ବାଇରେ ନିଜର ଏକ ନୂତନ ରେଷ୍ଟୋରେଣ୍ଟ ଖୋଲିଛନ୍ତି । ସେ ମୁମ୍ବାଇର ବାନ୍ଦ୍ରାରେ ବେଷ୍ଟିଆନ ଚେନ ର ରେଷ୍ଟୋରେଣ୍ଟ ଖୋଲିଛନ୍ତି ।

ଏହାର ସୂଚନା ନିଜେ ଶିଳ୍ପା ଶେଟ୍ଟୀ ଫଟୋ ସେୟାର କରି ଏହାର ସୂଚନା ଦେଇଛନ୍ତି । ସେ ସୋସିଆଲ ମିଡ଼ିଆରେ ନିଜର ରେଷ୍ଟୋରେଣ୍ଟର ଫଟୋ ସେୟାର କରିଛନ୍ତି । ଏଥିସହ ଏଥିପାଇଁ ଖୁସି ମଧ୍ୟ ଜାହିର କରିଛନ୍ତି । ଫଟୋରେ ଶିଳ୍ପା ଶେଟ୍ଟୀଙ୍କ ନୂତନ ରେଷ୍ଟୁରେଣ୍ଟ ବହୁତ ବଡ଼ ଓ ସୁନ୍ଦର ଦେଖାଯାଉଛି ।

ବର୍ଲି ସ୍ଥିତ ବଷ୍ଟିଆନ ରେଷ୍ଟୁରେଣ୍ଟକୁ ଶିଳ୍ପା ଶେଟ୍ଟୀ ସ୍ୱାମୀ ରାଜକୁନ୍ଦ୍ରାଙ୍କ ସହିତ ମିଶି ଖୋଲିଛନ୍ତି । ସେ ଏହି ରେଷ୍ଟୁରେଣ୍ଟର ମେନୁ ରେ ଅନ୍ୟସବୁ ଖାଦ୍ୟ ମଧ୍ୟ ସାମିଲ କରିଛନ୍ତି । ସେପଟେ ଏହି ବିଶେଷ ସୁଯୋଗରେ ସେ ନିଜ ବନ୍ଧୁ ଜେନେଲିଆ ଡିସୁଜା ଓ ରିତେଶ ଦେଶମୁଖଙ୍କୁ ଆମନ୍ତ୍ରିତ କରିଥିଲେ ।

ଫଟୋରେ ଶିଳ୍ପା ଶେଟ୍ଟୀଙ୍କ ରେଷ୍ଟୁରେଣ୍ଟ ମଧ୍ୟ ଖୁବ୍ ସୁନ୍ଦର ଦେଖାଯାଉଛି । ଶିଳ୍ପା ଶେଟ୍ଟୀ ଏହା ବ୍ୟତୀତ ନିଜର ଆଉ ଏକ ଫଟୋ ଇଂଷ୍ଟାଗ୍ରାମରେ ସେୟାର କରିଛନ୍ତି । ଯେଉଁଥିରେ ଶିଳ୍ପା ଓ ରାଜ ଶାମ୍ପିନ ଜରିଆରେ ଏହି ନୂତନ ରେଷ୍ଟୁରେଣ୍ଟର ପାର୍ଟି କଲେ ।

ଏହି ଫଟୋରେ ଦୁହିଁଙ୍କ ଖୁସି ଖୁବ ଭଲ ଭାବରେ ନଜର ଆସୁଛି । ସେ ସମସ୍ତଙ୍କ ସହିତ ଫଟୋ ସେୟାର କରି ଲେଖିଛନ୍ତି ଯେ ସୁନ୍ଦର ସନ୍ଧ୍ୟାକୁ ଏହି ନୂତନ ରେଷ୍ଟୁରେଣ୍ଟର ମେନ୍ୟୁ ଟେଷ୍ଟ କଲେ । ଏହି କମ୍ପାନୀ ଖୁବ୍ ଭଲ ଥିଲା । ଏହି ସମୟରେ ଶିଳ୍ପା ଶେଟ୍ଟୀ କଳା ରଙ୍ଗର ପୋଷକରେ ନଜର ଆସିଲେ, ଯେଉଁଥିରେ ସେ ଖୁବ ସୁନ୍ଦରୀ ଦେଖାଯାଉଥିଲେ ।

Leave a Reply

Your email address will not be published. Required fields are marked *