ବୋଲିଉଡ଼ର ଏହି ୫ଜଣ ଲୋକପ୍ରିୟ ଅଭିନେତ୍ରୀ କେବଳ ଅଭିନୟରେ ନୁହେଁ ବରଂ ପାଠପଢ଼ାରେ ମଧ୍ୟ ଟପ୍ପର କରିଛନ୍ତି, ଜାଣନ୍ତୁ ସେମାନଙ୍କ ବୋର୍ଡ଼ ମାର୍କ :-

ବୋଲିଉଡ଼ର ଏହି ୫ଜଣ ଲୋକପ୍ରିୟ ଅଭିନେତ୍ରୀ କେବଳ ଅଭିନୟରେ ନୁହେଁ ବରଂ ପାଠପଢ଼ାରେ ମଧ୍ୟ ଟପ୍ପର କରିଛନ୍ତି, ଜାଣନ୍ତୁ ସେମାନଙ୍କ ବୋର୍ଡ଼ ମାର୍କ :-

ଏହି ବିଷୟରେ ସମସ୍ତେ ଜାଣିଛନ୍ତି ଯେ ଫିଲ୍ମ ଇଣ୍ଡଷ୍ଟ୍ରିରେ କାମ କରୁଥିବା ଅଭିନେତ୍ରୀ ମାନେ ସୁନ୍ଦର ସହିତ ଟ୍ୟାଲେଂଟେଡ଼ ମଧ୍ୟ । ଏହି ଅଭିନେତ୍ରୀ ମାନେ ଫିଲ୍ମ ପରଦାରେ ନା କେବଳ ନିଜର ସୁନ୍ଦରତା ଦେଖାଇଛନ୍ତି ବରଂ ନିଜର ଅଭିନୟର ପ୍ରତିଭା ମଧ୍ୟ ଦେଖାଇଛନ୍ତି । କେବଳ ଦର୍ଶକଙ୍କ ହୃଦୟ ନୁହେଁ ବରଂ ଆୱାର୍ଡ ମଧ୍ୟ ଜିତିଛନ୍ତି ଏହି ଅଭିନେତ୍ରୀ ମାନେ । କେବଳ ସେତିକି ନୁହେଁ ବୋଲିଉଡ଼ରେ ପାଦ ଦେବା ପୂର୍ବରୁ ସେମାନେ ପାଠ ପଢ଼ାରେ ମଧ୍ୟ ଟପ୍ପର କରିଛନ୍ତି । ଦଶମ ଏବଂ ଦ୍ୱାଦଶ ପରୀକ୍ଷାରେ ଭଲ ସ୍ଥାନ ଅଧିକାର କରିଥିଲେ ଏବଂ ମା ବାପାଙ୍କ ନାମ ଉଚ୍ଚ କରିଥିଲେ । ବୋଲିଉଡ଼ର ଏପରି ଟପ୍ପର ଅଭିନେତ୍ରୀଙ୍କ ବିଷୟରେ ଆଜି ଆମେ ଆପଣମାନଙ୍କୁ କହିବୁ ।

ଅନୁଷ୍କା ଶର୍ମା:-

ଅଭିନେତ୍ରୀ ଅନୁଷ୍କା ଶର୍ମା ସ୍କୁଲ ଟପ୍ପର ଥିଲେ । ଅନୁଷ୍କା ଦଶମ ଶ୍ରେଣୀରେ ୯୩ ପ୍ରତିଶତ ଏବଂ ଦ୍ୱାଦଶରେ ୮୯ ପ୍ରତିଶତ ନମ୍ବର ହାସଲ କରିଥିଲେ । ଏକ ଲିଣ୍ଡିଙ୍ଗ ୱେବସାଇଟ କୁ ଇଣ୍ଟରଭିଉ ଦେବା ସମୟରେ ଅନୁଷ୍କା କହିଥିଲେ ଯେ, ‘ମୋତେ ସବୁବେଳେ ଏହି ବିଷୟରେ ଜଣା ଥିଲା ଯେ ମୁଁ ଫିଲ୍ମରେ କାମ କରିବାକୁ ଚାହୁଁଛି, କିନ୍ତୁ ମୁଁ ମୋ ବାପା ମା ଙ୍କ ପାଖରୁ କଥା ଶୁଣିବାକୁ ଚାହୁଁନଥିଲି । ଏଥିପାଇଁ ପାଠ ପଢ଼ାରେ ମନ ଦେଲି ‘ବୋର୍ଡ଼ ପରୀକ୍ଷାରେ ଏତେ ଭଲ ମାର୍କ ଆଣିବା ପରେ ଯେତେବେଳେ ଅନୁଷ୍କା ମୋଡେଲିଙ୍ଗ କ୍ୟାରିଅରକୁ ବାଛିଲେ ସେତେବେଳେ ତାଙ୍କ ମା ବାପା ମଧ୍ୟ ତାଙ୍କୁ ମନା କରିପାରି ନଥିଲେ ।

ଆଲିୟା ଭଟ୍ଟ:-

ଆଲିୟା ଭଟ୍ଟ ଏବେକା ସମୟରେ ଟୋପ ଅଭିନେତ୍ରୀଙ୍କ ମଧ୍ୟରୁ ଜଣେ ଅଟନ୍ତି । କହିରଖୁଛୁ ଯେ ଆଲିୟା ଭଟ୍ଟ ଖୁବ ମେଧାବୀ ଛାତ୍ରୀ ଥିଲେ । ସେ ଦଶମ ଶ୍ରେଣୀରେ ୭୧ ପ୍ରତିଶତ ହାସଲ କରିଥିଲେ କିନ୍ତୁ ଅଭିନୟ କ୍ୟାରିଅରକୁ ଆଗକୁ ବଢ଼ାଇବା ପାଇଁ ପାଠପଢ଼ା ଛାଡ଼ିବାକୁ ପଡ଼ିଥିଲା ଏବଂ ଦ୍ୱାଦଶ ପରୀକ୍ଷା ଦେଇ ପାରିନଥିଲେ ।

ଶ୍ରଦ୍ଧା କପୂର:-

ଶ୍ରଦ୍ଧା ଫିଲ୍ମ ରେ ପାଦ ଦେବା ପୂର୍ବରୁ ପାଠ ପଢ଼ାରେ ଫୋକସ କରିଥିଲେ । ଦଶମ ଶ୍ରେଣୀ ବୋର୍ଡ଼ ପରୀକ୍ଷାରେ ସେ ୭୦ ପ୍ରତିଶତ ନମ୍ବର ପ୍ରାପ୍ତ କରିଥିଲେ । ସେ ନିଜର ଦଶମ ଶ୍ରେଣୀ ରେଜଲ୍ଟ ରେ ଖୁସି ନଥିଲେ । ତେଣୁ ସେ ଖୁବ ପରିଶ୍ରମ ପରେ ଦ୍ୱାଦଶ ପରୀକ୍ଷାରେ ୯୫ ପ୍ରତିଶତ ନମ୍ବର ହାସଲ କରିଥିଲେ ।

କୃତି ସେନନ:-

କୃତି ସେନନ ଫିଲ୍ମ ଇଣ୍ଡଷ୍ଟ୍ରିରେ ନିଜର ଭଲ ସ୍ଥାନ ତିଆରି କରିଛନ୍ତି ଏବଂ ଆଜି ତାଙ୍କର କୋଟି କୋଟି ଫ୍ୟାନ ଅଛନ୍ତି । ଫିଲ୍ମ ଇଣ୍ଡଷ୍ଟ୍ରିରେ ପାଦ ଦେବା ପୂର୍ବରୁ ସେ ଇଂଜିନିୟରିଂ ପଢ଼ିଥିଲେ । ସେ ବ୍ୟୁଟି ଉଇଥ ବ୍ରେନ ର ଉଦାହରଣ ଅଟନ୍ତି । ଦଶମ ଶ୍ରେଣୀରେ କୃତି ୭୨ ପ୍ରତିଶତ ଏବଂ ଦ୍ୱାଦଶରେ ୬୮ ପ୍ରତିଶତ ନମ୍ବର ହାସଲ କରିଥିଲେ ।

ଜାହ୍ନବୀ କପୂର:-

ଫିଲ୍ମ ଧଡକ ଏବଂ ଗୁଞ୍ଜନ ସକ୍ସେନା ଭଳି ଫିଲ୍ମରେ ନିଜର ପ୍ରତିଭା ଦେଖାଇଥିବା ଜାହ୍ନବୀ କପୂର ଖୁବ ଭଲ ଛାତ୍ରୀ ଥିଲେ । ସେ ଦଶମ ଶ୍ରେଣୀରେ ୮୪ ପ୍ରତିଶତ ଏବଂ ଦ୍ୱାଦଶରେ ୮୬ ପ୍ରତିଶତ ଅଙ୍କ ହାସଲ କରିଥିଲେ ।

ଭୂମି ପେଡନେକର:-

ଏକ ରାଜନୀତିକ ପରିବାର ସହିତ ସମ୍ବନ୍ଧ ରଖୁଥିବା ଭୂମି ପାଠପଢ଼ାରେ ଖୁବ ନିଖୁଣ ଥିଲେ । ସେ ଦଶମରେ ୭୮ ପ୍ରତିଶତ ଏବଂ ଦ୍ୱାଦଶରେ ୮୩ ପ୍ରତିଶତ ଅଙ୍କ ପ୍ରାପ୍ତ କରିଥିଲେ ।

ୟାମୀ ଗୌତମ:-

ଚଣ୍ଡୀଗଡ଼ ରୁ ପାଠ ପଢ଼ିଥିବା ୟାମୀ ଗୌତମ ଦଶମ ଏବଂ ଦ୍ୱାଦଶ ପରୀକ୍ଷାରେ ଖୁବ ଭଲ ପ୍ରସ୍ତୁତି କରିଥିଲେ । ସେହି କାରଣରୁ ତାଙ୍କ ରେଜଲ୍ଟ ମଧ୍ୟ ଭଲ ଆସିଥିଲା । ୟାମୀ ଦଶମରେ ୭୫ ପ୍ରତିଶତ ଏବଂ ଦ୍ୱାଦଶରେ ୮୦ ପ୍ରତିଶତ ଅଙ୍କ ପ୍ରାପ୍ତ କରିଥିଲେ ।

Leave a Reply

Your email address will not be published. Required fields are marked *