ପତଞ୍ଜଳି ସମେତ ଆହୁରି ଅନେକ ବଡ ବଡ କମ୍ପାନୀ ଗ୍ରାହକଙ୍କୁ ଯୋଗାନ୍ତି ନକଲି ମହୁ ! CSEର ଯାଞ୍ଚ ପରେ ହେଲା ଖୁଲାସା…

ପତଞ୍ଜଳି ସମେତ ଆହୁରି ଅନେକ ବଡ ବଡ କମ୍ପାନୀ ଗ୍ରାହକଙ୍କୁ ଯୋଗାନ୍ତି ନକଲି ମହୁ ! CSEର ଯାଞ୍ଚ ପରେ ହେଲା ଖୁଲାସା…

ସେଣ୍ଟର ଫର ସାଇନ୍ସ ଆଣ୍ଡ ଏନଭାରୋମେଣ୍ଟ (CSE)ଏକ ବଡ଼ ଖୁଲାସା କରି ଦେଶର ଅନେକ ଜଣାଶୁଣା କମ୍ପାନୀ ମଧ୍ୟରେ ଆତଙ୍କ ସୃଷ୍ଟି କରିଦେଇଛି। CSE ଏହାର ସଦ୍ୟତମ ରିପୋର୍ଟରେ ପ୍ରକାଶ କରିଛି ଯେ ପତଞ୍ଜଳି, ଵୈଦ୍ୟନାଥ, ଡାବର, ଝଣ୍ଡୁ, ହିତକରୀ ଏବଂ ହିମାଳୟ ଭଳି ଜଣାଶୁଣା କମ୍ପାନୀ ସେମାନଙ୍କ ଗ୍ରାହକଙ୍କୁ ନକଲି ଏବଂ ମିଶ୍ରିତ ମହୁ ବିକ୍ରି କରୁଛନ୍ତି ।

କହି ରଖୁଛୁ ଯେ ଏହି ଜଣାଶୁଣା କମ୍ପାନୀଗୁଡିକ ସହିତ CSE ସେମାନଙ୍କର ଯାଞ୍ଚରେ ୨୨ଟି ଛୋଟ ବଡ ବ୍ରାଣ୍ଡର ନମୁନା ନେଇଛି ଏବଂ ତନ୍ମଧ୍ୟରୁ ୧୭ଟି କମ୍ପାନୀର ନମୁନାରେ ଅପମିଶ୍ରିତ ଥିବା ରିପୋର୍ଟ ମିଳିଛି । ସେଥିମଧ୍ୟରୁ କେବଳ ୫ ଟି କମ୍ପାନୀର ନମୁନା ଯାଞ୍ଚରେ ସଫଳ ହୋଇଛି । CSE କହିଛି ଯେ ବଡ ବ୍ରାଣ୍ଡର ମହୁରେ ୭୭ ପ୍ରତିଶତ ପର୍ଯ୍ୟନ୍ତ ମିଶ୍ରଣ କରାଯାଇଥିବା ପରିଲକ୍ଷିତ ହୋଇଛି ।

ଡାବର, ପତଞ୍ଜଳି CSE ଅନୁସନ୍ଧାନ ଉପରେ ଉଠାଇଲେ ପ୍ରଶ୍ନ-

୨୨ ଟି ବ୍ରାଣ୍ଡ ମଧ୍ୟରୁ ୧୭ଟି ନ୍ୟୁକ୍ଲିଅର ମ୍ୟାଗ୍ନେଟିକ ରିଜୋନାନ୍ସ (NMR) ପରୀକ୍ଷଣରେ ବିଫଳ ହୋଇଛି । ଏହା ଅଧୀନରେ ମହୁର ଶୁଦ୍ଧତା ମପାଯାଏ । ତେବେ କେତେକ ବ୍ରାଣ୍ଡ CSEର ଯାଞ୍ଚକୁ ନେଇ ପ୍ରଶ୍ନ ଉଠାଇଛନ୍ତି । ଡାବର ଏବଂ ପତଞ୍ଜଳି ପରି ପ୍ରତିଷ୍ଠିତ ତଥା ଜଣାଶୁଣା କମ୍ପାନୀଗୁଡିକ କହିଛନ୍ତି ଯେ ଏହି ଯାଞ୍ଚ ପ୍ରାୟୋଜିତ କରାଯାଇଥିବା ମନେହେଉଛି ଏବଂ ଏହାର ଉଦ୍ଦେଶ୍ୟ କେବଳ ଆମର ଭାବମୂର୍ତ୍ତିକୁ କ୍ଷୁର୍ଣ୍ଣ କରିବା ଅଟେ।ଏହି ବ୍ରାଣ୍ଡଗୁଡିକ CSEର ବିବୃତ୍ତିରେ କହିଛନ୍ତି ଯେ ଆମ ମହୁରେ କୌଣସି ପ୍ରକାରର ମିଶ୍ରଣ ନାହିଁ ଏବଂ ଆମେ କେବଳ ପ୍ରାକୃତିକ ମହୁ ବିକ୍ରି କରୁ ।

FSSAI ମାଗିଲା CSE ପରୀକ୍ଷା ରିପୋର୍ଟ-

CSE ଦ୍ୱାରା ପ୍ରକାଶ ପାଇଥିବା ରିପୋର୍ଟକୁ ଆଖି ଆଗରେ ରଖି ଖାଦ୍ୟ ସୁରକ୍ଷା ନିୟାମକ FSSAI ମଧ୍ୟ ଏହାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ଏବଂ CSEର ଯାଞ୍ଚ ବିଷୟରେ ବିସ୍ତୃତ ସୂଚନା ମାଗିଛି । FSSAI CSE ଉପରେ ଜବାବରେ କହିଛି ଯେ,CSE କାହିଁକି ତାହାର ନିର୍ଦ୍ଧାରିତ ପରୀକ୍ଷା କଲା ନାହିଁ ? ଖାଦ୍ୟ ସୁରକ୍ଷା ଏବଂ ମାନକ ପ୍ରାଧିକରଣ ଅଫ୍ ଇଣ୍ଡିଆ (FSSAI) ଏହାର ବିବୃତ୍ତିରେ କହିଛି ଯେ ବିଭିନ୍ନ ବ୍ରାଣ୍ଡର ମହୁରେ ଥିବା ମିଶ୍ରଣକୁ ଭୁଲ୍ ଭାବରେ ଚିହ୍ନଟ କରାଯାଇଛି ।

କହି ରଖୁଛୁ ଯେ FSSAI ଦ୍ୱାରା SMR ପରୀକ୍ଷା ବାଧ୍ୟତାମୂଳକ କରାଯାଇଥିଲା ଏବଂ କମ୍ପାନୀ ଏହାର ବିବୃତିରେ ମଧ୍ୟ ଏହା କହିଛି । FSSAI ଦାବି କରିଛି ଯେ SMR ଅଧୀନରେ କିଛି ପରୀକ୍ଷା CSE ଦ୍ୱାରା କରାଯାଇ ନାହିଁ । ଏଥିସହ କମ୍ପାନୀ ସୂଚନା ପ୍ରଦାନ କରି କହିଛି ଯେ ନମୁନା ବିବରଣୀ ଏବଂ ପରୀକ୍ଷଣର ଚାହିଦା ପାଇଁ ଆମେ CSE ଠାରୁ ଏକ ଆବେଦନ ଦାଖଲ କରିଛୁ ।

ମିଥ୍ୟା ଦାବି କରୁଥିବା କମ୍ପାନୀଗୁଡିକ: CSE

ସେଣ୍ଟର ଫର ସାଇନ୍ସ ଆଣ୍ଡ ଏନଭାରୋମେଣ୍ଟ (CSE) ଦ୍ୱାରା ଗୁରୁବାର ଏକ ବଡ ଦାବି କରି କୁହାଯାଇଛି ଯେ କମ୍ପାନୀଗୁଡିକ ମପଦଣ୍ଡ ଅନୁଯାୟୀ କାର୍ଯ୍ୟ କରୁନାହାଁନ୍ତି ଏବଂ ଏହି ମାମଲାରେ ନିୟମର ଉଲ୍ଲଂଘନ ହୋଇଥିବା ଦେଖିବାକୁ ମିଳିଛି । CSE କହିଛି ଯେ ଅନେକ କମ୍ପାନୀ ଏ ବାବଦରେ ମିଥ୍ୟା ଦାବି କରୁଛନ୍ତି । CSE ମଧ୍ୟ FSSAI ଉପରେ ନିଜ ଆକ୍ରମକ ରୂପ ଦେଖାଇଛି । CSE ଦ୍ୱାରା ଏହା ଦାବି କରାଯାଇଛି ଯେ FSSAI ଦ୍ୱାରା ନିର୍ମିତ ମାପଦଣ୍ଡଗୁଡିକ ଉପରେ ପରୀକ୍ଷା କରୁଥିବା ଏକ ଭାରତୀୟ ଲ୍ୟାବ୍ ଏହି ଅପମିଶ୍ରଣ ଦେଖିପାରିଲା ନାହିଁ ।

Leave a Reply

Your email address will not be published. Required fields are marked *