ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ବର୍ତ୍ତମାନ ଦୁଇଦିନର ମୁମ୍ବାଇ ଗସ୍ତରେ ଅଛନ୍ତି । ସୀଏମ ଯୋଗୀଙ୍କ ମୁମ୍ବାଇ ଆସିବା ସବୁବେଳେ ଚର୍ଚ୍ଚାକୁ ଆସିଥାଏ । ମଙ୍ଗଳବାର ସନ୍ଧ୍ୟାରେ ମୁମ୍ବାଇ ପହଞ୍ଚିଥିବା ଯୋଗୀ ବୁଧବାର ସକାଳେ ବମ୍ବେ ଷ୍ଟୋକ୍ ଏକ୍ସଚେଞ୍ଜ ଅର୍ଥାତ ବୀଏସଈ ରେ ଲକ୍ଷ୍ନୌ ନଗର ନିଗମ ବଣ୍ଡର ଲଞ୍ଚ କରିଥିଲେ । ଏହାପରେ ତୁରନ୍ତ ତାଙ୍କର ସାକ୍ଷାତ ଫିଲ୍ମକାର ଏବଂ ଜଣାଶୁଣା ଉଦ୍ୟୋଗପତିଙ୍କ ସହିତ ଆରମ୍ଭ ହୋଇଗଲା ।
ଏହି ଲିଷ୍ଟରେ ବଡ଼ ଷ୍ଟାର ଏବଂ ଫିଲ୍ମ ନିର୍ମାତାଙ୍କ ନାମ ମଧ୍ୟ ସାମିଲ ରହିଛି । ଯୋଗୀ ସର୍ବପ୍ରଥମେ ମୁମ୍ବାଇ ପହଞ୍ଚି ସେହିଦିନ ରାତିରେ ଅକ୍ଷୟ କୁମାରଙ୍କ ସହିତ ସାକ୍ଷାତ କରିଥିଲେ । ଏହି ସମୟର ଏକ ଫୋଟ ସାମ୍ନାକୁ ଆସିଛି , ଯେଉଁଥିରେ ଅକ୍ଷୟ ଏବଂ ଯୋଗୀ ଆଦିତ୍ୟନାଥ କଥା ହେଉଥିବାର ନଜର ଆସିଛନ୍ତି । ସେଥିରେ ଅକ୍ଷୟ କୁମାର ନିଜର ଆଗାମୀ ଫିଲ୍ମ ରାମ ସେତୁକୁ ନେଇ ଆଲୋଚନା କରିଥିଲେ । ଅକ୍ଷୟ କୁମାର ଦୀପାବଳୀ ଅବସରରେ ନିଜର ଫିଲ୍ମ ରାମ ସେତୁ ବିଷୟରେ ଘୋଷଣା କରିଥିଲେ । ଫିଲ୍ମର ନିର୍ଦେଶନା ଅଭିଷେକ ଶର୍ମା କରୁଛନ୍ତି । ଏହି ଫିଲ୍ମରେ ରାମ ସେତୁ ପୋଲର କାହାଣୀକୁ ଉପସ୍ଥାପନ କରାଯିବ ।
ଖବର ରହିଛି ଯେ ସୀଏମ ଯୋଗୀଙ୍କୁ ଅକ୍ଷୟ ଉତ୍ତରପ୍ରଦେଶରେ ହେଉଥିବା ଫିଲ୍ମ ସିଟି କାରଣରୁ ସାକ୍ଷାତ କରିଥିଲେ । ଏପରି ଆଦୋୖ ନୁହେଁ । ଅକ୍ଷୟ ନିଜର ଫିଲ୍ମର ଶୁଟିଂ ଉତ୍ତରପ୍ରଦେଶରେ କରିବାର ପ୍ଲାନିଂ କରୁଛନ୍ତି ଯେଉଁ କାରଣରୁ ମିଷ୍ଟର କୁମାର ସ୍ୱତନ୍ତ୍ର ଭାବରେ ସୀଏମ ଯୋଗୀଙ୍କ ସହିତ କଥା ହୋଇଛନ୍ତି । ଯୋଗୀ ମଧ୍ୟ ଅକ୍ଷୟଙ୍କର ଏହି ନିଷ୍ପତ୍ତି ଉପରେ ଖୁସି ବ୍ୟକ୍ତ କରିଛନ୍ତି ଏବଂ ସେ ଏହି ଫିଲ୍ମକୁ ଅଯୋଧ୍ୟାରେ ଶୁଟିଂ କରିବାକୁ ଅନୁମତି ମଧ୍ୟ ଦେଇଛନ୍ତି ।
ତା’ସହିତ ଯୋଗୀ ଭରସା ଦେଇଛନ୍ତି ଯେ ଅକ୍ଷୟଙ୍କ ଟିମକୁ ଫିଲ୍ମ ‘ରାମ ସେତୁ’ରେ ସବୁ ପ୍ରକାରର ସାହାଯ୍ୟ ମଧ୍ୟ ଦିଆଯିବ । ବୁଧବାର ସକାଳେ ଯୋଗୀ ଆଦିତ୍ୟନାଥ ବୀଏସଈ ରେ ଲକ୍ଷ୍ନୌ ନଗର ମିଗମ ପାଇଁ ୨୦୦ କୋଟି ଟଙ୍କାର ବଣ୍ଡ ସୂଚୀ ଜାରି କରିଛନ୍ତି । ଯୋଗୀ କହିଛନ୍ତି ଯେ ସରକାରଙ୍କର ଏହି ପଦକ୍ଷେପ ଦ୍ଵାରା ଆତ୍ମନିର୍ଭରଶୀଳ ଭାରତ ବନାଇବାକୁ ନୂତନ ଦିଗ ମିଳିବ । ତାସହିତ ନଗର ନିଗମ ର ଅଧିକାର କ୍ଷେତ୍ରରେ ରହୁଥିବା ନାଗରିକ ମାନଙ୍କ ଜୀବନ ମଧ୍ୟ ଭଲ ହେବ ।
ଏହାପରେ ଯୋଗୀ ଫିଲ୍ମକାର ଏବଂ ଉଦ୍ୟୋଗପତି ମାନଙ୍କ ସହିତ ବୈଠକ ଆରମ୍ଭ କରିଥିଲେ । ସୁଭାଷ ଘଇ, ରାଜକୁମାର ସନ୍ତୋଷି, ବୋନୀ କପୂର, ଭୂଷଣ କୁମାର, ଜତିନ ସେଠୀ, ରାହୁଲ ମିତ୍ରା, ନୀରଜ ପାଠକ, ରଣଦୀପ ହୁଡା, ନିଗମାଂଶୁ ଧୂଳିୟା, ଜିମ୍ମି ଶେରଗିଲ , ଆଦି ବୈଠକରେ ଉପସ୍ଥିତ ଥିଲେ । ପୁଣି ଉଦ୍ୟୋଗପତିଙ୍କ ସୂଚୀରେ ଟାଟା ସଂସ, ଲାର୍ଶନ ଏଣ୍ଡ ଟର୍ବୋ, ଟାଟା ଏଡ଼ଭାଣ୍ଡସ ସିଷ୍ଟମ୍ସ, ଅଦାନୀ ଡିଫେନ୍ସ, ଅଶୋକ ଲୀଲୈଡ ଗ୍ରୁପ, ହୀରାନନ୍ଦାନୀ ଗ୍ରୁପ, ଭାରତ ଫୋର୍ସ, ସିମନ୍ସ, କେକେଆର ଲିମିଟେଡ଼, କ୍ୟାପିଟାଲ ସର୍ବିସେଜ ଆଦି କମ୍ପାନୀ ଗୁଡ଼ିକର ପ୍ରତିନିଧି ସାମିଲ ହୋଇଥିଲେ ।
କେବଳ ଏତିକି ନୁହେଁ ସୀଏମ ଯୋଗୀ ଫିଲ୍ମକାରଙ୍କୁ ଉତ୍ତରପ୍ରଦେଶରେ ହେବାକୁ ଯାଉଥିବା ଫିଲ୍ମ ସିଟି ଉପରେ ତାଙ୍କର ମତ ଏବଂ ବିଚାର ମାଗିଥିଲେ । ଫିଲ୍ମ ସିଟିକୁ ନେଇ ଏକ ମିଟିଙ୍ଗ ମୁଖ୍ୟମନ୍ତ୍ରୀ ଯୋଗୀ ଉତ୍ତରପ୍ରଦେଶରେ ହିଁ କିଛି ଫିଲ୍ମ ନିର୍ମାତାଙ୍କୁ ଡକାଇ ପ୍ରଥମରୁ ହିଁ କରି ସାରିଛନ୍ତି ।