“ଖାଲି ପିଲି” ଅଭିନେତ୍ରୀ ଅନନ୍ୟା ପାଣ୍ଡେ ନିଜ ପରିବାର ସହିତ ରହନ୍ତି ଏହି ବିଳାସପୂର୍ଣ୍ଣ ଘରେ, ଦେଖନ୍ତୁ ଫୋଟ !

“ଖାଲି ପିଲି” ଅଭିନେତ୍ରୀ ଅନନ୍ୟା ପାଣ୍ଡେ ନିଜ ପରିବାର ସହିତ ରହନ୍ତି ଏହି ବିଳାସପୂର୍ଣ୍ଣ ଘରେ, ଦେଖନ୍ତୁ ଫୋଟ !

ବଲିଉଡ଼ ଅଭିନେତ୍ରୀ ଅନନ୍ୟା ପାଣ୍ଡେ ଯେବେଠାରୁ ଫିଲ୍ମ ଷ୍ଟୁଡେଣ୍ଟ ଅଫ ଦ ଇୟର ୨ ଠାରୁ ବଲିଉଡ଼ରେ ଏଣ୍ଟ୍ରି ନେଇଛନ୍ତି, ସେହିଠାରୁ ସେ ବଲିଉଡ଼ର ଲୋକପ୍ରିୟ ଅଭିନେତ୍ରୀ ହୋଇ ଯାଇଛନ୍ତି । ଅନନ୍ୟା ପାଣ୍ଡେଙ୍କ ଫିଲ୍ମ ‘ ପତି ପତ୍ନୀ ଅର ୱ ‘ ମଧ୍ୟ ଦର୍ଶକଙ୍କୁ ଖୁବ୍ ପସନ୍ଦ ଆସିଛି । ଓଟିଟି ପ୍ଲାଟଫର୍ମରେ ତାଙ୍କ ଫିଲ୍ମ ‘ ଖାଲି ପିଲି ‘ ମଧ୍ୟ ରିଲିଜ୍ ହୋଇ ସାରିଛି ଏବଂ ତାହା ଦର୍ଶକଙ୍କ ମନକୁ ମଧ୍ୟ ଛୁଇଁଛି ।

ଅନନ୍ୟା ପାଣ୍ଡେ ଜଣେ ପ୍ରତିଭାଶାଳୀ ଅଭିନେତ୍ରୀ ଅଟନ୍ତି । ଏହି କାରଣ ଅଟେ ଯେ କମ ବୟସରେ ମଧ୍ୟ ସେ ଭଲ ନାମ କମେଇ ପାରିଛନ୍ତି । ସେ ସୋସିଆଲ ମିଡ଼ିଆରେ ପ୍ରାୟତଃ ନିଜର ଫୋଟ ଏବଂ ଭିଡ଼ିଓ ସେୟାର କରିଥାନ୍ତି । ଅନେକ ଫୋଟ ଏପରି ମଧ୍ୟ ହୋଇଥାଏ , ଯେଉଁଥିରୁ ତାଙ୍କର ସୁନ୍ଦର ଘରର ଦର୍ଶନ ମଧ୍ୟ ହୋଇଯାଏ । ତେଣୁ ଚାଲନ୍ତୁ ଆମେ ଆପଣଙ୍କୁ ଫୋଟ ଜରିଆରେ ଅନନ୍ୟା ପାଣ୍ଡେଙ୍କ ଘର ଦେଖାଇବୁ ।

ଅନନ୍ୟା ପାଣ୍ଡେ ନିଜର ପୁରା ପରିବାର ସହିତ ମୁମ୍ବାଇର ପାଲୀ ହିଲ ଇଲାକାରେ ରହନ୍ତି । ତାଙ୍କ ମାତା ପିତା ଚଙ୍କି ପାଣ୍ଡେ ଏବଂ ଭାବନା ପାଣ୍ଡେଙ୍କ ସହିତ ତାଙ୍କ ସାନ ଭଉଣୀ ରିସା ମଧ୍ୟ ସେହି ଘରେ ରହନ୍ତି ।

ଅନନ୍ୟା ନିଜ ଘରେ ଦୁଇଟି କୁକୁର ପାଳିଛନ୍ତି । ଯେଉଁ ମାନଙ୍କୁ ସେ ଖୁବ୍ ସ୍ନେହ କରନ୍ତି । ଲିଭିଙ୍ଗ ଏରିଆରେ ତାଙ୍କ ସହିତ ଖୁବ୍ ମଜା ମଧ୍ୟ କରନ୍ତି । ବ୍ଲୁ ରଙ୍ଗର ସୋଫା ମଧ୍ୟ ଲାଗିଛି । କାନ୍ଥ ସମ୍ପୂର୍ଣ୍ଣ ଭାବରେ ପେଣ୍ଟିଙ୍ଗରେ ସଜା ହୋଇଛି ।

ତାଙ୍କ ଘରେ ଗଣେଶ ପୂଜା ପ୍ରତି ବର୍ଷ ହୋଇଥାଏ । ଗଣେଶ ଙ୍କ ମୂର୍ତ୍ତୀର ସ୍ଥାପନା କରାଯାଇଥାଏ । ଅନନ୍ୟାଙ୍କ ସମ୍ପର୍କୀୟ ଭଉଣୀ ଏବଂ ବାକି ପରିବାର ଲୋକେ ମଧ୍ୟ ଏହି ଅବସରରେ ତାଙ୍କ ଘରେ ଜମା ହୁଅନ୍ତି । ସମସ୍ତେ ମିଳିମିଶି ପୂଜା ପାଠ କରନ୍ତି ।

ରୋଷେଇରେ ମଧ୍ୟ ଅନନ୍ୟାଙ୍କ ରୁଚି ରହିଥାଏ । ଲୋକଡାଉନ ସମୟରେ ସେ ଅନେକ ନୂତନ ଖାଦ୍ୟ ପ୍ରସ୍ତୁତି ମଧ୍ୟ ଶିଖିଥିଲେ । ତାଙ୍କ ରୋଷେଇ ଘର ମଧ୍ୟ ସେହିପରି ଖୁବ୍ ସୁନ୍ଦର ।

ଅନନ୍ୟା ପାଣ୍ଡେ ନିଜର ଏହି ଫୋଟରେ ବାଥରୁମରେ ଛିଡ଼ା ହୋଇଥିବାର ଦେଖା ଯାଇଚନ୍ତି । ବ୍ରସ କରିବା ସମୟରେ ମଧ୍ୟ ମସ୍ତି ମୁଡ଼ରେ ନଜର ଆସିଛନ୍ତି । ଯେଉଁଥିରେ ସେ ଖୁବ ସୁନ୍ଦର ମଧ୍ୟ ଦେଖା ଯାଇଛନ୍ତି ।

ଅନନ୍ୟା ପାଣ୍ଡେଙ୍କ ଛାତ ଉପରେ ମଧ୍ୟ ଖୁବ୍ ସୁନ୍ଦର ଦୃଶ୍ୟ ଦେଖିବାକୁ ମିଳିଥାଏ । ଅନନ୍ୟା ପାଣ୍ଡେଙ୍କ ଘର ଉପରେ ଠିଆ ହେଲେ ମୁମ୍ବାଇର ସମୁଦ୍ର ବେଳାଭୂମି ସ୍ପଷ୍ଟ ଭାବରେ ନଜର ଆସିଥାଏ । ଖାସକରି ଆକର୍ଷଣୀୟ ସୂର୍ଯ୍ୟାସ୍ତ ଦେଖିବାକୁ ମିଳିଥାଏ ।

ଅନନ୍ୟା ପାଣ୍ଡେଙ୍କ ଘର ପ୍ରକୃତରେ ଖୁବ ସୁନ୍ଦର ଅଟେ । ପୁଣି ତାଙ୍କ ବାଲକନି ଏରିଆ ମଧ୍ୟ ସେହିପରି ଆକର୍ଷଣୀୟ । ଯାହାକି ଖୁବ୍ ବଡ଼ । ଅନନ୍ୟା ପାଣ୍ଡେଙ୍କ ଘରର ଆଉ ଯେତିକି ବାକି ଏରିଆ ଅଛି ସେସବୁ ମଧ୍ୟ ଖୁବ ଭଲ ଭାବରେ ଡିଜାଇନ କରାଯାଇଛି ।

କାଠର ଏକ ବଡ଼ କବାଟ ଏଠାରେ ଲଗା ଯାଇଛି । ସେଥିରେ ପୁଣି କାଚ ଲାଗିଛି , ଯେଉଁଥିରେ ଏକ ଗଛର ପ୍ରତିବିମ୍ବ ନଜର ଆସୁଛି । ନିଜ ଘରର ବାଲକନି ଏରିଆରେ ସେ ବ୍ଲାକ ଏବଂ ହ୍ଵାଇଟର ଟାଇଲ ଲଗାଇଛନ୍ତି । ଏହାବ୍ୟତୀତ କ୍ରିମସନ ଟ୍ରି ମଧ୍ୟ ଅନନ୍ୟା ନିଜ ଘରେ ରଖିଛନ୍ତି । ଅନନ୍ୟା ପାଣ୍ଡେ ଏହି ଫୋଟରେନାଲି ରଙ୍ଗର ଡ୍ରେସ୍ ପିନ୍ଧି ସେହି ସ୍ଥାନରେ ସୁନ୍ଦର ପୋଜ୍ ଦେଇଥିବାର ନଜର ଆସିଛନ୍ତି ।

ଅନନ୍ୟା ପାଣ୍ଡେଙ୍କ ବେଡ଼ରୁମ ମଧ୍ୟ ଖୁବ୍ ଆକର୍ଷକ ଅଟେ । ସେ ନିଜ ବେଡ଼ରୁମରେ କାଠର ଫର୍ଶ ଲଗାଇଛନ୍ତି । ତାଙ୍କ ରୁମର କାନ୍ଥରେ ଧଳା ରଙ୍ଗ ଲାଗିଛି । ଫୋଟରୁ ଏହା ସ୍ପଷ୍ଟ ଭାବରେ ନଜର ଆସୁଛି ଯେ ସେ ନିଜ ରୁମକୁ ଖୁବ୍ ସୁନ୍ଦର ଭାବରେ ସଜାଇ ରଖନ୍ତି ।

ଅନନ୍ୟା ପାଣ୍ଡେ ବୋଲିଉଡ଼ରେ ଏବେ ପର୍ଯ୍ୟନ୍ତ ତିନୋଟି ଫିଲ୍ମରେ କାମ କରିଛନ୍ତି । ଏହି ୩ଟି ଫିଲ୍ମ କରିବା ପରେ ସେ ୭୨ କୋଟି ଟଙ୍କାର ମାଲିକାଣୀ ହୋଇଛନ୍ତି । ଆଗାମୀ ଦିନରେ ମଧ୍ୟ ଅନନ୍ୟା ପାଣ୍ଡେଙ୍କୁ ଆହୁରି ଅନେକ ଫିଲ୍ମରେ କାମ କରିବାରେ ଦେଖାଯିବ ।

Leave a Reply

Your email address will not be published. Required fields are marked *