ଶନିବାର ଦିନ କେଉଁ କାର୍ଯ୍ୟ କରିବା ଉଚିତ ଓ କେଉଁ କାର୍ଯ୍ୟ କରିବା ଅନୁଚିତ ଅଟେ ! କଣ ଆପଣ ଜାଣନ୍ତି…. ଆସନ୍ତୁ ଜାଣିବ !

ଶନିବାର ଦିନ କେଉଁ କାର୍ଯ୍ୟ କରିବା ଉଚିତ ଓ କେଉଁ କାର୍ଯ୍ୟ କରିବା ଅନୁଚିତ ଅଟେ ! କଣ ଆପଣ ଜାଣନ୍ତି…. ଆସନ୍ତୁ ଜାଣିବ !

ଶନିବାରର ପ୍ରକୃତି ଅତ୍ୟନ୍ତ ଦାରୁଣ ଅଟେ । ଏହି ଦିନଟି ଭଗବାନ ଭୈରବ ଓ ଶନିଦେବଙ୍କ ପାଇଁ ଉଦ୍ଧିଷ୍ଟ ଅଟେ । ସମସ୍ତ ଦୁଃଖ ଏବଂ ସମସ୍ୟାରୁ ମୁକ୍ତି ପାଇବା ନିମନ୍ତେ ଶନିବାର ଦିନ ଉପବାସ ରହିବା ଉଚିତ । ଶନିଦେବ ଆମ ଜୀବନରେ ଭଲ କର୍ମ ନିମନ୍ତେ ପୁରସ୍କାର ଏବଂ ଖରାପ କର୍ମ ନିମନ୍ତେ ଦଣ୍ଡବିଧି ନିର୍ଦ୍ଧାରଣ କରନ୍ତି । କୁହାଯାଏ ଯେ, ଯେଉଁ ବ୍ୟକ୍ତିଙ୍କ ଜାତକରେ ଶନିଦେବଙ୍କ ସ୍ଥିତି ଭଲ ହୋଇଥାଏ, ସେହି ବ୍ୟକ୍ତି ରାଜପଦ ଏବଂ ରାଜସୁଖ ଉପଭୋଗ କରିଥାଏ । ତେବେ ଆସନ୍ତୁ ଜାଣିବା ଶନିବାର ଦିନ ଲାଲ୍ ପୁସ୍ତକ ଏବଂ ଜ୍ୟୋତିଷ ଶାସ୍ତ୍ର ଅନୁସାରେ କେଉଁ କାର୍ଯ୍ୟ କରିବା ଉଚିତ ଏବଂ କଣ କଣ ସବୁ କରିବା ଉଚିତ ନୁହେଁ ।

ଏହି ସମସ୍ତ କାର୍ଯ୍ୟ କରିବା ଉଚିତ :

୧. ବିଭୂତି, ଭସ୍ମ କିମ୍ବା ନାଲି ଚନ୍ଦନ ମଥାରେ ଲଗାଇବା ଶୁଭଦାୟକ ହୋଇଥାଏ ବୋଲି କୁହାଯାଏ ।

୨. ଶନିବର ଦିନ ଭୋଜନରେ ତେଲ ତ୍ୟାଗ କରନ୍ତୁ ।

୩. ଗୁରୁବାର ଓ ଶନିବାର ଏହି ଦୁଇ ଦିନକୁ ମନୁଷ୍ୟ କରିଥିବା ଭୁଲ ନିମନ୍ତେ କ୍ଷମା ପ୍ରାର୍ଥନା କରି ନିଜକୁ ସୁଧାରିବାର ଦିନ ରୂପେ ବିବେଚନା କରାଯାଇଥାଏ ।

୪. ଶନିବାର ଦିନ ପ୍ରଥମ ଯାତ୍ରା ପଶ୍ଚିମ କିମ୍ବା ଦକ୍ଷିଣ ଦିଗକୁ ଯାତ୍ରା କରିବା ଶୁଭଦାୟକ ବୋଲି କୁହାଯାଇଛି ।

୫. ଗୃହ ନିର୍ମାଣ କାର୍ଯ୍ୟ, ଵୈଷୟିକ କାର୍ଯ୍ୟ, ଅସ୍ତ୍ରୋପଚାର କିମ୍ବା ପରୀକ୍ଷା କାର୍ଯ୍ୟ ପାଇଁ ଏହା ଉପଯୁକ୍ତ ଦିନ ଅଟେ ।

୬. ପ୍ଲାଷ୍ଟିକ, ତେଲ, ପେଟ୍ରୋଲ, କାଠ, ସିମେଣ୍ଟ ଇତ୍ୟାଦି କ୍ରୟ ଓ ବିକ୍ରୟ କରିବା ମଧ୍ୟ ଏହି ଦିନଟି ଅତ୍ୟନ୍ତ ଶୁଭଦାୟକ ବୋଲି କୁହାଯାଇଛି ।

୭. ଶନିବାର ଦିନ କଦଳୀ ଗଛରେ ସନ୍ଧ୍ୟାରେ ପାଣି ଚଢାନ୍ତୁ ଏବଂ ତେଲର ଏକ ଦୀପ ଜାଳନ୍ତୁ । ଏହିପରି ଅତିକମରେ ୧୧ଟି ଗୋଟି ଶନିବାର ଲଗାତାର ଭାବରେ କରନ୍ତୁ ।

୮. ଭୈରବ ମହାରାଜଙ୍କୁ ଉପାସନା କରନ୍ତୁ । ଶନିବାର ଦିନ କୌଣସି ମଧ୍ୟ ଭୈରବ ମନ୍ଦିରରେ ସୁରା ଅର୍ପଣ କରନ୍ତୁ ।

୯. କାଉମାନଙ୍କୁ ପ୍ରତିଦିନ ଖାଇବାକୁ ଦିଅନ୍ତି । ବିଶେଷ କରି ଶନିବାର ଦିନ କାଉକୁ ରୁଟି କିମ୍ବା କାଉ ଖାଉଥିବ ଏପରି କିଛିଖାଦ୍ୟ ଦ୍ରବ୍ୟ କାଉ ଖାଇବାକୁ ଦିଅନ୍ତୁ ।

୧୦. ଅନ୍ଧ, ଭିନ୍ନକ୍ଷମ, ସେବକ ଏବଂ ସଫେଇ କର୍ମଚାରୀମାନଙ୍କୁ ଭଲ ବ୍ୟବହାର କରନ୍ତୁ ଏବଂ ସେମାନଙ୍କୁ ନିଜ ଶକ୍ତି ଅନୁସାରେ କିଛି ଦାନ କରନ୍ତୁ । ଯଦି ସମ୍ଭବ ହୁଏ ତେବେ ଜୋତା ଦାନ କରନ୍ତୁ ।

୧୧. ଶନିବାର ଦିନ ଏକ ପିତ୍ତଳ ପାତ୍ରରେ ସୋରିଷ ତେଲ ଏବଂ ମୁଦ୍ରା ରଖି ସେଥିରେ ନିଜ ଛାଇର ପ୍ରତିଫଳନ ଦେଖନ୍ତୁ ଏବଂ ତେଲ ମାଗୁଥିବା ବ୍ୟକ୍ତିଙ୍କୁ ଦିଅନ୍ତୁ କିମ୍ବା ଏକ ପାତ୍ରରେ ତେଲ ନେଇ କୌଣସି ମଧ୍ୟ ଶନିମନ୍ଦିରରେ ଦେଇଆସନ୍ତୁ । ଏହିପରି ଅତି କମରେ ପାଞ୍ଚଟି ଶନିବାର କରିବେ, ତେବେ ଆପଣଙ୍କର ଜାତକରେ ଶନିଙ୍କ କ୍ରୋଧର ପ୍ରଭାବ କମିଯିବ ଏବଂ ଶନିଦେବଙ୍କ କୃପା ପ୍ରାପ୍ତ କରିବେ ।

ଏହି କାର୍ଯ୍ୟ କରନ୍ତୁ ନାହିଁ :

୧୨. ଶନିବାର ଦିନ ମଦ୍ୟପାନ କରିବା ସବୁଠାରୁ ମାରାତ୍ମକ ବୋଲି ବିବେଚନା କରାଯାଇଛି । ଏହାଦ୍ୱାରା ଆପଣଙ୍କ ହସଖୁସି ଜୀବନରେ ଦୁଃଖର ଜୁଆର ମାଡ଼ି ଆସିବାର ସମ୍ଭାବନା ରହିଛି ।

୧୩. ଶନିବାର ଦିନ ପୂର୍ବ, ଉତ୍ତର ଏବଂ ଐଶାନ୍ୟ ଦିଗରେ ଯାତ୍ରା କରିବା ଉଚିତ ନୁହେଁ ।

୧୪. ପୁଅକୁ ଶନିବାର ଦିନ ଶ୍ଵଶୁର ଘରକୁ ପଠାଇବା ଉଚିତ ନୁହେଁ ।

୧୫. ଶନିବାର ଦିନ ତେଲ, କାଠ, କୋଇଲା, ଲୁଣ, ଲୁହା କିମ୍ବା ଲୁହା ନିର୍ମିତ ଜିନିଷ କ୍ରୟ କରି ଆଣିବା ଉଚିତ ନୁହେଁ ଅନ୍ୟଥା ବିନା କାରଣରେ ବାଧା ଉତ୍ପନ୍ନ ହୋଇପାରେ ଏବଂ ଅଚାନକ ଦୁଃଖକଷ୍ଟ ଭୋଗିବାକୁ ପଡିବ ।

Leave a Reply

Your email address will not be published. Required fields are marked *