ୟୁବରାଜ ସିଂହଙ୍କ ପିତା ବିବାଦୀୟ ଉକ୍ତି ! କହିଲେ – “ଔରଙ୍ଗଜେବଙ୍କ ଭଳି ବିଜେପି ନେତାଙ୍କ କବର ଉପରେ ଛେପ ପକାଇବେ ଲୋକେ” !

ୟୁବରାଜ ସିଂହଙ୍କ ପିତା ବିବାଦୀୟ ଉକ୍ତି ! କହିଲେ – “ଔରଙ୍ଗଜେବଙ୍କ ଭଳି ବିଜେପି ନେତାଙ୍କ କବର ଉପରେ ଛେପ ପକାଇବେ ଲୋକେ” !

ଭାରତର ଲୋକପ୍ରିୟ କ୍ରିକେଟର୍ ରହିଥିବା ୟୁବରାଜ ସିଂହଙ୍କ ପିତା ୟୋଗରାଜ ସିଂହ ମଧ୍ୟ ବର୍ତ୍ତମାନ କୃଷକ ଆନ୍ଦୋଳନଙ୍କ ସମର୍ଥନରେ ଆଗେଇ ଆସିଛନ୍ତି ଏବଂ ସେ ମୋଦି ସରକାରଙ୍କ ଉପରେ ଆକ୍ରମଣାତ୍ମକ ବିବୃତ୍ତି ଦେଇଛନ୍ତି । ୟୋଗରାଜ ସିଂହ କେନ୍ଦ୍ର ସରକାରଙ୍କ କୃଷି ନିୟମକୁ ବିରୁଦ୍ଧ ପ୍ରଦର୍ଶନ କରୁଥିବା କୃଷକଙ୍କ ମଧ୍ୟରେ ପହଞ୍ଚିଥିଲେ ଓ ତାଙ୍କୁ ନିଜ ସମର୍ଥନ ଜଣାଇଲେ । ଏଥିସହ ୟୋଗରାଜ ଏହାକୁ ନେଇ ଏକ ଭାଷଣ ମଧ୍ୟ ଦେଇଛନ୍ତି । ଯେଉଁଥିରେ ସେ ଅନେକ ବିବୃତ୍ତି ଦେଇଥିଲେ, ଯାହା ଅତ୍ୟନ୍ତ ବିବାଦୀୟ ଅଟେ ।

ନିଜ ଭାଷଣରେ ୟୋଗରାଜ କହିଛନ୍ତି ଯେ, “ମୁଁ ଆପଣଙ୍କୁ କହିବାକୁ ଚାହେଁ ଯେ ପଞ୍ଜାବୀମାନେ ଦିଲ୍ଲୀରେ ୧୮ଥର ବିଜୟ ପ୍ରାପ୍ତ କରିଛନ୍ତି । ବର୍ତ୍ତମାନ ୧୯ଥର ମଧ୍ୟ ଆମେ ଦିଲ୍ଲୀ ଜିତିପାରିବା । ଆମକୁ ଏଠାକୁ ଆଣି ଛିଡ଼ା କରନ୍ତୁ ନାହିଁ । ଆପଣଙ୍କ ଗୁଳି ଶେଷ ହୋଇଯିବ କିନ୍ତୁ ନିଜ ଛାତିରେ ଗୁଳି ଖାଉଥିବା ପଞ୍ଜାବୀମାନେ ଆସିବା କମ୍ ହେବ ନାହିଁ । ଯଦି ଆପଣ ଗୋଟିଏ ମଧ୍ୟ ଗୁଳି ଚଳାଇବେ, ତେବେ ଆପଣଙ୍କୁ ସେପରି ଭାବରେ ଫୋଫାଡ଼ି ଦିଆଯିବ ଯେପରିକି ମୋଗଲମାନଙ୍କୁ ହଟା ଯାଇଥିଲା । କିଏ ବା ଜାଣିଛି, ଅମିତ ଶାହଙ୍କ ନିକଟରେ ଆଉ କେତେ ଦିନ ରହିଛି ?”

ପ୍ରଧାନମନ୍ତ୍ରୀ ମୋଦି-ଶାହଙ୍କୁ ଦେଲେ ଧମକ…

କେନ୍ଦ୍ରୀୟ ଗୃହମନ୍ତ୍ରୀ ଅମିତ ଶାହ ଉପରେ ଅଭିଯୋଗ କରି ୟୋଗରାଜ କହିଛନ୍ତି ଯେ, ପ୍ରଥମେ ଅମିତ ଶାହଙ୍କ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଶିଖ ସୁରକ୍ଷା କର୍ମୀ ମଧ୍ୟ ଥିଲେ କିନ୍ତୁ ଶାହ ପରେ ତାଙ୍କୁ ହଟେଇ ଦେଇଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଗୃହମନ୍ତ୍ରୀ ଅମିତ ଶାହକୁ ନେଇ ସେ କହିଛନ୍ତି ଯେ, ଦୁଇଟି ନେତା “ନିଜ ବନ୍ଧୁ” ଅମ୍ବାନୀ-ଅଡ଼ାନଙ୍କୁ ପଞ୍ଜାବକୁ ଆଣି ଦେଖାନ୍ତୁ, ପରେ ଆମେ ଦେଖିବୁ ଯେ, ସେମାନେ କିପରି ଏଠାରୁ ଫେରି ଯିବେ ?

ୟୋଗରାଜ ସିଂହ କ୍ରୋଧଭରା ସ୍ୱରରେ କହିଛନ୍ତି ଯେ ଗୁଜୁରାଟର ଅଧିବାସୀମାନେ ଏପରି ହୋଇଥାନ୍ତି ଯେଉଁମାନେ ନିଜ ମାଁ-ଭଉଣୀଙ୍କ ଶପଥ ନେବା ସତ୍ତ୍ୱେ ମଧ୍ୟ ନିଜକଥାରୁ ଓହରି ଯାଇଥାନ୍ତି । ଅନ୍ୟ ଭାଷାରେ କରହିବାକୁ ଗଲେ ୟୋଗରାଜ ସିଧାସଳଖ ଏହି କଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଅମିତ ଶାହଙ୍କୁ ଆକ୍ଷେପ କରି କହୁଛନ୍ତି । କୃଷକମାନଙ୍କ ମଧ୍ୟରେ ଛିଡ଼ା ହୋଇ ୟୋଗରାଜ ତାଙ୍କୁ କହିଛନ୍ତି ଯେ ତାଙ୍କ ବିରୁଦ୍ଧରେ ଆଉ ଏକ “ଜେନେରାଲ ସିଂହ ଭିଣ୍ଡରବାଲା”ଙ୍କୁ ଉତ୍ପନ କରିବାକୁ ପଡିବ ।

ୟୁବରାଜ ସିଂହଙ୍କ ପିତା ୟୋଗରାଜ ସିଂହ ଏକ ପଞ୍ଜାବୀ ଚ୍ୟାନେଲ ସହିତ ମଧ୍ୟ କଥାବାର୍ତ୍ତା କରିଛନ୍ତି । ସେ ଚ୍ୟାନେଲ ସହିତ କଥାବାର୍ତ୍ତା କରୁଥିବା ସମୟରେ ପ୍ରଧାନମନ୍ତ୍ରୀଙ୍କୁ ଆକ୍ଷେପ କରି କହିଥିଲେ ଯେ, “ଯେଉଁମାନେ ଯେପରି ମଞ୍ଜି ବୁଣିବେ, ସେପରି ଫଳ ହିଁ ପାଇବ ।” ତାଙ୍କୁ ପ୍ରଶ୍ନ କରାଯାଇଥିଲା ଯେ ‘କୃଷକ ଆନ୍ଦୋଳନ’ରେ ଇନ୍ଦିରା ଗାନ୍ଧୀଙ୍କ ହତ୍ୟାକୁ ସ୍ମରଣ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧମକ ଦିଆଯାଇଛି । ଏହା ଉପରେ ୟୋଗରାଜ ସିଂହଙ୍କ ପିତା ହିଂସାର ସମର୍ଥନ କରୁଥିବାର ମଧ୍ୟ ନଜର ଆସିଛନ୍ତି ।

କୃଷକ ଆନ୍ଦୋଳନକୁ ୟୋଗରାଜ ସିଂହ ଭାବନାର ଲଢେଇ ବୋଲି କହିଛନ୍ତି ଓ ଏହା ମଧ୍ୟ କହିଛନ୍ତି ଯେ ଏପରି ବିବୃତ୍ତି ସାମ୍ନାକୁ ଆସିବା ଉଚିତ ନୁହେଁ; ଯେଉଁଥିରୁ କି ଭାରତର ଅଖଣ୍ଡତା ପ୍ରତି ବିପଦ ସୃଷ୍ଟି ହୋଇପାରେ କିମ୍ବା ଏହିପରି ବିବୃତ୍ତି ଦ୍ଵାରା ଦେଶ ବିଭାଜିନ ମଧ୍ୟ ହୋଇପାରେ । ମୋଦି ସରକାରଙ୍କୁ ଆକ୍ଷେପ କରି ୟୋଗରାଜ କହିଛନ୍ତି ଯେ, ମୋଗଲ ବାଦଶାହ ବାବର, ଔରଙ୍ଗଜେବ ଓ ଇଂରେଜଙ୍କ ଠାରୁ ବର୍ତ୍ତମାନର ସରକାର ଅଧିକ ନିଷ୍ଠୁରତା ଓ ଅତ୍ୟାଚାର କରୁଛନ୍ତି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଭାରତୀୟ ଜନତା ପାର୍ଟିର ନେତାଙ୍କ ଉପରେ ୟୋଗରାଜ ସିଂହ କଠୋର ଭାବରେ ନିଜର ବିବୃତ୍ତିରେ କହିଛନ୍ତି ଯେ, ‘ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଭାଜପାର ସମସ୍ତ ନେତାଙ୍କ ଚେହେରା ଦେଖିଛନ୍ତି ? ସେମାନଙ୍କ ଚେହେରା ଆସୁରିକ ସ୍ଵଭାବ ଭଳି ଜଣାପଡୁଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୋଧହୁଏ ଏହା ବିଷୟରେ ଜାଣନ୍ତି ନାହିଁ ଯେ, ଭଗବାନ ଓ ରାକ୍ଷସ ଦୁହେଁ ଏକାଠି ରହିପାରନ୍ତି ନାହିଁ ।

ପ୍ରଧାନମନ୍ତ୍ରୀ ତଥା ବିଜେପି ନେତାମାନଙ୍କ ବିରୋଧରେ ୟୋଗରାଜ ସିଂହ ବିବାଦୀୟ ଭାଷଣ ଦେଇଛନ୍ତି । ସେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦୀ, ସରକାରୀ ମନ୍ତ୍ରୀ ଏବଂ RSS ନେତାଙ୍କ କବର ସହିତ ଏପରି ବ୍ୟବହାର ପ୍ରଦର୍ଶନ ହେବ ଯେପରିକି ଔରଙ୍ଗଜେବଙ୍କ କବର ସହିତ ହୋଇଥିଲା । ଲୋକମାନେ ସେମାନଙ୍କର କବର ଉପରେ ଛେପ ପକାଇବେ ।

ଏକ ସ୍ଥାନୀୟ ସମାଚାର ଚ୍ୟାନେଲ ସହିତ କଥାବାର୍ତ୍ତା କରୁଥିବା ସମୟରେ ୟୋଗରାଜ ସିଂହ ଦିଲ୍ଲୀର ସିଲ୍ କରାଯାଇଥିବା ସୀମାକୁ ନେଇ କହିଛନ୍ତି ଯେ ଦିଲ୍ଲୀ ସୀମାର ସୁରକ୍ଷାବଳ ଓ ପୋଲିସକୁ ହଟାଇ ଦିଆଯାଉ । ଯଦି ସାହସ ଅଛି; ତେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକୁଟିଆ ଆସି ଦେଖନ୍ତୁ । ପରେ ଦେଖିବା କଣ ହେଉଛି !

ମଙ୍ଗଳବାର ଦିନ ବୈଠକ ଅସମ୍ପୂର୍ଣ୍ଣ ରହିଲା, ପୁଣିଥରେ ହେବ ଆଲୋଚନା…

ଆସନ୍ତୁ ଜାଣିବା ମଙ୍ଗଳବାର ଦିନ କୃଷି ମନ୍ତ୍ରୀ, ରେଳମନ୍ତ୍ରୀ ଏବଂ ମୋଦୀ ସରକାରଙ୍କ ଅନ୍ୟ ଜଣେ ମନ୍ତ୍ରୀ ଦିଲ୍ଲୀର ଭିଗାନ ଭବନରେ ୩୫ ଜଣିଆ କୃଷକ ପ୍ରତିନିଧୀଙ୍କ ସହ ଏକ ବୈଠକରେ ଆଲୋଚନା ହୋଇଥିଲା । ତଥାପି ଏହି ବୈଠକର ବାର୍ତ୍ତାଳାପର କୌଣସି ଉପଯୁକ୍ତ ନିଷ୍ପତ୍ତି ହୋଇପାରିନଥିଲା ।

ବୈଠକ ପରେ କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର କହିଛନ୍ତି ଯେ ପୁଣିଥରେ କୃଷକଙ୍କ ସହ ଆଲୋଚନା ହେବ । ଆଶା କରାଯାଉଛି ଆଗାମୀ ବୈଠକରେ କୃଷକଙ୍କ ସମସ୍ୟାର ସମାଧାନ ହୋଇପାରିବ ।

Leave a Reply

Your email address will not be published. Required fields are marked *