୯୮ ବର୍ଷରେ ଇହଲୀଳା ସମ୍ବରଣ କଲେ “MDH ମସଲା”ର ମାଲିକ (CEO) ମହାଶୟ ଧରମପାଳ !

୯୮ ବର୍ଷରେ ଇହଲୀଳା ସମ୍ବରଣ କଲେ “MDH ମସଲା”ର ମାଲିକ (CEO) ମହାଶୟ ଧରମପାଳ !

୯୮ ବର୍ଷ ବୟସରେ ତାଙ୍କ ନିକଟରେ ପଦ୍ମଭୂଷଣ ମଧ୍ୟ ଥିଲା ଏବଂ ଲକ୍ଷ୍ମୀ ମଧ୍ୟ ଥିଲା । FMCG ସେକ୍ଟରର ସବୁଠାରୁ ଅଧିକ ଦରମା ପାଉଥିବା CEO ଥିଲେ MDH ଗ୍ରୁପର ଧରମପାଳ ଗୁଲାଟି (Dharampal Gulati) । ଯେତେବେଳେ ପଦ୍ମଭୂଷଣ ଉପାଧିରେ ସମ୍ମାନିତ ହେବାର ଘୋଷଣା ହୋଇଥିଲା, ତାଙ୍କ ନିକଟକୁ ଫୋନ ମାଧ୍ୟମରେ ଶୁଭେଚ୍ଛାର ଅନେକ ବାର୍ତ୍ତା ଆସିଥିଲା । ଭାରତ ଓ ପାକିସ୍ତାନ ବିଭାଜନ ପରେ, ପାକିସ୍ତାନରୁ ଭାରତକୁ ଆସିଥିବା ୯୮ ବର୍ଷୀୟ ମହାଶୟ ଧରମପାଳଙ୍କର ସଙ୍ଘର୍ଷମୟ ଜୀବନର କାହାଣୀ ଅତ୍ୟନ୍ତ ଆକର୍ଷଣୀୟ ରହିଛି ।

MDH ମସଲା ବର୍ତ୍ତମାନ ସୁଦ୍ଧା ସମଗ୍ର ଦେଶରେ ଲୋକପ୍ରିୟତା ରହିଛି । ଏହି ମସଲା କମ୍ପାନୀର ମାଲିକ ମହାଶୟ ଧରମପାଲ ଗୁଲାଟି ବର୍ତ୍ତମାନ ଚିର ଦିନ ପାଇଁ ଦୁନିଆରୁ ବିଦାୟ ନେଇଛନ୍ତି । ଆଜି (ଡିସେମ୍ବର ୩) ସକାଳ ୫.୩୮ ମିନିଟରେ ତାଙ୍କର ଦେହାନ୍ତ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୯୮ ବର୍ଷ ବୟସ ହୋଇଥିଲା । ସେ ଦିଲ୍ଲୀର ମାତା ଚନ୍ଦନ ଦେବୀ ହସ୍ପିଟାଲରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ ।

ମହାଶୟ ଧରମପାଳ ବିଗତ ଦିନରେ କରୋନା ସଂକ୍ରମଣର ଶିକାର ହୋଇଯାଇଥିଲେ । ତଥାପି ସେ ଏହି ମହାମାରୀ କରୋନାର ଯୁଦ୍ଧରୁ ବିଜୟ ପ୍ରାପ୍ତ କରିଥିଲେ । କିନ୍ତୁ ବର୍ତ୍ତମାନ ହୃଦଘାତରେ ତାଙ୍କର ମୃତ୍ୟୁ ଘଟିଛି । ଧର୍ମପାଲା ଗୁଲାଟି MDH ପ୍ରସଙ୍ଗରେ ପ୍ରତ୍ୟେକ ବିଜ୍ଞାପନରେ ନିଜର ଆସିଥିବାର ଦେଖିବାକୁ ମିଳିଥିଲା । ଏହି କାରଣରୁ ସେ ସାଧାରଣ ଜନତାଙ୍କ ମଧ୍ୟରେ ମଧ୍ୟ ବେଶ୍ ଲୋକପ୍ରିୟ ହୋଇପାରିଥିଲେ ।

ମହାଶୟ ଧରମପାଲ ଗୁଲାଟି ୧୯୨୩ ମସିହା ମାର୍ଚ୍ଚ ମାସ ୨୭ ତାରିଖରେ ପାକିସ୍ତାନର ସିଆଲକୋଟରେ ଜନ୍ମଗ୍ରହଣ କରିଥିଲେ । ସେଠାରେ (ପାକିସ୍ତାନର ସିଆଲକୋଟ) ସେ ତାଙ୍କର ବ୍ୟବସାୟ ଆରମ୍ଭ କରିଥିଲେ । ଯଦିଓ ତାଙ୍କ ପିତା ଭାରତ ପାକିସ୍ଥାନ ବିଭାଜନ ପୂର୍ବରୁ ଏହି ବ୍ୟବସାୟ ଆରମ୍ଭ କରିଥିଲେ, କିନ୍ତୁ ପରେ ଧରମପାଲ ଏହି ବ୍ୟବସାୟକୁ ଉନ୍ନତର ଚରମ ଶିଖରରେ ପହଞ୍ଚାଇଥିଲେ ।

ଯେତେବେଳେ ଧରମପାଲ ଗୁଲାଟି ଭାରତ ଆସିଥିଲେ, ତାଙ୍କ ପକେଟରେ ମାତ୍ର ୧୫୦୦ ଟଙ୍କା ଥିଲା । ଏଭଳି ପରିସ୍ଥିତିରେ ନିଜ ପରିବାରର ଜୀବିକା ନିର୍ବାହ ପାଇଁ ଟାଙ୍ଗା (ଘୋଡା ଦ୍ଵାରା ଟଣା ଯାଉଥିବା ରିସ୍କା) ଚଳାଇବା ଆରମ୍ଭ କରିଥିଲେ । କିନ୍ତୁ ନିଜ କର୍ତ୍ତବ୍ୟ ଓ କର୍ମ ଦ୍ଵାରା ପରବର୍ତ୍ତୀ ସମୟରେ ସେ ଏତେ ସଞ୍ଚୟ କରିଥିଲେ ଯେ ଦିଲ୍ଲୀର କରୋଲବାଗ ସ୍ଥିତ ଅଜମଲ୍ ଖାନ୍ ରୋଡରେ ଏକ ମସଲା ଦୋକାନ ଖୋଲିଥିଲେ ।

ଖୁବ୍ ଶୀଘ୍ର ତାଙ୍କର ଛୋଟ ଦୋକାନ ଏକ ବଡ କମ୍ପାନୀରେ ପରିଣତ ହୋଇପାରିଥିଲା । ବର୍ତ୍ତମାନ ଦୁବାଇରେ ତାଙ୍କର ୧୮ଟି ମସଲା କାରଖାନା ରହିଛି । ଏହି କମ୍ପାନୀରେ ସେମାନଙ୍କର ୬୨ଟି ମସଲା ସାମଗ୍ରୀ ଉତ୍ପାଦନ କରାଯାଉଛି, ଯାହା ବିଶ୍ଵବ୍ୟାପୀ ବିତରଣ କରାଯାଏ ।

ଧରମପାଲ ଗୁଲାଟି ଦୁନିଆର ସର୍ବ ପୁରାତନ ବିଜ୍ଞାପନ ତାରକା ଥିଲେ । ସେ ତାଙ୍କ ବେତନର ୯୦ ପ୍ରତିଶତ ଦାନ କରିଦେଉଥିଲେ । ତାଙ୍କ ଟଙ୍କାରେ ୨୦ଟି ସ୍କୁଲ ଏବଂ ଗୋଟିଏ ଡାକ୍ତରଖାନା ଚାଲୁଥିଲା । ୨୦୧୮ ସୁଦ୍ଧା ସେ ୨୫ କୋଟି ଟଙ୍କା ଦରମା ପାଉଥିଲେ ।

ମହାଶୟ ଧରମପାଲ ଗୁଲାଟିଙ୍କ ଦେହାନ୍ତ ପରେ ସୋସିଆଲ ମିଡିଆରେ ତାଙ୍କ ଆତ୍ମାର ଶାନ୍ତି ପାଇଁ ୟୁଜର୍ସ ଓ ତାଙ୍କର ପ୍ରଶଂସକମାନେ ପ୍ରାର୍ଥନା କରୁଛନ୍ତି । ସାଧାରଣ ଜନତାଙ୍କ ଠାରୁ ଆରମ୍ଭ କରି ମହାନ ବ୍ୟକ୍ତିଙ୍କ ପର୍ଯ୍ୟନ୍ତ ତାଙ୍କ ମୃତ୍ୟୁକୁ ନେଇ ଦୁଃଖ ପ୍ରକାଶ କରୁଛନ୍ତି । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଟ୍ୱିଟ୍ କରି କହିଛନ୍ତି ଯେ ଧରମପାଲଜୀ ଜଣେ ପ୍ରେରଣାଦାୟକ ବ୍ୟକ୍ତି ଥିଲେ । ସେ ନିଜ ଜୀବନକୁ ସମାଜ ପାଇଁ ଉତ୍ସର୍ଗ କରିଥିଲେ । ଭଗବାନ ତାଙ୍କ ଆତ୍ମାକୁ ​​ଶାନ୍ତି ପ୍ରଦାନ କରନ୍ତୁ ।

Leave a Reply

Your email address will not be published. Required fields are marked *