ପ୍ରଥମ ସ୍ୱାମୀଙ୍କ ଠାରୁ ଛାଡପତ୍ର ପରେ ୧୨ ବର୍ଷ ସାନ କ୍ରିଷ୍ଣାଙ୍କ ପ୍ରେମ ଜାଲରେ ପଡିଥିଲେ କାଶ୍ମୀରା ! ଏପରି ଆରମ୍ଭ ହୋଇଥିଲା ପ୍ରେମ କାହାଣୀ…

ପ୍ରଥମ ସ୍ୱାମୀଙ୍କ ଠାରୁ ଛାଡପତ୍ର ପରେ ୧୨ ବର୍ଷ ସାନ କ୍ରିଷ୍ଣାଙ୍କ ପ୍ରେମ ଜାଲରେ ପଡିଥିଲେ କାଶ୍ମୀରା ! ଏପରି ଆରମ୍ଭ ହୋଇଥିଲା ପ୍ରେମ କାହାଣୀ…

ବଲିଉଡ ଅଭିନେତ୍ରୀ କାଶ୍ମୀରା ଶାହା ଇଣ୍ଡଷ୍ଟ୍ରିରେ ନିଜର ହଟ ଏବଂ ବୋଲ୍ଡ ଷ୍ଟାଇଲ୍ ଯୋଗୁଁ ସର୍ବଦା ଚର୍ଚ୍ଚାରେ ରହିଆସିଛନ୍ତି । ଆଜି କାଶ୍ମୀରା ତାଙ୍କର ୪୯ ତମ ଜନ୍ମଦିନ ପାଳନ କରୁଛନ୍ତି। କାଶ୍ମୀରା ଶାହା ୨ ଡିସେମ୍ବର ୧୯୭୧ ରେ ମୁମ୍ବାଇରେ ଜନ୍ମଗ୍ରହଣ କରିଥିଲେ। କାଶ୍ମୀରା ପ୍ରାୟତଃ ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ରହିଥାନ୍ତି ।

କାଶ୍ମୀରା ଶାହା ତାଙ୍କ ବିବାହକୁ ନେଇ ବହୁତ ଚର୍ଚ୍ଚାରେ ରହିଆସିଛନ୍ତି ଏବଂ ଏବେ ମଧ୍ୟ ଅଛନ୍ତି । ଆଜି ଯେଉଁଠାରେ ସେ ପ୍ରସିଦ୍ଧ ହାସ୍ୟ ଅଭିନେତା କୃଷ୍ନା ଅଭିଷେକଙ୍କୁ ବିବାହ କରିଥିଲେ, ଏହାପୂର୍ବରୁ ତାଙ୍କର ସମ୍ପର୍କ ଅନ୍ୟ କାହା ସହ ଥିଲା। ଆଜି, ତାଙ୍କର ୪୯ତମ ଜନ୍ମଦିନର ବିଶେଷ ଉତ୍ସବରେ, ଆସନ୍ତୁ ତାଙ୍କର କିଛି ବିଶେଷ ଏବଂ ରୋଚକ କଥା ବିଷୟରେ ଆପଣଙ୍କୁ ଅଵଗତ କରାଉଛୁ ।

କାଶ୍ମୀରା ଶାହା ହିନ୍ଦୀ ସହ ମରାଠୀ ଚଳଚ୍ଚିତ୍ରରେ ମଧ୍ୟ କାମ କରିଛନ୍ତି। କାଶ୍ମୀରା ଶାହା ପ୍ରଥମେ ୨୦୦୨ରେ ହଲିଉଡ ନିର୍ମାତା ବ୍ରେଡ ଲିସରମ୍ୟାନଙ୍କୁ ବିବାହ କରିଥିଲେ । କିନ୍ତୁ ଏହି ସମ୍ପର୍କ ବେଶି ଦିନ ତିଷ୍ଠି ପାରିନଥିଲା ।

୫ବର୍ଷ ପରେ ଅର୍ଥାତ ୨୦୦୭ ମସିହାରେ, କାଶ୍ମୀରା ବ୍ରାଡଙ୍କୁ ଛାଡପତ୍ର ଦେଇଥିଲେ । ଏହା ପରେ କାଶ୍ମୀର ପୁଣିଥରେ ତାଙ୍କ କ୍ୟାରିୟର ଉପରେ ଧ୍ୟାନ ଦେବା ଆରମ୍ଭ କରିଥିଲେ ।

ଛାଡପତ୍ର ପରେ କାଶ୍ମୀରାଙ୍କୁ ଚଳଚ୍ଚିତ୍ର ମିଳିବା ମଧ୍ୟ ଆରମ୍ଭ ହୋଇଯାଇଥିଲା ଏବଂ ତାଙ୍କ କ୍ୟାରିୟର ଭଲ ସମୟ ଆରମ୍ଭ ହୋଇଯାଇଥିଲା । ଏହି ସମୟରେ କାଶ୍ମୀରା ହାସ୍ୟ ଅଭିନେତା କୃଷ୍ନା ଅଭିଷେକଙ୍କୁ ଭେଟିଥିଲେ। ଉଭୟଙ୍କର ପ୍ରଥମ ଥର ପାଇଁ ‘ଗୋଲାପୀ ନଗରୀ’ ଜୟପୁରରେ ସାକ୍ଷାତ ହୋଇଥିଲା । ଏଠାରେ ଫିଲ୍ମ ‘ଔର ପପୁ ପାସ୍ ହୋ ଗୟା’ ସୁଟିଂ କରାଯାଉଥିଲା ଏବଂ ଏହି ସମୟ ମଧ୍ୟରେ ଦୁହିଁଙ୍କର ସାକ୍ଷାତ ହୋଇଥିଲା। କାଶ୍ମୀରାଙ୍କ ପାଇଁ କୃଷ୍ଣଙ୍କ ହୃଦୟରେ ଏକ ସ୍ଵତନ୍ତ୍ର ସ୍ଥାନ ସୃଷ୍ଟି ହୋଇଥିଲା ।

ନିଜ ହୃଦୟରେ କାଶ୍ମୀରାଙ୍କ ପାଇଁ ସ୍ଥାନ ସୃଷ୍ଟି କରିଥିବା କୃଷ୍ନାଙ୍କୁ କାଶ୍ମୀରା ବିବାହିତ ଥିବା କଥା ହଜମ ହେଉନଥିଲା, କାଶ୍ମୀରା ତାଙ୍କ ସ୍ୱାମୀଙ୍କୁ ଛାଡପତ୍ର ଦେଇଥିବା କଥା ଜାଣିବା ପରେ ସେ କାଶ୍ମୀରଙ୍କ ପ୍ରତି ଅଧିକ ଆଗ୍ରହ ପ୍ରକାଶ କରିବାକୁ ଲାଗିଥିଲେ। ।

ଆପଣଙ୍କୁ କହିରଖୁଛୁ ଯେ ଯେତେବେଳେ କାଶ୍ମୀରା ତାଙ୍କ ପ୍ରଥମ ସ୍ୱାମୀ ବ୍ରାଡଙ୍କଠାରୁ ଅଲଗା ହେଇଥିଲେ, ସେତେବେଳେ ତାଙ୍କ ପାଇଁ ସେହି ସମୟ ବହୁତ କଷ୍ଟସାଧ୍ୟ ଥିଲା, କିନ୍ତୁ କୃଷ୍ନା ଏହି ସମୟରେ କାଶ୍ମୀରାଙ୍କ ବହୁତ ସାହାଯ୍ୟ କରିଥିଲା ।

କାଶ୍ମୀରା ଏବଂ କୃଷ୍ନା ନିକଟତର ହେବା ପାଇଁ ଏହା ଉପଯୁକ୍ତ ସମୟ ଥିଲା। ଯେଉଁଠି କୃଷ୍ନା କାଶ୍ମୀରକୁ ପସନ୍ଦ କରୁଥିଲେ, କାଶ୍ମୀରା ମଧ୍ୟ କୃଷ୍ନାଙ୍କ ପ୍ରତି ଆଗ୍ରହ ପ୍ରକାଶ କରିବା ଆରମ୍ଭ କରିଥିଲେ ଏବଂ ବର୍ତ୍ତମାନ ଉଭୟ ନିଜ ବୟସର ବ୍ୟବଧାନ ଦେଖିବା ଛାଡି ୨୦୧୨ ରେ ବିବାହ କରିବାକୁ ସ୍ଥିର କରିଥିଲେ। ଏହି ବର୍ଷ ଦୁହେଁ ବିବାହ କରିଥିଲେ ।

ଆପଣଙ୍କୁ କହିରଖୁଛୁ ଯେ,ଆଜି କାଶ୍ମୀରଙ୍କୁ ୪୯ ବର୍ଷ ବୟସ ହୋଇଥିବାବେଳେ କୃଷ୍ନା ଅଭିଷେକଙ୍କୁ ଏହି ସମୟରେ ୩୭ ବର୍ଷ ବୟସ ହୋଇଛି। ଉଭୟଙ୍କ ମଧ୍ୟରେ ୧୨ ବର୍ଷ ବୟସର ବ୍ୟବଧାନ ଅଛି। ଏହା ସତ୍ତ୍ୱେ ଦୁହିଁଙ୍କୁ ଇଣ୍ଡଷ୍ଟ୍ରିର ପ୍ରସିଦ୍ଧ ଯୋଡି ଲିଷ୍ଟରେ ଗଣାଯାଏ ।

Leave a Reply

Your email address will not be published. Required fields are marked *