ବିନା ପଇସା ଖର୍ଚରେ ଆପଣଙ୍କୁ ମିଳିବ ୩୬,୦୦୦ଟଙ୍କା ! କେବଳ କରିବାକୁ ହେବ ରେଜିଷ୍ଟ୍ରେସନ୍…

ବିନା ପଇସା ଖର୍ଚରେ ଆପଣଙ୍କୁ ମିଳିବ ୩୬,୦୦୦ଟଙ୍କା ! କେବଳ କରିବାକୁ ହେବ ରେଜିଷ୍ଟ୍ରେସନ୍…

କେନ୍ଦ୍ର ସରକାର ଚାଷୀଙ୍କ ପାଇଁ ଏକାଧିକ ନୂଆ ଯୋଜନା ଆଣିଛନ୍ତି । କୃଷକମାନଙ୍କୁ ସବୁ ପ୍ରକାରରେ ସାହାଯ୍ୟ କରିବାକୁ ସରକାର ପ୍ରସ୍ତୁତ ଅଛନ୍ତି । ‘ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନା’ ଭଳି ଯୋଜନା ଆଣି ମୋଦୀ ସରକାର ଅନ୍ନଦାତାମାନଙ୍କ ଜୀବନରେ ସୁଖ ଭରି ଦେଇଛନ୍ତି । ଏହି ଯୋଜନାରେ ସରକାର କୃଷକମାନଙ୍କ ପାଇଁ ତିନୋଟି ନୂତନ କୃଷି ନିୟମ ଆଣିଛନ୍ତି, ଯାହାକୁ କେତେକ କୃଷକ ସଂଗଠନ ସମେତ ବିରୋଧୀ ଦଳ ବିରୋଧ କରୁଛନ୍ତି । କିନ୍ତୁ ଦେଶର ପ୍ରକୃତ କୃଷକମାନେ ଜାଣିଛନ୍ତି ଯେ ସେମାନଙ୍କର ନୂତନ ଯୋଜନାରେ ସେମାନଙ୍କର ମଙ୍ଗଳ ଲୁଚି ରହିଛି । ସେଥିପାଇଁ ସେମାନେ ଏହି ନିୟମକୁ ସମର୍ଥନ କରୁଛନ୍ତି । ‘ପ୍ରଧାନମନ୍ତ୍ରୀ କିଷାନ ସାମ୍ମାନ ନିଧି’ ବ୍ୟତୀତ ଆଉ ଏକ ଯୋଜନା ଅଛି ଯାହା କୃଷକମାନଙ୍କୁ ବାର୍ଷିକ ୩୬,୦୦୦ ଟଙ୍କା ପ୍ରଦାନ କରିବ । ଏହି ଯୋଜନାରେ ଆପଣଙ୍କୁ କୌଣସି ପଇସା ଖର୍ଚ୍ଚ କରିବାକୁ ପଡିବ ନାହିଁ । ଯଦି ଆପଣ ଜଣେ କୃଷକ ତେବେ ଏହି ଖବରଟି ଖାସ୍ ଆପଣଙ୍କ ପାଇଁ । ତେବେ ଆସନ୍ତୁ ଜାଣିବା ଆପଣ କିପରି ଏହି ଯୋଜନାର ଲାଭ ଉଠାଇପାରିବେ ।

ଆମେ ଯେଉଁ ଯୋଜନା ବିଷୟରେ କହୁଛୁ ସେହି ଯୋଜନା ଦ୍ୱାରା ସେହି ସମସ୍ତ କୃଷକମାନେ ଉପକୃତ ହୋଇପାରିବେ ଯେଉଁମାନେ ‘ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି’ର ଲାଭ ଉଠାଉଛନ୍ତି । ଏହି ଯୋଜନାର ନାମ ହେଉଛି ‘ପିଏମ୍ କିଷାନ ମାନଧନ ଯୋଜନା’ । ଏପର୍ଯ୍ୟନ୍ତ ୧୧କୋଟି ୭୧ଲକ୍ଷ ଲୋକ ଏହି ଯୋଜନାରେ ସାମିଲ୍ ହୋଇଛନ୍ତି । ଏହି ଯୋଜନା ଅନ୍ତର୍ଗତ ଲୋକଙ୍କୁ କେନ୍ଦ୍ର ସରକାରଙ୍କ ତରଫରୁ ‘କିଷାନ କ୍ରେଡିଟ କାର୍ଡ ଏବଂ ପ୍ରଧାନମନ୍ତ୍ରୀ କିଷାନ ମାନଧନ ଯୋଜନା’ ପ୍ରଦାନ କରାଯାଉଛି । ଏହି ଯୋଜନା ପାଇଁ କୌଣସି ଡକ୍ୟୁମେଣ୍ଟ ଦେବାକୁ ପଡ଼ିବ ନାହିଁ । ଏଥିରେ ଯୋଗ ଦେଇ ଆପଣ ବର୍ଷକୁ ୩୬,୦୦୦ ଟଙ୍କା ପାଇପାରିବେ । ଆସନ୍ତୁ ଜାଣିବା ଏହା ଆପଣ କିପରି ପାଇପାରିବେ ।

‘ପ୍ରଧାନମନ୍ତ୍ରୀ କିଷାନ ମାନଧନ ଯୋଜନା’ ଅଧୀନରେ ପ୍ରତ୍ୟେକ ମାସରେ କ୍ଷୁଦ୍ର ଚାଷୀଙ୍କୁ ପେନସନ୍ ଦିଆଯିବ । ୬୦ବର୍ଷ ବୟସ ପରେ ପ୍ରତି ମାସରେ ଆପଣଙ୍କୁ ୩୦୦୦ ଅର୍ଥାତ ବର୍ଷକୁ ୩୬୦୦୦ ଟଙ୍କା ପେନସନ୍ ଦିଆଯିବା । ଯଦି ଜଣେ କୃଷକ’ ପ୍ରଧାନମନ୍ତ୍ରୀ କିଷାନ ନିଧି’ ଯୋଜନା ଅନ୍ତର୍ଗତ ଅଟନ୍ତି ତେବେ ତାଙ୍କୁ ‘ପ୍ରଧାନମନ୍ତ୍ରୀ କିଷାନ ମାନଧନ ଯୋଜନା’ ପାଇଁ କୌଣସି ଡକୁମେଣ୍ଟ ଦେବାକୁ ପଡ଼ିବ ନାହିଁ କାରଣ ଏହି ଚାଷୀଙ୍କର ସମସ୍ତ ଡକୁମେଣ୍ଟ ଭାରତ ସରକାରଙ୍କ ପାଖରେ ଅଛି ।

ଏଥିରେ ଚାଷୀଙ୍କୁ ସିଧାସଳଖ ଟଙ୍କା ଖର୍ଚ୍ଚ କରିବାକୁ ପଡିବ ନାହିଁ ତାଙ୍କର ପ୍ରିମିୟମ୍ ୬୦୦୦ରୁ କଟାଯିବ । କୌଣସି ପଇସା ଖର୍ଚ୍ଚ ନକରି କୃଷକମାନେ ବାର୍ଷିକ ୩୬,୦୦୦ ସହ ଅନ୍ୟ କିସ୍ତି ମଧ୍ୟ ପାଇବେ । ଯେଉଁ କୃଷକମାନେ ‘ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧିର ହିତାଧିକାରୀ ନୁହେଁ ସେମାନେ ମଧ୍ୟ ଏହି ଯୋଜନାର ଲାଭ ଉଠାଇ ପାରିବେ ।

‘କିଷାନ ମାନଧନ ଯୋଜନା’ ଅଧୀନରେ ୧୮-୪୦ ବର୍ଷ ବୟସ୍କ ଯେକୌଣସି କୃଷକ ଏଥିରେ ପଞ୍ଜୀକୃତ ହୋଇପାରିବେ । ଯେଉଁ କୃଷକମାନଙ୍କର ସର୍ବାଧିକ ୨ହେକ୍ଟର ପର୍ଯ୍ୟନ୍ତ ଚାଷ ଜମି ରହିଛି ସେମାନେ ଏହି ଯୋଜନାର ଅନ୍ତର୍ଗତ ହୋଇପାରିବେ । ଏହି ଯୋଜନା ଅଧୀନରେ କୃଷକଙ୍କ ବୟସ ଅନୁଯାୟୀ ସେମାନଙ୍କୁ ସର୍ବନିମ୍ନ ୨୦ବର୍ଷ ଏବଂ ସର୍ବାଧିକ ୪୦ବର୍ଷ ପାଇଁ ସେମାନଙ୍କୁ ୫୫ ରୁ ୨୦୦ଟଙ୍କା ପର୍ଯ୍ୟନ୍ତ ମାସିକ ଅବଦାନ ଦେବାକୁ ପଡିବ । ଯଦି ଆପଣ ୧୮ବର୍ଷ ବୟସରେ ଯୋଗ ଦିଅନ୍ତି ତେବେ ମାସିକ ୫୫ଟଙ୍କା ଦେବାକୁ ହେବ । ଯଦି ଆପଣ ୩୦ବର୍ଷ ବୟସରେ ଏହି ଯୋଜନାରେ ଯୋଗ ଦିଅନ୍ତି ତେବେ ଆପଣଙ୍କୁ ପ୍ରତି ମାସରେ ୧୧୦ଟଙ୍କା ଦେବାକୁ ପଡିବ । ଯଦି ଆପଣ ୪୦ବର୍ଷ ବୟସରେ ଯୋଗ ଦିଅନ୍ତି ତେବେ ଆପଣଙ୍କୁ ମାସକୁ ୨୦୦ଟଙ୍କା ଦେବାକୁ ପଡିବ ।

Leave a Reply

Your email address will not be published. Required fields are marked *